IAS ସ୍ତରରେ ଅଦଳବଦଳ: ଶାଳିନୀଙ୍କୁ ସ୍ୱାସ୍ଥ୍ୟ, ଶୋଭାଙ୍କୁ ମହିଳା ଓ ଶିଶୁ ବିକାଶ

Published: Sep 14, 2022, 8:07 pm IST

ଭୁବନେଶ୍ୱର: ଆଇଏଏସ୍‍ ଅଫିସର ସ୍ତରରେ ମଧ୍ୟମ ଧରଣର ଅଦଳ ବଦଳ ହୋଇଛି।  ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଵିଜ୍ଞପ୍ତି ପ୍ରକାଶ ପାଇଛି।

୨୦୦୧ ବ୍ୟାଚ୍‍ ଆଇଏଏସ୍‍ ଶାଳିନୀ ପଣ୍ଡିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଭାବେ ବଦଳି ହୋଇଛନ୍ତି।

୧୯୯୯ ବ୍ୟାଚ୍‍ ଆଇଏଏସ୍‍ ଶୁଭା ଶର୍ମା ମହିଳା ଓ ଶିଶୁ କଲ୍ୟାଣ ବିଭାଗ ସଚିବ ଭାବେ ବଦଳି ହୋଇଛନ୍ତି।

୧୯୯୬ ବ୍ୟାଚ୍‍ ଆଇଏଏସ୍‍ ଅରବିନ୍ଦ କୁମାର ପାଢୀଙ୍କୁ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି।

୧୯୯୮ ବ୍ୟାଚ୍‍ ଆଇଏଏସ୍‍ ସୁରେଶ ବଶିଷ୍ଟ ହେଲେ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ସଚିବ ଭାବେ ବଦଳି ହୋଇଛନ୍ତି।

ଶକ୍ତି  ବିଭାଗର ପ୍ରମୁଖ ଶାସନ ସଚିବ ପଦରୁ ବଦଳି ହୋଇଛନ୍ତି ବରିଷ୍ଠ ଆଇଏଏସ ନିକୁଞ୍ଜ ବିହାରୀ ଧଳ I ତାଙ୍କୁ ଙ୍ ଅବକାରୀ ବିଭାଗର ପ୍ରମୁଖ ସଚିବ ସହିତ  ଗ୍ରିଡ୍‍କୋ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି।

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସଚିବ ଦାୟିତ୍ୱ ତୁଲାଉଥିବା ଭାଷ୍କର ଜ୍ୟୋତି ଶର୍ମାଙ୍କୁ ବିଜ୍ଞାନ ଓ କାରଗରି ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି।

ଗୁହା ପୁନମ ତାପସ କୁମାରଙ୍କୁ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିଳିଛି। ସେ ମଧ୍ୟ ଅତିରିକ୍ତ ଭାବେ ଓରମାସ ସିଇଓ ଦାୟିତ୍ୱ ତୁଲାଇବେ।

ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଭାବେ ୨୦୧୦ ବ୍ୟାଚ୍‍ ଆଇଏଏସ୍‍ ଡକ୍ଟର ବୃନ୍ଦାଙ୍କୁ  ବଦଳି କରାଯାଇଛି। ସେ ଓଡିଶା ଔଷଧ ନିଗମର ଏମଡି ଓ ଖାଦ୍ୟ ସୁରକ୍ଷା କମିଶନ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ।

ବାଣିଜ୍ୟ ଓ ପରିବହନ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଦାୟିତ୍ୱ ତୁଲାଉଥିବା ୧୯୯୨ ବ୍ୟାଚ୍‍ ଆଇଆରଟିଏସ୍‍ ଅଧିକାରୀ ସଞ୍ଜୟ କୁମାର ମିଶ୍ରଙ୍କୁ ଅତିରିକ୍ତ ଭାବେ ଓପିଟିସିଏଲ୍‍ର ସିଏମ୍‍ଡି ଦାୟିତ୍ୱ ଦିଆଯାଇଛି।

ବରିଷ୍ଠ ଓଏଏସ୍‍ ସରୋଜ କୁମାର ମିଶ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି ହୋଇଛନ୍ତି। ଗୃହ ବିଭାଗର  ପ୍ରେଟୋକଲର ସତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ।

Related posts