Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଶେଷ ହେଲା ବିଜେପିର ତିନିଦିନିଆ ପ୍ରାଦେଶିକ ପ୍ରଶିକ୍ଷଣ ଶିବିର, ଯୋଗଦେଲେ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ
ଜାତୀୟ ଖବର

ଶେଷ ହେଲା ବିଜେପିର ତିନିଦିନିଆ ପ୍ରାଦେଶିକ ପ୍ରଶିକ୍ଷଣ ଶିବିର, ଯୋଗଦେଲେ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

September 15, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଶେଷ ହେଲା ବିଜେପିର ତିନିଦିନିଆ ପ୍ରାଦେଶିକ ପ୍ରଶିକ୍ଷଣ, ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ପୁରୀ/ଭୁବନେଶ୍ୱର : ପୁରୀଠାରେ ଗତ ୧୩ ତାରିଖଠାରୁ ଆରମ୍ଭ ହୋଇଥିବା ତିନି ଦିନିଆ ପ୍ରାଦେଶିକ ପ୍ରଶିକ୍ଷଣ ଶିବିର ଆଜି ଉଦ୍‌ଯାପିତ ହୋଇଛି । ୧୫ଟି ସତ୍ର ବିଶିଷ୍ଟ ଏହି ପ୍ରଶିକ୍ଷଣ ଶିବିରରେ ଆଜି ୪ଟି ସତ୍ର ଅନୁଷ୍ଠିତ ହୋଇଥିଲା । ଆଜିର ପ୍ରଥମ ତଥା ୧୨ତମ ସତ୍ରରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ‘ରାଜ୍ୟ ବିଜେପି’ର ଜୟଲାଭ ପାଇଁ ରୋଡମ୍ୟାପ ଏବଂ ଆଗାମୀ ଦିନରେ କାର୍ଯ୍ୟପନ୍ଥା ଉପରେ ବିସ୍ତୃତ ଆଲୋଚନା କରିଥିଲେ ।

ମୋଦି ସରକାରଙ୍କ ପରିମାଣଦାୟୀ ନୀତି ପ୍ରସଙ୍ଗର କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଲୋଚନା କରିଥିବାବେଳେ ପୂର୍ବତନ କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ରାଧାମୋହନ ସିଂହ ମୋଦି ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ନୀତିକୁ ନେଇ ଆଲୋଚନା କରିଥିଲେ । ଶେଷ ତଥା ଉଦ୍‌ଯାପନ ସତ୍ରରେ ରାଷ୍ଟ୍ରୀୟ ସାଧାରଣ ସଂପାଦକ(ସାଂଗଠନ) ଶ୍ରୀ ବି.ଏଲ୍ ସନ୍ତୋଷ ଯୋଗ ଦେଇ ପାର୍ଟିର ସଂଗଠନକୁ ସୁଦୃଢ଼ କରିବା ପାଇଁ ଗୁରୁମନ୍ତ୍ର ଦେଇଥିଲେ ।

ପ୍ରଶିକ୍ଷଣ ଶିବିରରେ ଆଲୋଚନା ହୋଇଥିବା ବିଭିନ୍ନ ପ୍ରସଙ୍ଗ ଏବଂ ବିଷୟ ସମ୍ପର୍କରେ ସୂଚନା ଦେଇ ଶ୍ରୀ ମହାପାତ୍ର କହିଛନ୍ତି ଯେ, ରାଜ୍ୟର ସାଂପ୍ରତିକ ରାଜନୈତିକ ପରିସ୍ଥିତି ଏବଂ ପାର୍ଟିର ସଂଗଠନ ସଂପର୍କରେ ଗତ ୩ ଦିନ ଧରି ପର୍ଯ୍ୟାୟକ୍ରମେ ବିସ୍ତୃତଭାବେ ଆଲୋଚନା କରାଯାଉଛି । ଏହି ପ୍ରଶିକ୍ଷଣ ଶିବିରରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ସମେତ ସମସ୍ତ ସାଂସଦ, ବିଧାୟକ, ରାଜ୍ୟ ପଦାଧିକାରୀ, କାର୍ଯ୍ୟକାରିଣୀ ସଦସ୍ୟ, ଜିଲ୍ଲା ସଭାପତିମାନେ ଯୋଗ ଦେଇଥିଲେ ।

ସେହିପରି ଏହି ଶିବିରରେ ବିଜେପିର ଭୋଟ ପ୍ରତିଶତର ଏକ ହିସାବ ପ୍ରଦାନ କରାଯାଇ ନେତାଙ୍କୁ ଉତ୍ସାହିତ କରାଯାଇଥିଲା। ଏଥିରେ ୨୦୧୪ମସିହା ବିଧାନସଭା ନିର୍ବାଚନରେ ୧୮ ପ୍ରତିଶତ ଭୋଟ ପାଇଥିବା ବିଜେପିର ଭୋଟ୍ ହାର ବୃଦ୍ଧି ପାଇ ୨୦୧୯ ମସିହାରେ ୩୨ ପ୍ରତିଶତକୁ ପଂହଚିଛି । ସେହିପରି ୨୦୧୪ ବିଧାନସଭା ନିର୍ବାଚନରେ ବିଜେପି ୧୪ ପ୍ରତିଶତ ଅଧିକ ଭୋଟ୍ ପାଇଥିବାବେଳେ ବିଜେଡି ପାଇଛି ମାତ୍ର ୨ ପ୍ରତିଶତ ଅଧିକ ବୋଲି ଜଣାଇ ଦିଆଯାଇଥିଲା।

ସେହିପରି ୨୦୧୪ ମସିହା ଲୋକସଭା ନିର୍ବାଚନରେ ବିଜେପି ୨୧.୫ ପ୍ରତିଶତ ଭୋଟ ପାଇଥିବାବେଳେ ୨୦୧୯ ମସିହାରେ ୪୨.୮୦ ପ୍ରତିଶତ ଭୋଟ୍ ପାଇଛି । ଲୋକସଭା ନିର୍ବାଚନରେ ୨୦୧୪ ତୁଳନାରେ ୨୦୧୯ ମସିହାରେ ବିଜେପି ପାଇଛି ୧୬.୮ ପ୍ରତିଶତ ଭୋଟ ଅଧିକ । କିନ୍ତୁ ବିଜେପିର ଭୋଟ୍ ପ୍ରତିଶତ ୧.୩% ହ୍ରାସ ପାଇଛି । ଗତ ପଂଚାୟତ ନିର୍ବାଚନରେ ବିଜେଡିର ବହୁ ଅପଚେଷ୍ଟା ସତ୍ୱେ ବିଜେପି ୭୧ଲକ୍ଷ ଭୋଟ୍ ପାଇବାରେ ସକ୍ଷମ ହୋଇଛି ।

କ୍ରମାଗତ ଭାବେ ବିଜେପିର ଭୋଟ ବଢ଼ୁଥିବାବେଳେ ବିଜେଡିର ଭୋଟ୍ କମୁଛି । ବିଜେପିର ଲୋକପ୍ରିୟତା ବୃଦ୍ଧିରେ ହତୋତ୍ସାହ ହୋଇପଡ଼ିଥିବା ଶାସକ ବିଜେଡିର ନେତା ଓ ମନ୍ତ୍ରୀମାନେ ବିଭିନ୍ନ ଦୁର୍ନୀତି, ଅପରାଧ, ଭ୍ରଷ୍ଟାଚାର, ମହିଳା ହିଂସାର ସଂପୃକ୍ତ ଥିବା ବାରମ୍ବାର ପ୍ରମାଣିତ ହୋଇଛି ବୋଲି ଶିବିରରେ କୁହାଯାଇଥିଲା।

ଉଦ୍‌ଯାପନ ଅବସରରେ ଶିବିର ପରିଚାଳନା ଦାୟିତ୍ୱରେ ଥିବା ସମସ୍ତ କାର୍ଯ୍ୟକର୍ତ୍ତା, ପୁରୀ ଜିଲ୍ଲା ସଭାପତି ଶ୍ରୀ ଆଶ୍ରିତ ପଟ୍ଟନାୟକ, ପୁରୀ ବିଧାୟକ ଶ୍ରୀ ଜୟନ୍ତ ଷଡଙ୍ଗୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ପ୍ରଭଞ୍ଜନ ମହାପାତ୍ରଙ୍କ ସମେତ ଜିଲ୍ଲାର କାର୍ଯ୍ୟକର୍ତାଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ଶ୍ରୀ ଅଶ୍ୱିନୀ ବୈଷ୍ଣବ
Share. Facebook Twitter LinkedIn Email WhatsApp Copy Link

Related Posts

Nuapada Bypoll: ପୂର୍ବାହ୍ନ ୧୧:୦୦ ସୁଦ୍ଧାର ମତଦାନର ହାର ୩୨.୫୧% ରହିଛି

November 11, 2025

ନୂଆପଡା ମତଦାନ ପୂର୍ବରୁ କାହିଁକି ପୂଜାପାଠ କଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ

November 11, 2025

Bihar Assembly Voting: ସକାଳ  ୯ ଟା ସୁଦ୍ଧା ବିହାରରେ ୧୪.୫୫ ପ୍ରତିଶତ ମତଦାନ

November 11, 2025

ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଗୁଜବ ଉପରେ ଝିଅଙ୍କ ପ୍ରତିକ୍ରିୟା: ସ୍ୱାସ୍ଥ୍ୟ ଅପଡେଟ୍ ଦେଲେ ଇଶା ଦେଓଲ

November 11, 2025
Latest News

ଜାତୀୟ ସେବା ଯୋଜନା ପକ୍ଷରୁ ପୋଷ୍ୟଗ୍ରାମରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ

November 11, 2025

Nuapada Bypoll: ପୂର୍ବାହ୍ନ ୧୧:୦୦ ସୁଦ୍ଧାର ମତଦାନର ହାର ୩୨.୫୧% ରହିଛି

November 11, 2025

ନୂଆପଡା ମତଦାନ ପୂର୍ବରୁ କାହିଁକି ପୂଜାପାଠ କଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ

November 11, 2025

Bihar Assembly Voting: ସକାଳ  ୯ ଟା ସୁଦ୍ଧା ବିହାରରେ ୧୪.୫୫ ପ୍ରତିଶତ ମତଦାନ

November 11, 2025

ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଗୁଜବ ଉପରେ ଝିଅଙ୍କ ପ୍ରତିକ୍ରିୟା: ସ୍ୱାସ୍ଥ୍ୟ ଅପଡେଟ୍ ଦେଲେ ଇଶା ଦେଓଲ

November 11, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.