Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲକ୍ଷ ଲକ୍ଷ ଯୁବକମାନଙ୍କ ସହିତ ଭାରତୀୟ ସ୍ବଚ୍ଛତା ଲିଗରେ ସାମିଲ୍ ହେବେ ଅନେକ ଜଣାଶୁଣା ବ୍ୟକ୍ତିତ୍ବ
ଆଜିର ଖବର

ଲକ୍ଷ ଲକ୍ଷ ଯୁବକମାନଙ୍କ ସହିତ ଭାରତୀୟ ସ୍ବଚ୍ଛତା ଲିଗରେ ସାମିଲ୍ ହେବେ ଅନେକ ଜଣାଶୁଣା ବ୍ୟକ୍ତିତ୍ବ

September 17, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆରା ୟୋଧାସ୍, ବନାରସି ୱାରିୟର୍ସ, ବାରବାଟି ବାକନ୍‌ସ, ଗ୍ରୀନ ଗାର୍ଡିଆନ୍‌ସ ଅଫ୍ ଗାନ୍ଧୀନଗର, ନଭି ମୁମ୍ବାଇ ଇସିଓ ନାଇଟ୍‌ସ, ଚଣ୍ଡିଗଡ଼ ଚ୍ୟାଲେଞ୍ଜର୍ସ, ଇନକ୍ରେଡିବଲ୍ ସ୍ବଚ୍ଛ ଇନ୍ଦୋରିଜ୍ କୌଣସି ଖେଳର ଟିମର ନାମ ନୁହେଁ। ଏହା ସେହି ସବୁ ଟିମଙ୍କର ନାମ ଅଟେ ଯାହାକୁ ଲକ୍ଷ ଲକ୍ଷ ଉତ୍ସାହୀ ଯୁବକଯୁବତୀ ଭାରତୀୟ ସ୍ବଚ୍ଛତା ଲିଗରେ ଭାଗ ନେବା ପାଇଁ ପ୍ରସ୍ତୁତ କରାଯାଇଛି। ଭାରତୀୟ ସ୍ବଚ୍ଛତା ଲିଗର ଏହି ଟିମ୍ ନିଜର ସହରକୁ ବର୍ଜ୍ୟମୁକ୍ତ କରିବା ପାଇଁ ବ୍ୟାପକ ଅଭିଯାନ ଆରମ୍ଭ କରିବେ।

କେନ୍ଦ୍ରୀୟ ଗୃହ ଓ ସହରୀ ବ୍ୟାପାର ମନ୍ତ୍ରାଳୟଙ୍କ ତତ୍ତ୍ବାବଧାନରେ 17 ଡିସେମ୍ବର 2022 ରେ ଭାରତୀୟ ସ୍ବଚ୍ଛତା ଲିଗର ଆୟୋଜନ କରାଯାଉଛି। କେନ୍ଦ୍ର ମନ୍ତ୍ରୀ ହରଦିପ୍ ସିଂ ପୁରୀ 17 ସେପ୍ଟେମ୍ବର 2022 ରେ ଭାରତୀୟ ସ୍ବଚ୍ଛତା ଲିଗ୍ ପ୍ରାରମ୍ଭ କରାଯିବା ବିଷୟରେ ଘୋଷଣା କରିଛନ୍ତି। 1800 ରୁ ଅଧିକ ସହର ଭାରତୀୟ ସ୍ବଚ୍ଛତା ଲିଗ୍ ପାଇଁ ପଞ୍ଜୀକରଣ କରାଇଛନ୍ତି। ଏକ ନିୟୁତରୁ ଅଧିକ ଜନସଂଖ୍ୟା ଥିବା 47 ଟି ସହର ଏହି ଲିଗ୍ ପାଇଁ ପଞ୍ଜୀକରଣ କରାଇଛନ୍ତି। ଅର୍ବାନ୍ ଲୋକାଲ୍ ବଡ଼ି  (ୟୁଏଲବି) ର ପ୍ରତିଶତ ଆଧାରରେ ସର୍ବାଧିକ ଭାଗିଦାରୀ ସହିତ ଶୀର୍ଷ ତିନି ରାଜ୍ୟ ଭାଗ ନେଉଛନ୍ତି। ଏଗୁଡ଼ିକ ହେଉଛନ୍ତି ଓଡ଼ିଶା 100 ପ୍ରତିଶତ, ଆସାମ 99 ପ୍ରତିଶତ ଓ ଛତିଶଗଡ଼ 97 ପ୍ରତିଶତ।

ଯୁବକମାନଙ୍କର ନେତୃତ୍ବ ଥିବା ଏହି ଅଭିନବ ପ୍ରତିଯୋଗୀତାରେ କ୍ରିକେଟ ଖେଳାଳୀ ଭେଙ୍କଟେଶ ଆୟର, ଇନକ୍ରେଡିବଲ୍ ଇନ୍ଦୋରିଜ୍ ପାଇଁ ଭାଗ ନେବେ। ଜଣାଶୁଣା ଗାୟକ ଏବଂ ପଦ୍ମ ପୁରସ୍କାର ବିଜେତା ଶଙ୍କର ମହାଦେବନ ନଭି ମୁମ୍ବାଇ ଇସିଓ ନାଇଟ୍‌ସକୁ, ସାଂସଦ ଓ ଅଭିନେତ୍ରୀ କିରଣ ଖେର, ଗାୟକ ବି. ପ୍ରାକ୍, ଅଲମ୍ପିକ ସ୍ବର୍ଣ୍ଣ ପଦକ ବିଜେତା ଅଭିନବ ବିନ୍ଦ୍ରା ଚଣ୍ଡିଗଡ଼ ଚାଲେଞ୍ଜର୍ସଙ୍କୁ ସମର୍ଥନ ଦେବେ ଯଦ୍ବାରା ସମୁଦ୍ର କୂଳ, ପାହଡ଼ ଓ ପର୍ଯ୍ୟଟନ ସ୍ଥଳକୁ ପରିଷ୍କାର କରାଯାଇପାରିବ। ସ୍ଥାନୀୟ ରାଜନୈତିକ ପ୍ରତିନିଧି ତଥା ଅତି ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତି, ମନ୍ତ୍ରୀ ସାଂସଦ, ବିଧାୟକ, ମେୟର, କାଉନସେଲର, ବ୍ରାଣ୍ଡ ଆମ୍ବାସଡର ମଧ୍ୟ ଅନେକ କାର୍ଯ୍ୟକୁ ସବୁଜ ପତାକା ଦେଖାଇବେ ଏବଂ ଲୋକମାନଙ୍କର ସହଭାଗୀତା ବଢ଼ାଇବାରେ ସହଯୋଗ ପ୍ରଦାନ କରିବେ। ଚଣ୍ଡିଗଡ଼ର କାଉନସିଲର ମହେସିନ୍ଦର ସିଂ ସିଦ୍ଧୁ, ତିରୁପତିର ମେୟର ବି.ଆର ସିରିଶା, ତିରୁପତିର କମିଶନର ଅନୁପମା ଅଞ୍ଜଳି, ତିରୁପତିର ବିଧାୟକ ଭୁମନ କରୁଣାକର ରେଡ୍ଡୀ, ଇନ୍ଦୋରର ମେୟର, ଆଇଏମସି ପୁଷ୍ପମିତ୍ର ଭାର୍ଗବ ଲିଗ୍ ରେ ସାମିଲ୍ ହୋଇଛନ୍ତି।

ସହରର ଟିମ ଗୁଡ଼ିକ ସ୍ମାରକ, ପର୍ଯ୍ୟଟନ ଆକର୍ଷଣ ଥିବା ସ୍ଥାନ ତଥା ସମୂଦ୍ର କୂଳ ନିକଟବର୍ତ୍ତୀ ସ୍ଥାନର ପରିଷ୍କାର ପରିଚ୍ଛନ୍ନତା ପାଇଁ ପ୍ରତିଯୋଗୀତା କରିବେ। ଏହି ସ୍ଥାନରେ ବହୁତ ସଂଖ୍ୟାରେ ଲୋକ ଆସୁଛନ୍ତି। ଗୟାରେ ବିଷ୍ଣୁପଦ, ସୀତା କୁଣ୍ଡ, ଅକ୍ଷୟବଟୀ, ଆଗ୍ରାରେ ତାଜଗଞ୍ଜ, ଅଯୋଧ୍ୟାରେ ନୟାଘାଟ, ଫତେପୁର ସିକ୍ରିରେ ବୁଲନ୍ଦ ଦରୱାଜା, ଲକ୍ଷନୌରେ ଲାଲବାଗ, ବାରଣାସୀରେ ଅସି ଘାଟ, ଗୁଜରାଟରେ ସାବରମତୀ ରିଭରଫ୍ରଣ୍ଟରେ ଅଟଳ ବ୍ରିଜ, ଗାନ୍ଧୀ ଆଶ୍ରମ, ଗାନ୍ଧୀନଗରରେ ସରଦାର ପଟେଲ୍ ମୂର୍ତ୍ତି, ଗୋମତୀ ନଦୀ, ମୁମ୍ବାଇରେ କଫ୍ ପ୍ୟାରେଡ୍‌, ୱର୍ଲି ଫୋର୍ଟ, ଜୁହୁ ପଟ୍ଟି, ଇନ୍ଦୋରରେ ମେଘଦୂତ ଗାର୍ଡ଼େନ, ଲୋନାୱଲାରେ ଖଣ୍ଡାଲା ହ୍ରଦ ପରି ଅନେକ ସ୍ଥାନ ରହିଛି ଯେଉଁଠାରେ ଟିମ ଗୁଡ଼ିକ ପରିଷ୍କାର ପରିଚ୍ଛନ୍ନତାର କାମ କରିବେ।

https://innovateindia.mygov.in/swachhyouthrally/ ରେ ପଞ୍ଜୀକରଣ ଜାରି ରହିଛି ଏବଂ 17 ଡିସେମ୍ବର 2022 ର ସନ୍ଧ୍ୟା 6 ଘ. ପର୍ଯ୍ୟନ୍ତ ଏହା ଲାଇଭ୍ ରହିବ।

Share. Facebook Twitter LinkedIn Email WhatsApp Copy Link

Related Posts

ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନରେ ​​ABVP ବଡ଼ ବିଜୟ; ଉପାଧ୍ୟକ୍ଷ ଆସନ ଜିତିଲା NSUI

September 19, 2025

“ଘର ପରି ପାକିସ୍ତାନ”: ରାହୁଲ ଗାନ୍ଧୀଙ୍କ ଘନିଷ୍ଠ ବନ୍ଧୁ ସାମ ପିତ୍ରୋଦାଙ୍କ ବିବାଦୀୟ ବୟାନ

September 19, 2025

ସୋଆ କ୍ରିଆଟିଭୋର ବାର୍ଷିକ ଶାରଦୀୟ ଉତ୍ସବ ‘ମା-୨୦୨୫’ ଅନୁଷ୍ଠିତ

September 19, 2025

ଜଣେ ସାଧାରଣ ବ୍ୟକ୍ତି ଘରେ କେତେ ସୁନା ରଖିପାରିବେ, କ’ଣ ଅଛି ନିୟମ?

September 19, 2025
Latest News

ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନରେ ​​ABVP ବଡ଼ ବିଜୟ; ଉପାଧ୍ୟକ୍ଷ ଆସନ ଜିତିଲା NSUI

September 19, 2025

“ଘର ପରି ପାକିସ୍ତାନ”: ରାହୁଲ ଗାନ୍ଧୀଙ୍କ ଘନିଷ୍ଠ ବନ୍ଧୁ ସାମ ପିତ୍ରୋଦାଙ୍କ ବିବାଦୀୟ ବୟାନ

September 19, 2025

ସୋଆ କ୍ରିଆଟିଭୋର ବାର୍ଷିକ ଶାରଦୀୟ ଉତ୍ସବ ‘ମା-୨୦୨୫’ ଅନୁଷ୍ଠିତ

September 19, 2025

ଜଣେ ସାଧାରଣ ବ୍ୟକ୍ତି ଘରେ କେତେ ସୁନା ରଖିପାରିବେ, କ’ଣ ଅଛି ନିୟମ?

September 19, 2025

ଦିଲ୍ଲୀରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି H3N2 ଭାଇରସ୍, ଜାଣନ୍ତୁ ସୁରକ୍ଷିତ ରହିବାର ଉପାୟ

September 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.