Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦ୍ୱିତୀୟ ଚନ୍ଦ୍ରଶେଖର ରାଓ ସ୍ମାରକୀ ବକ୍ତୃତା
ଆଜିର ଖବର

ଦ୍ୱିତୀୟ ଚନ୍ଦ୍ରଶେଖର ରାଓ ସ୍ମାରକୀ ବକ୍ତୃତା

September 17, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ସ୍ଥାନୀୟ ଗୀତଗୋବିନ୍ଦ ସଦନ ଠାରେ ଦିବଂଗତ ବିଶିଷ୍ଠ ଓଡ଼ିଆ ଚିତ୍ରଶିଳ୍ପୀ ଚନ୍ଦ୍ରଶେଖର ରାଓଙ୍କ ୮୩ ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଦ୍ୱିତୀୟ ଚନ୍ଦ୍ରଶେଖର ରାଓ ସ୍ମାରକୀ ବକ୍ତୃତା ଉତ୍ସ ଫାଉଣ୍ଡେସନ ଫର୍ କଣ୍ଟେମ୍ପରାରୀ ଆର୍ଟ, ଭୁବନେଶ୍ଵର ପକ୍ଷରୁ ଆୟୋଜିତ ହୋଇ ଯାଇଛି।

ପ୍ରାରମ୍ଭରେ ଚିତ୍ରଶିଳ୍ପୀ ଚନ୍ଦ୍ରଶେଖର ରାଓଙ୍କ ସଂପର୍କରେ ସୂଚନା ଦେଇଥିଲେ ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟର କଳା ଇତିହାସ ବିଭାଗର ପ୍ରଫେସର ତଥା ବିଶିଷ୍ଟ କଳା ଐତିହାସିକ ଶ୍ରୀଯୁକ୍ତ ପ୍ରଦୋଷ ମିଶ୍ର। ତାପରେ ଚନ୍ଦ୍ରଶେଖର ରାଓ ସ୍ମୃତି ବକ୍ତୃତାକୁ ଓଡିଶାର ବିଶିଷ୍ଟ ଚିତ୍ରକର ଶ୍ରୀ ରାମହରି ଜେନା ସଚିତ୍ର ଭାବରେ ଉପସ୍ଥାପନ କରିଥିଲେ। ବକ୍ତୃତାର ବିଷୟ ଥିଲା “ଚନ୍ଦ୍ରଶେଖର ଓ ସାଂପ୍ରତିକ କଳା ଆନ୍ଦୋଳନ’। ଚନ୍ଦ୍ରଶେଖର ରାଓଙ୍କ ସହିତ ତାଙ୍କର ଦୀର୍ଘ ଦିନର ସମ୍ପର୍କକୁ ପ୍ରଥମେ ସେ ସ୍ମରଣ କରିଥିଲେ। ସେ ବିଭିନ୍ନ ପର୍ଯ୍ୟାୟରେ ଚନ୍ଦ୍ରଶେଖରଙ୍କ କଳା ଯାତ୍ରା ଉପରେ ଆଲୋଚନା କରିବା ସହ ଶିଳ୍ପୀଙ୍କର ଛାତ୍ରାବସ୍ଥାର ଲୋକ ଲୋଚନରୁ ଅଗୋଚରରେ ଥିବା ଅନେକ କଳାକୃତି ଉପସ୍ଥାପନ କରିଥିଲେ । ଓଡ଼ିଶାର ଆଧୁନିକ କଳା ଆନ୍ଦୋଳନରେ ଚନ୍ଦ୍ରଶେଖରଙ୍କ ଭୂମିକା ଓ ଅବଦାନ ସଂପର୍କରେ ଆଲୋକପାତ କରିଥିଲେ।  ଓଡ଼ିଶା ଓ ଓଡ଼ିଶା ବାହାରେ ବିଭିନ୍ନ କଳା ସଂପର୍କିତ କାର୍ଯ୍ୟକଳାପର ବିସ୍ତାର କରିବା ପାଇଁ ଭୁବନେଶ୍ୱରରେ ଗଠିତ ପ୍ରଥମ କଳାକାରଙ୍କ ସଂଗଠନ ୱାର୍କିଂ ଆର୍ଟିଷ୍ଟ ଆସୋସିଏସନର ଚେୟାରମ୍ୟାନ୍ ଭାବରେ ଚନ୍ଦ୍ରଶେଖର ରାଓଙ୍କ ଭୂମିକା ଉପରେ ସେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ।

ଏହି ଅବସରରେ ନିକଟରେ ଓଡ଼ିଶା ଲଲିତ କାଳା ଏକାଡେମୀ ଦ୍ୱାରା ପ୍ରକାଶିତ ଓ ଡ ରମାକାନ୍ତ ସାମନ୍ତରାୟଙ୍କ ଦ୍ୱାରା ଲିଖିତ ଚନ୍ଦ୍ରଶେଖର ରାଓଙ୍କ ଉପରେ ଲିଖିତ ମୋନୋଗ୍ରାଫ୍ ଏକାଡେମୀର ସଚିବ ପଞ୍ଚାନନ ସାମଲଙ୍କ ଉପସ୍ଥିତିରେ ଉନ୍ମୋଚିତ ହୋଇଥିଲା। ଉତ୍ସବରେ ଓଡ଼ିଶାର ଅନେକ ମାନ୍ୟଗଣ୍ୟ କଳାକାର , ସାହିତ୍ୟକ ଏବଂ ସଂସ୍କୃତିପ୍ରେମୀ ଯୋଗ ଦେଇଥିଲେ । ଉତ୍ସବର ସ୍ଵାଗତ ସୂଚନା, ଧନ୍ୟବାଦ ସହ ଉତ୍ସବକୁ ସୁଚାରୁ ଭାବରେ ପରିଚାଳନା କରିଥିଲେ  ସୁମିତ୍ରା ପାଢ଼ୀ।

ଗୀତଗୋବିନ୍ଦ ସଦନ ଚନ୍ଦ୍ରଶେଖର ରାଓ ସ୍ମାରକୀ ବକ୍ତୃତା
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାରେ ବଢୁଥିବା ସଡ଼କ ଦୁର୍ଘଟଣା ଓ ମୃତ୍ୟୁହାରକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ

July 15, 2026

ବାଙ୍କିପୁର ଉପନିର୍ବାଚନର ବିଜେପି ପ୍ରାର୍ଥୀଙ୍କ ବିରୋଧରେ କୋର୍ଟ ଯିବ ଆରଜେଡି: ବାତିଲ ହେବ କି ନାମାଙ୍କନ?

July 15, 2026

ଦ୍ୱିତୀୟ ଦିନିକିଆ ଖେଳିବେ ନାହିଁ କୋହଲି ଏବଂ ରୋହିତ?: ଭିନ୍ନ ଭିନ୍ନ କମ୍ବିନେସନ ଉପରେ କହିଲେ ଗିଲ୍

July 15, 2026

ବଦଳି ଯାଇଛି କି ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସରେ ଲିଙ୍କ ଥିବା ନମ୍ବର?: ଘରେ ବସି କରନ୍ତୁ ଅପଡେଟ

July 15, 2026
Latest News

ଓଡ଼ିଶାରେ ବଢୁଥିବା ସଡ଼କ ଦୁର୍ଘଟଣା ଓ ମୃତ୍ୟୁହାରକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ

July 15, 2026

ବାଙ୍କିପୁର ଉପନିର୍ବାଚନର ବିଜେପି ପ୍ରାର୍ଥୀଙ୍କ ବିରୋଧରେ କୋର୍ଟ ଯିବ ଆରଜେଡି: ବାତିଲ ହେବ କି ନାମାଙ୍କନ?

July 15, 2026

ଦ୍ୱିତୀୟ ଦିନିକିଆ ଖେଳିବେ ନାହିଁ କୋହଲି ଏବଂ ରୋହିତ?: ଭିନ୍ନ ଭିନ୍ନ କମ୍ବିନେସନ ଉପରେ କହିଲେ ଗିଲ୍

July 15, 2026

ଏବେ ୟୁକେରେ ଏହି ଫସଲକୁ ଟିକସମୁକ୍ତ ବିକ୍ରୟ କରିପାରିବେ ଚାଷୀ: ଜାଣନ୍ତୁ ତାଲିକା

July 15, 2026

ବଦଳି ଯାଇଛି କି ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସରେ ଲିଙ୍କ ଥିବା ନମ୍ବର?: ଘରେ ବସି କରନ୍ତୁ ଅପଡେଟ

July 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.