Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଜେପିରେ ଯୋଗ ଦେଲେ କଂଗ୍ରେସର ହର୍ଷଦ ରିବାଡିଆ: କହିଲେ କାରଣ
ଆଜିର ଖବର

ବିଜେପିରେ ଯୋଗ ଦେଲେ କଂଗ୍ରେସର ହର୍ଷଦ ରିବାଡିଆ: କହିଲେ କାରଣ

October 6, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ବିଧାୟକ ହର୍ଷଦ ରିବାଡିଆ ଆଜି ଗାନ୍ଧିନଗରରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ପାଟିଦାର ସମ୍ପ୍ରଦାୟର ଜଣେ ନେତା ରିବାଡିଆ ଦୁଇ ଦିନ ପୂର୍ବରୁ ଗୁଜୁରାଟ ବିଧାନସଭା ସଦସ୍ୟତା ପଦରୁ ଇସ୍ତଫା ଦେଇଥିଲେ। ଏଠାରେ ବିଜେପିର ରାଜ୍ୟ ମୁଖ୍ୟାଳୟ ‘କମଲମ’ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତାଙ୍କୁ ଦଳରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଚଳିତ ବର୍ଷ ଶେଷରେ ଗୁଜୁରାଟରେ ବିଧାନସଭା ନିର୍ବାଚନ ହେବ।

ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପ୍ରଦୀପ ସିଂ ଭାଘେଲା ହର୍ଷଦ ରିବାଡିଆଙ୍କୁ ଦଳରେ ସ୍ୱାଗତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବହୁ ସ୍ଥାନୀୟ କଂଗ୍ରେସ ନେତା ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। ବିଜେପିରେ ଯୋଗଦେବା ପରେ ପୂର୍ବତନ କଂଗ୍ରେସ ବିଧାୟକ ହର୍ଷଦ ରିବାଡିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱକୁ ପ୍ରଶଂସା କରିବା ସହ କହିଛନ୍ତି ଯେ, ସେ କେନ୍ଦ୍ର ସରକାରଙ୍କ “କୃଷକ ହିତ” ନୀତି ଏବଂ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ବୃଦ୍ଧି କରିବା ପଦକ୍ଷେପ ଦ୍ୱାରା ପ୍ରଭାବିତ।

ଜୁନାଗଡ ଜିଲ୍ଲାର ବିଶାବଦର ଅଞ୍ଚଳର ପୂର୍ବତନ ବିଧାୟକ ରିବାଡିଆ କଂଗ୍ରେସକୁ ଦିଗହୀନ ବୋଲି ଅଭିହିତ କରିଛନ୍ତି ଏବଂ ଆବଶ୍ୟକ ସମୟରେ ଦଳର ନେତୃତ୍ୱ ତାଙ୍କୁ ସାହାଯ୍ୟ କରିନାହାଁନ୍ତି ବୋଲି କହିଛନ୍ତି। ସେ ଗଣମାଧ୍ୟମକୁ କହିଛନ୍ତି ଯେ, ମୋଦୀ କିପରି ଭାବରେ ଦେଶର ବିକାଶ କରୁଛନ୍ତି ଏବଂ ଏମଏସପି ବୃଦ୍ଧି କରି ଅନ୍ୟାନ୍ୟ ପଦକ୍ଷେପ ନେଇ କୃଷକଙ୍କ ସ୍ୱାର୍ଥ ରକ୍ଷା ପାଇଁ କାର୍ଯ୍ୟ କରୁଛନ୍ତି ମୁଁ ଏଥିରେ ଅତ୍ୟନ୍ତ ପ୍ରଭାବିତ ହୋଇଛି।

ରିବାଡିଆ କହିଛନ୍ତି ଯେ, ତାଙ୍କ ନିର୍ବାଚନମଣ୍ଡଳୀର ଲୋକମାନେ ମଧ୍ୟ ବିଜେପିର ନୀତି ଦ୍ୱାରା ପ୍ରଭାବିତ ହୋଇଛନ୍ତି। ସେ କହିଛନ୍ତି ଯେ, ‘ବିଜେପି ସରକାର ଦିନେ ମୋ ଅଞ୍ଚଳର ଚାଷୀଙ୍କୁ ବିଦ୍ୟୁତ ଯୋଗାଣ ପାଇଁ ମୋର ଅନୁରୋଧକୁ ବିଚାର କରିଥିଲା। ଏହିପରି ଅନେକ ପଦକ୍ଷେପ ମୋତେ ପ୍ରଭାବିତ କରିଛି ଏବଂ ସେଥିପାଇଁ ମୁଁ ବିଜେପିରେ ଯୋଗ ଦେଇଛି। ଆଗାମୀ ଦିନରେ ମୋର ଅନେକ ବନ୍ଧୁ ମଧ୍ୟ ପାର୍ଟିରେ ଯୋଗଦେବେ। ଆମେ ଦଳର ସୈନିକ ଭାବରେ କାର୍ଯ୍ୟ କରିବୁ।

କଂଗ୍ରେସ ନେତା ବିଜେପି
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଆଇଟି ବମ୍ବେରେ ‘ଭାରତ ଇନୋଭେଟ୍ସ ଡିପ୍-ଟେକ୍ ପ୍ରି-ସମିଟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

March 22, 2026

ଭାରତୀୟ ରେଳବାଇ ଲୋକୋ ଓ ଟ୍ରାଫିକ୍ କର୍ମଚାରୀଙ୍କ ବର୍ଦ୍ଧିତ ଭତ୍ତାରେ ହେଲା ସଂଶୋଧନ

March 22, 2026

ଅହମ୍ମଦାବାଦରେ ଓଡ଼ିଆ ପ୍ରବାସୀ ସମ୍ମିଳନୀ ‘ଓଡ଼ିଶା ପର୍ବ’ର ଦ୍ବିତୀୟ ଦିନ,ଯୋଗ ଦେଲେ ଉପମୁଖ୍ୟମନ୍ତ୍ରୀ

March 22, 2026

ଦେଶରେ ତୈଳ, ଗ୍ୟାସ ବିଦ୍ୟୁତ ଶକ୍ତିର ସ୍ଥିତି ସଂପର୍କରେ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦି

March 22, 2026
Latest News

ଆଇଆଇଟି ବମ୍ବେରେ ‘ଭାରତ ଇନୋଭେଟ୍ସ ଡିପ୍-ଟେକ୍ ପ୍ରି-ସମିଟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

March 22, 2026

ଭାରତୀୟ ରେଳବାଇ ଲୋକୋ ଓ ଟ୍ରାଫିକ୍ କର୍ମଚାରୀଙ୍କ ବର୍ଦ୍ଧିତ ଭତ୍ତାରେ ହେଲା ସଂଶୋଧନ

March 22, 2026

ଅହମ୍ମଦାବାଦରେ ଓଡ଼ିଆ ପ୍ରବାସୀ ସମ୍ମିଳନୀ ‘ଓଡ଼ିଶା ପର୍ବ’ର ଦ୍ବିତୀୟ ଦିନ,ଯୋଗ ଦେଲେ ଉପମୁଖ୍ୟମନ୍ତ୍ରୀ

March 22, 2026

ଦେଶରେ ତୈଳ, ଗ୍ୟାସ ବିଦ୍ୟୁତ ଶକ୍ତିର ସ୍ଥିତି ସଂପର୍କରେ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦି

March 22, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ରେକର୍ଡ, ଶାସନ କ୍ଷମତା ଶୀର୍ଷରେ ରହିବାର ହେଲା ୮,୯୩୧ ଦିନ

March 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.