Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏନ୍‌ବିଏ ଓ ରିଲାଏନ୍ସ ରିଟେଲ୍ ପକ୍ଷରୁ ଭାରତରେ ଏନ୍‌ବିଏ ମର୍ଚେଣ୍ଡାଇଜ୍ ରେଂଜ୍‌ର ଶୁଭାରମ୍ଭ
ଆଜିର ଖବର

ଏନ୍‌ବିଏ ଓ ରିଲାଏନ୍ସ ରିଟେଲ୍ ପକ୍ଷରୁ ଭାରତରେ ଏନ୍‌ବିଏ ମର୍ଚେଣ୍ଡାଇଜ୍ ରେଂଜ୍‌ର ଶୁଭାରମ୍ଭ

October 13, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
HyperFocal: 0

ଭୁବନେଶ୍ୱର: ସାରା ଦୁନିଆରେ ସର୍ବାଧିକ ଅନୁସରଣ କରାଯାଉଥିବା ଅନ୍ୟତମ ସ୍ପୋର୍ଟସ୍ ଲିଗ୍ ନ୍ୟାସନାଲ୍ ବାସ୍କେଟବଲ୍ ଆସୋସିଏସନ (ଏନବିଏ) ଓ ରିଲାଏନ୍ସ ରିଟେଲ୍ ଲିମିଟେଡ୍ ପକ୍ଷରୁ ଭାରତରେ ଏନ୍‌ବିଏ ମର୍ଚେଣ୍ଡାଇଜ୍‌ର ବିସ୍ତୃତ ବର୍ଗମାଳା ଉନ୍ମୋଚନ କରାଯାଇଛି। ଏହି ନୂଆ ମର୍ଚେଣ୍ଡାଇଜ୍ ରିଲାଏନ୍ସ ରିଟେଲ୍‌ର କିିଛି ନିର୍ଦିଷ୍ଟ ଷ୍ଟୋର ଏବଂ କଂପାନିର ଇ-କମର୍ସ ପ୍ଲାଟଫର୍ମରେ ଉପଲବ୍ଧ ହେବ। ଏନ୍‌ବିଏ ବ୍ରାଣ୍ଡେଡ୍ ମର୍ଚେଣ୍ଡାଇଜ୍‌ରେ ବୟସ୍କ ଏବଂ ଯୁବବର୍ଗଙ୍କ ପାଇଁ ସାମିଲ ରହିଛି ପୋଷାକ, ଆସେସୋରି ଏବଂ ବ୍ୟାକ୍ ଟୁ ସ୍କୁଲର ବ୍ୟାପକ ବର୍ଗମାଳା।

ନ୍ୟାସନାଲ୍ ବାସ୍କେଟ୍‌ବଲ୍ ଆସୋସିଏସନ ବା ଏନବିଏ ହେଉଛି ଦୁନିଆରେ ଖେଳ ଜଗତର ଏକ ପରିିଚିତ ନାମ। ଭାରତରେ ମଧ୍ୟ ଏହାକୁ ବହୁତ ଲୋକ ପସନ୍ଦ କରୁଛନ୍ତି। ସେହି ଲୋକପ୍ରିୟତା ଜରିଆରେ ଏନ୍‌ବିଏ ମର୍ଚେଣ୍ଡାଇଜ୍ ଭାରତରେ ବିପୁଳ ଗ୍ରହଣୀୟତା ଲାଭ କରିବ ବୋଲି ଆଶା କରାଯାଉଛି। ଏନ୍‌ବିଏର ମର୍ଚେଣ୍ଡାଇଜ୍ ବିଶ୍ୱର ୨୦୦ରୁ ଅଧିକ ଦେଶରେ ବିକ୍ରି ପାଇଁ ଉପଲବ୍ଧ ରହିଛି। ରିଲାଏନ୍ସ ରିଟେଲ୍ ହେଉଛି ଭାରତର ସବୁଠୁ ବଡ଼ ରିଟେଲର ଯାହାର ସାରା ଦେଶରେ ୧୫,୮୦୦ରୁ ଅଧିକ ଷ୍ଟୋର ରହିଛି।

ମର୍ଚେଣ୍ଡାଇଜ୍ ସମେତ ରିଲାଏନ୍ସ ରିଟେଲ୍ ନିଜ ଷ୍ଟୋର୍‌ରେ ଗ୍ରାହକମାନଙ୍କୁ ଇଟଂରଆକ୍ଟିଭ୍ ଏନ୍‌ବିଏ ଅନୁଭବ ପ୍ରଦାନ କରିବାକୁ ଉଦ୍ୟମ କରିବ। ଷ୍ଟୋର ଭିତରେ ଥିବା ଟିଭିରେ ରିଲାଏନ୍ସ ଫାଉଣ୍ଡେସନ ଜୁନିୟର ଏନବିଏ ଆକ୍ଟିଭେସନ ସହିତ ଏନବିଏ ଗେମ୍ ହାଇଲାଇଟ୍‌ସ ଏବଂ ତତ୍ ସଂପର୍କିତ ବିଷୟବସ୍ତୁକୁ ପ୍ରଦର୍ଶିତ କରାଯିବ।

ଏନ୍‌ବିଏର ଆନ୍ତର୍ଜାତିକ ଲାଇସେନ୍ସିଂ ଓ ବିଜନେସ୍ ଡେଭେଲପ୍‌ମେଂଟ୍‌ର ବରିଷ୍ଠ ଉପାଧ୍ୟକ୍ଷ ରବ୍ ମିଲମ୍ୟାନ କହିଛନ୍ତି ଯେ, “ବହୁ ବର୍ଷ ଧରି ଏନବିଏର ଏକ ବିଶ୍ୱସନୀୟ ସହଯୋଗୀ ହୋଇ ରିଲାଏନ୍ସ ରିଟେଲ୍ ରହିଛି। ସେହି ସହଯୋଗିତା ମାଧ୍ୟମରେ ଭାରତରେ ଆମେ ଆମର ଖୁଚୁରା ଉପସ୍ଥିତିକୁ ସୁଦୃଢ଼ କରିବା ଲାଗି ତତ୍ପର ରହିଛୁ। ଭାରତରେ ଏନବିଏର ଲୋକପ୍ରିୟତା ଲଗାତାର ଭାବେ ବୃଦ୍ଧି ପାଉଥିବା ବେଳେ ସେହି ସମୟରେ ଉତ୍ପାଦର ବ୍ୟାପକ ବର୍ଗମାଳା ଉପଲବ୍ଧ କରିବା, ଭାରତୀୟ ପ୍ରଶଂସକମାନଙ୍କୁ ଏନବିଏର ବ୍ୟାପକ ଅନୁଭବ ପ୍ରଦାନ କରିବା ଲାଗି ଆମ ରହିଥିବା ପ୍ରତିବଦ୍ଧତାକୁ ଦର୍ଶାଉଛି।’’

ଏନବିଏ ଇଣ୍ଡିଆର ଆସୋସିଏଟ ଭାଇସ୍ ପ୍ରେସିଡେଂଟ୍ ଅଫ୍ ଗ୍ଲୋବାଲ ପାର୍ଟନରସିପ୍ ସିଦ୍ଧାର୍ଥ ଚୁରୀ କହିଛନ୍ତି ଯେ, “ଭାରତରେ ରିଲାଏନ୍ସ ରିଟେଲ୍ ସହିତ କାମ କରିବା ଲାଗି ଆମେ ଉତ୍ସାହିତ ଅଛୁ। ଏକ ପ୍ରମୁଖ ସ୍ପୋର୍ଟସ୍ ଓ ଲାଇଫଷ୍ଟାଇଲ୍ ରିଟେଲର ଭାବେ ରିଲାଏନ୍ସ ରିଟେଲ୍ ଆମକୁ ଏନ୍‌ବିଏ ବ୍ରାଣ୍ଡେଡ୍ ଉତ୍ପାଦର ବର୍ଦ୍ଧିତ ଚାହିଦାକୁ ପୂରଣ କରିବାରେ ସହାୟକ ହେବ।’’

ରିଲାଏନ୍ସ ରିଟେଲ୍ ଲିମିଟେଡ୍‌ର ସଭାପତି ଓ ସିଇଓ (ଫେସନ ଓ ଲାଇଫଷ୍ଟାଇଲ୍‌) ଅଖିଳେଶ ପ୍ରସାଦ କହିଛନ୍ତି ଯେ, “ଏନବିଏ ହେଉଛି ବିଶ୍ୱସ୍ତରରେ ସର୍ବାଧିକ ଅନୁସରଣ କରାଯାଉଥିବା କ୍ରୀଡ଼ା ଲିଗ୍ ମଧ୍ୟରୁ ଅନ୍ୟତମ ଏବଂ ଭାରତରେ ଏନବିଏ ପ୍ରଶଂସକମାନଙ୍କ ଲାଗି ମର୍ଚେଣ୍ଡାଇଜ୍‌ର ବ୍ୟାପକ ବର୍ଗମାଳା ଉପସ୍ଥାପନ କରିଥିବାରୁ ରିଲାଏନ୍ସ ରିଟେଲ୍ ଉତ୍ସାହିତ ରହିଛି। ସାରା ଦେଶରେ ଏନବିଏ ପ୍ରଶଂସକମାନଙ୍କ ଲାଗି ରିଲାଏନ୍ସ ରିଟେଲ ପସନ୍ଦର ସ୍ଥାନରେ ପରିଣତ ହେବା ସୁନିଶ୍ଚିତ କରିବା ଲାଗି ଆମେ ଲକ୍ଷ୍ୟ ରଖିଛୁ।’’

Share. Facebook Twitter LinkedIn Email WhatsApp Copy Link

Related Posts

ମହଙ୍ଗା ମାଡ଼ : ସାଧାରଣ ଲୋକଙ୍କ ପକେଟ ଉପରେ ବଢ଼ିବ ବୋଝ !

May 16, 2026

ବଟି ଆଦାୟକୁ ନେଇ ଫାୟାରିଂ

May 15, 2026

ସମ୍ବଲପୁର–ମାନେଶ୍ୱର ସେକ୍ସନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହେତୁ ପୁରୀ–ରାଉରକେଲା ଏକ୍ସପ୍ରେସ୍ ବାତିଲ 

May 15, 2026

ଷ୍ଟ୍ରୋକ୍ ସଚେତନତା ଅଭିଯାନ – ଆଇଏଫଆଇ ଫାଉଣ୍ଡେସନକୁ ଅନ୍ତର୍ଜାତୀୟ ସମ୍ମାନ

May 15, 2026
Latest News

ଆଜି ୧୬ ତାରିଖ ଶନିବାରରେ ଏହି ତିନୋଟି ରାଶିର ବ୍ୟକ୍ତି ହେବେ ମାଲେମାଲ

May 16, 2026

ମହଙ୍ଗା ମାଡ଼ : ସାଧାରଣ ଲୋକଙ୍କ ପକେଟ ଉପରେ ବଢ଼ିବ ବୋଝ !

May 16, 2026

ବଟି ଆଦାୟକୁ ନେଇ ଫାୟାରିଂ

May 15, 2026

New Odia Film Policy: ଶୀଘ୍ର ପ୍ରଣୟନ ହେବ ସ୍ୱତନ୍ତ୍ର ଓଡିଆ ଚଳଚ୍ଚିତ୍ର ନୀତି, ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

May 15, 2026

ସମ୍ବଲପୁର–ମାନେଶ୍ୱର ସେକ୍ସନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହେତୁ ପୁରୀ–ରାଉରକେଲା ଏକ୍ସପ୍ରେସ୍ ବାତିଲ 

May 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.