Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦୀପାବଳି ପୂର୍ବରୁ ଚାଷୀଙ୍କୁ ଉପହାର: ୬ ଟି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କଲେ କେନ୍ଦ୍ର ସରକାର
ବିଶେଷ ଖବର

ଦୀପାବଳି ପୂର୍ବରୁ ଚାଷୀଙ୍କୁ ଉପହାର: ୬ ଟି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କଲେ କେନ୍ଦ୍ର ସରକାର

October 18, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ୨୦୨୩-୨୪ ବିପଣନ ଋତୁ ପାଇଁ ସବୁ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି ବୈଠକରେ ମଞ୍ଜୁରି ମିଳିଛି।

ଚାଷୀମାନଙ୍କୁ ସେମାନଙ୍କର ଉତ୍ପାଦର ଲାଭଜନକ ମୂଲ୍ୟ ସୁନିଶ୍ଚିତ କରିବା ଲାଗି ସରକାର ୨୦୨୩-୨୪ ବିପଣନ ଋତୁ ପାଇଁ ରବି ଫସଲର ଏମଏସପି ବଢ଼ାଇଛନ୍ତି। ମସୁରର କୁଇଣ୍ଟାଲ ପ୍ରତି ଏମଏସପି ସର୍ବାଧିକ ୫୦୦ ଟଙ୍କା ବୃଦ୍ଧି କରାଯାଇଛି। ସେହିପରି ରେପସିଡ ଏବଂ ସୋରିଷର କୁଇଣ୍ଟାଲ ପ୍ରତି ଏମଏସପି ୪୦୦ ଟଙ୍କା ବଢ଼ିଛି। କୁସୁମର କୁଇଣ୍ଟାଲ ପ୍ରତି ଏମଏସପି ୨୦୯ ଟଙ୍କା ବୃଦ୍ଧି କରାଯାଇଛି। ଗହମ, ଚଣା ଏବଂ ଯଅର କୁଇଣ୍ଟାଲ ପ୍ରତି ଏମଏସପି ଯଥାକ୍ରମେ ୧୧୦, ୧୦୫ ଏବଂ ୧୦୦ ଟଙ୍କା ବୃଦ୍ଧି କରାଯାଇଛି।

ସର୍ବଭାରତୀୟ ସ୍ତରରେ ଲାଗୁ ହାରାହାରୀ ଉତ୍ପାଦନ ଖର୍ଚ୍ଚର ପାଖାପାଖି ଦେଢ଼ଗୁଣା ସ୍ତରରେ ଏମଏସପି ନିର୍ଦ୍ଧାରଣ କରିବା ଲାଗି କେନ୍ଦ୍ରୀୟ ବଜେଟ୍‌ ୨୦୧୮-୧୯ରେ ଘୋଷଣା କରାଯାଇଥିଲା। ଏହି ଘୋଷଣା ଅନୁରୂପ ୨୦୨୩-୨୪ ବିପଣନ ଋତୁ ପାଇଁ ରବି ଫସଲର ଏମଏସପି ବୃଦ୍ଧି କରାଯାଉଛି। ଚାଷୀମାନଙ୍କୁ ଉଚିତ୍‌ ଲାଭଜନକ ମୂଲ୍ୟ ପ୍ରଦାନ କରିବା ଏମଏସପି ବୃଦ୍ଧିର ଉଦ୍ଦେଶ୍ୟ। ଏମଏସପି ବୃଦ୍ଧି ଫଳରେ ଗହମ ଉପରେ ୧୦୦ ପ୍ରତିଶତ, ମସୁର ଉପରେ ୮୫ ପ୍ରତିଶତ, ଚଣା ଉପରେ ୬୬ ପ୍ରତିଶତ; ଯଅ ଉପରେ ୬୦ ପ୍ରତିଶତ ଏବଂ କୁସୁମ ଉପରେ ୫୦ ପ୍ରତିଶତ କୃଷି ଉତ୍ପାଦନ ଖର୍ଚ୍ଚର ରିଟର୍ଣ୍ଣ ବା ଲାଭ ମୂଲ୍ୟ ମିଳିପାରିବ।

୨୦୧୪-୧୫ ବର୍ଷ ଠାରୁ ତୈଳ ବୀଜ ଓ ଡାଲି ଜାତୀୟ ଫସଲ ଉତ୍ପାଦନ ଉପରେ ବିଶେଷ ଗୁରୁତ୍ବାରୋପ କରାଯାଇ ଆସୁଛି। ଏହାର ସୁଫଳ ଦେଶରେ ଦେଖିବାକୁ ମିଳିଛି। ୨୦୧୪-୧୫ରେ ତୈଳ ବୀଜ ଉତ୍ପାଦନ ୨୭.୫୧ ନିୟୁତ ଟନ୍‌ ଥିବା ବେଳେ ଏହା ୨୦୨୧-୨୨ରେ ୩୭.୭୦ ନିୟୁତ ଟନ (ଚତୁର୍ଥ ଅଗ୍ରୀମ ଆକଳନ)କୁ ବୃଦ୍ଧି ପାଇଛି। ଡାଲିଜାତୀୟ ଫସଲ ଉତ୍ପାଦନ ମଧ୍ୟ କ୍ରମାଗତ ଭାବେ ବଢ଼ି ଚାଲିଛି। ବିହନ ମିନିକିଟ୍ସ କାର୍ଯ୍ୟକ୍ରମ ଚାଷୀଙ୍କ କ୍ଷେତରେ ନୂଆ କିସମର ବିହନ ବୁଣିବା କ୍ଷେତ୍ରରେ ପ୍ରମୁଖ ମାଧ୍ୟମ ସାବ୍ୟସ୍ତ ହୋଇଛି।

ଡାଲି ଜାତୀୟ ଫସଲ ଓ ତୈଳବୀଜ ଉତ୍ପାଦନ ୨୦୧୪-୧୫ ଠାରୁ କ୍ରମାଗତ ଭାବେ ବୃଦ୍ଧି ପାଇଛି। ୨୦୧୪-୧୪ରେ ହେକ୍ଟର ପ୍ରତି ୭୨୮ କିଲୋଗ୍ରାମ ଡାଲି ଉତ୍ପାଦନ ହେଉଥିଲା। ଏହା ତୁଳନାରେ ୨୦୨୧-୨୨ ଚତୁର୍ଥ ଆକଳନ ଅନୁଯାୟୀ ହେକ୍ଟର ପିଛା ୮୯୨ କିଲୋଗ୍ରାମ ଡାଲି ଉତ୍ପାଦିତ ହେଉଛି। ସେହିପରି ତୈଳବୀଜ ଫସଲ ଉତ୍ପାଦନ ୨୦୧୪-୧୫ରେ ହେକ୍ଟର ପିଛା ୧୦୭୫ କିଲୋଗ୍ରାମ ଥିବା ବେଳେ ଏହା ୨୦୨୧-୨୨ ଚତୁର୍ଥ ଅଗ୍ରୀମ ଆକଳନ ଅନୁଯାୟୀ ହେକ୍ଟର ପିଛା ୧୨୯୨ କିଲୋଗ୍ରାମକୁ ବୃଦ୍ଧି ପାଇଛି।

ଆତ୍ମନିର୍ଭର ଭାରତ ଲକ୍ଷ୍ୟ ପୂରଣ କରିବା ଲାଗି ସରକାର ତୈଳବୀଜ ଓ ଡାଲି ଜାତୀୟ ଫସଲ ଉତ୍ପାଦନ ବୃଦ୍ଧି କରିବା ଉପରେ ପ୍ରାଥମିକତା ଦେଉଛନ୍ତି। କୃଷି କ୍ଷେତ୍ର ସମ୍ପ୍ରସାରଣ, ଉଚ୍ଚ ଅମଳ କିସମ, ଏମଏସପି ସହାୟତା ଏବଂ କ୍ରୟ ଆଦି ଜରିଆରେ ଉତ୍ପାଦନ ବୃଦ୍ଧି ପାଇଁ ସରକାର ରଣନୀତି ପ୍ରସ୍ତୁତ କରିଛନ୍ତି।

ଦେଶର କୃଷି କ୍ଷେତ୍ରରେ ପ୍ରଯୁକ୍ତି ଏବଂ ନବୋନ୍ମେଷର ଉପଯୋଗ ଜରିଆରେ ସରକାର ସ୍ମାର୍ଟ କୃତି ପଦ୍ଧତି ଗ୍ରହଣ କରିବାକୁ ପ୍ରୋତ୍ସାହନ ଦେଉଛନ୍ତି। ସରକାର ଏକ ଡିଜିଟାଲ କୃଷି ମିଶନ (ଡିଏଏମ) କାର୍ଯ୍ୟକାରୀ କରୁଛନ୍ତି, ଏଥିରେ ଇଣ୍ଡିଆ ଡିଜିଟାଲ ଇକୋସିଷ୍ଟମ ଅଫ ଏଗ୍ରିକଲଚର (ଆଇଡିଇଏ), ଚାଷୀ ଡାଟାବେସ, ଏକୀକୃତ ଚାଷୀ ସେବା ଇଣ୍ଟରଫେସ (ୟୁଏଫଏସଆଇ) ନୂଆ ପ୍ରଯୁକ୍ତି ଉପରେ ରାଜ୍ୟମାନଙ୍କୁ ପାଣ୍ଠି ଯୋଗାଣ (ଏନଇଜିପିଏ), ମାହାଲନବିସ ଜାତୀୟ ଫସଲ ଆକଳନ କେନ୍ଦ୍ର (ଏମଏସସିଏଫସି)ର ପୁନରୁଦ୍ଧାର, ମୃତ୍ତିକା ସ୍ବାସ୍ଥ୍ୟ, ଉର୍ବରତା ଏବଂ ପ୍ରୋଫାଇଲ ମ୍ୟାପିଂ ଆଦି ସାମିଲ ରହିଛି। ଏନଇଜିପିଏ କାର୍ଯ୍ୟକ୍ରମ ଅଧୀନରେ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ମସିନ ଲର୍ଣ୍ଣିଂ (ଏଆଇ/ଏମଏଲ), ଇଣ୍ଟରନେଟ୍‌ ଅଫ୍‌ ଥିଙ୍ଗସ୍‌ (ଆଇଓଟି), ବ୍ଲକ୍‌ ଚେନ୍‌ ଆଦି ଭଳି ପ୍ରଗତିଶୀଳ ପ୍ରଯୁକ୍ତି ଉପଯୋଗ କରାଯାଇ ଡିଜିଟାଲ କୃଷି ପ୍ରକଳ୍ପ ପାଇଁ ରାଜ୍ୟମାନଙ୍କୁ ପାଣ୍ଠି ଯୋଗାଇ ଦିଆଯାଉଛି। ଡ୍ରୋନ ପ୍ରଯୁକ୍ତିକୁ ଗ୍ରହଣ କରିବା ଲାଗି ପଦକ୍ଷେପ ନିଆଯାଉଛି। ସ୍ମାର୍ଟ କୃଷି ପ୍ରୋତ୍ସାହନ ଦେବା ଲାଗି, ସରକାର କୃଷି କ୍ଷେତ୍ରରେ ଷ୍ଟାର୍ଟଅପ ମାନଙ୍କୁ ପ୍ରୋତ୍ସାହିତ କରିବା ସହିତ କୃଷି ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ଦେଉଛନ୍ତି।

ବିପଣନ ଋତୁ ରବି ଫସଲ ସର୍ବନିମ୍ନ ସହାୟକ ମୂଲ୍ୟ
Share. Facebook Twitter LinkedIn Email WhatsApp Copy Link

Related Posts

ଅଗଷ୍ଟ ୧ ରୁ କାର୍ଯ୍ୟକାରୀ ହେବ ‘ପିଏମ୍ ବିକଶିତ ଭାରତ ରୋଜଗାର ଯୋଜନା’

July 26, 2025

Odisha TEX 2025: ହିଣ୍ଡାଲକୋ ଓଡିଶାରେ ନିବେଶ କରିବ 200 କୋଟି ଟଙ୍କା, ଏମଓୟୁ ସ୍ଵାକ୍ଷରିତ

July 25, 2025

ଭାରତ-ବ୍ରିଟେନ୍‌ ମୁକ୍ତ ବାଣିଜ୍ୟ ରାଜିନାମା ଦ୍ୱାରା ଉପକୃତ ହେବ ଓଡ଼ିଶା

July 25, 2025

ଆସନ୍ତା ଦଶନ୍ଧି ମଧ୍ୟରେ ରାଜ୍ୟରେ ଟେକ୍ସଟାଇଲ କ୍ଷେତ୍ରରେ ୫ଲକ୍ଷରୁ ଅଧିକ ରୋଜଗାର ସୃଷ୍ଟି ହେବ: ମୁଖ୍ୟମନ୍ତ୍ରୀ

July 25, 2025
Latest News

ସାବଧାନ!: ଆପଣ ଅନ୍ୟର ଏହି ସବୁ ଜିନିଷ ବ୍ୟବହାର କରୁଛନ୍ତି କି?, ଭୋଗିବେ ଦଶା

July 26, 2025

ଅଗଷ୍ଟ ୧ ରୁ କାର୍ଯ୍ୟକାରୀ ହେବ ‘ପିଏମ୍ ବିକଶିତ ଭାରତ ରୋଜଗାର ଯୋଜନା’

July 26, 2025

ଥ୍ରୀ ଏନଏମ୍‌ ଚିପ୍ ଡିଜାଇନ୍ ଏବଂ ପ୍ରତିଭା ବିକାଶ ସହିତ ଦ୍ରୁତ ଗତିରେ ଆଗକୁ ବଢ଼ୁଛି ଭାରତର ସେମିକଣ୍ଡକ୍ଟର ଅଭିଯାନ

July 26, 2025

ମାଳଦ୍ୱୀପର ପ୍ରତିରକ୍ଷା ମନ୍ତ୍ରଣାଳୟ ଭବନକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଏବଂ  ମାଳଦ୍ୱୀପ ରାଷ୍ଟ୍ରପତି

July 26, 2025

ବିଏଆରସି ସ୍ନାତକ ସମାରୋହରେ ବୈଜ୍ଞାନିକଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ 

July 26, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.