Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦେଶବ୍ୟାପୀ ବୃହତ୍ ସ୍ୱଚ୍ଛତା ଅଭିଯାନର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ସିଂହ ଠାକୁର
ଆଜିର ଖବର

ଦେଶବ୍ୟାପୀ ବୃହତ୍ ସ୍ୱଚ୍ଛତା ଅଭିଯାନର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ସିଂହ ଠାକୁର

October 19, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଦିଲ୍ଲୀ: କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଆଜି ଦିଲ୍ଲୀର ଚାନ୍ଦିନୀ ଚୌକ ଠାରୁ ସ୍ୱଚ୍ଛ ଭାରତ ୨୦୨୨ କାର୍ଯ୍ୟକ୍ରମ ଅଧୀନରେ ସମଗ୍ର ଭାରତରେ ବୃହତ୍ ସ୍ୱଚ୍ଛତା ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଯୁବ ବ୍ୟାପାର ଏବଂ କ୍ରୀଡ଼ା ବିଭାଗର ସଚିବ ଶ୍ରୀ ସଞ୍ଜୟ କୁମାର ଏବଂ ମନ୍ତ୍ରଣାଳୟର ଅନ୍ୟ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ। ସମାନ ଧରଣର ସ୍ୱଚ୍ଛତା ଅଭିଯାନ ୧୯ ଅକ୍ଟୋବର ୨୦୨୨ ରେ ଦେଶର ସମସ୍ତ ଗ୍ରାମ ଏବଂ ଜିଲ୍ଲାରେ ଚାଲୁ ହୋଇଛି।

ଏହି ଅବସରରେ ଶ୍ରୀ ଠାକୁର କହିଥିଲେ ଯେ, ସ୍ୱଚ୍ଛ ଭାରତ କେବଳ ଏକ କାର୍ଯ୍ୟକ୍ରମ ନୁହେଁ ବରଂ ଏହା ସାଧାରଣ ଲୋକଙ୍କ ପ୍ରକୃତ ଚିନ୍ତା ଏବଂ ଏହି ସମସ୍ୟାର ସମାଧାନ ପାଇଁ ସେମାନଙ୍କର ସଂକଳ୍ପକୁ ପ୍ରତିଫଳିତ କରିଥାଏ। କେନ୍ଦ୍ର ମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବଦା ‘ଜନ ଭାଗିଦାରୀ ଦ୍ୱାରା ଜନ ଆନ୍ଦୋଳନ’ ସମ୍ପର୍କରେ ଦୋହରାଇ ଆସିଛନ୍ତି ଏବଂ ଯୁବକ ମାନଙ୍କ ଅଂଶ ଗ୍ରହଣ ବିନା କୌଣସି ଅଭିଯାନ ଅସମ୍ପୂର୍ଣ୍ଣ ଅଟେ। ସେ ଆହୁରି ମଧ୍ୟ କହିଥିଲେ ଯେ , ସ୍ୱଚ୍ଛ ଭାରତର ସ୍ୱପ୍ନକୁ ପୂରଣ ନକରି, ଏକ ନୂତନ ଭାରତର ସ୍ୱପ୍ନ, ଏକ ବିକଶିତ ଭାରତର ସ୍ୱପ୍ନ ପୂରଣ ହୋଇ ପାରିବ ନାହିଁ।

ଶ୍ରୀ ଠାକୁର କହିଥିଲେ ଯେ, ଗୋଟିଏ ମାସର ଅବଧିରେ ଏକ କୋଟି କିଲୋଗ୍ରାମ ବର୍ଜ୍ୟ ସଂଗ୍ରହର ଉଦ୍ଦେଶ୍ୟ ସହିତ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ଏବଂ ଆମେ ୧୮ ଦିନ ମଧ୍ୟରେ ୮୪ ଲକ୍ଷ କିଲୋଗ୍ରାମ ପ୍ଲାଷ୍ଟିକ୍ ବର୍ଜ୍ୟ ବସ୍ତୁ ସଂଗ୍ରହ କରି ସାରିଛୁ ଏବଂ ରହିଥିବା ଲକ୍ଷ୍ୟକୁ ଅତିକ୍ରମ କରିବାକୁ ସ୍ଥିର କରିଛୁ। ଏହି କାର୍ଯ୍ୟ ଐତିହାସିକ ସ୍ଥାନ ଗୁଡିକରେ, ସାମୂହିକ କେନ୍ଦ୍ର, ବିଦ୍ୟାଳୟ, ଗ୍ରାମ ଏବଂ ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରେ କରା ଯାଇଥିଲା। ଭିନ୍ନ ଭିନ୍ନ ପୃଷ୍ଠଭୂମି ଏବଂ ବିଭିନ୍ନ ପ୍ରକାରର ଲୋକ, ବିଶେଷ ରୂପରେ ଯୁବକ ମାନେ କେବଳ ଏହି କାର୍ଯ୍ୟକ୍ରମରେ ଭାଗ ନେଉ ନାହାନ୍ତି, ବରଂ ଅନ୍ୟ ମାନଙ୍କୁ ମଧ୍ୟ ସମ୍ପୂର୍ଣ୍ଣ ରୂପରେ ସ୍ୱେଚ୍ଛାକୃତ ଭାବେ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ନିମନ୍ତେ ପ୍ରେରିତ ଏବଂ ପ୍ରୋତ୍ସାହିତ କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି।

ପରିଷ୍କାର ପରିଚ୍ଛନ୍ନତାର ଗୁରୁତ୍ୱ ସମ୍ପର୍କରେ ଶ୍ରୀ ଠାକୁର କହିଥିଲେ ଯେ ପରିଷ୍କାର ପରିଚ୍ଛନ୍ନତା ବିନା ଆମେ ଲୋକ ମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ନିଶ୍ଚିତ କରି ପାରିବା ନାହିଁ। ଆମକୁ ‘ସ୍ୱଚ୍ଛ ଭାରତ’ (କ୍ଲିନ୍ ଇଣ୍ଡିଆ)ର ରାଷ୍ଟ୍ରଦୂତ ହେବାକୁ ପଡିବ ବୋଲି କେନ୍ଦ୍ର ମନ୍ତ୍ରୀ ଅନୁରୋଧ କରିଥିଲେ। ଏଥିପାଇଁ, ଆମକୁ ସଚେତନତା ସୃଷ୍ଟି କରିବା ଏବଂ ଲୋକଙ୍କ ମାନସିକତାରେ ପରିବର୍ତ୍ତନ କରିବା ଆବଶ୍ୟକ ରହିଛି। ପରିବେଶକୁ ପରିଷ୍କାର ରଖିବା ପାଇଁ ଦୀପାବଳୀ ପର୍ବର ଦୁଇ ଦିନ ଉତ୍ସର୍ଗ କରିବାକୁ ମନ୍ତ୍ରୀ ଯୁବକ ମାନଙ୍କୁ ମଧ୍ୟ ଅନୁରୋଧ କରିଥିଲେ।

୨୦୨୨ ଅକ୍ଟୋବର ପହିଲାରୁ ଉତ୍ତର ପ୍ରଦେଶର ପ୍ରୟାଗରାଜ ଠାରେ ଅନୁରାଗ ସିଂହ ଠାକୁରଙ୍କ ଦ୍ୱାରା ଏକ ମାସବ୍ୟାପୀ ସ୍ୱଚ୍ଛ ଭାରତ ୨୦୨୨ କାର୍ଯ୍ୟକ୍ରମ ଆରମ୍ଭ କରା ଯାଇଥିଲା। ନେହେରୁ ଯୁବ କେନ୍ଦ୍ର ସଙ୍ଗଠନ (ଏନ୍‌ୱାଇକେଏସ୍‌) ଦ୍ୱାରା ଅନୁବନ୍ଧିତ ୟୁଥ୍ କ୍ଲବ୍ ଏବଂ ଜାତୀୟ ସେବା ଯୋଜନା ଅନୁବନ୍ଧିତ ଅନୁଷ୍ଠାନ ମାଧ୍ୟମରେ ଦେଶର ୭୪୪ ଜିଲ୍ଲା ଗୁଡିକର ୬ ଲକ୍ଷ ଗ୍ରାମରେ ସ୍ୱଚ୍ଛ ଭାରତ ୨୦୨୨ କାର୍ଯ୍ୟକ୍ରମ ଆୟୋଜିତ ହେଉଛି।

ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଯୁବ ବ୍ୟାପାର ଏବଂ କ୍ରୀଡା ବିଭାଗ ଏବଂ ଏହାର ଅନୁବନ୍ଧିତ ସଂଗଠନ ଗୁଡିକ ଯଥା, ଏନ୍‌ୱାଇକେଏସ୍ ଏବଂ ଏନ୍‌ଏସ୍‌ଏସ୍ ଦ୍ୱାରା ସ୍ୱଚ୍ଛ ଭାରତ ୨୦୨୨ ର ପ୍ରୟାସକୁ ସୁଦୃଢ଼ କରିବା ଏବଂ ଦେଶର ସମସ୍ତ ଗ୍ରାମରେ ସମାନ କାର୍ଯ୍ୟକ୍ରମ ଆୟୋଜନ କରି ଅଭିଯାନରେ ଜନସାଧାରଣଙ୍କ ଅଂଶ ଗ୍ରହଣକୁ ସୁନିଶ୍ଚିତ କରିବା ପାଇଁ କାର୍ଯ୍ୟକଳାପକୁ ଆହୁରି ତୀବ୍ର କରିବା।

ଏକ ନମ୍ର ପ୍ରାରମ୍ଭ ବଡ଼ ବଡ଼ ପରିବର୍ତ୍ତନ ଆଣି ପାରେ। ଆଜାଦୀର ଅମୃତ ମହୋତ୍ସବ ଉପଲକ୍ଷରେ ଯୁବ ବ୍ୟାପାର ବିଭାଗ ଦ୍ୱାରା ଆରମ୍ଭ କରା ଯାଇଥିବା ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଏହି କଥାକୁ ପ୍ରମାଣିତ କରିଥାଏ।

ଏହି କାର୍ଯ୍ୟକ୍ରମ ଏହାର ସ୍ତର ଏବଂ ବ୍ୟାପକତା, ଦୁଇଟି ଦୃଷ୍ଟିରୁ ବିଶେଷ ଅଟେ ଏବଂ ଏହା ଯୁବକ ମାନଙ୍କ ଭାଗୀଦାରୀ ଦ୍ୱାରା ଜନ ଆନ୍ଦୋଳନର ମଡେଲ୍ ଉପରେ ପରିକଳ୍ପିତ କରା ଯାଇଛି ତଥା ଏହା ମାଧ୍ୟମରେ ଏହି କାର୍ଯ୍ୟକ୍ରମର ସଫଳତା ଏବଂ ନିରନ୍ତରତା ନିମନ୍ତେ ପ୍ରତ୍ୟେକ ନାଗରିକ ମାନଙ୍କର ଭୂମିକା ଏବଂ ଯୋଗଦାନକୁ ନିର୍ଦ୍ଧାରିତ କରା ଯାଇଛି।

ଏହି ପଦକ୍ଷେପର ମୁଖ୍ୟ ପ୍ରେରକ ତତ୍ୱ ହେଉଛି ନିଜର ସୀମାକୁ ଭୂଲି ସମସ୍ତ ହିତଧାରକ ମାନଙ୍କ ମଧ୍ୟରେ ସମନ୍ୱୟ ଏବଂ ତାଳମେଳ ରକ୍ଷା କରିବା। ବିଭିନ୍ନ ବିଭାଗ/ଏଜେନ୍ସି ଗୁଡିକ, ସିବିଓ ଏବଂ ସିଭିଲ୍ ସୋସାଇଟି ସଙ୍ଗଠନ ଇତ୍ୟାଦି ଏକକ ବ୍ୟବହୃତ ପ୍ଲାଷ୍ଟିକ୍‌ର ବ୍ୟବହାରକୁ ସମାପ୍ତ କରିବା ଏବଂ ସ୍ୱଚ୍ଛତାକୁ ସୁନିଶ୍ଚିତ କରିବାର ସାଧାରଣ ଲକ୍ଷ୍ୟକୁ ସାକାର କରିବା ନିମନ୍ତେ ଏକାଠି ହୋଇଛନ୍ତି।

ଅନୁରାଗ ସିଂହ ଠାକୁର ଆଜାଦୀର ଅମୃତ ମହୋତ୍ସବ ବୃହତ୍ ସ୍ୱଚ୍ଛତା ଅଭିଯାନ
Share. Facebook Twitter LinkedIn Email WhatsApp Copy Link

Related Posts

ଆସାମରେ ବଡ଼ ଦୁର୍ଘଟଣା: ଭାରତୀୟ ବାୟୁସେନାର AN-32 ବିମାନ ଦୁର୍ଘଟଣାଗ୍ରସ୍ତ

June 13, 2026

ଆଜି ଭାରତ-ଆଫଗାନିସ୍ତାନ ପ୍ରଥମ ଦିନିକିଆ: କିଏ ନେବେ କୋହଲିଙ୍କ ସ୍ଥାନ?

June 13, 2026

ହାଇୱାକୁ ପିଟିଲା ବିଏମଡବ୍ଲୁ କାର,୨ ମୃତ

June 13, 2026

ଘରଭଡ଼ା ନିୟମରେ ବଡ଼ ପରିବର୍ତ୍ତନ, ଆସୁଛି ନୂଆ ଆଇନ

June 13, 2026
Latest News

ଆସାମରେ ବଡ଼ ଦୁର୍ଘଟଣା: ଭାରତୀୟ ବାୟୁସେନାର AN-32 ବିମାନ ଦୁର୍ଘଟଣାଗ୍ରସ୍ତ

June 13, 2026

ଆଜି ଭାରତ-ଆଫଗାନିସ୍ତାନ ପ୍ରଥମ ଦିନିକିଆ: କିଏ ନେବେ କୋହଲିଙ୍କ ସ୍ଥାନ?

June 13, 2026

ହାଇୱାକୁ ପିଟିଲା ବିଏମଡବ୍ଲୁ କାର,୨ ମୃତ

June 13, 2026

ଘରଭଡ଼ା ନିୟମରେ ବଡ଼ ପରିବର୍ତ୍ତନ, ଆସୁଛି ନୂଆ ଆଇନ

June 13, 2026

DG ପଦବୀ ପାଇଁ ୩୩ IPS ମନୋନୀତ : ଓଡ଼ିଶା କ୍ୟାଡରର ଦୁଇ ବରିଷ୍ଠ ଅଧିକାରୀ ସ୍ଥାନ ପାଇଲେ

June 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.