Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇଏନଏସ ଚିଲିକାରେ ଅଖିଳ ଭାରତୀୟ ଏନସିସି ନୌଚାଳନା ପ୍ରତିଯୋଗିତା ଶିବିର ଉଦଯାପିତ
ଆଜିର ଖବର

ଆଇଏନଏସ ଚିଲିକାରେ ଅଖିଳ ଭାରତୀୟ ଏନସିସି ନୌଚାଳନା ପ୍ରତିଯୋଗିତା ଶିବିର ଉଦଯାପିତ

November 15, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଅପରାହ୍ନରେ ଅଖିଳ ଭାରତୀୟ ଏନସିସି ନୌଚାଳନା ପ୍ରତିଯୋଗିତା ଶିବିର ଆଇଏନଏସ ଚିଲିକା ଠାରେ ଉଦଯାପିତ ହୋଇଯାଇଛି। ଚଳିତ ମାସ ୯ ତାରିଖରୁ ଆରମ୍ଭ ହୋଇ ଦୀର୍ଘ ଏକ ସପ୍ତାହ ଧରି ପ୍ରତିଯୋଗିତା ଚାଲିଥିବାବେଳେ ଆଜି ବହୁ ଆଡମ୍ବରରେ ଏହା ଉଦଯାପିତ ହୋଇଯାଇଛି।

ଏହି ଶିବିରରେ ଜାତୀୟ ସ୍ତରରେ ଥିବା ସମସ୍ତ ୧୭ ଗୋଟି ଏନସିସି ନିର୍ଦ୍ଦେଶାଳୟରୁ ୧୦୨ ଜଣ ବାଳକ ଓ ବାଳିକା ଭାଗ ନେଇଥିଲେ। ଅନ୍ତର୍ଜାତୀୟ ସ୍ତରର ସମସ୍ତ ନିୟମାବଳୀକୁ ପାଳନ କରି ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଚିଲିକା ଜଳରାଶିରେ କାଳିଜାଇ ନିକଟରେ ସର୍ବମୋଟ ୩୦ଟି ନୌକା ଦୌଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଉଭୟ ବାଳକ ଓ ବାଳିକା ବର୍ଗର କ୍ୟାଡେଟମାନଙ୍କ ମଧ୍ୟରୁ ସର୍ବୋତ୍ତମ ଚୟନ କରାଯାଇ ପୁରସ୍କୃତ କରାଯାଇଥିଲା।

ଏହି ପ୍ରତିଯୋଗିତାରେ ବାଳିକା ବର୍ଗରେ ବିହାର ଓ ଝାଡ଼ଖଣ୍ଡ ନିର୍ଦ୍ଦେଶାଳୟ ପ୍ରଥମ ସ୍ଥାନ, ଓଡିଶା ନିର୍ଦ୍ଦେଶାଳୟ ଦ୍ୱିତୀୟ ସ୍ଥାନ ଅଧିଗ୍ରହଣ କରିଥିବା ବେଳେ ବାଳକ ବର୍ଗରେ ତାମିଲ ନାଡୁ ଓ ଓଡିଶା ନିର୍ଦ୍ଦେଶାଳୟ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ।

ଏହି ପ୍ରତିଯୋଗିତାରେ ଓଡିଶାରୁ ବାଳକ ବର୍ଗରେ ସ୍ୱାଧୀନ ରଣା, ଅଜୟ କିଷାନ, ଅମୀୟ ରଞ୍ଜନ ନାୟକ ଓ ବାଳିକା ବର୍ଗରେ ଲିନା ରାଣୀ ଗଙ୍ଗଦେଵ, ଶାନ୍ତିଲତା ପାତ୍ର, ଅର୍ପିତା ବେହେରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

ଉକ୍ତ ପ୍ରତିଯୋଗିତାରେ ଓଡିଶା ଏନସିସି ନିର୍ଦ୍ଦେଶାଳୟ ଆନୁକୂଲ୍ୟରେ ଭବାନୀପାଟଣା ନାଭଲ ୟୁନିଟ ଏନସିସି ଦ୍ୱାରା ପରିଚାଳିତ ହୋଇଥିଲା। ସମ୍ବଲପୁର ଏନସିସି ଗ୍ରୁପ କମାଣ୍ଡର କର୍ନେଲ ଅମିତାଭ ରଏ ଓ ଭବାନୀପାଟଣା ନାଭଲ ୟୁନିଟ ଏନସିସି କମାଣ ଅଧିକାରୀ କମାଣ୍ଡର ସୁନୀଲ କୁମାର ବେହେରାଙ୍କ ନେତୃତ୍ୱରେ ଏହି ଶିବିର ସୁଚାରୁ ରୁପେ ଅନୁଷ୍ଠିତ ହୋଇଯାଇଛି।

ଉଦଯାପନି ଉତ୍ସବରେ ଓଡିଶା ଏନସିସି ଉପନିର୍ଦ୍ଦେଶକ କମାଣ୍ଡର ସୌମେନ ବାନାର୍ଜୀ ମୁଖ୍ୟ ଅତିଥି ଭାବେ ଓ ଏନସିସି ନିର୍ଦେଶାଳୟ ନୂଆଦିଲ୍ଲୀରୁ ବ୍ରିଗେଡିଆର ନିଶ୍ଚଳ ସୁଦ ସଂମାନିତ ଅତିଥିଭାବେ ଯୋଗ ଦେଇ କୃତିତ୍ୱ ଅର୍ଜନ କରିଥିବା ବାଳକ ଓ ବାଳିକା ମାନଙ୍କୁ ସଂମାନିତ କରି ଉତ୍ସାହ ବର୍ଦ୍ଧନ କରିଥିଲେ। ଏହି ପ୍ରତିଯୋଗିତାରେ ତାମିଲନାଡୁ ଓ ଓଡିଶା ନିର୍ଦ୍ଦେଶାଳୟ ଯୁଗ୍ମ ଭାବେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ପରବର୍ତ୍ତୀ ସ୍ଥାନରେ ମହାରାଷ୍ଟ୍ର ନିର୍ଦେଶାଳୟ ରହିଥିଲା।

ଆଇଏନଏସ ଚିଲିକା
Share. Facebook Twitter LinkedIn Email WhatsApp Copy Link

Related Posts

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Latest News

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.