ନୂଆଦିଲ୍ଲୀ: ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ ନିର୍ବାଚନରେ ବିଜେପିକୁ ପରାଜୟର ସାମ୍ନା କରିବାକୁ ପଡିଛି। ୧୫ ବର୍ଷ କ୍ଷମତାରେ ରହିବା ପରେ ବିଜେପିକୁ ଦିଲ୍ଲୀର ମ୍ୟୁନିସିପାଲ କର୍ପୋରେସନରୁ ବାହାର କରିଦିଆଯାଇଛି। କିନ୍ତୁ ପରାଜୟ ସତ୍ତ୍ୱେ ବିଜେପି ୧୦୦ ରୁ ଅଧିକ ସିଟ୍ ଜିତିଛି। ଗତ ନିର୍ବାଚନ ତୁଳନାରେ ଦଳକୁ ୩ ପ୍ରତିଶତ ଅଧିକ ଭୋଟ୍ ମିଳିଥିବା ବିଜେପି ପାଇଁ ଏହା ଏକ ଆଶ୍ବସ୍ତିକର ବିଷୟ ହୋଇଛି।
ପ୍ରକାଶ ଯେ, କର୍ପୋରେସନ ନିର୍ବାଚନରେ ଆମ୍ ଆଦମୀ ପାର୍ଟିକୁ ପୁନର୍ବାର ବିଜୟ ମିଳିଛି। ବରିଷ୍ଠ ଆମ୍ ଆଦମୀ ପାର୍ଟି ନେତା ମନୀଷ ସିସୋଦିଆ ବୁଧବାର ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେସନ୍ (ଏମସିଡି) ନିର୍ବାଚନରେ ତାଙ୍କ ଦଳ ସପକ୍ଷରେ ଭୋଟ୍ ଦେଇଥିବାରୁ ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଶ୍ଵର ସବୁଠାରୁ ବଡ ତଥା ନକାରାତ୍ମକ ଦଳକୁ ପରାସ୍ତ କରିବାରେ ଏହି ଜନାଦେଶ।