Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିଖିଳ ଓଡ଼ିଶା ଆଇନଜୀବୀ ମହାସଂଘର ସତ୍ୟାଗ୍ରହ
ଆଜିର ଖବର

ନିଖିଳ ଓଡ଼ିଶା ଆଇନଜୀବୀ ମହାସଂଘର ସତ୍ୟାଗ୍ରହ

December 12, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
BarStrick
ନିଖିଳ ଓଡ଼ିଶା ଆଇନଜୀବୀ ମହାସଂଘର ସତ୍ୟାଗ୍ରହ

ଭୁବନେଶ୍ୱର : ନିଖିଳ ଓଡ଼ିଶା ଆଇନଜୀବୀ ମହାସଂଘର ନିଷ୍ପତି କ୍ରମେ ଆଜି ସାରା ରାଜ୍ୟରେ ଓକିଲମାନେ ଦିନିକିଆ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ ଆନ୍ଦୋଳନ ପାଇଁ ଡାକରା ଦିଆଯାଇଥିଲା। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ଭୁବନେଶ୍ୱର କୋର୍ଟ ସମ୍ମୁଖରେ ଶତାଧିକ ଆଇନଜୀବୀ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହରେ ସାମିଲ ହୋଇଥିଲେ।

ଜନସାଧାରଙ୍କ ଦାବି ପାଇଁ ଓକିଲଙ୍କ ମୌଳିକ ଅଧିକାର ରକ୍ଷା ପାଇଁ ଏହି ଆନ୍ଦୋଳନ କରାଯାଇଥିଲା। କୋର୍ଟ କାର୍ଯ୍ୟରେ କେହି ବାଧା ସୃଷ୍ଟି ନକରି କିମ୍ବା ହସ୍ତକ୍ଷେପ ନକରି ଓକିଲମାନେ କୋର୍ଟ କାର୍ଯ୍ୟରୁ ଆଜି ନିବୃତି ରହିଥିଲେ। ସଂଘ ପକ୍ଷରୁ କୁହାଯାଇଛି ଯେ, ହାଇକୋର୍ଟ ପକ୍ଷରୁ ରେଜିଷ୍ଟାର ଜେନେରାଲଙ୍କ ଦ୍ୱାରା ଦାଖଲ ହୋଇଥିବା ସତ୍ୟାପାଠ ଆଧାରକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଆଇନଜୀବୀମାନଙ୍କ ବିରୁଦ୍ଧରେ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ତାହା ଏକ ତରଫା।

ଏଥି ପାଇଁ ଓକିଲମାନଙ୍କ ପକ୍ଷରୁ କୌଣସି ଯୁକ୍ତି ଉପସ୍ଥାପନା ଓ ମତବ୍ୟକ୍ତ କରିବାକୁ ସୁଯୋଗ ଦିଆନଯାଇ ଓକିଲମାନଙ୍କ ବିରୁଦ୍ଧରେ ଏପରି ନିର୍ଦେଶ ଦିଆଯାଇଛି। ଏବଂ ରାଜ୍ୟ ଆଇନଜୀବୀ ପରିଷଦ ଓ ଭାରତୀୟ ଆଇଜୀବୀ ପରିଷଦର ଓକିଲ ମାରଣ ନୀତିକୁ ବିରୋଧ କରାଯାଇଛି। ଆଡ୍‌ଭୋକେଟ୍ ଜେନେରାଲ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାକୁ ନିନ୍ଦା କରିବା ସହ ଆଇନଜୀବୀମାନଙ୍କ ନାର୍ଯ୍ୟ ଦାବି ରଖିବା ତଥା ଯୁକ୍ତି ରଖିବା ପାଇଁ ସୁଯୋଗ ଦିଆନଯିବାରୁ ଏହାର ପ୍ରତିବାଦ କରାଯଇଥିଲା। ଏଥି ସହ ରାଜ୍ୟ ଆଇନଜୀବୀ ପରିଷଦର ନିର୍ବାଚନ କରିବାକୁ ଦାବି କରାଯାଇଥିଲା।

ଏହି ସତ୍ୟାଗ୍ରହରେ ନିଖିଳ ଓଡ଼ିଶା ଆଇନଜୀବୀ ମହାସଂଘ ଷ୍ଟିଅରିଂ କମିଟି ଅଧ୍ୟକ୍ଷ ବରିଷ୍ଟ ଆଇନଜୀବୀ ଶିବାନନ୍ଦ ରାୟ, ଭୁବନେଶ୍ୱର ଓକିଲ ସଂଘର ସଭାପତି ରବିନାରାୟଣ ସମାନ୍ତରାୟ, ସଂଘର ସମ୍ପାଦକ ରାଜ୍ କିଶୋର ଦାସ, ଉପସଭାପତି ଅଭିମନ୍ୟୁ ସାଇଁ, ଯୁଗ୍ମ ସମ୍ପାଦକ ଅଶୋକ କୁମାର ବଡ଼ପଣ୍ଡା, କୋଷାଧକ୍ଷ ଦିବାକର ମିଶ୍ର, ସହସମ୍ପାଦକ ରାଜେନ୍ଦ୍ର କୁମାର ଦାସ, ରାଜ୍ୟ ଆଇନଜୀବୀ ପରିଷଦ ପୂର୍ବତନ ସଦସ୍ୟ ଆତ୍ମ ପ୍ରକାଶ ମହାନ୍ତି ଉପସ୍ଥିତ ଥିଲେ।

ସେହିପରି ସଂଘର ପୂର୍ବତନ ସଭାପତି ଅନନ୍ତ ପ୍ରସାଦ ଜେନା, ଜେହେଦୁର ରେହେମାନ୍‌, ଜିୱାଲ ହକ୍‌, ଦୁର୍ଗା ମାଧବ ମିଶ୍ର, ଅଶୋକ କୁମାର ପାତ୍ର, ସୁଧିର ମହାନ୍ତି, ସୁଧାଂଶୁ ମିଶ୍ର, ବିଶ୍ୱଭୂଷଣ ପ୍ରଧାନ, ବନ ମହାନ୍ତି, ଲିଙ୍ଗରାଜ ସାହୁ, ଭାଗବତୀ ରାଉତରାୟ, ସ୍ୱାଗତିକା ରଥ, ସସ୍ମିତା ଦାସ ସମେତ ସମସ୍ତ କାର୍ଯ୍ୟକାରୀସଦସ୍ୟ, ଶତାଧିକ ପୁରୁଷ ଓ ମହିଳା ଆଇନଜୀବୀମାନେ ସାମିଲ ହୋଇଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱରଠାରେ ‘ଇନୋଭେସନ ଫେଷ୍ଟିଭାଲ-୨୦୨୬’ ଉଦଘାଟିତ

March 1, 2026

ଆଦିବାସୀ ଉନ୍ନତିକୁ ଗତି: କଳା, ସଂସ୍କୃତି ଓ ଉଦ୍ୟୋଗର ବିକାଶ ପାଇଁ ନୂତନ ପଦକ୍ଷେପ 

March 1, 2026

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହା ଅଭିଯାନରେ ଯୋଗ ଦେଲେ ଉପମୁଖ୍ୟମନ୍ତ୍ରୀ

March 1, 2026

ଆଜି ଭାରତ ଦ୍ରୁତ ଗତିରେ ବିଶ୍ୱ ସେମିକଣ୍ଡକ୍ଟର ମୂଲ୍ୟ ଶୃଙ୍ଖଳାର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି: ପ୍ରଧାନମନ୍ତ୍ରୀ

March 1, 2026
Latest News

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱରଠାରେ ‘ଇନୋଭେସନ ଫେଷ୍ଟିଭାଲ-୨୦୨୬’ ଉଦଘାଟିତ

March 1, 2026

ଆଦିବାସୀ ଉନ୍ନତିକୁ ଗତି: କଳା, ସଂସ୍କୃତି ଓ ଉଦ୍ୟୋଗର ବିକାଶ ପାଇଁ ନୂତନ ପଦକ୍ଷେପ 

March 1, 2026

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହା ଅଭିଯାନରେ ଯୋଗ ଦେଲେ ଉପମୁଖ୍ୟମନ୍ତ୍ରୀ

March 1, 2026

ଆଜି ଭାରତ ଦ୍ରୁତ ଗତିରେ ବିଶ୍ୱ ସେମିକଣ୍ଡକ୍ଟର ମୂଲ୍ୟ ଶୃଙ୍ଖଳାର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି: ପ୍ରଧାନମନ୍ତ୍ରୀ

March 1, 2026

ଦୁଇ ଦିନିଆ ୟୁ-ଡାଇସ୍ ପ୍ଲସ୍ ସମ୍ପର୍କିତ ଜାତୀୟ କର୍ମଶାଳା ଉଦଯାପିତ 

March 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.