Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଚିଲିକା ବ୍ଲକରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ
ଆଞ୍ଚଳିକ

ଚିଲିକା ବ୍ଲକରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ

December 12, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
Chilika Blaock
ଚିଲିକା ବ୍ଲକରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ସଭାଗୃହରେ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଏସପି ସିଦ୍ଧାର୍ଥ କଟାରିଆ, ଏଡିଏମ୍ ମନୋଜ ପାଢ଼ୀ, ଉପଜିଲ୍ଲାପାଳ ଦିପ୍ତୀରଞ୍ଜନ ସେଠି, ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ, ବିଡ଼ିଓ ଜଗଦୀଶ ଷଡ଼ଙ୍ଗୀ, ତହସିଲଦାର ପ୍ରଦୀପ କୁମାର ସାହୁ, ଚିଲିକା ପଞ୍ଚାୟତ ସମିତି ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା, ସିଡ଼ିଏମଓ ଡ଼ା ଆର୍ତ୍ତବନ୍ଧୁ ନାୟକ ଆଦି ଉପସ୍ଥିତ ଥିଲେ। ଏଥିରେ ଚିଲିକା ବ୍ଲକ ଅନ୍ତର୍ଗତ ମୋଟ ୧୭ ଟି ପଞ୍ଚାୟତର ବିଭିନ୍ନ ସ୍ଥାନରୁ ବ୍ୟକ୍ତିଗତ, ସାମୁହିକ, ଦିବ୍ୟାଙ୍ଗ ଦରଖାସ୍ତ ଓ ନିବେଦନ ଧରି ଆସିଥିବା ମୋଟ ୩୭୧ ଗୋଟି ମାମଲା ବିଚାର ପାଇଁ ପଞ୍ଜିକରଣ ହୋଇଥିଲା।

ଏହି ଅବସରରେ ଚିଲିକା ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀ, ଯନ୍ତ୍ରୀ, ସ୍ଵାସ୍ଥ୍ୟ ବିଭାଗ ଅଧିକାରୀ, ସିଡିପିଓ, ଚିଲିକା ଵ୍ଲକ ଅଧୀନ ବିଭିନ୍ନ ପଦସ୍ଥ ଅଧିକାରୀ, ୧୭ ଟି ପଞ୍ଚାୟତ ର ଜନ ପ୍ରତିନିଧିମାନେ ଉପସ୍ଥିତ ରହି ସମସ୍ୟା ସମାଧାନ ଦିଗରେ ଆବଶ୍ୟକ ପ୍ରଶ୍ନର ଉତ୍ତର ଦେଇଥିଲେ। ଜଣେ ହିତାଧିକାରୀଙ୍କୁ ରେଡ କ୍ରସ ପାଣ୍ଠିରୁ ୫୦୦୦ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ ଦୁଇ ଜଣ ଦିବ୍ୟାଙ୍ଗକୁ ତିନି ଚକିଆ ସାଇକେଲ ପ୍ରଦାନ କରାଯାଇଥିଲା।

ଏହି ଅବସରରେ ଆଜି ଦିନସାରା ଚିଲିକା ବ୍ଲକ ପରିସରରେ ପ୍ରବଳ ଜନଗହଳି ଲାଗି ରହିଥିଲା। ଆଇନ ଶୃଙ୍ଖଳା ରକ୍ଷାପାଇଁ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକଙ୍କ ତତ୍ୱାବଧାନରେ ବାଲୁଗାଁ ଆଇଆଇସି ରଶ୍ମିରଞ୍ଜନ ଦାସ ଏବଂ ନାଚୁଣୀ ଫାଣ୍ଡି ଅଧିକାରୀ କେଶବ ବେହେରାଙ୍କ ସମେତ ବହୁ ସବ ଇନ୍ସପେକ୍ଟର ମାନେ ନିୟୋଜିତ ହୋଇଥିଲେ।

Khorda Collector ଖୋର୍ଦ୍ଧା ଜିଲ୍ଲାପାଳ ଚିଲିକା ବ୍ଲକ
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମହାବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ

October 2, 2026

ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ସାଧାରଣ ସଭା: ସମବାୟର ବିକାଶ ଓ ବ୍ୟବସାୟିକ ଅଭିବୃଦ୍ଧି ଉପରେ ଗୁରୁତ୍ୱ

September 30, 2026

କର୍ତ୍ତବ୍ୟନିଷ୍ଠ ଶିକ୍ଷୟିତ୍ରୀ ବିନୋଦିନୀ କୁଣ୍ଡୁଙ୍କୁ ଭାବବିହ୍ୱଳ ବିଦାୟ

September 30, 2026

ପଥୁରିଆ ଅଙ୍ଗନୱାଡି କେନ୍ଦ୍ରରେ ୯ମ ରାଷ୍ଟ୍ରୀୟ ପୋଷଣ ମାସ–୨୦୨୬

September 30, 2026
Latest News

ଇତିହାସ ରଚିଲା ଭାରତର ମହିଳା ହକି ଦଳ: ୪୪ ବର୍ଷ ପରେ ଏସୀୟ କ୍ରୀଡ଼ାରେ ଜିତିଲା ସ୍ୱର୍ଣ୍ଣ ପଦକ

October 2, 2026

ଖୋରଧା ଠାରେ ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

October 2, 2026

ଅକ୍ଟୋବର ୨୬ରୁ ରାଜ୍ୟ ସରକାରଙ୍କ ହବିଷିଆଳି ଯୋଜନା: ୬ରୁ ଅନଲାଇନ୍ ଆବେଦନ

October 2, 2026

ଚାମେଲି ଓଝାଙ୍କୁ ଦୁର୍ବ୍ୟବହାର ମାମଲା: ତଦନ୍ତ କରିବେ ଜାତୀୟ ମାନବାଧିକାର କମିଶନ

October 2, 2026

ଗାଁ ମାଟିରେ କବି ଗୋଦାବରୀଶ ମହାପାତ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ପାଳିତ

October 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.