ଖାଦ୍ୟ ସବସିଡ ପ୍ରଦାନ ପାଇଁ ମନ୍ତ୍ରୀ ପୀୟୁଶ ଗୋଏଲଙ୍କୁ ଭେଟିଲେ ବିଜେଡି ସଂସଦୀୟ ଦଳ

Published: Dec 19, 2022, 4:51 pm IST

ନୂଆଦିଲ୍ଲୀ: ଆଜି ବିଜେଡି ସଂସଦୀୟ ଦଳର ନେତାମାନେ ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୁଶ ଗୋୟଲଙ୍କୁ ସାକ୍ଷାତ କରିଛନ୍ତି। ସଂସଦୀୟ ଦଳର ନେତା ପିନାକୀ ମିଶ୍ରଙ୍କ ନେତୃତ୍ୟରେ ଏହି ଦଳ ଏକ ଦାବୀପତ୍ର ମଧ୍ୟ ପ୍ରଦାନ କରିଛନ୍ତି। ଏଥିରେ ସେମାନେ ଓଡିଶାକୁ ବକେୟା ଥିବା ଖାଦ୍ୟ ସବସିଡ ପ୍ରଦାନ ପାଇଁ ଦାବୀ କରିଛନ୍ତି।

ଗତ ନଭେମ୍ବର ମାସ ପର୍ଯ୍ୟନ୍ତ ଓଡିଶାକୁ ଯେଉଁ ଖାଦ୍ୟ ସବସିଡ ପ୍ରଦାନ କରିବା କଥା ତାହା କରି ନାହଁନ୍ତି। ହିସାବ ଅନୁସାରେ 14 ହଜାର 292 କୋଟି ଟଙ୍କା ବକେୟା ରହିଛି। ସେହିପରି ଅତିରିକ୍ତ ସୁଧା ବାବଦନରେ କେନ୍ଦ୍ର 6 ହଜାର 187 କୋଟି ଟଙ୍କା ବାକି ରହିଛି। ଏହି ବକେୟା ରାଶିକୁ ଶିଘ୍ର ପ୍ରଦାନ କରିବା ପାଇଁ ବିଜେଡି ସାଂସଦମାନେ ଦାବୀ କରିଛନ୍ତି।

Related posts