Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧାରେ ହେବ ନିଯୁକ୍ତି ମେଳା, ଯୋଗ୍ୟତା ୫ମ ରୁ ୧୦ମ ଫେଲ
ଆଜିର ଖବର

ଖୋର୍ଦ୍ଧାରେ ହେବ ନିଯୁକ୍ତି ମେଳା, ଯୋଗ୍ୟତା ୫ମ ରୁ ୧୦ମ ଫେଲ

December 29, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
Job Mela in Khordha
ଖୋର୍ଦ୍ଧାରେ ହେବ ନିଯୁକ୍ତି ମେଳା, ଯୋଗ୍ୟତା ୫ମ ରୁ ୧୦ମ ଫେଲ

ଭୁବନେଶ୍ୱର/ଖୋର୍ଦ୍ଧା:  ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ, ଓଡ଼ିଶାଙ୍କ ତରଫରୁ ଜିଲ୍ଲା ପ୍ରଶାସନ, ଖୋର୍ଦ୍ଧା ଆନୁକୂଲ୍ୟରେ ଚଳିତ ବର୍ଷ ଏକ କ୍ଷୁଦ୍ର ନିଯୁକ୍ତି ମେଳା ତଥା ପରାମର୍ଶ ଶିବିର ଆୟୋଜନ ହେବ। ଏହା ଆଗାମୀ ୫ ଜାନୁଆରୀ,୨୦୨୩ ପୂର୍ବାହ୍ନ. ୧୦ଟା ସମୟରେ ୟୁନିଟ – ୮ ଭୁବନେଶ୍ଵର ସ୍ଥିତ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଭୁବନେଶ୍ଵର ଅନୁଷ୍ଠିତ ହେବ ।

ଏହା ଭୁବନେଶ୍ଵର, ଜଟଣୀ ,ବାଲିଅନ୍ତା ଓ ବାଲିପାଟଣା ପଞ୍ଚାୟତ ସମିତି ଅନ୍ତର୍ଗତ ପ୍ରାର୍ଥୀ ,ପ୍ରାର୍ଥିନୀମାନଙ୍କ ନିମନ୍ତେ ଅନୁଷ୍ଠିତ ହେବ । ଏହି ନିଯୁକ୍ତି ମେଳାରେ ରାଜ୍ୟ ଓ ରାଜ୍ୟ ବାହାରର ବିଭିନ୍ନ ନିଯୁକ୍ତିଦାତା ସଂସ୍ଥାମାନେ ଯୋଗ ଦେବେ । ଏହା ବ୍ୟତୀତ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ (ଓଏସଡିଏ) ସହ ବୁଝାମଣା ପତ୍ର (ଏମ୍ଓୟୁ) ସ୍ଵାକ୍ଷର କରିଥିବା ପ୍ରକଳ୍ପ କାର‌୍ୟ୍ୟକାରିଣୀ ସଂସ୍ଥା (ପିଆଇଏ)ମାନେ ମଧ୍ୟ ଯୋଗଦେବେ । ସମସ୍ତ ନିଯୁକ୍ତିଦାତା ସଂସ୍ଥାମାନଙ୍କରେ ସିଧାସଳଖ ନିଯୁକ୍ତିର ସୁଯୋଗ ରହିଅଛି ।

ପ୍ରକଳ୍ପ କାର୍ଯ୍ୟକାରିଣୀ ସଂସ୍ଥା ମାଧ୍ୟମରେ ପ୍ରାର୍ଥୀ ବା ପ୍ରାର୍ଥିନୀମାନେ ଜିଲ୍ଲା ମଧ୍ୟରେ ତାଲିମ ନେଇ ମଧ୍ୟ ନିଶ୍ଚିତ ନିଯୁକ୍ତିର ସୁଯୋଗ ହାସଲ କରିପାରିବେ । ସୁତୁରାଂ ଭୁବନେଶ୍ଵର,ଜଟଣୀ, ବାଲିଅନ୍ତା ଓ ବାଲିପାଟଣା ପଞ୍ଚାୟତ ସମିତି ଅନ୍ତର୍ଗତ ରୋଜଗାର ସନ୍ଧାନରେ ଥିବା ୫ମ ଶ୍ରେଣୀ ପାସ ଠାରୁ ଦଶମ ଶ୍ରେଣୀ ଫେଲ ପର୍ଯ୍ୟନ୍ତ ଏବଂ ମାଟ୍ରିକ ପାସ ଠାରୁ ସ୍ନାତକ ବା ଆଇ.ଟି.ଆଇ କିମ୍ବା ଡିପ୍ଲୋମା ବା ଏଏନମ, ଜିଏନମ ଉତ୍ତୀର୍ଣ୍ଣ ହୋଇଥିବା ଆଗ୍ରହୀ ଯୁବକ ବା ଯୁବତୀ ମାନେ ନିଯୁକ୍ତି ମେଳା ଦିନ ୟୁନିଟ-୮, ଭୁବନେଶ୍ଵର ସ୍ଥିତ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ନିଜର ନାମ ପଞ୍ଜୀକୃତ କରି ଏହି ମେଳାରେ ଭାଗନେଇ ପାରିବେ ।

ଏଥିପାଇଁ ପ୍ରାର୍ଥୀ ପ୍ରାର୍ଥିନୀମାନେ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା, ବାସିନ୍ଦା ପ୍ରମାଣ ପତ୍ର, ଜାତିଗତ ପ୍ରମାଣ ପତ୍ର, ଆଧାର ପ୍ରମାଣ ପତ୍ର, ଡ୍ରାଇଭିଙ୍ଗ ଲାଇସେନ୍ସର ଏକକିତା ନକଲ ସହ ପାସପୋର୍ଟ ସାଇଜର ଫଟୋ ୬ଗୋଟି ସାଥିରେ ଆଣିବାକୁ ଅନୁରୋଧ କରାଯାଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ, ଖୋର୍ଦ୍ଧା ତରଫରୁ ସମସ୍ତ ନିଯୁକ୍ତି ଆଶାୟୀ ପ୍ରାର୍ଥୀ, ପ୍ରାର୍ଥିନୀମାନଙ୍କୁ ଉକ୍ତ ନିଯୁକ୍ତି ମେଳା ତଥା ପରାମର୍ଶ ଶିବିରରେ ଯୋଗଦେଇ ଏହାର ସୁଯୋଗ ନେବାକୁ ଜିଲ୍ଲାପାଳ ଖୋର୍ଦ୍ଧା ଏବଂ ଆଂଚଳିକ ସହକାରୀ ନିୟୋଜନ ନିର୍ଦ୍ଦେଶକ,ଭୁବନେଶ୍ୱରଙ୍କ ତରଫରୁ ଏବଂ ଜିଲ୍ଲାପାଳ ଖୋର୍ଦ୍ଧାଙ୍କ ତରଫରୁ ସୂଚନା ପ୍ରଦାନ କରାଯାଇଛି ।

ପ୍ରକାଶ ଥାଉକି, ଏହି ନିଯୁକ୍ତି ମେଳା ତଥା ପରାମର୍ଶ ଶିବିରରେ ଅଂଶଗ୍ରହଣ କରୁଥିବା ନିଯୁକ୍ତିଦାତା ସଂସ୍ଥା ଏବଂ ପ୍ରକଳ୍ପ କାର‌୍ୟ୍ୟକାରିଣୀ ସଂସ୍ଥା ମାନଙ୍କର ସବିଶେଷ ତଥ୍ୟ ନିକଟସ୍ଥ ପଞ୍ଚାୟତ ସମିତି କାର‌୍ୟ୍ୟଳୟରେ ଉପଲବ୍ଧ ହେବ । ଭୁବନେଶ୍ଵର ମହାନଗର ନିଗମ ଏବଂ ଜଟଣୀ ପୌରପରିଷଦ , ଅନ୍ତର୍ଗତ ପ୍ରାର୍ଥୀ ଓ ପ୍ରାର୍ଥିନୀମାନେ ନିର୍ଦ୍ଧାରିତ ଦିବସ ଓ ସ୍ଥାନରେ ନିଜର ନାମ ପଞ୍ଜିକରଣ କରି ଏହି ମେଳାରେ ଭାଗ ନେଇ ପାରିବେ।

ଆଜି ଏହି ପରିପ୍ରେକ୍ଷୀରେ ପୂର୍ବାହ୍ନରେ ଏକ ବୈଠକ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଓସ୍ୱାନ୍ ସଭାଗୃହରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଓ କାର‌୍ୟ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦିଗନ୍ତ କୁମାର ରାଉତରାୟ, ଆଂଚଳିକ ସହକାରୀ ନିୟୋଜନ ନିର୍ଦ୍ଦେଶକଙ୍କ ସହିତ ଜିଲ୍ଲାର ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ରହି ଏହି ନିଯୁକ୍ତିମେଳାର ଆୟୋଜନ ନିମନ୍ତେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ଖୋର୍ଦ୍ଧା ଜିଲ୍ଲା ନିଯୁକ୍ତି ମେଳା
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ ନାଁରେ ମାମଲା ରୁଜୁ

June 2, 2026

ଆଜି ଶପଥ ଗ୍ରହଣ କରିବେ ସୁପ୍ରିମକୋର୍ଟର ୫ ନୂତନ ବିଚାରପତି

June 2, 2026

ଆସନ୍ତା ୧୯ରେ ରାଷ୍ଟ୍ରପତି, ୨୦ରେ ଆସିବେ ପ୍ରଧାନମନ୍ତ୍ରୀ

June 2, 2026

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ କଣ କଲେ ଆଲୋଚନା, ଜାଣନ୍ତୁ ପୁରା ଖବର

June 2, 2026
Latest News

ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ ନାଁରେ ମାମଲା ରୁଜୁ

June 2, 2026

ଆଜି ଶପଥ ଗ୍ରହଣ କରିବେ ସୁପ୍ରିମକୋର୍ଟର ୫ ନୂତନ ବିଚାରପତି

June 2, 2026

ଆସନ୍ତା ୧୯ରେ ରାଷ୍ଟ୍ରପତି, ୨୦ରେ ଆସିବେ ପ୍ରଧାନମନ୍ତ୍ରୀ

June 2, 2026

ରକ୍ଷକ ନା ଭକ୍ଷକ? ଓଡ଼ିଶା ପୋଲିସକୁ ନେଇ ବଢ଼ୁଛି ପ୍ରଶ୍ନ ?

June 2, 2026

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ କଣ କଲେ ଆଲୋଚନା, ଜାଣନ୍ତୁ ପୁରା ଖବର

June 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.