![](https://thesamikhsya.com/odia/wp-content/uploads/2023/01/delet-1.jpg)
ସୀତାରାମ ଅଗ୍ରୱାଲ
ଟାଙ୍ଗୀ: ଆଜି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଉଗ୍ରତାରା ପୀଠରେ ପହଞ୍ଚି ମା’ଙ୍କୁ ଦର୍ଶନ କରିଛନ୍ତି। ମା’ ଉଗ୍ରତାରା ମନ୍ଦିର ମଧ୍ୟରେ ପହଞ୍ଚି ମାଙ୍କ ନିକଟରେ ଦିପ ଜାଳି ରାଜ୍ୟ ବାସୀଙ୍କ ଶୁଭ ମନାସିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶ ଧାରାକୁ ଓଡିଶାବାସୀ ସମର୍ଥନ କରିବେ। ଭାରତ ବର୍ଷ ବିଶ୍ୱରେ ଶ୍ରେଷ୍ଠ ହେବ ଏବଂ ଜି୨୦ ଓଡ଼ିଶାରେ କାର୍ଯ୍ୟକାରୀ ହେବ ସେଥିପାଇଁ ମା’ ଉଗ୍ରତାରାଙ୍କ ନିକଟରେ ସେ ଆଶିଷ ଭିକ୍ଷା କରିଛନ୍ତି।
ରାଜନୈତିକ ଦୃଷ୍ଟି କୋଣରୁ ୨୦୧୯ ନିର୍ବାଚନରେ ରାଜ୍ୟବାସୀ ବିପୁଳ ସମର୍ଥନ କରି ବିରୋଧୀ ଦଳରେ ବସାଇଛନ୍ତି। ଆଗାମୀ ଦିନରେ ଓଡ଼ିଶାର ଜନସାଧାରଣ ବିଜେପିକୁ ସମର୍ଥନ କରିବେ ଏବଂ ରାଜ୍ୟରେ କିଭଳି ବିଜେପି ସରକାର କରିବ, ସେଥିପାଇଁ ମା’ ଉଗ୍ରତାରାଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।
ସମୀର ମହାନ୍ତିଙ୍କ ସହିତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁ ଖଣ୍ଡାୟତରାୟ, କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ରଂଜନ ମଗଂରାଜଙ୍କ ଅନ୍ୟାନ୍ୟ ବରିଷ୍ଠ କର୍ମକର୍ତ୍ତା ଓ ବିଜେପି କର୍ମୀମାନେ ଉପସ୍ଥିତ ଥିଲେ।