ସମ୍ବଲପୁର ବିଶ୍ବବିଦ୍ୟାଳୟକୁ ମିିଳିଲା ନୂଆ କୁଳପତି

Published: Jan 8, 2023, 9:28 pm IST
vc

ଭୁବନେଶ୍ବର: ଆଜି ସମ୍ବଲପୁର ବିଶ୍ବବିଦ୍ୟାଳୟକୁ ମିଳିଛି ନୂଆ କୁଳପତି। ଆଜି ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଷୀଲାଲ ଏହି ନିଯୁକ୍ତି ଦେଇଛନ୍ତି। ସେ ହେଉଛନ୍ତି ପ୍ରଫେସର ବିଧୂଭୂଷଣ ମିଶ୍ର। ତାଙ୍କୁ ଚାରିବର୍ଷ କିମ୍ବା ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ ନିଯୁକ୍ତି ଦିଆଯାଇଛି।

ପ୍ରଫେସର ମିଶ୍ର ନିକଟରେ ଉତ୍କଳ ବିଶ୍ବବିଦ୍ୟାଳୟର ବିଜନେସ ଆଡମିନଷ୍ଟ୍ରେସନ ବିଭାଗର ପ୍ରଫେସରରୁ ଅବସର ଗ୍ରହଣ କରିଛନ୍ତି। ସେ ବିଭିନ୍ନ ବିଷୟରେ ନଅ ଟି ପୁସ୍ତକ ରଚନା କରିଥିବା ବେଳେ ପ୍ରାୟ 122ଟି ପ୍ରବନ୍ଧ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇଛି। ତାଙ୍କର 34 ବର୍ଷର ଶିକ୍ଷାଦାନ ଅଭିଜ୍ଞତା ରହିଛି। ଏଥିସହିତ ତାଙ୍କ ଅଧିନରେ 39 ଜଣ ପିଏଚଡି ଏବଂ 3 ଜଣ ଏମଫିଲ ଡିଗ୍ରୀ ହାସଲ କରିଛନ୍ତି।

Related posts