ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ଥାନା ଅନ୍ତର୍ଗତ ଖମାରହଳଦୀର ବିଜୁ ଏକ୍ସପ୍ରେସ ରାସ୍ତାରେ ନିୟୋଜିତ ମେସିନ ଜଣେ ଲୋକଙ୍କ ଉପରେ ଚଢିଯିବାରୁ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ଜଣଜ ହେଲେ ଧର୍ମଗଡ଼ ଥାନା ଅନ୍ତର୍ଗତ ଛେଣ୍ଡିଆ ଗ୍ରାମର ଚମାର ନିଆଲ (୫୫) ବୋଲି ଜଣାପଡିଛି।
ସୂଚନାମତେ ଚମାର ନିଆଲ ବିଜୁ ଏକ୍ସପ୍ରେସ ରାସ୍ତା କାମରେ ଦୀର୍ଘଦିନ ଧରି ଶ୍ରମିକ ଭାବରେ କାମ କରୁଥିଲେ। ରାସ୍ତାରେ ନିୟୋଜିତ ମେସିନ ରାସ୍ତାରେ ପଡିରହିଥିବା ମେଟାଲ ଗୁଡିକୁ ସମାନ କରୁଥିବା ସମୟରେ ଏପରି ଦୁର୍ଘଟଣା ଘଟିଛି। ସହାୟତା ପାଇଁ ସ୍ଥାନୀୟ ଲୋକେ ମୃତ ଦେହକୁ ରାସ୍ତାରେ ମଝିରେ ରଖି ଦୀର୍ଘ ୫ ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ।
ଖବର ପାଇ ଗୋଳାମୁଣ୍ଡା ପୋଲିସ ଆଇଆଇସି ଯୁଗଳ ଶବର ତାଙ୍କର ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ବୁଝା ସୁଝା କଲାପରେ ଧାରଣରୁ ଓହରି ଥିବା ଜଣାପଡିଛି।