Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କବି ସୂର୍ଯ୍ୟ ମିଶ୍ରଙ୍କୁ ମିଳିଲା ‘ଏକା ଏକା ସାହିତ୍ୟ ସମ୍ମାନ’
ଆଜିର ଖବର

କବି ସୂର୍ଯ୍ୟ ମିଶ୍ରଙ୍କୁ ମିଳିଲା ‘ଏକା ଏକା ସାହିତ୍ୟ ସମ୍ମାନ’

February 19, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Sahitya
କବି ସୂର୍ଯ୍ୟ ମିଶ୍ରଙ୍କୁ ମିଳିଲା ‘ଏକା ଏକା ସାହିତ୍ୟ ସମ୍ମାନ’

ଭୁବନେଶ୍ୱର: ସାହିତ୍ୟ ପତ୍ରିକା ‘ଏକା ଏକା’ ପକ୍ଷରୁ ଆଜି କାବ୍ୟୋତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ପାନ୍ଥନିବାସ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସାରସ୍ୱତ କାର୍ଯ୍ୟକ୍ରମରେ ପଦ୍ମବିଭୂଷଣ ଡ. ସୀତାକାନ୍ତ ମହାପାତ୍ର, ଡ. ସୌଭାଗ୍ୟ କୁମାର ମିଶ୍ର, ଡ. ରାଜେଂଦ୍ର କିଶୋର ପଂଡ଼ା, ଶ୍ରୀ ଅମରେଶ ପଟ୍ଟନାୟକ ଓ ରୋହିଣୀକାନ୍ତ ମୂଖାର୍ଜୀ ପ୍ରମୁଖ ମଂଚାସୀନ ରହି କବିତାପାଠ ସମେତ ନିଜସ୍ୱ ବକ୍ତବ୍ୟ ରଖି ‘ଏକା ଏକା’ ପତ୍ରିକାର ପୁନର୍ଜନ୍ମ ନେଇ ଶୁଭକାମନା ଜ୍ଞାପନ କରିଥିଲେ।

ଏହି ଅବସରରେ ବିଶିଷ୍ଟ କବି ସୂର୍ଯ୍ୟ ମିଶ୍ରଙ୍କୁ କାର୍ଯ୍ୟକ୍ରମରେ ‘ଏକା ଏକା ସାହିତ୍ୟ ସମ୍ମାନ’ ପ୍ରଦାନ କରାଯାଇଥିଲା। ଦଶ ହଜାର ଟଙ୍କା ଅର୍ଥରାଶି ସହିତ ଉପାୟନ ଓ ଅଙ୍ଗବସ୍ତ୍ର ଦିଆଯାଇ କବି ଶ୍ରୀ ମିଶ୍ରଙ୍କୁ ସମ୍ମାନିତ କରାଯାଇଥିଲା ଓ ଅତିଥିମାନେ ତାଙ୍କର ସାରସ୍ୱତ ଜୀବନର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। କବି ଶ୍ରୀ ମିଶ୍ର କବିତା ଓ ସାରସ୍ୱତ କ୍ରିୟାଶୀଳତା ପ୍ରତି ତାଙ୍କର ପ୍ରତିବଦ୍ଧତା ପ୍ରକାଶ କରିଥିଲେ।

‘ଏକା ଏକା’ର ସଂପାଦକ ଡ. ହିମାଂଶୁ କୁମାର ପଟ୍ଟନାୟକ ଓ ଆବାହକ ଅଧ୍ୟାପକ ଆଭାସ ବରାଳ ସମଗ୍ର କାର୍ଯ୍ୟକ୍ରମର ଯଥାକ୍ରମେ ସଂଚାଳନା ଓ ସଂଯୋଜନା କରି ଉପସ୍ଥିତ କବି-ସାହିତି୍ୟକମାନଙ୍କୁ ସ୍ୱାଗତ ଜଣାଇଥିଲେ। ଦୁହେଁ ‘ଏକା ଏକା’ ସାହିତ୍ୟ ପତି୍ରକାର ଅଭିବୃଦ୍ଧି ନିମନ୍ତେ ଉପସ୍ଥିତ ଲେଖକମାନଙ୍କ ସହଯୋଗ କାମନା କରିଥିଲେ।

ଆୟୋଜିତ ‘କାବ୍ୟୋତ୍ସବ’ରେ ଅତିଥି କବିମାନଙ୍କ ସମେତ ନିମନ୍ତ୍ରିତ କବି ଭାବରେ ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି ପ୍ରବାସିନୀ ମହାକୁଡ଼ ଓ ରକ୍ଷକ ନାୟକଙ୍କ ସମେତ ଅମରେନ୍ଦ୍ର ମାଧବ ଦାଶ, ଡ. ଅଶୋକ ସିଂହ, ବିଭୂତି ପାଣିଗ୍ରାହୀ, ଡ. ଜୟଶ୍ରୀ ପଟ୍ଟନାୟକ, କେଦାର ମିଶ୍ର, ଅଧ୍ୟାପିକା ମାନିନୀ ଜେନା, ମନୁଆ ଦାଶ, ମୌସୁମୀ ଦାସ, ମିନତୀ ମିଶ୍ର, ଡ. ନନ୍ଦକିଶୋର ବିଶ୍ୱାଳ, ନଟବର ସାହୁ, ପବିତ୍ର ମୋହନ କର, ରାଜକିଶୋର ଦାଶ, ସଂଘମିତ୍ରା ସାମନ୍ତରାୟ, ଶାକ୍ୟସିଂହ ମହାପାତ୍ର, ଡ. ସ୍ୱପ୍ନା ମିଶ୍ର, ଲକ୍ଷ୍ମୀକାନ୍ତ ପାଇକରାୟ ଓ ସଂଜୟ ମହାନ୍ତି ପ୍ରମୁଖ ସ୍ୱରଚିତ ଲେଖା ପାଠ କରିଥିଲେ। ଶ୍ରୀ ଭିକାରୀ ଧଳ କବିତାଗୁଡ଼ିକର ସଂଯୋଜନା କରିଥିଲେ।

BJP Ads
Share. Facebook Twitter LinkedIn Email WhatsApp Copy Link

Related Posts

ମଣିପୁରରେ ଚାରି କୁକି ଉଗ୍ରବାଦୀ ନିହତ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

November 5, 2025

ନୂଆପଡା ଉପନିର୍ବାଚନ: ବିଜେପି ବାଣ୍ଟିଲା ଶାଢ଼ୀ ଓ ଟଙ୍କା, ସିଇଓ ନିକଟରେ ଫେରାଦ୍ ହେଲା ରାଜ୍ୟ କଂଗ୍ରେସ 

November 5, 2025

Nuapada Bypoll: ଶାସକ ବିଜେପି ବିରୋଧରେ ସାଘାଂତିକ ଅଭିଯୋଗ କଲା ବିଜେଡି, ଜାଣନ୍ତୁ କଣ..

November 5, 2025

ଘୋଷଣା ହେଲା ଦକ୍ଷିଣ ଆଫ୍ରିକା ବିରୋଧରେ ଟେଷ୍ଟ ଦଳ: ଫେରିଲେ ଉପ-ଅଧିନାୟକ ରିଷଭ ପନ୍ତ

November 5, 2025
BJP Ads
Latest News

ମଣିପୁରରେ ଚାରି କୁକି ଉଗ୍ରବାଦୀ ନିହତ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

November 5, 2025

ନୂଆପଡା ଉପନିର୍ବାଚନ: ବିଜେପି ବାଣ୍ଟିଲା ଶାଢ଼ୀ ଓ ଟଙ୍କା, ସିଇଓ ନିକଟରେ ଫେରାଦ୍ ହେଲା ରାଜ୍ୟ କଂଗ୍ରେସ 

November 5, 2025

Nuapada Bypoll: ଶାସକ ବିଜେପି ବିରୋଧରେ ସାଘାଂତିକ ଅଭିଯୋଗ କଲା ବିଜେଡି, ଜାଣନ୍ତୁ କଣ..

November 5, 2025

ଘୋଷଣା ହେଲା ଦକ୍ଷିଣ ଆଫ୍ରିକା ବିରୋଧରେ ଟେଷ୍ଟ ଦଳ: ଫେରିଲେ ଉପ-ଅଧିନାୟକ ରିଷଭ ପନ୍ତ

November 5, 2025

ବିଶ୍ୱବ୍ୟାପୀ ବୃଦ୍ଧି ପାଉଛି EDର ଖ୍ୟାତି!: ଭାରତୀୟ ସଂସ୍ଥାକୁ ପ୍ରଶଂସା କଲା FATF

November 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.