Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମୁଖ୍ୟ ଶାସନ ସଚିବଙ୍କ ବଦାନ୍ୟତା,  ତିନି ଅନାଥ ଶିଶୁ ପାଇଲେ ସାହାରା
ବିଶେଷ ଖବର

ମୁଖ୍ୟ ଶାସନ ସଚିବଙ୍କ ବଦାନ୍ୟତା,  ତିନି ଅନାଥ ଶିଶୁ ପାଇଲେ ସାହାରା

March 6, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Pradeep Jena
ମୁଖ୍ୟ ଶାସନ ସଚିବଙ୍କ ବଦାନ୍ୟତା,  ତିନି ଅନାଥ ଶିଶୁ ପାଇଲେ ସାହାରା

ଭୁବନେଶ୍ୱର: ବାପା ମା’ ଛେଉଣ୍ଡ ତିନି ଅନାଥ ଶିଶୁଙ୍କ ଦୁଃଖ କଥା ଗଣମାଧ୍ୟମରୁ ଜାଣିବାମାତ୍ରେ ତୁରନ୍ତ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ବଲାଙ୍ଗିର ଜିଲ୍ଲା ପ୍ରଶାସନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ତଦନୁଯାୟୀ ଜିଲ୍ଲାପାଳ ଚଞ୍ଚଳ ରଣାଙ୍କ ପରାମର୍ଶ କ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ଟିମ୍, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଲମ୍ବୋଦର ଦୀପ୍ ଓ ସ୍ଥାନୀୟ ପାଟଣାଗଡ ବି.ଡି.ଓ ସୁମନ୍ତ କୁମାର ପ୍ରମୁଖ ମୁଣ୍ଡୋମହୁଲ ପଂଚାୟତର ରାଣୀଦର୍ହ ଗ୍ରାମକୁ ଯାଇ ବାପା-ମା ଛେଉଣ୍ଡ ହୋଇଥିବା ତିନିଜଣ ପିଲାଙ୍କୁ ଭେଟି ସେମାନଙ୍କ ସହ କଥାବାର୍ତ୍ତା କରିଥିଲେ ଏବଂ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସହଯୋଗ ନିମନ୍ତେ ସାନ୍ତ୍ୱନା ଦେଇଥିଲେ।

ସ୍ଥିତିର ଅନୁଧ୍ୟାନରୁ ଜଣାପଡ଼ିଥିଲା ଯେ ଏହି ତିନି ଅନାଥ ପିଲାଙ୍କ ନାମ ହେଲା ପ୍ରମିତା ମାଉସିଆ(୧୩ ବର୍ଷ), ପ୍ରକାଶ ମାଉସିଆ(୧୫ ବର୍ଷ), ଏବଂ କବିତା ମାଉସିଆ(୨୦ ବର୍ଷ)। ଏମାନଙ୍କର ପିତା ସଦାଶିବ ମାଉସିଆଙ୍କର ୨୦୨୧ ମସିହାରେ ଦେହାନ୍ତ ହୋଇଥିଲା। ସଦାଶିବ ଦିନ ମଜୁରୀଆ ଭାବରେ ନିଜର ପରିବାର ପ୍ରତିପୋଷଣ କରୁଥିଲେ। ତାଙ୍କ ଅନ୍ତେ ମା ସେବତୀ ମାଉସୀଆ ଯେନେତେନ ପ୍ରକାରେ ପିଲାମାନଙ୍କର ପ୍ରତି ପୋଷଣ କରୁଥିଲେ। ଗତ ଫେବୃଆରୀ ମାସ ୧୯ ତାରିଖ ଦିନ ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ସେବତୀ ପ୍ରାଣ ତ୍ୟାଗ କରିଥିଲେ।

ଇତି ମଧ୍ୟରେ ପିଲାମାନଙ୍କୁ ଭର୍ଚୁଆଲ୍ ମୋଡରେ ଶିଶୁ ମଙ୍ଗଳ କମିଟିଙ୍କ ନିକଟରେ ହାଜର କରାଯାଇଛି। କମିଟିଙ୍କର ନିର୍ଦ୍ଦେଶକ୍ରମେ ପ୍ରମିତା ଏବଂ ପ୍ରକାଶଙ୍କୁ ମିଶନ୍ ବାତ୍ସଲ୍ୟ ଯୋଜନାରେ ଶିଶୁ ଗୃହରେ ରଖାଯିବାର ବ୍ୟବସ୍ଥା କରାଯାଇଛି। ସେଠାରେ ସେମାନଙ୍କର ଯତ୍ନ, ସୁରକ୍ଷା ଓ ଶିକ୍ଷାର ସମସ୍ତ ବ୍ୟବସ୍ଥା କରାଯିବ। ପ୍ରକାଶ ଚଳିତ ବର୍ଷ ମନେଇପାଦ ଉଚ୍ଚ ବିଦ୍ୟାଳୟରେ ମାଟ୍ରିକ୍ ପରୀକ୍ଷା ଦେବେ ଏବଂ ପ୍ରମିତା ସେହି ସ୍କୁଲରେ ୮ମ ଶ୍ରେଣୀ ବାର୍ଷିକ ପରୀକ୍ଷା ଦେବେ। ପରୀକ୍ଷା ପରେ ଉଭୟ ଭାଇ ଭଉଣୀ ଶିଶୁ ଗୃହକୁ ଯିବେ। ପରୀକ୍ଷା ପର୍ଯ୍ୟନ୍ତ ପିଲାମାନେ ତାଙ୍କ ବଡବାପା ପୁଅ ଭାଇ-ଭାଉଜଙ୍କ ଅବିଭାବକତ୍ୱରେ ରହିବେ।

ଏସବୁ ବ୍ୟବସ୍ଥା ବ୍ୟତୀତ ବର୍ତମାନ ସୁଦ୍ଧା ପାଟଣାଗଡ଼ ବି.ଡି.ଓ ପିଲାମାନଙ୍କୁ ଅନ୍ତଦ୍ୟୋୟ ଅନ୍ନପୂର୍ଣ୍ଣା ଯୋଜନାରେ ସାମିଲ କରିଛନ୍ତି। ସେମାନେ ସେଥିରେ ମାସିକ ୩୫ କିଲୋ ଚାଉଳ ପାଇବେ। ଛେଉଣ୍ଡ ପିଲାମାନଙ୍କୁ ‘ଆର୍ଶିବାଦ’ ଯୋଜନାରେ ସାମିଲ୍ କରାଯାଇଛି। ବ୍ୟାଙ୍କ ଆକାଉଣ୍ଟ୍ ଖାତା ମାଧ୍ୟମରେ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି।
ବଡଝିଅ କବିତା(ପ୍ରାୟ ୨୦ବର୍ଷ) +୨ ପାସ୍ କରି ପାଠ ଛାଡ଼ିଛି।

ଓଡ଼ିଶା ଜିବୀକା ମିଶନ୍ କାର୍ଯ୍ୟକ୍ରମରେ ତାଙ୍କୁ ସାମିଲ୍ କରି କୌଶଳ ବିକାଶ ତାଲିମ ସହ ରୋଜଗାରକ୍ଷମ ଓ ଆତ୍ମ ନିର୍ଭରଶୀଳ କରାଯିବ ବୋଲଇ ବି.ଡି.ଓ ଶ୍ରୀ କୁମ୍ଭାର କହିଛନ୍ତି। ପରିବାରକୁ ମଧ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ୍ କରାଯାଇଛି। ମୋଟାମୋଟି ଭାବେ ଏହି ଛେଉଣ୍ଡ ପିଲାମାନଙ୍କର ଯତ୍ନ, ସୁରକ୍ଷା, ଶିକ୍ଷା ଓ ଭବିଷ୍ୟତ ଜିବୀକା ନିର୍ବାହ ଉପାୟ ଆଦି ନିମନ୍ତେ ପ୍ରଶାସନ ତରଫରୁ ସମନ୍ୱିତ ବ୍ୟବସ୍ଥା କରାଯାଉଛି।

ଦିନେ ଦୁଇଦିନ ମଧ୍ୟରେ ବାପା-ମା ଛେଉଣ୍ଡ ପିଲାମାନଙ୍କ ପାଖରେ ପହଞ୍ଚି ସମସ୍ତ ବ୍ୟବସ୍ଥା କରିଥିବାରୁ ମୁଖ୍ୟ ଶାସନ ସଚିବ ସ୍ଥାନୀୟ ପ୍ରଶାସନକୁ ସାଧୁବାଦ ଦେବାସହ ପିଲାମାନଙ୍କର କଥା ଦୃଷ୍ଟିକୁ ଆଣିଥିବାରୁ ଗଣ ମାଧ୍ୟମ ପ୍ରତିନିଧିଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।

ପ୍ରଦୀପ ଜେନା
Share. Facebook Twitter LinkedIn Email WhatsApp Copy Link

Related Posts

‘ରାଷ୍ଟ୍ର ପ୍ରଥମ’ ନୀତିକୁ ଆପଣାଇ ରାଷ୍ଟ୍ର ନିର୍ମାଣ ଦିଗରେ ଅବିରତ କାର୍ଯ୍ୟ କରୁଛି ବିଜେପି: ପୃଥ୍ୱୀରାଜ ହରିଚ଼ନ୍ଦନ

March 30, 2026

ଭାରତ ଅଭିମୁଖେ ଆସୁଛି ୯୪,୦୦୦ ମେଟ୍ରିକ୍‌ ଟନ ବିଶିଷ୍ଟ ଦୁଇଟି ଏଲପିଜି ଜାହାଜ 

March 30, 2026

PM Maan Ki Baat: ବିଶ୍ବର ଯୁଦ୍ଧ ପରିସ୍ଥିତିକୁ ମୁକାବିଲା କରିବାକୁ ମନ କୀ ବାତ୍ ରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

March 29, 2026

ଆସନ୍ତା ୩ ଯାଏଁ ଜାରି ରହିବ କାଳବୈଶାଖୀ ପ୍ରକୋପ: ଏହି ଜିଲ୍ଲାଗୁଡିକରେ ବଜ୍ରପାତ ସହ ବର୍ଷା ଆଶଙ୍କା

March 29, 2026
Latest News

‘ରାଷ୍ଟ୍ର ପ୍ରଥମ’ ନୀତିକୁ ଆପଣାଇ ରାଷ୍ଟ୍ର ନିର୍ମାଣ ଦିଗରେ ଅବିରତ କାର୍ଯ୍ୟ କରୁଛି ବିଜେପି: ପୃଥ୍ୱୀରାଜ ହରିଚ଼ନ୍ଦନ

March 30, 2026

ଦିଲ୍ଲୀ ପୋଲିସର ବଡ ସଫଳତା: ଗିରଫ ହେଲା ୧୧୦୦ ଥର ବୋମା ଧମକ ଦେଇଥିବା ଅଭିଯୁକ୍ତ

March 30, 2026

ଚିଲିକାରାଣୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ୪୪ ତମ ବାର୍ଷିକ ଉତ୍ସବ

March 30, 2026

ଶ୍ରୀ ସତ୍ୟସାଇ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ଉତ୍ସବ

March 30, 2026

ଭାରତ ଅଭିମୁଖେ ଆସୁଛି ୯୪,୦୦୦ ମେଟ୍ରିକ୍‌ ଟନ ବିଶିଷ୍ଟ ଦୁଇଟି ଏଲପିଜି ଜାହାଜ 

March 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.