
ନୂଆଦିଲ୍ଲୀ: ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲରେ ଭାରତ ପ୍ରବେଶ କରିଛି। ଲଗାତାର ଦ୍ୱିତୀୟ ଥର ପାଇଁ ଭାରତ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲରେ ପ୍ରବେଶ କରିଛି। ଶ୍ରୀଲଙ୍କା ଉପରେ ନ୍ୟୁଜିଲ୍ୟାଣ୍ଡର ରୋମାଞ୍ଚକର ବିଜୟ ସହିତ ଫାଇନାଲରେ ଭାରତର ସ୍ଥାନ ନିଶ୍ଚିତ ହୋଇଛି। ଅଷ୍ଟ୍ରେଲିଆ ଫାଇନାଲରେ ପହଞ୍ଚି ସାରିଛି। ଜୁନ୍ ୭ ତାରିଖରେ WTC ଚାମ୍ପିଅନସିପ୍ ଟାଇଟଲ୍ ପାଇଁ ଦୁଇ ଦଳ ମଧ୍ୟରେ ସଂଘର୍ଷ ହେବ।