ନୂଆଦିଲ୍ଲୀ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲଙ୍କ ଆଜି ଦେହାନ୍ତ ହୋଇଯାଇଛି। ସେ ୯୫ ବର୍ଷ ବୟସରେ ଥିଲେ ଏବଂ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ପ୍ରାପ୍ତ ସୂଚନା ଅନୁଯାୟୀ, ଶିରୋମଣି ଅକାଳୀ ଦଳର ବରିଷ୍ଠ ନେତା ଗତ କିଛି ଦିନ ହେବ ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ନିଶ୍ୱାସ ପ୍ରଶ୍ୱାସ ନେବା କାରଣରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରକାଶ ସିଂ ବାଦଲ ଆଜି ରାତି ପ୍ରାୟ ୮.୩୦ ସମୟରେ ମୋହାଲିର ଫୋର୍ଟିସ୍ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ପ୍ରକାଶ ଯେ ଅକାଳୀ ଦଳର ଏହି ବରିଷ୍ଠ ନେତା ପାଞ୍ଚ ଥର ପଞ୍ଜାବର ମୁଖ୍ୟମନ୍ତ୍ରୀ ଥିଲେ। ସୁଖବୀର ସିଂ ବାଦଲ ତାଙ୍କ ପୁଅ। ପ୍ରକାଶ ସିଂ ବାଦଲ ଡିସେମ୍ବର୧୯୨୭ ରେ ପଞ୍ଜାବର ଏକ ଛୋଟ ଗାଁରେ ଜନ୍ମଗ୍ରହଣ କରିଥିଲେ।
ପଞ୍ଜାବର ପୂର୍ବତନଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ମୋଦୀ ସମବେଦନା ଜଣାଇଛନ୍ତି। ପ୍ରକାଶ ସିଂ ବାଦଲଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ପାଇବା ପରେ ସେ ଏକ ଟୁଇଟ୍ କରିଛନ୍ତି। ଏହି ଟ୍ୱିଟରେ ସେ ଲେଖିଛନ୍ତି ଯେ, ଶ୍ରୀ ପ୍ରକାଶ ସିଂ ବାଦଲଙ୍କ ଦେହାନ୍ତରେ ସେ ଅତ୍ୟନ୍ତ ଦୁଃଖିତ। ସେ ଭାରତୀୟ ରାଜନୀତିରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଏବଂ ଜଣେ ଉଲ୍ଲେଖନୀୟ ରାଜ୍ୟସ୍ତରୀୟ ବ୍ୟକ୍ତି ଥିଲେ। ଯିଏ ଆମ ଦେଶ ପାଇଁ ବହୁତ ଅବଦାନ ଦେଇଛନ୍ତି। ପଞ୍ଜାବର ଅଗ୍ରଗତି ପାଇଁ ସେ ଅକ୍ଲାନ୍ତ ପରିଶ୍ରମ କରିଥିଲେ ଏବଂ କଠିନ ସମୟରେ ରାଜ୍ୟକୁ ସମର୍ଥନ କରିଥିଲେ।



