Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଓ କଲା ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ, ୮ରୁ ମହା-ଆନ୍ଦୋଳନ
ଆଜିର ଖବର

ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଓ କଲା ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ, ୮ରୁ ମହା-ଆନ୍ଦୋଳନ

May 2, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ସରକାରଙ୍କ ମିଥ୍ୟା ପ୍ରତିଶୃତି ବିରୁଦ୍ଧରେ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଛି ବିଭିନ୍ନ ଜିଲ୍ଲାର ହାଇସ୍କୁଲ୍ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ। ମୁଖ୍ୟମନ୍ତ୍ରୀଙ୍କ ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ଘୋଷଣାର ୭ ମାସ ପରେ ବି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଓଡ଼ିଶାର ୧୮୦୦୦ ଚୁକ୍ତିଭିତ୍ତିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିୟମିତ କରୁନଥିବା ପ୍ରତିବାଦରେ ରାଜ୍ୟ ସଂଘ ଗତ ଅପ୍ରେଲ ୧ ତାରିଖରୁ ୧୩ ତାରିଖ ଯାଏଁ ବିଧାନସଭା ଆଗରେ ଧାରଣରେ ବସିଥିଲା।

ଧାରଣାର ୧୩ ଦିନ ପରେ ଅର୍ଥାତ ଏପ୍ରିଲ ୧୩ ତାରିଖ ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପତ୍ର ସଂଖ୍ୟା:- ୮୪୭୪/ତାରିଖ:୧୩-୦୪-୨୦୨୩ ଅନୁସାରେ ନିୟମିତ ନେଇ ଏକ ବିଜ୍ଞପ୍ତି ବିଦ୍ଧବଦ୍ଧ ପ୍ରକାଶ ପାଇଲା। ଏହାର ଏକ ନକଲ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ବିଭାଗ ଅବଗତ କରାଇ ସମସ୍ତ ଚୁକ୍ତିଭିତ୍ତିକ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନିୟମିତ କରାଗଲା ବୋଲି ଘୋଷଣା କଲେ।

ଅନୁରୂପ ଭାବେ ବିଭାଗୀୟ ମନ୍ତ୍ରୀ ନିଜର ସାମାଜିକ ଗଣମାଧ୍ୟମ/ଫେସବୁକ୍ ରେ ୧୮୦୦୦ ହାଇସ୍କୁଲ ଚୁକ୍ତିଭିତ୍ତିକ ଗୁରୁଙ୍କୁ ଓଡ଼ିଆ ନବବର୍ଷ ଭେଟି ଉପହାର ଦେଲେ ବୋଲି ଏକ ବିଜ୍ଞାପନ ମଧ୍ୟ କଲେ। ଏହାପରେ ଓଡ଼ିଶା ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ଆନ୍ଦୋଳନକୁ ପ୍ରତ୍ୟାହାର କରିଥିଲା। କିନ୍ତୁ ଗଣଶିକ୍ଷା ବିଭାଗ ଯେଉଁ ବିଜ୍ଞପ୍ତି ପରିପ୍ରକାଶ କରିଥିଲେ ୧୫ ଦିନ ବିତିଯାଇଥିଲେ ବି କୌଣସି ଜିଲ୍ଲା ଶିକ୍ଷା ଅଧିକାରୀ କିମ୍ବା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି ପ୍ରେରଣ କଲେ ନାହିଁ। ଚିଠି ଟି କେବଳ ନିଜ ବିଭାଗରେ ସୀମିତ ରହିଛି। ଫଳ ସୂରୁପ ୧୮ ହଜାରରୁ ଅଧିକ ଚୁକ୍ତିଭିତ୍ତିକ ଶିକ୍ଷକ ଶିକ୍ଷୟତ୍ରୀ ନିୟମିତରୁ ବଞ୍ଚିତ ହେଉଛନ୍ତି। ଇତି ମଧ୍ୟରେ ନିୟମିତ ନ ହେବା କାରଣରୁ ୨ ମାସ ହେବ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଦରମା ପାଇପାରିନାହାନ୍ତି।

ନିୟମିତ ନ ହେବା କାରଣରୁ ଅନେକ ଶିକ୍ଷକ ମାନସିକ ଦୁଶ୍ଚିନ୍ତା ଦେଇ ଗତି କରୁଛନ୍ତି। ଦରମା ଅଭାବରୁ ସମସ୍ତ ଶିକ୍ଷକ ପରିବାର ଏବେ ଆର୍ଥିକ ଦୁର୍ଦ୍ଦିନ ଆଡ଼କୁ ଗତି କରୁଛନ୍ତି। ଏଣୁ ସରକାରଙ୍କ ଏପରି ଶିକ୍ଷକ ମାରଣା ନୀତିକୁ ରାଜ୍ୟ ସଂଘର ସଭାପତି ପଞ୍ଚାନନ ଜେନା ଦୃଢ଼ ନିନ୍ଦା କରିଛନ୍ତି।

ରାଜ୍ୟ ସଙ୍ଘର ପୂର୍ବ ନିଷ୍ପତ୍ତି ଅନୁସାରେ ବିଭିନ୍ନ ଜିଲ୍ଲାରେ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟକୁ ଘେରାଓ କରିବା ସହ ତୁରନ୍ତ ଦରମା ପ୍ରଦାନ ଏବଂ ନିୟମିତ କରିବା ଆଦି ଦାବୀ ନେଇ ସରକାରଙ୍କ ଉଦ୍ଦେଶ୍ୟରେ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମାନଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି। ଏକ ସପ୍ତାହରେ ସରକାର ଚୁକ୍ତିଭିତ୍ତିକ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନିୟମିତ ନ କଲେ ରାଜ୍ୟ ସଂଘ ମଇ ୮ ତାରିଖରୁ ଆନ୍ଦୋଳନ କରିବ ବୋଲି ରାଜ୍ୟ ସଂଘର ସମ୍ପାଦକ ସତ୍ୟ ଭୂଷଣ ତରାଇ ସରକାରଙ୍କୁ ଜଣାଇଛନ୍ତି।

ଦରମା ଓ ନିୟମିତ ନ କଲେ ଆଗାମୀ ଦିନରେ ପାଠ ପଢାରେ ଅସହଯୋଗ କରାଯିବ ବୋଲି ରାଜ୍ୟ ସଂଘର ଉପଦେଷ୍ଟା ବିଶ୍ୱଜିତ ବିଶ୍ୱାଳ କହିଛନ୍ତି। ସରକାର ତୁରନ୍ତ ନିୟମିତ ବିଜ୍ଞପ୍ତିକୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମାନଙ୍କୁ ପ୍ରେରଣ କରନ୍ତୁ ବୋଲି ରାଜ୍ୟ ସଙ୍ଘର ଉପ-ସଭାପତି ପ୍ରତାପ ସାମଲ, ବସନ୍ତ କୌଶଲ୍ୟ, ଦାମଦର ମହାନନ୍ଦ, ମାନସ ପୁହାଣ ଶିବ ଶଙ୍କର ମିଶ୍ର, ଟିକିନା ସାହୁ, ମାନସ ବେହେରା, ଦିଲୁ ସାହୁ, ବିନୋଦ ମିଶ୍ର, ବିମଲ ମୁନା, ରାଜୀବ ପରିଡା, ଚିନ୍ମୟ ଡୋରା, ଶୁଭେନ୍ଦୁ କୁମାର ନାଥ, ପ୍ରଭାକର ଜୟସିଂ, ଜ୍ୟୋତି ଶଙ୍କର ସ୍ୱାଇଁ, ବରଦା ପ୍ରସନ୍ନ ଦଳାଇ ପ୍ରମୁଖ ଏକ ପ୍ରେସ ବିଜ୍ଞପ୍ତିରେ ସରକାରଙ୍କୁ ଚେତାବନୀ ଦେଇଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପିରେ କାହିଁକି ଯୋଗ ଦେଉଛନ୍ତି କଂଗ୍ରେସ ନେତା?: କାରଣ କହିଲେ ରାହୁଲ ଗାନ୍ଧୀଙ୍କ ସହଯୋଗୀ

March 29, 2026

ଆସନ୍ତା ୩ ଯାଏଁ ଜାରି ରହିବ କାଳବୈଶାଖୀ ପ୍ରକୋପ: ଏହି ଜିଲ୍ଲାଗୁଡିକରେ ବଜ୍ରପାତ ସହ ବର୍ଷା ଆଶଙ୍କା

March 29, 2026

ଆଜି ଆଇପିଏଲ ରେ ମୁମ୍ବାଇ ଏବଂ କୋଲକାତା ମଧ୍ୟରେ ମ୍ୟାଚ୍: ଜାଣନ୍ତୁ ପ୍ଲେଇଂ ଇଲେଭେନ

March 29, 2026

“ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ଆଜି ୬:୩୦ରୁ ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍ ଗ୍ରାଣ୍ଡ ଫିନାଲେ

March 29, 2026
Latest News

PM Maan Ki Baat: ବିଶ୍ବର ଯୁଦ୍ଧ ପରିସ୍ଥିତିକୁ ମୁକାବିଲା କରିବାକୁ ମନ କୀ ବାତ୍ ରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

March 29, 2026

ବିଜେପିରେ କାହିଁକି ଯୋଗ ଦେଉଛନ୍ତି କଂଗ୍ରେସ ନେତା?: କାରଣ କହିଲେ ରାହୁଲ ଗାନ୍ଧୀଙ୍କ ସହଯୋଗୀ

March 29, 2026

ଆସନ୍ତା ୩ ଯାଏଁ ଜାରି ରହିବ କାଳବୈଶାଖୀ ପ୍ରକୋପ: ଏହି ଜିଲ୍ଲାଗୁଡିକରେ ବଜ୍ରପାତ ସହ ବର୍ଷା ଆଶଙ୍କା

March 29, 2026

ଆଜି ଆଇପିଏଲ ରେ ମୁମ୍ବାଇ ଏବଂ କୋଲକାତା ମଧ୍ୟରେ ମ୍ୟାଚ୍: ଜାଣନ୍ତୁ ପ୍ଲେଇଂ ଇଲେଭେନ

March 29, 2026

“ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ଆଜି ୬:୩୦ରୁ ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍ ଗ୍ରାଣ୍ଡ ଫିନାଲେ

March 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.