Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଜିଲ୍ଲାସ୍କୁଲ ଛାତ୍ରବାସକୁ ଶତ୍ରୁଶଲ୍ୟ ସାରଙ୍କ ନାମରେ ନାମିତ କରାଯାଉ: ଲକ୍ଷ୍ମଣ ପଣ୍ଡା
ଆଞ୍ଚଳିକ

ଜିଲ୍ଲାସ୍କୁଲ ଛାତ୍ରବାସକୁ ଶତ୍ରୁଶଲ୍ୟ ସାରଙ୍କ ନାମରେ ନାମିତ କରାଯାଉ: ଲକ୍ଷ୍ମଣ ପଣ୍ଡା

May 2, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମ୍ବଲପୁର: ସମାଜର ଅବକ୍ଷୟ କାଳରେ ମାନବବାଦୀ ଶିକ୍ଷକଙ୍କୁ ସ୍ମରଣ କରିବା ମଙ୍ଗଳକର। ଏଭଳି ମାନବବାଦୀ ଆଦର୍ଶ ଶିକ୍ଷକ ବାଙ୍କନିଧି ଶତ୍ରୁଶଲ୍ୟ ପଦପଦବୀର ଅଧିକାରୀ ନଥାଇ ବି, କ୍ଷମତାର ଅଧିକାରୀ ନ ଥାଇ ବି ଅଗଣିତ ଛାତ୍ରଙ୍କ ଚିରସ୍ମରଣୀୟ। ବେତୁଲି, ବାଣପୁରରୁ ୪୫୦ କିଲୋମିଟର ଦୂରବର୍ତ୍ତୀ ସମ୍ବଲପୁର ଚନ୍ଦ୍ରଶେଖର ବେହେରା ଜିଲ୍ଲାସ୍କୁଲକୁ ନିଜର କର୍ମକ୍ଷେତ୍ର ଭାବରେ ଆପଣେଇ ନେଇ ପିତୃତ୍ୱର ସ୍ନେହରେ ଛାତ୍ରମାନଙ୍କୁ ବାନ୍ଧିବା ତାଙ୍କର ବଡ଼ ଗୁଣ ଥିଲା।

ଶିକ୍ଷକତା ତାଙ୍କ ପାଇଁ ପେଶା ନ ଥିଲା ନିଶା ଥିଲା ବୋଲି କହିଥିଲେ ମୁଖ୍ୟବକ୍ତା ଡ. ଦିଲୀପ ପଣ୍ଡା। ବାଙ୍କନିଧି ଶତ୍ରୁଶଲ୍ୟ ସ୍ମରଣିକା କମିଟି ଦ୍ୱାରା ସମ୍ବଲପୁର ରାଧାନାଥ ରଥ କମ୍ୟୁନିଟି ସେଣ୍ଟର ଠାରେ ଆୟୋଜିତ ସ୍ମୃତି ସଭାରେ ଏ ବିଚାର ରଖିଥିଲେ ଡ. ପଣ୍ଡା।

ଶିକ୍ଷାବିତ୍ ଅରବିନ୍ଦ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସ୍ମୃତି ସଭାରେ ଅନ୍ୟତମ ଅତିଥି ଭାବରେ ପୂର୍ବତନ ସାଂସଦ ଭବାନୀଶଙ୍କର ହୋତା, ଶିକ୍ଷକ ଶତ୍ରୁଶଲ୍ୟଙ୍କର ସମାଜ, ଦେଶ ପ୍ରସଙ୍ଗ ପ୍ରତି ସଚେତନତାକୁ ସ୍ମରଣ କରିଥିଲେ। ପୂର୍ବତନ ସହକର୍ମୀ ଶିକ୍ଷକ ରଘୁନାଥ ପୂଜାରୀ, ଜିଲ୍ଲାସ୍କୁଲ ଛାତ୍ର ସଂସଦ ପ୍ରତିନିଧି ଡ. ଅରବିନ୍ଦ ଶତପଥୀ, ଜିଲ୍ଲାସ୍କୁଲ ହଷ୍ଟେଲର ପୂର୍ବତନ ଅନ୍ତେବାସୀ ପ୍ରସାର ଭାରତୀ ଅଧିକାରୀ ଲକ୍ଷ୍ମଣ ପଣ୍ଡା ପ୍ରମୁଖ ଶ୍ରାଦ୍ଧବାର୍ଷିକୀ ସଭାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଏହି ଅବସରରେ ବାଙ୍କନିଧି ଶତ୍ରୁଶଲ୍ୟଙ୍କ ସ୍ମରଣରେ ପ୍ରକାଶିତ ସ୍ମରଣିକା “ଶ୍ରଦ୍ଧାର୍ପଣ” ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା। ଜିଲ୍ଲାସ୍କୁଲ ଛାତ୍ରବାସକୁ ଶତ୍ରୁଶଲ୍ୟ ସାରଙ୍କ ନାମରେ ନାମିତ କରାଯାଉ ବୋଲି ଅବସରପ୍ରାପ୍ତ ପ୍ରସାରଭାରତୀ ଅଧିକାରୀ ଲକ୍ଷ୍ମଣ ପଣ୍ଡା ପ୍ରସ୍ତାବ ଦେଇଥିଲେ। ସ୍ମୃତି ସଭାକୁ ଡ. ଗୌରିଦାସ ପଧାନ ସଂଯୋଜନା କରିଥିବା ବେଳେ ପ୍ରଫୁଲ୍ଲ ଶତ୍ରୁଶଲ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।

ସଭା ପ୍ରାରମ୍ଭରେ ସୁଶ୍ରୀ ପ୍ରୀତି ମିଶ୍ରଙ୍କ ଦ୍ୱାରା ଗାନ୍ଧୀ ଭଜନ “ବୈଷ୍ଣବ ଜନତୋ..” ପରିବେଷିତ ହୋଇଥିଲା। ଚନ୍ଦ୍ରଶେଖର ବେହେରା ଜିଲ୍ଲାସ୍କୁଲରେ ଶତ୍ରୁଶଲ୍ୟ ସାର୍‌ଙ୍କ କାଳରେ ବୋଲା ଯାଉଥିବା ସାମୂହିକ ପ୍ରାର୍ଥନା ସମବେତ ପୁରାତନ ଛାତ୍ର ଓ ଶିକ୍ଷକଙ୍କ ଦ୍ୱାରା ବୋଲା ଯାଇଥିଲା। ଏହାକୁ ଆବୃତ୍ତି କରିଥିଲେ ଡ. ସତ୍ୟନାରାୟଣ ଠାକୁର। ପୁରାତନ ଛାତ୍ର, ପୁରାତନ ଶିକ୍ଷକ, ବର୍ତ୍ତମାନର ଶିକ୍ଷକ, ସମ୍ବଲପୁରର ଶିକ୍ଷାପ୍ରେମୀ ବୁଦ୍ଧିଜୀବୀ ଯୋଗ ଦେଇ ବାଙ୍କନିଧି ଶତ୍ରୁଶଲ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ସମ୍ବଲପୁର ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲର ରାଜ୍ୟପାଳ ପୁରସ୍କୃତ ଶିକ୍ଷକ ବାଙ୍କନିଧି ଶତ୍ରୁଶଲ୍ୟଙ୍କ ମଇ ୧ ତାରିଖ ୨୦୨୧ରେ ପରଲୋକ ହୋଇଯାଇଥିଲା।

ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ବେତୁଲି ଗ୍ରାମରେ ଯଶସ୍ଵୀ ଶିକ୍ଷକ ବାଙ୍କନିଧିଙ୍କ ଜନ୍ମ ହୋଇଥିଲା। ସେ ୧୯୫୨ ମସିହାରେ ଜିଲ୍ଲା ସ୍କୁଲରେ ଶିକ୍ଷକତା ଆରମ୍ଭ କରି ୧୯୯୧ ମସିହାରେ ଅବସର ଗ୍ରହଣ କରିଥିଲେ। ୧୯୮୯ ମସିହା ସେପ୍ଟେମ୍ବର ୫ ତାରିଖରେ ପ୍ରାକ୍ତନ ରାଜ୍ୟପାଳ ପ୍ରଫେସର ନୁରୁଲ ହସନ୍ ଙ୍କ ଦ୍ଵାରା ସେ ଆଦର୍ଶ ଶିକ୍ଷକ ପୁରସ୍କାର ଲାଭ କରିଥିଲେ।

ଦୀର୍ଘ ୪୦ ବର୍ଷର ଚାକିରିକାଳ ମଧ୍ୟରେ ଅନେକ ସୁନାମ ଅର୍ଜ୍ଜନ କରିଥିଲେ। ଗୋଟିଏ ସ୍କୁଲରେ ଏତେ ବର୍ଷ ଶିକ୍ଷକତା କରି ବାଙ୍କନିଧି ଇତିହାସ ସୃଷ୍ଟି କରିଥିଲେ। ତାଙ୍କ ମଧୁର ବ୍ୟବହାର ତଥା ସରଳ ଜୀବନଯାପନ ପାଇଁ ଛାତ୍ର, ଶିକ୍ଷକ ଏବଂ ଅଭିଭାବକ ମଧ୍ୟରେ ପ୍ରିୟ ଥିଲେ। ସେହି ଅଞ୍ଚଳରେ ସେ ଏତେ ପ୍ରିୟ ଥିଲେ ଯେ, ପ୍ରତ୍ୟେକ ବର୍ଷ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଉଥିଲା। ଡାଃ ପରଶୁରାମ ମିଶ୍ର ଅଗ୍ରଗାମୀ ଶିକ୍ଷା ପ୍ରତିଷ୍ଠାନ, ଶିକ୍ଷାବିତ ବାଳକୃଷ୍ଣ କର ସ୍ମୃତି ପୁରସ୍କାର, ୧୫୦ ବର୍ଷ ପୂର୍ତ୍ତି ଶିକ୍ଷକ ସମ୍ମାନ ତଥା ପ୍ରତିବର୍ଷ ବିଭିନ୍ନ ବ୍ୟାଚର ଛାତ୍ରଛାତ୍ରୀମାନେ ତାଙ୍କୁ ସମ୍ବର୍ଦ୍ଧିତ କରୁଥିଲେ।

ଶ୍ରଦ୍ଧାଞ୍ଜଳି ଅର୍ପଣ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ବ୍ଲକ ସ୍ତରୀୟ ଇଣ୍ଡୋର ସ୍ପୋର୍ଟ୍ସ ଉଦଯାପିତ

September 9, 2026

ବାଣପୁରରେ ସାକ୍ଷରତା ଦିବସ ଉପଲକ୍ଷେ ୩୫ ଜଣ ସମ୍ମାନିତ

September 9, 2026

ବାଣପୁର: ବ୍ଲକ୍ ସ୍ତରୀୟ ଚକ୍ଷୁ ଚିକିତ୍ସା ତାଲିମ୍ ଶିବିର ଉଦଯାପିତ

September 9, 2026

ସେଣ୍ଟ ଜାଭିୟର ହାଇସ୍କୁଲ ଦ୍ଵାରା ବାଣପୁର ଅଞ୍ଚଳର କୃତି ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା

September 7, 2026
Latest News

ହର୍ଷିତ ରାଣାଙ୍କ ବଦଳ ଖେଳାଳି ଘୋଷଣା କଲା ବିସିସିଆଇ 

September 10, 2026

ମହିଳା ଜୁନିୟର ଏସିଆ କପ୍: ପାକିସ୍ତାନକୁ ୧୯-୦ ଗୋଲରେ ହରାଇ ସେମିଫାଇନାଲରେ ଭାରତ

September 10, 2026

IDBI Bank Privatization: ଘରୋଇକରଣ ଦୌଡ଼ରେ Fairfax ଆଗରେ!, କ’ଣ ପଡ଼ିବ ପ୍ରଭାବ?

September 10, 2026

ବ୍ରିକ୍ସ ସମ୍ମିଳନୀ ପାଇଁ ରାଜଧାନୀ ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା

September 10, 2026

ନୂଆଖାଇ ପାଇଁ ସମଲେଇ ମନ୍ଦିରରେ ପହଞ୍ଚିଲା ସରିଆ ଧାନ

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.