Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୋଆରେ କର୍ମଶାଳା: ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ପ୍ରସ୍ତୁତ କରିବା ଲକ୍ଷ୍ୟ
ଆଜିର ଖବର

ସୋଆରେ କର୍ମଶାଳା: ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ପ୍ରସ୍ତୁତ କରିବା ଲକ୍ଷ୍ୟ

May 3, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଶିଳ୍ପ କ୍ଷେତ୍ରରେ ଦକ୍ଷତାର ଆବଶ୍ୟକତା ଥିବା ବେଳେ ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ପ୍ରସ୍ତୁତ କରିବା ଲକ୍ଷ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଶନିବାର ଦିନ “ରିସେଂଟ୍ ଡେଭଲପ୍‌ମେଂଟ୍ସ ଆଣ୍ଡ ଚାଲେଞ୍ଜେସ୍ ଇନ୍ କୋର ଇଣ୍ଡଷ୍ଟ୍ରିଜ୍‌” ଶୀର୍ଷକ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି।

ଏହି କର୍ମଶାଳାରେ ୧୩୦ ଜଣ ପ୍ରତିନିଧି ଭାଗ ନେଇଥିବା ବେଳେ ରିନ୍ୟୁବଲ୍ ଏନର୍ଜି, ଫ୍ୟୁଚର ଚାଲେଞ୍ଜେସ୍ ଅଫ୍ ୱାର୍କ, ୱାର୍କଫୋର୍ସ ଆଣ୍ଡ ୱାର୍କପ୍ଲେସ୍ ଇନ୍ ମାନୁଫ୍ୟାକ୍‌ଚରିଂ ଇଣ୍ଡଷ୍ଟ୍ରିଜ୍‌, ଚାଲେଞ୍ଜେସ ହ୍ୱିଚ୍ ଅବ୍‌ଷ୍ଟ୍ରକ୍ସ ଦ ଇମ୍ପ୍ରୁଭ୍‌ମେଂଟ ଅଫ୍ କୋର ଇଣ୍ଡଷ୍ଟ୍ରିଜ୍‌, ଅପର୍ଚୁନିଟିଜ୍ ଅଫ୍ ସ୍ମାର୍ଟ ମାନୁଫ୍ୟାକ୍‌ଚରିଂ ଆଣ୍ଡ ଆପ୍ଲିକେସନ୍ ଅଫ୍ ଡାଟା ସାଇନ୍ସ, ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ (ଏଆଇ) ଓ ମେସିନ୍ ଲର୍ଣ୍ଣିଂ (ଏମ୍‌ଏଲ୍‌) ଇନ୍ ଇଣ୍ଡଷ୍ଟ୍ରିଜ୍ ଭଳି ବିଷୟବସ୍ତୁ ଉପରେ ଆଲୋଚନା କରାଯାଇଥିଲା।

ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ଅଧିନସ୍ଥ ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ଏହି କର୍ମଶାଳା ଆୟୋଜିତ ହୋଇଥିଲା।

କଳିଙ୍ଗ ନଗର ସ୍ଥିତ ବ୍ରାହ୍ମଣୀ ରିଭର ପେଲେଟ୍ସ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ପ୍ରିୟ ରଞ୍ଜନ ପ୍ରସାଦ, ଭୁବନେଶ୍ୱରସ୍ଥିତ ସିଟିଟିସିର କ୍ୱାଲିଟି ଆଣ୍ଡ କନ୍‌ସଲ୍‌ଟାନ୍ସି ବିଭାଗର ମୁଖ୍ୟ ଡକ୍ଟର ଶଚିକାନ୍ତ କର, ସନ୍‌ଷ୍ଟୋନ୍ ସୋଲାର ସଲ୍ୟୁସନ୍ସ ପ୍ରାଇଭେଟ ଲିମିଟେଡ୍‌ର ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସନତ କୁମାର ମିଶ୍ର, ଶ୍ରୀ ମେଟାଲିକ୍ସର ଜେନେରାଲ୍ ମ୍ୟାନେଜର, ଏଚ୍‌ଆର୍ ଆଣ୍ଡ ଆଡମିନିଷ୍ଟ୍ରେସନ୍ ରାଜୀବ ଶର୍ମା ଓ ଢ଼େଙ୍କାନାଳ ସ୍ଥିତ ଜିଏମ୍‌ଆର୍ ପାୱାର ପ୍ଲାଂଟର ଟ୍ରେନିଂ ମୁଖ୍ୟ ନବରାଜ ସିଂ ପ୍ରମୁଖ ଏହି କର୍ମଶାଳାରେ ଯୋଗ ଦେଇ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କର କ୍ୟାରିୟର୍ ସମ୍ପର୍କରେ ଆଲୋଚନା କରିଥିଲେ।

ଆଇଟିଇଆର୍‌ର ଡିନ୍ ପ୍ରଫେସର ପି.କେ. ସାହୁ ପ୍ରତିଯୋଗୀମାନଙ୍କୁ ସ୍ୱାଗତ କରିଥିବା ବେଳେ ସୋଆର ଡିନ୍ (ରିସର୍ଚ୍ଚ ଆଣ୍ଡ ଡେଭଲପ୍‌ମେଂଟ) ପ୍ରଫେସର ଜେ.କେ.ନାଥ କୋର ଇଣ୍ଡଷ୍ଟ୍ରିଜ୍ କ୍ଷେତ୍ରରେ ସୁଯୋଗ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଟ୍ରେନିଂ ଆଣ୍ଡ ପ୍ଲେସ୍‌ମେଂଟ ବିଭାଗର ମୁଖ୍ୟ ପ୍ରଫେସର ସୁଜିତ କୁମାର ଦାଶ ବିବିଧ ପ୍ରସଙ୍ଗରେ ଛାତ୍ରଛାତ୍ରୀମାନଙ୍କ ଜ୍ଞାନ ଆହରଣ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ।

ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ୍ସ ଆଫେୟାର୍ସ), ଆଇଟିଇଆର୍‌, ପ୍ରଫେସର ରେଣୁ ଶର୍ମା ଏବଂ ଆଡିସ୍‌ନାଲ୍ ଡିନ୍ (ଏକାଡେମିକ୍ସ) ପ୍ରଫେସର ଡି.ଏନ୍‌. ଥାଟୋଇ ଶିଳ୍ପ ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ଥିବା ନିର୍ଭରତା ସମ୍ପର୍କରେ ଆଲୋଚନା କରିଥିେଲେ।

ସୋଆରେ କର୍ମଶାଳା
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ସହିତ ସ୍ଥଳ ସୀମା ଲାଗିଥିବା ଦେଶଗୁଡ଼ିକରୁ ନିବେଶ ଉପରେ ମାର୍ଗଦର୍ଶିକାରେ ପରିବର୍ତ୍ତନକୁ ଅନୁମୋଦନ

March 10, 2026

ଏହି ତାରିଖରେ ପ୍ରକାଶ ପାଇବ ୨୦୨୬ ଆଇପିଏଲ କାର୍ଯ୍ୟସୂଚୀ: BCCI ରୁ ମିଳିଲା ଅପଡେଟ୍

March 10, 2026

ପିଆଇବି ଏଡିଜିଙ୍କ ଆକାଶବାଣୀ ପୁରୀ କେନ୍ଦ୍ର ଗସ୍ତ

March 10, 2026

ଜଳ ଜୀବନ ମିଶନର ଅବଧି ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ

March 10, 2026
Latest News

ଭାରତ ସହିତ ସ୍ଥଳ ସୀମା ଲାଗିଥିବା ଦେଶଗୁଡ଼ିକରୁ ନିବେଶ ଉପରେ ମାର୍ଗଦର୍ଶିକାରେ ପରିବର୍ତ୍ତନକୁ ଅନୁମୋଦନ

March 10, 2026

ଏହି ତାରିଖରେ ପ୍ରକାଶ ପାଇବ ୨୦୨୬ ଆଇପିଏଲ କାର୍ଯ୍ୟସୂଚୀ: BCCI ରୁ ମିଳିଲା ଅପଡେଟ୍

March 10, 2026

ପ୍ରମୁଖ କୃଷି ଫସଲ ଉତ୍ପାଦନର ଦ୍ୱିତୀୟ ଅଗ୍ରୀମ ଆକଳନ ପ୍ରକାଶ କଲା କୃଷି ମନ୍ତ୍ରଣାଳୟ

March 10, 2026

ପିଆଇବି ଏଡିଜିଙ୍କ ଆକାଶବାଣୀ ପୁରୀ କେନ୍ଦ୍ର ଗସ୍ତ

March 10, 2026

ଜଳ ଜୀବନ ମିଶନର ଅବଧି ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ

March 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.