Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏକ ବର୍ଷ ମଧ୍ୟରେ ସୋଆ ଅର୍ବାନ୍ ଭେଟେରିନାରୀ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି ୫୦୦୦ ରୁ ଊର୍ଦ୍ଧ୍ୱ ପଶୁପକ୍ଷୀ
ଆଜିର ଖବର

ଏକ ବର୍ଷ ମଧ୍ୟରେ ସୋଆ ଅର୍ବାନ୍ ଭେଟେରିନାରୀ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି ୫୦୦୦ ରୁ ଊର୍ଦ୍ଧ୍ୱ ପଶୁପକ୍ଷୀ

May 5, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଗୋଟିଏ ବର୍ଷ ତଳେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆରମ୍ଭ ହୋଇଥିବା ସହରାଂଚଳ ପଶୁ ଚିକିତ୍ସାଳୟ (ଅର୍ବାନ୍ ଭେଟେରିନାରୀ ହସ୍ପିଟାଲ୍‌)ରେ ବର୍ଷକ ମଧ୍ୟରେ ପ୍ରାୟ ୫୫୨୭ ପଶୁପକ୍ଷୀଙ୍କର ବିଭିନ୍ନ ରୋଗର ଚିକିତ୍ସା କରାଯାଇ ପାରିଛି। ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନସେସ୍ ଆଣ୍ଡ ଆନିମଲ ହଜବାଣ୍ଡ୍‌୍ରୀ (ଆଇଭିଏସ୍‌ଏଏଚ୍‌)ର ଡିନ୍ ପ୍ରଫେସର ବ୍ରହ୍ମଦେବ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି।

ଭୁବନେଶ୍ୱର ଉପକଣ୍ଠ ଶାମପୁର ଠାରେ ଗତ ବର୍ଷ ଏପ୍ରିଲ୍ ୨୮ ତାରିଖରେ ଆରମ୍ଭ ହୋଇଥିବା ଏହି ପଶୁ ଚିକିତ୍ସାଳୟକୁ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ତଥା ତତ୍କାଳୀନ କୃଷି ଏବଂ କୃଷକ ସଶକ୍ତିକରଣ ଓ ପଶୁ ସମ୍ପଦ ମନ୍ତ୍ରୀ ତଥା ବର୍ତମାନର ନୟାଗଡର ବିଧାୟକ ଡକ୍ଟର ଅରୁଣ ସାହୁଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା। ଏହି ହସ୍ପିଟାଲ୍‌ରେ ଲାବାରେଟୋରୀ ଓ ଅପରେସନ୍ ଥିଏଟର ସମେତ ସବୁ ପ୍ରକାର ପଶୁପକ୍ଷୀଙ୍କର ଚିକିତ୍ସା କରାଯିବାର ବ୍ୟବସ୍ଥା ରହିଛି।

ବର୍ଷକ ମଧ୍ୟରେ ୪୫୩୯ଟି ପଶୁପକ୍ଷୀଙ୍କୁ ସାଧାରଣ ଔଷଧ ପ୍ରଦାନ କରାଯାଇଥିବା ବେଳେ ୪୭ଟି ଅପରେସନ୍ ଏବଂ ୯୪୧ଟି (ବିଶେଷ କରି ଗାଈ ଓ କୁକୁର)ମାନଙ୍କର ପ୍ରସୂତି ସମ୍ବନ୍ଧୀୟ ସମସ୍ୟାର ଚିକିତ୍ସା କରାଯାଇଥିବା ଆଇଭିଏସ୍‌ଏଏଚ୍‌ର ପ୍ରଫେସର ଶ୍ରୀନିବାସ ଦାସ କହିଛନ୍ତି।

ଏହାଛଡ଼ା ୧୯୬ଟି ଅର୍ଣ୍ଣାମେଂଟାଲ୍ ମାଛ ଓ କଇଁଛ, ମୂଷା, ଗିନିପିଗ, ଠେକୁଆ, ପେଚା ଓ ଶୁଆ ଇତ୍ୟାଦି ୬୪ଟି ପଶୁପକ୍ଷୀଙ୍କର ଚିକିତ୍ସା କରାଯାଇଛି।

ସାଧାରଣ ଔଷଧ, ଶଲ୍ୟ, ସ୍ତ୍ରୀ ଓ ପ୍ରସୂତି ଓ ପାଥୋଲୋଜି ବିଭାଗର ପ୍ରଫେସର ଏବଂ ପଶୁ ଚିକିତ୍ସା ବିଶେଷଜ୍ଞମାନେ ପ୍ରତ୍ୟେକ ଦିନ ଘରୋଇ ଉଦ୍ୟମରେ ସ୍ଥାପିତ ଓଡ଼ିଶାର ଏହି ଏକମାତ୍ର ପଶୁ ଚିକିତ୍ସାଳୟରେ ପଶୁପକ୍ଷୀଙ୍କର ଚିକିତ୍ସା କରୁଛନ୍ତି।

ଚିକିତ୍ସାଳୟର ଶୁଭାରମ୍ଭ ଦିନ ଉଦ୍‌ଘାଟନ ଉତ୍ସବ ଚାଲିଥିବା ବେଳେ ପ୍ରଥମ ରୋଗୀ ଭାବେ ହସ୍ପିଟାଲ୍‌କୁ ମାଙ୍କଡଟିଏ ନିଜେ ଆସିଥିଲା। ଚିକିତ୍ସକମାନେ ତାକୁ ଚିକିତ୍ସା କରିବା ପରେ ତା’ର ସମସ୍ୟା ଜଣାପଡ଼ିଥିଲା ଏବଂ ସଫଳତାର ସହ ତା’ର ଚିକିତ୍ସା କରାଯାଇଥିଲା। ସୁସ୍ଥ ହେବା ପରେ ମାଙ୍କଡଟିକୁ ରାଜ୍ୟ ବନ ବିଭାଗ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଥିଲା ବୋଲି ପ୍ରଫେସର ପଟ୍ଟନାୟକ କହିଛନ୍ତି।

ଏହି ହସ୍ପିଟାଲ୍‌ରେ ବିଭିନ୍ନ ପାଥୋଲୋଜିକାଲ୍ ପରୀକ୍ଷା କରାଯାଉଥିବା ବେଳେ ପରୀକ୍ଷା ନିମନ୍ତେ ୨୯୮ଟି ରକ୍ତ ନମୁନା, ଗାଈ ଏବଂ ମଇଁଷିଙ୍କର ୫୫ଟି ଫେକାଲ୍ ସାମ୍ପୁଲ୍ ପରୀକ୍ଷା, ୪ଟି ସ୍କିନ୍ ସ୍କ୍ରାପିଂ ଏବଂ ୯ଟି ମୂତ୍ର ପରୀକ୍ଷାର ନମୁନା ସଂଗ୍ରହ କରାଯାଇଥିବା ବେଳେ ୪ଟି ବାୟୋପ୍ସି କରାଯାଇଛି। ପଲିମରେସ୍ ଚେନ୍ ରିଆକ୍ସନ୍ ଦ୍ୱାରା ୨୦ଟି ରକ୍ତ ନମୁନାର ଜେନୋମିକ ଡାଏଗନୋସିସ୍ ମଧ୍ୟ କରାଯାଇଥିଲା ବୋଲି ପ୍ରଫେସର ଦାସ କହିଛନ୍ତି। ୪୭ଟି ଅସ୍ତ୍ରୋପଚାର ମଧ୍ୟରୁ ୨୪ଟି ବଡ଼ ଅସ୍ତ୍ରୋପଚାର କରାଯାଇଛି। ଏମାନଙ୍କ ମଧ୍ୟରେ ରହିଛି ଦୁଇଟି କୁକୁରଙ୍କର ଭଙ୍ଗା ହାଡର ଅସ୍ତ୍ରୋପଚାର। ଏହାଛଡ଼ା ବିଭିନ୍ନ ପ୍ରକାରର ଜଟିଳ ଅସ୍ତ୍ରୋପଚାର ମଧ୍ୟ ଏଠାରେ କରାଯାଉଛି।

ଏଥି ସହିତ ବିଭିନ୍ନ ରୋଗର ପ୍ରତିରୋଧ ନିମନ୍ତେ ଗାଈ ଏବଂ କୁକୁରମାନଙ୍କର ପ୍ରତିଷେଧମୂଳକ ଟୀକାକରଣ କରାଯାଇଛି। ପ୍ରାୟ ୩୨୦ ଗାଈଙ୍କୁ ଲମ୍ପି ସ୍କିନ୍ ଡିଜିଜ୍‌ରୁ ରକ୍ଷା କରିବା ନେଇ ଟୀକାକରଣ କରାଯାଇଛି। ସେହିପରି ୨୨୮ଟି କୁକୁରଙ୍କର ଆଂଟି ରାବିସ୍ ଟୀକାକରଣ କରାଯାଇଛି।

ହସ୍ପିଟାଲ୍ ପକ୍ଷରୁ ନିଆଳୀ, ଗୋପ ଏବଂ ମେଣ୍ଢାଶାଳ ପ୍ରଭୃତି ଅଂଚଳରେ ୪ଟି ଗ୍ରାମାଂଚଳ ସ୍ୱାସ୍ଥ୍ୟ ଶିବିର କରାଯାଇ ପଶୁମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି।

ସୋଆ ଅର୍ବାନ୍ ଭେଟେରିନାରୀ ହସ୍ପିଟାଲ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ରାଷ୍ଟ୍ରୀୟ ବୌଦ୍ଧିକ ଦିବ୍ୟାଙ୍ଗଜନ ସଶକ୍ତିକରଣ ପ୍ରତିଷ୍ଠାନ ପରିଦର୍ଶନ କଲେ ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧି ଦଳ

March 26, 2026

ଆଜି ଅଶୋକାଷ୍ଟମୀରେ ପ୍ରଭୃ ଲିଙ୍ଗରାଜ କ’ଣ ପାଇଁ ଭକ୍ତଙ୍କୁ ରଥରେ ଦିଅନ୍ତି ଦର୍ଶନ?

March 26, 2026

ବଦଳିବ RCBର ନାମ?: ସ୍ପଷ୍ଟ କଲେ ଅନନ୍ୟା ବିର୍ଲା

March 26, 2026

ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ: ଇନ୍ଧନ ଯୋଗାଣକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ଵ

March 26, 2026
Latest News

ରାଷ୍ଟ୍ରୀୟ ବୌଦ୍ଧିକ ଦିବ୍ୟାଙ୍ଗଜନ ସଶକ୍ତିକରଣ ପ୍ରତିଷ୍ଠାନ ପରିଦର୍ଶନ କଲେ ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧି ଦଳ

March 26, 2026

ଆଜି ଅଶୋକାଷ୍ଟମୀରେ ପ୍ରଭୃ ଲିଙ୍ଗରାଜ କ’ଣ ପାଇଁ ଭକ୍ତଙ୍କୁ ରଥରେ ଦିଅନ୍ତି ଦର୍ଶନ?

March 26, 2026

ବଦଳିବ RCBର ନାମ?: ସ୍ପଷ୍ଟ କଲେ ଅନନ୍ୟା ବିର୍ଲା

March 26, 2026

ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ: ଇନ୍ଧନ ଯୋଗାଣକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ଵ

March 26, 2026

ସତରେ କ’ଣ ଖୁବ୍ ଶୀଘ୍ର ଆସିବ ଲକଡାଉନ୍?: ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ପରେ ବଢିଲା ଚର୍ଚ୍ଚା

March 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.