ବ୍ରିଜରୁ ଖସିଲା ଦ୍ରୁତ ଗତିରେ ଯାଉଥିବା ବସ୍: ଅତି କମରେ ୧୫ ମୃତ

Published: May 9, 2023, 11:32 am IST

ଖର୍ଗୋନ: ମଧ୍ୟପ୍ରଦେଶର ଖର୍ଗୋନରେ ଏକ ବଡ଼ ବସ୍ ଦୁର୍ଘଟଣା ଘଟିଛି। ଯେଉଁଥିରେ ଅତି କମରେ ୧୫ ଜଣଙ୍କର ମୃତ୍ୟୁ ଖବର ରହିଛି। ସୂଚନାନୁସାରେ, ଇନ୍ଦୋରକୁ ଯାଉଥିବା ହାଇ ସ୍ପିଡ୍ ବସ୍ ଅନିୟନ୍ତ୍ରିତ ହୋଇ ବ୍ରିଜରୁ ଖସିପଡିଥିଲା। ଆଜି ସକାଳେ ଦଶଙ୍ଗା ଗାଁ ନିକଟରେ ଏହି ଘଟଣା ଘଟିଛି। ଗ୍ରାମବାସୀଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ଏବଂ ଲୋକଙ୍କୁ ବସରୁବାହାର କରାଯାଉଛି। ଏହି ବସ୍ ଖର୍ଗୋନ ଜିଲ୍ଲାର ସେଗାଓଁରୁ ଇନ୍ଦୋର ଅଭିମୁଖେ ଯାଉଥିଲା।

ମିଳିଥିବା ସୂଚନା ଅନୁଯାୟୀ ବସ୍‌ରେ ପ୍ରାୟ ୪୦ ଜଣ ଲୋକ ଯାତ୍ରା କରୁଥିଲେ। ସେମାନଙ୍କ ମଧ୍ୟରୁ ଅନେକ ଗୁରୁତର ଆହତ ହୋଇଛନ୍ତି ଏବଂ ସେମାନଙ୍କର ଚିକିତ୍ସା ଡାକ୍ତରଖାନାରେ ଚାଲିଛି। ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଦୁଃଖ ପ୍ରକାଶ କରିଛନ୍ତି ଏବଂ କ୍ଷତିପୂରଣ ଘୋଷଣା କରିଛନ୍ତି।

ଖର୍ଗୋନରେ ବସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରବର୍ଗଙ୍କୁ ୪ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଗୁରୁତର ଆହତଙ୍କ ପାଇଁ ୫୦ ହଜାର, ନାବାଳକ ଏବଂ ନାବାଳିକା ଆହତଙ୍କ ପାଇଁ ୨୫ ହଜାର ଏବଂ ଏହି ଦୁର୍ଘଟଣାରେ ଆହତଙ୍କ ଉପଯୁକ୍ତ ଚିକିତ୍ସା ମଧ୍ୟପ୍ରଦେଶ ସରକାର ଦ୍ଵାରା କରାଯିବ।

Related posts