Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶାର ଯୁବପିିଢ଼ିଙ୍କ ମଧ୍ୟରେ ବିଶ୍ୱସ୍ତରୀୟ ଦକ୍ଷତା ବିକାଶ ପାଇଁ ପ୍ରସ୍ତୁତ “ୱାର୍ଲ୍ଡ ସ୍କିଲ୍ ସେଣ୍ଟର”
ଆଜିର ଖବର

ଓଡ଼ିଶାର ଯୁବପିିଢ଼ିଙ୍କ ମଧ୍ୟରେ ବିଶ୍ୱସ୍ତରୀୟ ଦକ୍ଷତା ବିକାଶ ପାଇଁ ପ୍ରସ୍ତୁତ “ୱାର୍ଲ୍ଡ ସ୍କିଲ୍ ସେଣ୍ଟର”

May 29, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ବିଭିନ୍ନ ବିଷୟରେ ଦକ୍ଷତା ବିକାଶ ତାଲିମ ନେଇ ଆଜି ଓଡ଼ିଶାର ଯୁବକ ଯୁବତୀମାନେ ରାଜ୍ୟ ଭିତରେ ତଥା ଦେଶର ବିଭିନ୍ନ ସ୍ଥାନରେ ଆକର୍ଷଣୀୟ ନିଯୁକ୍ତି ସୁଯୋଗ ପାଇ ପାରୁଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ୱାର୍ଲ୍ଡ ସ୍କିଲ ସେଣ୍ଟର ବା ବିଶ୍ୱ ଦକ୍ଷତା କେନ୍ଦ୍ର ଏହି ଧାରାକୁ ଆଉ ଏକ ଉଚ୍ଚତାକୁ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଯାଉଛି।

“ସ୍କିଲ୍ଡ ଇନ୍ ଓଡ଼ିଶା” କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ମଧ୍ୟରେ ଏହି ଅତ୍ୟାଧୁନିକ ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ କରାଯାଇଛି। ଏହି କେନ୍ଦ୍ରରେ “ଫିନିସିଙ୍ଗ୍ ସ୍କୁଲ” ବା “ଇଣ୍ଡଷ୍ଟ୍ରି ରେଡିନେସ୍‌” ଢାଞ୍ଚାରେ ଯୁବକ ଯୁବତୀମାନଙ୍କୁ ଆବଶ୍ୟକ ଶିକ୍ଷା ଓ ତାଲିମ ଦିଆଯାଇ ସେମାନଙ୍କୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ କାମ କରିବା ପାଇଁ ପ୍ରସ୍ତୁତ କରାଯାଉଛି।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ସ୍କୁଲ ଅଫ୍ ଇଞ୍ଜିନିୟରିଂ ଏବଂ ସ୍କୁଲ ଅଫ୍ ସର୍ଭିସେସ୍ ଦୁଇଟି ବିଭାଗରେ ମୋଟ ୭ଟି ଅତ୍ୟାଧୁନିକ ବିଷୟରେ ପ୍ରାର୍ଥୀମାନଙ୍କୁ ତାଲିମ ଦିଆଯାଉଛି। ଯୁବପିଢ଼ିର ଦକ୍ଷତା ବିକାଶ ସହିତ ସେମାନଙ୍କ ନିଯୁକ୍ତି ସମ୍ଭାବନା ବୃଦ୍ଧି ପାଇଁ ଏହି କେନ୍ଦ୍ରରେ ବର୍ଷକୁ ଦୁଇଟି ବ୍ୟାଚରେ ତାଲିମ ଦିଆଯିବା ଲାଗି ଲକ୍ଷ୍ୟ ରହିଛି।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ଅନ୍ତର୍ଜାତୀୟ ଢାଞ୍ଚାର ପାଠ୍ୟକ୍ରମ ସହ ଆବଶ୍ୟକ ଭିତ୍ତିଭୂମି, ଅତ୍ୟାଧୁନିକ ଲାବୋରେଟୋରି ଓ ବିଶ୍ୱସ୍ତରୀୟ ବିଭିନ୍ନ ଯନ୍ତ୍ରପାତି ଓ ତାଲିମ ଉପକରଣ ରହିଛି। ବୈଷୟିକ ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ପରିଚିତ ସିଙ୍ଗାପୁରସ୍ଥିତ ଆଇଟିଇଇଏସ୍ ସଂସ୍ଥାର ସହଯୋଗକ୍ରମେ ବିଶ୍ୱ ଦକ୍ଷତା କେନ୍ଦ୍ରର ପାଠ୍ୟକ୍ରମ ଓ ତାଲିମ କାର୍ଯ୍ୟକ୍ରମ ପରିଚାଳନା କରାଯାଉଛି।

“ଓଡ଼ିଶାରୁ ଦକ୍ଷତା ବିକାଶ ତାଲିମ ନେଇ ବାହାରୁଥିବା ଯୁବକ ଯୁବତୀମାନଙ୍କୁ ଆଗାମୀ ଦିନରେ ଦେଶ ବିଦେଶରେ ନିଯୁକ୍ତି ବେଳେ ନିଶ୍ଚୟ ଗୁରୁତ୍ୱ ମିଳିବ। ମୁଖ୍ୟମନ୍ତ୍ରୀଙ୍କର ଏହି ପରିକଳ୍ପନା ଫଳରେ ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶା ଆଜି ସର୍ବଭାରତୀୟ ସ୍ତରରେ ସ୍ୱତନ୍ତ୍ର ପରିଚୟ ପାଇ ପାରିଛି। ତେଣୁ ବିଶ୍ୱ ଦକ୍ଷତା କେନ୍ଦ୍ରରେ ଆମର ଲକ୍ଷ୍ୟ ହେଉଛି ଓଡ଼ିଶାର ଯୁବପିଢ଼ିକୁ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ପ୍ରାକ୍ଟିକାଲ ତାଲିମ ଦେଇ ବିଶ୍ୱସ୍ତରୀୟ ମାନବ ସମ୍ବଳ ପ୍ରସ୍ତୁତ କରିବା”, କହିଛନ୍ତି ବିଶ୍ୱ ଦକ୍ଷତା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଳକା ମିଶ୍ର।

ୱାର୍ଲ୍ଡ ସ୍କିଲ୍ ସେଣ୍ଟର ହେଉଛି ଦେଶର ଏକ ଅଭିନବ ଦକ୍ଷତା ବିକାଶ କେନ୍ଦ୍ର । ରାଜ୍ୟର ବିଭିନ୍ନ ଶିଳ୍ପ ତାଲିମ ଅନୁଷ୍ଠାନରୁ ଆଇଟିଆଇ ବା ଡିପ୍ଲୋମା ପାସ୍ କରିଥିବା ପ୍ରାର୍ଥୀମାନଙ୍କ ଦକ୍ଷତାକୁ ଆହୁରି ଶାଣିତ କରି ସେମାନଙ୍କୁ ବିଭିନ୍ନ ଶିଳ୍ପ କ୍ଷେତ୍ର ପାଇଁ ପ୍ରସ୍ତୁତ କରିବାକୁ ଏଠାରେ ଅତ୍ୟାଧୁନିକ ପାଠ୍ୟକ୍ରମ ଦିଆଯାଉଛି । ପ୍ରାକ୍ଟିକାଲ ଶିକ୍ଷା ସହ କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କୁ ଦକ୍ଷତା ବିକାଶ, ଯୋଗାଯୋଗ ଏବଂ ବିଭିନ୍ନ ଜୀବନ କୌଶଳ ତାଲିମ ଦିଆଯାଉଛି ।

ବିଶ୍ୱ ଦକ୍ଷତା କେନ୍ଦ୍ରର “ସ୍କୁଲ ଅଫ୍ ଇଞ୍ଜିନିୟରିଂ” ବିଭାଗ ଅଧୀନରେ ଇଲେକ୍ଟ୍ରିକାଲ ଟୋକ୍ନୋଲୋଜି, ଏୟାର କଣ୍ଡିସନିଂ ଆଣ୍ଡ୍ ରେଫ୍ରିଜେରେସନ, ମେକାନିକାଲ ଆଣ୍ଡ୍ ଇଲେକ୍ଟ୍ରିକାଲ ସର୍ଭିସେସ୍‌, ମେକାଟ୍ରୋନିକ୍ସ ଏବଂ ଭର୍ଟିକାଲ ଟେକ୍ନୋଲୋଜି ଭଳି ୫ଟି ବିଷୟ ରହିଛି । ରାଜ୍ୟରୁ ଆଇଟିଅ ।ଇ ବା ଡିପ୍ଲୋମା ଇଞ୍ଜିନିୟରିଂ ପାସ୍ କରିଥିବା ଛାତ୍ରଛାତ୍ରୀମାନେ ଯୋଗ୍ୟତା ଭିତ୍ତିରେ ଏହି ୧ ବର୍ଷିଆ ପାଠ୍ୟକ୍ରମରେ ତାଲିମର ସୁଯୋଗ ପାଉଛନ୍ତି।

ସେହିପରି ସ୍କୁଲ ଅଫ ସର୍ଭିସେସ୍ ବିଭାଗରେ “ବ୍ୟୁଟି ୱେଲନେସ୍ ଆଣ୍ଡ୍ ସ୍ପା” ଏବଂ “ହେୟାର ଫ୍ୟାସନ ଆଣ୍ଡ୍ ଡିଜାଇନ” ଭଳି ଦୁଇଟି ବଜାର ଉପଯୋଗୀ ବିଷୟ ରହିଛି। ଯେ କୌଣସି ବିଷୟରେ +୨ ବା ଡିପ୍ଲୋମା ସାର୍ଟିଫିକେଟଧାରୀ ପ୍ରାର୍ଥୀମାନେ ଏଥିପାଇଁ ଆବେଦନ କରିପାରିବେ। ଏହି ତାଲିମ କାର୍ଯ୍ୟକ୍ରମର ସମୟସୀମା ମଧ୍ୟ ୧ ବର୍ଷ ରହିଛି।

୨୦୨୧ ମସିହାରେ ବିଶ୍ୱ ଦକ୍ଷତା କେନ୍ଦ୍ରର ଶୁଭାରମ୍ଭ ହୋଇଥିଲା। ଏହାର ପ୍ରଥମ ବ୍ୟାଚରୁ ବାହାରିଥିବା ପ୍ରାର୍ଥୀମାନଙ୍କ ଭିତରୁ ୨୪ ଜଣ ଆଜି ସିଙ୍ଗାପୁରରେ ବିଭିନ୍ନ କମ୍ପାନିରେ “ପେଡ୍‌-ଇଣ୍ଟର୍ଣ୍ଣସିପ୍‌” କରିବାର ସୁଯୋଗ ପାଇଛନ୍ତି। ସେହିପରି ବିଭିନ୍ନ ବ୍ୟାଚରେ ଉତ୍ତୀର୍ଣ୍ଣ ହେଉଥିବା ପ୍ରାର୍ଥୀମାନେ କିପରି ବିଭିନ୍ନ ପ୍ରମୁଖ ସଂସ୍ଥାରେ ନିଯୁକ୍ତି ପାଇପାରିବେ ସେଥିପାଇଁ “ପ୍ଲେସମେଣ୍ଟ” ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି।

ଏହି କେନ୍ଦ୍ରରେ ବର୍ତ୍ତମାନ ତୃତୀୟ ବ୍ୟାଚର ପାଠ୍ୟକ୍ରମ ଚାଲିଛି। ଆଗାମୀ ସେପ୍ଟେମ୍ବର ମାସରେ ପରବର୍ତ୍ତି ବ୍ୟାଚର ଛାତ୍ରଛାତ୍ରୀଙ୍କ ପାଇଁ ତାଲିମ ଆରମ୍ଭ ହେବ।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ଦିଆଯାଉଥିବା ବିଭିନ୍ନ ବିଷୟରେ ତାଲିମ ପାଇଁ ପ୍ରାର୍ଥୀମାନଙ୍କଠାରୁ କୋର୍ସ ଫି” ବାବଦରେ ୨୦ ହଜାର ଟଙ୍କା ନିଆଯାଉଛି। ତେବେ, ସେମାନଙ୍କ ଲାଗି ହଷ୍ଟେଲ ସୁବିଧା, ଖାଇବା, ୟୁନିଫର୍ମ ଏବଂ ଯିବା ଆସିବା ଲାଗି ବସ୍ ସୁବିଧା ଆଦି ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣାରେ ଯୋଗାଇ ଦିଆଯାଉଛି।

“ଓଡ଼ିଶାର ଯୁବପିଢ଼ିଙ୍କ ଭିତରେ ନିଜକୁ ବିଶ୍ୱସ୍ତରୀୟ ଦକ୍ଷ ମାନବ ସମ୍ବଳ ଭାବେ ଗଢ଼ି ତୋଳିବା ଲାଗି ଆଜି ଯେଉଁ ଆଙ୍କାକ୍ଷା ସୃଷ୍ଟି ହୋଇଛି ତାକୁ ପୂରଣ କରିବା ଦିଗରେ “ସ୍କିଲ୍ଡ ଇନ୍ ଓଡ଼ିଶା” ଏକ ସ୍ଲୋଗାନ ପାଲଟିଛି। ତେଣୁ ବିଶ୍ୱ ଦକ୍ଷତା କେନ୍ଦ୍ର ଜରିଆରେ ସରକାର ଯେଉଁ ସୁଯୋଗ ସୃଷ୍ଟି କରିଛନ୍ତି ରାଜ୍ୟର ଯୁବପିଢ଼ି ତା’ର ସୁଯୋଗ ନେବାକୁ ଆଗେଇ ଆସିବା ଦରକାର”, ଏହି ଅବସରରେ କହିଛନ୍ତି ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର।

ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଶିଳ୍ପ ତାଲିମ ପ୍ରତିଷ୍ଠାନର ପାଠ୍ୟକ୍ରମ ଏବଂ ତାଲିମ ବ୍ୟବସ୍ଥାରେ ଗୁଣାତ୍ମକ ବିକାଶ ଆଣିବା ବିଶ୍ୱ ଦକ୍ଷତା କେନ୍ଦ୍ରର ଆଉ ଏକ ଲକ୍ଷ୍ୟ। ସେହିପରି ବିଭିନ୍ନ ପ୍ରତିଷ୍ଠାନର ଶିକ୍ଷକମାନଙ୍କୁ ଅତ୍ୟାଧୁନିକ ତାଲିମ ଦେଇ ସେମାନଙ୍କୁ ଆଗାମୀ କାଲି ପାଇଁ ପ୍ରସ୍ତୁତ କରିବାକୁ ବିଶ୍ୱ ଦକ୍ଷତା କେନ୍ଦ୍ର କାର୍ଯ୍ୟକ୍ରମ ହାତକୁ ନେଉଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଭାରତରେ ଅଛି ଏପରି ଗାଁ, ଯେଉଁଠାରୁ ପ୍ରତି ଘରୁ ଜଣେ ଜଣେ ହୋଇଛନ୍ତି ସୈନିକ

September 27, 2025

ହାରିସ୍‌ ରୌଫଙ୍କୁ ଜରିମାନା ପରେ ମଧ୍ୟ ସୁଧୁରୁନି ପାକିସ୍ତାନ: ନୂଆ ନାଟକ ସୃଷ୍ଟି କଲେ ପିସିବି ଅଧ୍ୟକ୍ଷ

September 27, 2025

ବିହାର ବିଜୟ ପାଇଁ ଗୁପ୍ତ ମନ୍ତ୍ରଣା କଲେ ବିଜେପି ଚାଣକ୍ୟ ଅମିତ ଶାହ

September 27, 2025

ସୋନମ ୱାଙ୍ଗଚୁକଙ୍କ ରହିଛି ପାକିସ୍ତାନୀ ଲିଙ୍କ୍?: ଲଦାଖ ଡିଜିପି ଙ୍କ ଆଶ୍ଚର୍ଯ୍ୟଜନକ ଦାବି

September 27, 2025
Latest News

ଅଭିନେତା ବିଜୟଙ୍କ ରାଲିରେ ଦଳାଚକଟା, ୩୧ ଜଣଙ୍କର ମୃତ୍ୟୁ ଆଶଙ୍କା, ଅନେକ ଆହତ

September 27, 2025

ଅବକାରୀ ବିଭାଗର ବାଣପୁର-ଟାଙ୍ଗୀରେ ଚଢାଉ: ଦେଶୀ ମହୁଲି ଓ ଗଞ୍ଜେଇ ଜବତ, ଦୁଇ ଗିରଫ

September 27, 2025

ଶତ୍ରୁମାନଙ୍କୁ ଧ୍ୱଂସ କରିବ “ଅନନ୍ତ ଶସ୍ତ୍ର”: ସେନାର କ୍ରୟ ପ୍ରକ୍ରିୟା ଆରମ୍ଭ

September 27, 2025

ଭାରତରେ ଅଛି ଏପରି ଗାଁ, ଯେଉଁଠାରୁ ପ୍ରତି ଘରୁ ଜଣେ ଜଣେ ହୋଇଛନ୍ତି ସୈନିକ

September 27, 2025

ହାରିସ୍‌ ରୌଫଙ୍କୁ ଜରିମାନା ପରେ ମଧ୍ୟ ସୁଧୁରୁନି ପାକିସ୍ତାନ: ନୂଆ ନାଟକ ସୃଷ୍ଟି କଲେ ପିସିବି ଅଧ୍ୟକ୍ଷ

September 27, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.