ଅମିତ ସାହାଙ୍କ ଓଡିଶା ଗସ୍ତ ପୁଣି ଥରେ ବାତିଲ, ଚତୁର୍ଥ ଥର ପାଇଁ ହେଲା ସ୍ଥଗିତ

Published: Jun 14, 2023, 9:19 pm IST
BJP1

ଭୁବନେଶ୍ୱର: ପୁଣିଥରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଓଡିଶା ଗସ୍ତ ବାତିଲ କରାଯାଇଛି। ଏହି ସୂଚନା ଓଡିଶା ବିଜେପି ତରଫରୁ ଦିଆଯାଇଛି। କାରଣରେ କୁହାଯାଇଛି ଯେ, ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ବିପର୍ଯ୍ୟୟ’ ଗୁଜୁରାଟ ଉପକୁଳବର୍ତ୍ତି ସ୍ଥଳଭାଗ ଛୁଇଁବ। ସେଥିପାଇଁ ଅମିତ ଶାହା ଆସିପାରିବେ ନାହିଁ।

ଶାହାଙ୍କ ଆସନ୍ତା ୧୭ ତାରିଖରେ ଓଡିଶା ଗସ୍ତ କାର୍ଯ୍ୟକ୍ରମ ଥିଲା। ସେ ଢେଙ୍କାନାଳ ଯାଇ ସେଠାରେ ମହାଜନସଂପର୍କ ଯାତ୍ରାର ଶୁଭାରମ୍ଭ କରିଥାଆନ୍ତେ। ଏ ନେଇ ବିଜେପି ତରଫରୁ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦିଆଯାଇଥିଲା। ହେଲେ ତାହା ହୋଇପାରିଲା ନାହିଁ। ତେବେ କେବଳ ଏହି ଗୋଟିଏ ଥର ନୁହେଁ ପୂର୍ବରୁ ମଧ୍ୟ ତାଙ୍କ ଗସ୍ତ ଚାରିଥର ବାତିଲ କରାଯାଇଛି। ସେହି ଢେଙ୍କାନାଳକୁ ଆସିବେ ବୋଲି ଧର୍ମେନ୍ଦ୍ରଙ୍କ କ୍ୟାମ୍ପ ତରଫରୁ ବାରମ୍ବାର ସୂଚନା ଦିଆଯାଇଥିଲା। ହେଲେ ପରବର୍ତ୍ତି ସମୟରେ ତାହା ବାତିଲ ହୋଇଯାଉଥିଲା।

Related posts