Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍ତନ କର୍କଟ ସ୍କ୍ରିନିଂରେ ଏକ ଗେମ୍ ଚେଞ୍ଜର: ଓଡ଼ିଶାର ମହିଳାମାନଙ୍କ ପାଇଁ ଥର୍ମାଲିଟିକ୍ସ୍ ସ୍କ୍ରିନିଂ ଟେଷ୍ଟ
ଆଜିର ଖବର

ସ୍ତନ କର୍କଟ ସ୍କ୍ରିନିଂରେ ଏକ ଗେମ୍ ଚେଞ୍ଜର: ଓଡ଼ିଶାର ମହିଳାମାନଙ୍କ ପାଇଁ ଥର୍ମାଲିଟିକ୍ସ୍ ସ୍କ୍ରିନିଂ ଟେଷ୍ଟ

June 25, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଭୁବନେଶ୍ବରର ପ୍ରମୁଖ ଓ ଜଣାଶୁଣା ‘ଓଡିଶା ଡାଇଗ୍ନୋଷ୍ଟିକ୍’ ଏବେ ଆନ୍ତର୍ଜାତୀୟ ସ୍ତରରେ ଅଗ୍ରଣୀ ମେଡିକାଲ୍ ଟେକ୍ନୋଲୋଜି କମ୍ପାନୀ ନିରାମାଇଙ୍କ ସହଭାଗିତାରେ ରାଜଧାନୀରେ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇବାର ଲକ୍ଷ୍ୟ ରଖିଛି। ଏହି ସହଯୋଗର ମୂଳ ଉଦ୍ଦେଶ୍ୟ ହେଉଛି ଅତ୍ୟାଧୁନିକ ଜ୍ଞାନକୌଶଳକୁ ସ୍ବାସ୍ଥ୍ୟସେବାର ଅଗ୍ରଭାଗକୁ ଆଣିବା, ଯେପରିକି ସ୍ତନ କର୍କଟ ରୋଗର ଶୀଘ୍ର ଚିହ୍ନଟ କରିବା ସହ ରୋଗୀକୁ ଉପଯୁକ୍ତ ଚିକିତ୍ସା ପ୍ରକ୍ରିୟାରେ ଉନ୍ନତି ଆଣିବା।

ଭୁବନେଶ୍ୱର ବାସୀଙ୍କ ପାଇଁ ଏକ ଖୁସିର କାରଣ, ‘ଓଡିଶା ଡାଇଗ୍ନୋଷ୍ଟିକ୍’ ବର୍ତ୍ତମାନ ସ୍ତନ କର୍କଟ ପାଇଁ ସର୍ବଭାରତୀୟ ସ୍ତରରେ ଅନୁମୋଦିତ ନୋଭେଲ୍ ସ୍କ୍ରିନିଂ ପରୀକ୍ଷା ଆରମ୍ଭ କରିଛି। ଓଡିଶା ଡାଇଗ୍ନୋଷ୍ଟିକ୍, ରୋଗୀଙ୍କୁ ଉନ୍ନତ ଓ ଗବେଷଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ସର୍ବଦା ପ୍ରତିବଦ୍ଧ। ନୂତନତ୍ଵ ଏବଂ ଗୁଣବତ୍ତା ଉପରେ ଦୃଢ ଧ୍ୟାନ ଦେବା ସହିତ ଓଡିଶା ଡାଇଗ୍ନୋଷ୍ଟିକ୍ ରୋଗୀଙ୍କୁ ସର୍ବୋତ୍ତମ ସେବା ଯୋଗାଇବାକୁ ସର୍ବଦା ଚେଷ୍ଟା କରେ।

ନିରାମାଇଙ୍କ ସହ ସହଭାଗୀତା କରି ଓଡିଶା ଡାଇଗ୍ନୋଷ୍ଟିକ୍ ସମସ୍ତଙ୍କୁ ଉନ୍ନତ ଓ ଗୁଣାତ୍ମକ ସେବା ଦେବା ଲକ୍ଷ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛି।

ଏହି ଅବସରରେ ଗୋପାଳ ଅଗ୍ରୱାଲ୍, ଓଡିଶା ଡାଇଗ୍ନୋଷ୍ଟିକର ସିଇଓ କହିଛନ୍ତି ଯେ, “ନିରାମାଇ ପରି ଏକ ଅଭିନବ କମ୍ପାନୀ ସହ ଭାଗିଦାରୀ କରି ଆମେ ଆନନ୍ଦିତ, ଯାହା ଆମ ଗ୍ରାହକଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ। ନିରାମାଇ ସହ ସହଭାଗିତା ମାଧ୍ୟମରେ ଆମ ରାଜ୍ୟ ଓଡିଶା ଗୁଣାତ୍ମକ ଓ ଉନ୍ନତ ଡାଇଗ୍ନୋଷ୍ଟିକ୍ କ୍ଷେତ୍ରରେ ଆଗୁଆ ହୋଇ ଏହାର ରୋଗୀଙ୍କୁ ଅସାଧାରଣ ଚିକିତ୍ସା ଯୋଗାଇବାକୁ ପ୍ରତିଶୃତି ବଦ୍ଧ। ଅଭିନବ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଓଡିଶା ଡାଇଗ୍ନୋଷ୍ଟିକ୍ ସମସ୍ତଙ୍କ ଜୀବନରେ ଏକ ସକରାତ୍ମକ ପ୍ରଭାବ ପକାଇବାକୁ ଲକ୍ଷ୍ୟ ରଖୁଛି।“

ଡକ୍ଟର ଗୀତା ମଞ୍ଜୁନାଥ ନିରାମାଇର ପ୍ରତିଷ୍ଠାତା ତଥା ସିଇଓ କହିଛନ୍ତି ଯେ, “ଓଡିଶାର ମହିଳାମାନଙ୍କୁ ଅଭିନବ ପ୍ରଯୁକ୍ତିବିଦ୍ୟାଯୁକ୍ତ ଥର୍ମାଲାଇଟିକ୍ସ ସ୍କ୍ରିନିଂ ସେବା ପ୍ରଦାନ କରିବାକୁ ଓଡିଶା ଡାଇଗ୍ନୋଷ୍ଟିକ୍ ସହ ସହଭାଗିତା ଘୋଷଣା ଆମ ପାଇଁ ବହୁତ ଖୁସିର ବିଷୟ। ସ୍ତନ କର୍କଟର ଶୀଘ୍ର ଚିହ୍ନଟ କରିବାର ଗୁରୁତ୍ଵ ଉପରେ ସେ ଜୋର ଦେଇ କହିଛନ୍ତି ଯେ, କର୍କଟ ମୃତ୍ୟୁଦଣ୍ଡ ନୁହେଁ। ସ୍ତନ କର୍କଟ ବିଳମ୍ବରେ ଚିହ୍ନଟ ହେବା ସମସ୍ୟାର ସମାଧାନ କରିବା ଏବଂ ଅକାଳ ମୃତ୍ୟୁକୁ ରୋକିବା ହେଉଛି ନିରାମାଇର ଲକ୍ଷ୍ୟ। ଏହି ସହଭାଗିତା ଦ୍ବାରା ଆମେ ସେହିପରି ସମସ୍ତ ରୋଗୀ ମାନଙ୍କ ପାଖରେ ପହଞ୍ଚିବାକୁ ସକ୍ଷମ କରିବା ସହ ସେମାନଙ୍କୁ ଜୀବନ ବଞ୍ଚାଇବାର ଲକ୍ଷ୍ୟର ନିକଟତର କରିବୁ। ନିରାମାଇ ହେଲଥ ଆନାଲିଟି ହେଉଛି ଏକ ଅଗ୍ରଣୀ ଭାରତୀୟ ଦୃଢ ବୈଷୟିକଜ୍ଞାନ ଦ୍ବାରା ପରିଚାଳିତ କମ୍ପାନୀ ଯାହା ପ୍ରଯୁକ୍ତିବିଦ୍ୟାର ବ୍ୟବହାରରେ ଏକ ନୂଆ ବିପ୍ଲବ ଆଣିଛି, ଡ଼ାକ୍ତରଖାନା ଏବଂ ଡାଇଗ୍ନୋଷ୍ଟିକ୍ କୈନ୍ଦ୍ରଗୁଡିକ ପାଇଁ ବିକିରଣମୁକ୍ତ, ଅଣ-ଆକ୍ରମଣକାରୀ ଏବଂ ଅଣ-ସ୍ପର୍ଶ ସ୍ତନ କର୍କଟ ସ୍କ୍ରିନିଂର ସମାଧାନ ପ୍ରଦାନ କରିଛି। ସିବି ଇନ୍ସାଇଟସ୍ ତରଫରୁ ୨୦୧୯ ଟପ୍ ଏଆଇ ୧୦୦ ଷ୍ଟାର୍ଟଅପ୍ ରେ ତାଲିକାଭୁକ୍ତ ଏକମାତ୍ର ଭାରତୀୟ କମ୍ପାନୀ ହେଉଛି ନିରାମାଇ ଏବଂ ମହିଳାମାନଙ୍କର ସ୍ବାସ୍ଥ୍ୟରେ ଅବଦାନ ପାଇଁ ଏହା ଅନେକ ସମ୍ମାନଜନକ ପୁରସ୍କାର ପାଇସାରିଛି।”

ଆୟୋଜିତ ପ୍ରେସ୍ ମିଟ୍ ରେ ସମ୍ମାନିତ ଅତିଥି ଓ ବିଶେଷଜ୍ଞଙ୍କ ଦ୍ବାରା ସମ୍ବୋଧିତ କରାଯାଇଥିଲା, ଯେଉଁମାନେ ନିରାମାଇଙ୍କ ପରିବର୍ତ୍ତନଶୀଳ ପ୍ରଯୁକ୍ତିବିଦ୍ୟା ଏବଂ ରୋଗ ଉପଶମ ବିଷୟରେ ସୂଚନା ପ୍ରଦାନ କରିଥିଲେ।

ଏହି ପ୍ୟାନେଲରେ ଅଭିଜ୍ଞ ଅଙ୍କୋପ୍ଲାଷ୍ଟିକ୍ ତଥା ସ୍ତନ ସର୍ଜନ ଡକ୍ଟର ମାନସୀ ଚୌହାନ, ଯିଏ ସ୍ତନ କର୍କଟ ଚିକିତ୍ସାର ସଫଳତା ବିଷୟରେ କହିଥିଲେ। ନିରାମାଇର ବରିଷ୍ଠ ବ୍ୟବସାୟ ବିକାଶ ପରିଚାଳକ ବିଜୟ ଠାକୁର ସେମାନଙ୍କ ଉନ୍ନତ ଚିକିତ୍ସା ପ୍ରଯୁକ୍ତିର ଅନନ୍ୟ ବୈଶିଷ୍ଟ୍ୟଗୁଡିକ ଏବଂ ଉପକାରିତା ଉପରେ ଆଲୋକପାତ କରିଥିଲେ। ଓଡିଶା ଡାଇଗ୍ନୋଷ୍ଟିକ୍ସର ସିଇଓ ଗୋପାଳ ଅଗ୍ରୱାଲ୍ ଓଡ଼ିଶା ଇଗ୍ନୋଷ୍ଟିକ୍ ସହିତ ସହଭାଗ୍ୟତାର ମହତ୍ତ୍ବ ଏବଂ ଭୁବନେଶ୍ବର ଅଞ୍ଚଳରେ ସ୍ବାସ୍ଥ୍ୟସେବାରେ ଏହାର ସମ୍ଭାବନା ଉପରେ ଗୁରୁତ୍ବାରୋପ କରିଥିଲେ।

ଓଡିଶା ଡାଇଗ୍ନୋଷ୍ଟିକ୍ ବିଷୟରେ: http://www.odishadiagnostics.com
ନିରାମାଇ ବିଷୟରେ: https://www.niramai.com/

ସ୍ତନ କର୍କଟ
Share. Facebook Twitter LinkedIn Email WhatsApp Copy Link

Related Posts

ଏମ୍ସ ଭୁବନେଶ୍ୱରର ଚମକ “ଅଙ୍ଗ ପ୍ରତିରୋପଣରେ ଉଦୀୟମାନ ସରକାରୀ ପ୍ରତିଷ୍ଠାନ” ଭାବରେ ସମ୍ମାନିତ

August 3, 2026

ବନ୍ୟା ସହାୟତା ଘୋଷଣା, ପ୍ରଥମ ପର୍ଯ୍ୟାୟରେ ୧୧୦ କୋଟି ଟଙ୍କା, ଜାଣନ୍ତୁ କାହାକୁ ଦିଆଯିବ କେତେ 

August 3, 2026

ଓଡିଶା ରାଜନୀତିର ଭୀଷ୍ମ ପିତାମହ ବିଶ୍ବଭୂଷଣ ହରିଚନ୍ଦନଙ୍କ ୯୩ ତମ ଜନ୍ମଦିବସ ପାଳିତ

August 3, 2026

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବାଗତ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

August 3, 2026
Latest News

ଏମ୍ସ ଭୁବନେଶ୍ୱରର ଚମକ “ଅଙ୍ଗ ପ୍ରତିରୋପଣରେ ଉଦୀୟମାନ ସରକାରୀ ପ୍ରତିଷ୍ଠାନ” ଭାବରେ ସମ୍ମାନିତ

August 3, 2026

ବନ୍ୟା ସହାୟତା ଘୋଷଣା, ପ୍ରଥମ ପର୍ଯ୍ୟାୟରେ ୧୧୦ କୋଟି ଟଙ୍କା, ଜାଣନ୍ତୁ କାହାକୁ ଦିଆଯିବ କେତେ 

August 3, 2026

ଓଡିଶା ରାଜନୀତିର ଭୀଷ୍ମ ପିତାମହ ବିଶ୍ବଭୂଷଣ ହରିଚନ୍ଦନଙ୍କ ୯୩ ତମ ଜନ୍ମଦିବସ ପାଳିତ

August 3, 2026

Bankipur Byepoll Result: ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନଙ୍କ ଗଡରେ ଜିତିଲେ ପ୍ରଶାନ୍ତ କିଶୋର

August 3, 2026

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବାଗତ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

August 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.