Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମା’ ରମାଦେବୀ ଚେୟାରର ଶୁଭାରମ୍ଭ
ଆଜିର ଖବର

ମା’ ରମାଦେବୀ ଚେୟାରର ଶୁଭାରମ୍ଭ

July 4, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ମହିଳାମାନଙ୍କ ଚିରନ୍ତନ ବିକାଶ, ସଶକ୍ତିକରଣ ସମେତ ସମାଜ ବିଜ୍ଞାନ ଗବେଷଣାକୁ ପ୍ରୋତ୍ସାହିତ କରିବା ପାଇଁ ସ୍ୱତନ୍ତ୍ର ଭାବେ ଆରମ୍ଭ ହୋଇଛି ମା’ ରମାଦେବୀ ଚେୟାର। ଲିଙ୍ଗଗତ ସମାନତା, ସାମାଜିକ ନ୍ୟାୟ ଓ ମହିଳା ସଶକ୍ତିକରଣ ଉପରେ ଏହି ଚେୟାର ପ୍ରାଧାନ୍ୟ ଦେବ। ମା’ ରମାଦେବୀ ଚେୟାରର ଶୁଭାରମ୍ଭ ଅବସରରେ ମାନ୍ୟବର ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍‌ ଏହା ପ୍ରକାଶ କରିଛନ୍ତି।

ଆଜି ଅପରାହ୍ନରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପରିସରସ୍ଥ ନୂତନ ପ୍ର୍ରେକ୍ଷାଳୟରେ ରମାଦେବୀ ଚେୟାର ଅନ ଓମେନ୍ସ୍‌ ଷ୍ଟଡିଜ୍‌ର ଶୁଭାରମ୍ଭ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ୍‌ କହିଲେ ଯେ, ଆମ ଜୀବନର ପ୍ରଥମ ଶିକ୍ଷକ ହେଉଛି ମାଆ। ନାରୀ ଶିକ୍ଷିତ ହେଲେ ଗୋଟିଏ ପରିବାର ଶିକ୍ଷିତ ହୁଏ। ନାରୀମାନଙ୍କୁ ସମାଜରେ ଅଗ୍ରାଧିକାର ଦେବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଯେଉଁ ଲକ୍ଷ୍ୟ ରହିଛି ସେ ସ୍ୱପ୍ନକୁ ସାକାର କରିବାରେ ରମାଦେବୀ ବିଶ୍ୱବିଦ୍ୟାଳୟର ଏଭଳି ସତ୍‌ପ୍ରଚେଷ୍ଟା ବାସ୍ତବିକ ପ୍ରଶଂସନୀୟ।

ମା’ରମାଦେବୀ ଚୌଧୁରୀଙ୍କ ନାମରେ ବଳୀୟାନ୍‌ ଏହି ମହାନ୍‌ ଶିକ୍ଷାନୁଷ୍ଠାନ। ସେ ସ୍ୱୟଂ ଥିଲେ ଜଣେ ନାରୀ ଯୋଦ୍ଧା। ଓଡ଼ିଆ ଜାତିର ସ୍ୱାଧୀନତା ପାଇଁ ତାଙ୍କର ସଂଘର୍ଷ ସଦା ସ୍ମରଣୀୟ। ଆଜି ଆମେ ଯେଉଁ ବିଶ୍ୱବିଦ୍ୟାଳୟ ମାଟିରେ ଠିଆ ହୋଇ ଓମେନ୍ସ୍‌ ଷ୍ଟଡିଜ୍‌ରର ମହତ୍ତ୍ୱ ବିଷୟରେ ଆଲୋଚନା କରୁଛେ, ତାହା ସେହି ମହିୟସୀ ନାରୀଙ୍କ ନାମରେ ନାମିତ। ମା’ ରମାଦେବୀଙ୍କ ତ୍ୟାଗ, ଆଦର୍ଶ, ସମର୍ପଣର ପ୍ରତୀକ ଏହି ମହାନ ଶିକ୍ଷାନୁଷ୍ଠାନ। ୧୯୬୪ ମସିହାରୁ କେତେ ଯେ ନାରୀ ରନି ଏହି ଅନୁଷ୍ଠାନ ସୃଷ୍ଟି କରିଛି ତାହାର ହିସାବ ନାହିଁ।

ଓଡ଼ିଶାର ଗର୍ବ ସ୍ୱର୍ଗତଃ ବିଜୁବାବୁଙ୍କ ପ୍ରୟାସରେ ପ୍ରତିଷ୍ଠିତ ଏହି ଶିକ୍ଷାନୁଷ୍ଠାନ ପୂର୍ବଭାରତର ପ୍ରଥମ ମହିଳା ମହାବିଦ୍ୟାଳୟ। ଭାରତର ସର୍ବୋଚ୍ଚ ନାଗରିକ ଭାବେ ସମ୍ମାନ ପାଇଥିବା ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ହେଉଛନ୍ତି ଏହି ମହାନ ଶିକ୍ଷାନୁଷ୍ଠାନର ପୁରାତନ ଛାତ୍ରୀ। ୧୯୬୪ ମସିହାରୁ ଏକ ଲମ୍ବା ଯାତ୍ରା ଅତିକ୍ରମ କରିଥିବା ରମାଦେବୀ ମହିଳା ମହାବିଦ୍ୟାଳୟ ୨୦୧୫ରେ ଓଡ଼ିଶାର ପ୍ରଥମ ମହିଳା ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଥିଲା।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଶୁଭାରମ୍ଭ ହୋଇଥିଲା। ଆଜି ଏହି ବିକାଶ ଯାତ୍ରାରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହୋଇଛି। ଆଜିର ଏହି ଚେୟାରର ଶୁଭାରମ୍ଭ ନାରୀ ଜାଗରଣ, ମହିଳା ସଶକ୍ତିକରଣରୁୁ କୌଣସିମତେ କମ୍‌ ନୁହେଁ। ମା’ରମାଦେବୀ ଚେୟାର ସମାଜରେ ନାରୀଭିତ୍ତିକ ସମସ୍ୟାଗୁଡ଼ିକର ବିଶ୍ଳେଷଣାତ୍ମକ ଓ ତୁଳନାତ୍ମକ ଗବେଷଣା କରି ସମାଧାନର ପ୍ରସ୍ତାବ ରଖିବେ। ହୁ୍ୟମାନିଟିଜ୍‌, ସମାଜ ବିଜ୍ଞାନ ଆଦି ବିଭିନ୍ନ କ୍ଷେତ୍ରର ସହଭାଗିତାରେ ବହୁବିଷୟକ ଅନୁସନ୍ଧାନ କରିବେ।

ବିଭିନ୍ନ ମହିୟସୀ ମହିଳାଙ୍କ ଅବଦାନ ସମେତ ସେମାନଙ୍କ ସଫଳତା ଏଠାର ଆଲୋଚ୍ୟବସ୍ତୁ ହୋଇ ଆଗାମୀ ପିଢ଼ିଙ୍କୁ ପ୍ରୋତ୍ସାହିତ କରିବ। ସାମାଜିକ ବ୍ୟାଧିଗୁଡ଼ିକର ନିରାକରଣ ଓ ନାରୀ-ପୁରୁଷ ଲିଙ୍ଗଗତ ଭେଦଭାବ ଦୂର ସମ୍ଭବ ହୋଇପାରିବ। ଉନ୍ନତ ସମାଜର ମାପକାଠି ଓ ମହିଳା ସଶକ୍ତିକରଣର ପ୍ରକୃତ ପରିଚାୟକରୂପୀ ସାମାଜିକ ସମାନତା ସ୍ଥାପନ ହୋଇପାରିବ। ରମାଦେବୀ ଚେୟାର ଦ୍ୱାରା ସମାହିତ ଗବେଷଣା, ପ୍ରଶିକ୍ଷଣ, ପ୍ରଲେଖନ ଓ ସଂରକ୍ଷଣ ମାଧ୍ୟମରେ ନାରୀ ଜାତିର କଲ୍ୟାଣ ସାଧିତ ହେବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଯୁଗାନ୍ତକାରୀ ଯୋଜନା ‘ମିଶନ ଶକ୍ତି’ ମହିଳା ସଶକ୍ତିକରଣର ସର୍ବଶ୍ରେଷ୍ଠ ଉଦାହରଣ। ଏହି ଯୁଗାନ୍ତକାରୀ ଯୋଜନା ମହିଳାମାନଙ୍କୁ ସାମାଜିକ-ଅର୍ଥନୈତିକ ସ୍ୱାଧୀନତା ଆଣିଦେଇଛି। ଆମ ରାଜ୍ୟରେ ମହିଳା ସଶକ୍ତିକରଣର ଏହି ସୁଦୂରପ୍ରସାରୀ ସ୍ରୋତକୁୁ ରମାଦେବୀ ଚେୟାର ଆହୁରି ବଳିଷ୍ଠ କରିପାରିବ ବୋଲି ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ୍‌ ଆଶା ପ୍ରକାଶ କରିଥିଲେ।

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ଏହି ଉତ୍ସବରେ ସଭାପତିତ୍ୱ କରି କହିଲେ ଯେ, ଶିକ୍ଷା ମହିଳାମାନଙ୍କୁ ସଶକ୍ତ ଓ କ୍ଷମତାପନ୍ନ କରିପାରିବ। ସେମାନେ ଜୀବନର ବିଭିନ୍ନ କ୍ଷେତ୍ରରେ ନିଜକୁ ପ୍ରତିପାଦିତ କରିପାରିବେ। ମିଳିତ ଜାତିସଂଘ ଦ୍ୱାରା ଘୋଷିତ ୨୦୩୦ ପୋଷଣୀୟ ବିକାଶ ଲକ୍ଷ୍ୟ ମଧ୍ୟରୁ ୧୦ଟି ଲକ୍ଷ୍ୟ ହାସଲ କ୍ଷେତ୍ରରେ ମହିଳାମାନେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ ବୋଲି ସେ ମତବ୍ୟକ୍ତ କରିଥିଲେ।

ନିଖିଳ ଭାରତ ମହିଳା ସମ୍ମିଳନୀର ସେକ୍ରେଟାରୀ ଜେନେରାଲ ଡଃ ମଞ୍ଜୁ କାକ୍‌ ସମ୍ମାନିତ ଅତିଥିଭାବେ ଯୋଗ ଦେଇ କହିଲେ ଯେ, ମହିଳାମାନେ ସ୍ୱତଃପ୍ରବୃତ୍ତ ଭାବେ ଘରର ଚାରି କାନ୍ଥରୁ ବାହାରି ନିଜ ନିଜର ସାମାଜିକ, ଅର୍ଥନୈତିକ ଉତ୍‌ଥାନ ଦିଗରେ ଶକ୍ତିଶାଳୀ ଅବଦାନ ପ୍ରକଟ କରିବା ଆଜି ଜରୁରୀ ହୋଇପଡିଛି।

ଉତ୍କଳ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ପୂର୍ବତନ ପ୍ରଫେସର ଓ ଓମେନ୍ସ୍‌ ଷ୍ଟଡିଜ୍‌ ନିର୍ଦ୍ଦେଶିକା ପ୍ରଫେସର ଆଶା ହଂସ କହିଲେ ଯେ, ମହିଳା ସଶକ୍ତିକରଣ, ଦେଶର ଉନ୍ନୟନ ସହିତ ଓଡିଶାର ଅର୍ଥନୈତିକ ବିକାଶ ମା’ ରମାଦେବୀ ଚେୟାର ପ୍ରତିଷ୍ଠାର ମୂଳ ଲକ୍ଷ୍ୟ। ଏହି ଲକ୍ଷ୍ୟ ହାସଲ ଦିଗରେ ନିଷ୍ଠାପର ଉଦ୍ୟମ କରିବାକୁ ସେ ଆହ୍ୱାନ ଦେଇଥିଲେ।

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପି.ଜି. କାଉନ୍‌ସିଲର ଚେୟାରପର୍ସନ୍‌ ପ୍ରଫେସର ଚଣ୍ଡୀ ଚରଣ ରଥ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ଅକୁଣ୍ଠ ସହଯୋଗ ବଳରେ ମା’ ରମାଦେବୀ ଚେୟାର ପ୍ରତିଷ୍ଠା ସମ୍ଭବପର ହୋଇପାରିଛି ବୋଲି ପ୍ରକାଶ କରିଥିଲେ। ମା’ ରମାଦେବୀ ଚେୟାର ପ୍ରଫେସର ସୁଚେତା ପ୍ରିୟବାଦିନୀ ସ୍ୱାଗତ ଭାଷଣ ଦେଇଥିଲେ।

ଦୃୃଷ୍ଟିବାଧିତ କ୍ରିକେଟ କ୍ଷେତ୍ରରେ ସଫଳତା ପାଇଥିବା ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀ ବାସନ୍ତୀ ହାଁସଦା, ଫୁଲ ସୋରେନ୍‌, ଝିଲି ବରୁଆଙ୍କୁ ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ୍‌ ସମ୍ବର୍ଦ୍ଧିତ କରିଥିଲେ। ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ୍‌, ଡଃ ମଞ୍ଜୁ କାକ୍‌, ପ୍ରଫେସର ଆଶା ହଂସଙ୍କୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

ମହିଳା ସଶକ୍ତିକରଣ ଲିଙ୍ଗଗତ ସମାନତା
Share. Facebook Twitter LinkedIn Email WhatsApp Copy Link

Related Posts

ଉଦଯାପିତ ହେଲା ପ୍ରଥମ ଖେଲୋ ଇଣ୍ଡିଆ ଜଳ କ୍ରୀଡ଼ା ମହୋତ୍ସବ

August 26, 2025

Ganesh Puja 2025: ଏଥର ଗଣେଶ ପୂଜାର ଶୁଭ ମୂହୁର୍ତ୍ତ କେତେବେଳେ, କେମିତି କରିବେ ପୂଜା

August 26, 2025

ଆଜି ଅଗଷ୍ଟ 26 ତାରିଖ ମଙ୍ଗଳବାରରେ ଏହି ପାଞ୍ଚଟି ରାଶିର ଖୋଲିବ ଭାଗ୍ୟ

August 26, 2025

ବାରମ୍ବାର ନିଶା ଦ୍ରବ୍ୟ ଜବତ ପରେ ମୁଖ୍ୟ ଶାସନ ସଚିବ ଦେଲେ କଡା ନିର୍ଦ୍ଦେଶ, କହିଲେ….

August 25, 2025
Latest News

ଉଦଯାପିତ ହେଲା ପ୍ରଥମ ଖେଲୋ ଇଣ୍ଡିଆ ଜଳ କ୍ରୀଡ଼ା ମହୋତ୍ସବ

August 26, 2025

Ganesh Puja 2025: ଏଥର ଗଣେଶ ପୂଜାର ଶୁଭ ମୂହୁର୍ତ୍ତ କେତେବେଳେ, କେମିତି କରିବେ ପୂଜା

August 26, 2025

ଜେଲରୁ ସରକାର ଚଳାଇବା ଗଣତନ୍ତ୍ର ପ୍ରତି ଅପମାନ, ଏମିତି କାହିଁକି କହିଲେ ଅମିତ ଶାହ

August 26, 2025

ବିକଶିତ ଭାରତ ପାଇଁ ନାରୀଶକ୍ତି: ଭାରତର ଅର୍ଥନୈତିକ ରୁପାନ୍ତରଣର ମହିଳା ନେତୃତ୍ବ

August 26, 2025

ଆଜି ଅଗଷ୍ଟ 26 ତାରିଖ ମଙ୍ଗଳବାରରେ ଏହି ପାଞ୍ଚଟି ରାଶିର ଖୋଲିବ ଭାଗ୍ୟ

August 26, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.