Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପାଠାଗାର ଆନ୍ଦୋଳନର ପୁରୋଧା ଦାଶିଆ ଅଜାଙ୍କ ୧୧୬ତମ ଜୟନ୍ତୀ ପାଳିତ
ଆଜିର ଖବର

ପାଠାଗାର ଆନ୍ଦୋଳନର ପୁରୋଧା ଦାଶିଆ ଅଜାଙ୍କ ୧୧୬ତମ ଜୟନ୍ତୀ ପାଳିତ

July 12, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
DasiaAja
ପାଠାଗାର ଆନ୍ଦୋଳନର ପୁରୋଧା ଦାଶିଆ ଅଜାଙ୍କ ୧୧୬ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର: ଓଡ଼ିଶା ପାଠାଗାର ଆନ୍ଦୋଳନର ପୁରୋଧା ତଥା ସଂଗ୍ରାହକ ଓ ସାରସ୍ୱତ ସାଧକ ଦାଶରଥି ପଟ୍ଟନାୟକ (ଦାଶିଆ ଅଜା)ଙ୍କ ଜୟନ୍ତୀ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରାନ୍ଥାଗାର ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି।

ଏହି ଅବସରରେ ଏକ ପୁସ୍ତକ ପ୍ରଦର୍ଶନୀ ସହିତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ ଯୋଗଦେଇ ଦାଶିଆ ଅଜାଙ୍କ ନିଷ୍ଠା ଓ ସାଧନା ଉପରେ ଗୁରୁତ୍ୱାରୋପ କରିଥିଲେ। ନୟାଗଡ଼ ଜିଲ୍ଲାର ଏକ ପାହାଡ଼ିଆ ଗାଁ ଉଦୟପୁରରେ ନିଜ ପ୍ରଚେଷ୍ଟାରେ ଏକ ପାଠାଗାର, ସଂଗ୍ରହାଳୟ, ସାହିତ୍ୟ ସଂସଦ ଓ ଗବେଷଣାଗାର ପ୍ରତିଷ୍ଠା କରିଥିଲେ।

ପ୍ରାଚୀନ ପୁସ୍ତକ, ପତ୍ରପତି୍ରକା, ତାଳପତ୍ର ପୋଥି, ପୁରାତନ ସଂସ୍କୃତିର ସ୍ମୃତିବହନ କରୁଥିବା ସାମଗ୍ରୀ ସଂଗ୍ରହ କରି ସେ ଓଡ଼ିଶାର ଗୌରବାବହ ଐତିହ୍ୟ ବାବଦରେ ଉତ୍ତରପିଢ଼ିଙ୍କୁ ସଚେତନ କରିବା ଦିଗରେ ଅଗ୍ରଣୀ ଭୂମିକା ନିର୍ବାହ କରିଥିଲେ ବୋଲି ଶ୍ରୀ ରାଉତରାଏ ଉଲ୍ଲେଖ କରିଥିଲେ।

ସେହିଭଳି ବିଭାଗୀୟ ଯୁଗ୍ମ ଶାସନ ସଚିବ ଶ୍ରୀମତୀ ଅତସୀ ଦାସ ସମ୍ମାନିତ ଅତିଥି ଏବଂ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରର ପୂର୍ବତନ ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଲକ୍ଷ୍ମୀଧର ବେହେରା ମୁଖ୍ୟବକ୍ତା ଭାବେ ଯୋଗଦେଇ ଦାଶିଆ ଅଜାଙ୍କ ସାରସ୍ୱତ ସାଧନା ଉପରେ ବିଶଦ ଆଲୋଚନା କରିଥିଲେ।

ସୂଚନାଯୋଗ୍ୟ ଯେ ଦାଶିଆ ଅଜା ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ରାଇପୁର ଗ୍ରାମରେ ଏକ ସାଧାରଣ ପରିବାରରେ ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ। ମାତ୍ର ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ ମଧ୍ୟ ବହି ପଢ଼ିବା ପ୍ରତି ତାଙ୍କର ଥିଲା ଅଶେଷ ଦୁର୍ବଳତା। ଏହି ନିଶା ଯୋଗୁଁ ସେ ଓଡ଼ିଶା ଯାତ୍ରା ଆରମ୍ଭ କରିଥିଲେ।

ରାଜ୍ୟର ଗାଁଗଣ୍ଡା, ସହରବଜାର ବୁଲି ବୁଲି ଅନେକ ଅମୂଲ୍ୟ ଗ୍ରନ୍ଥ ସଂଗ୍ରହ କରିବା ସହ ପାଲଟି ଯାଇଥିଲେ ଜ୍ଞାନପିପାସୁ। ତାଙ୍କ ସ୍ମୃତିକୁ ମନେପକାଇ ଓଡ଼ଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ହରେକୃଷ୍ଣ ମହତାବ ରାଜ୍ୟ ଗ୍ରାନ୍ଥାଗାର ପକ୍ଷରୁ ଦାଶିଆ ଅଜାଙ୍କ ୧୧୬ତମ ଜୟନ୍ତୀ ପାଳନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରାନ୍ଥାଗାରର ସମସ୍ତ କର୍ମଚାରୀ, ପାଠକ ପାଠିକା ପ୍ରମୁଖ ଯୋଗ ଦେଇଥିବାବେଳେ ଗ୍ରନ୍ଥାଧ୍ୟକ୍ଷ ଧନ୍ୟବାଦ ଅର୍ପଣ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବ ବର୍ଷ ତୁଳନାରେ ୨୦୨୪-୨୫ ଆର୍ଥିକ ବର୍ଷରେ ଓଡିଶାର ଅର୍ଥନୀତି କ୍ଷେତ୍ରରେ ମଧ୍ୟମ ଧରଣର ଅଭିବୃଦ୍ଧି

April 1, 2026

ଆଜିଠାରୁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା 

April 1, 2026

ଆଜି ଏପ୍ରିଲ ୧ ତାରିଖ ବୁଧବାର ଦିନ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ଅସୁବିଧା, କରନ୍ତୁ ପ୍ରତିକାର

April 1, 2026

ସଂସଦରେ ଉଠିଲା ପିତୃତ୍ୱ ଛୁଟି ପ୍ରସଙ୍ଗ: ଆଉ ଏକ ସାମାଜିକ ଅଧିକାର ଦାବି କଲେ ରାଘବ ଚଢା

March 31, 2026
Latest News

ପଶ୍ଚିମ ଏସିଆ ପରିସ୍ଥିତି: ପ୍ରମୁଖ କ୍ଷେତ୍ର ସମ୍ପର୍କିତ ଅପଡେଟ୍

April 1, 2026

ପୂର୍ବ ବର୍ଷ ତୁଳନାରେ ୨୦୨୪-୨୫ ଆର୍ଥିକ ବର୍ଷରେ ଓଡିଶାର ଅର୍ଥନୀତି କ୍ଷେତ୍ରରେ ମଧ୍ୟମ ଧରଣର ଅଭିବୃଦ୍ଧି

April 1, 2026

ଆଜିଠାରୁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା 

April 1, 2026

ଆଜି ଏପ୍ରିଲ ୧ ତାରିଖ ବୁଧବାର ଦିନ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ଅସୁବିଧା, କରନ୍ତୁ ପ୍ରତିକାର

April 1, 2026

ସଂସଦରେ ଉଠିଲା ପିତୃତ୍ୱ ଛୁଟି ପ୍ରସଙ୍ଗ: ଆଉ ଏକ ସାମାଜିକ ଅଧିକାର ଦାବି କଲେ ରାଘବ ଚଢା

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.