ଖୋର୍ଦ୍ଧା ଜିଲ୍ଲାକୁ ମିଳିଲା ଭୂମି ସମ୍ମାନ, ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ଗ୍ରହଣ କଲେ ଅତିରିକ୍ତ ଜିଲ୍ଲାପାଳ

Published: Jul 21, 2023, 10:37 pm IST

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାକୁ ଭୂମି ସମ୍ମାନ ପୁରସ୍କାର ମିଳଛି। ରାଷ୍ଟ୍ରପତିଙ୍କ ଠାରୁ ଏହି ପୁରସ୍କାର ଅତିରିକ୍ତ ଜିଲ୍ଲାପାଳ ଗ୍ରହଣ କରିଛନ୍ତି।

ଖୋର୍ଦ୍ଧା ଜିଲ୍ଲାରେ ଡିଜିଟାଲ ଇଣ୍ଡିଆ ଜମି ରେକର୍ଡ ଆଧୁନିକରଣ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗ ଯଥା: ଜମି ରେକର୍ଡ଼ଗୁଡ଼ିକର କମ୍ପ୍ୟୁଟରୀକରଣ, ଭୂ- ନକ୍ସାର ଡିଜିଟାଇଜେସନ, ଭୂ-ନକ୍ସା ସହିତ ଖତୀୟାନର ସଂଯୋଗୀକରଣ, ଜମି ପଞ୍ଜିକରଣର କମ୍ପ୍ୟୁଟରୀକରଣ, ରାଜସ୍ୱ ଓ ଉପ-ନିବନ୍ଧକଙ୍କ କାର୍ଯ୍ୟ୍ୟାଳୟ ଦ୍ୱାରା ଜମି ରେକର୍ଡ଼ ସହିତ ପଞ୍ଜିକରଣ ଏକକୀକରଣ, ଆଧୁନିକ ଅଭିଲେଖାଳୟରେ ଉଲ୍ଲେଖନୀୟ ସଫଳତା ପାଇଁ ରାଷ୍ଟ୍ରପତିଙ୍କ ଦ୍ୱାରା ଜୁଲାଇ ୧୮ ତାରିଖ ୨୦୨୩ ଦିନ ନୂଆ ଦିଲ୍ଲୀ ବିଜ୍ଞାନ ଭବନ, ପ୍ଲେନେରୀ ଗୃହ ଠାରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅନୁମୋଦନକ୍ରମେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସାଫଲ୍ୟ ମଣ୍ଡିତ ପ୍ରଧାନ, ବାଲିଅନ୍ତା ତହସିଲଦାର ବିମଲ କୁମାର ଲେଙ୍କା, ବାଲିପାଟଣା ତହସିଲଦାର ବୁଲବୁଲ ବେହେରାଙ୍କୁ ଭୂ- ସମ୍ମାନ ମାନପତ୍ର ଦ୍ୱାରା ସମ୍ମାନିତ କରାଯାଇଛି।

Related posts