Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୮୯ ଟଙ୍କାରୁ ବୃଦ୍ଧି ପାଇ ୫୯ ହଜାରରେ ପହଞ୍ଚିଛି ସୁନା: ଭାରତରେ ଚାହିଦା ୮୦୦ ଟନ୍, ଉତ୍ପାଦନ ହେଉଛି ମାତ୍ର ୧ ଟନ୍
ଆଜିର ଖବର

୮୯ ଟଙ୍କାରୁ ବୃଦ୍ଧି ପାଇ ୫୯ ହଜାରରେ ପହଞ୍ଚିଛି ସୁନା: ଭାରତରେ ଚାହିଦା ୮୦୦ ଟନ୍, ଉତ୍ପାଦନ ହେଉଛି ମାତ୍ର ୧ ଟନ୍

August 16, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Gold
ବଦଳିଲା ସୁନା ଓ ରୂପାର ମୂଲ୍ୟ: ଜାଣନ୍ତୁ ଆଜିର ଦର

ନୂଆଦିଲ୍ଲୀ: ଆମ ଦେଶରେ ପ୍ରତିବର୍ଷ ୮୦୦ ଟନ୍ ସୁନା ବ୍ୟବହାର ହୋଇଥାଏ। ସେଥିମଧ୍ୟରୁ ଭାରତରେ ମାତ୍ର ୧ ଟନ୍ ଉତ୍ପାଦନ ହେଉଥିବାବେଳେ ବାକି ସୁନା ଆମଦାନୀ ହୋଇଥାଏ। ଚୀନ ପରେ ଭାରତ ହେଉଛି ସୁନାର ସବୁଠାରୁ ବଡ଼ ଉପଭୋକ୍ତା।

ସ୍ୱାଧୀନତା ସମୟରେ ଅର୍ଥାତ୍ ୭୬ ବର୍ଷ ପୂର୍ବେ ୧୯୪୭ରେ ୧୦ ଗ୍ରାମ ସୁନା ମୂଲ୍ୟ ୮୯ ଟଙ୍କା ଥିବାବେଳେ ଏବେ ତାହା ୫୯,୦ ଟଙ୍କାରେ ପହଞ୍ଚିଛି। ଅର୍ଥାତ୍ ଏହାର ମୂଲ୍ୟ ୬୬୧ ଗୁଣା ବୃଦ୍ଧି ପାଇଛି।

ଖଣିରୁ ସୁନା ଉତ୍ତୋଳନ କରାଯାଇ ଶୁଦ୍ଧ କରାଯାଏ

ସୁନା ସାଧାରଣତଃ ଏକାକୀ କିମ୍ବା ପାରଦ କିମ୍ବା ରୁପା ସହିତ ମିଶ୍ରିତ ପଦାର୍ଥ ଭାବରେ ମିଳିଥାଏ। ଏହା କାଲଭେରିଟ୍, ସିଲଭାନାଇଟ, ପେଟାଜିଟ୍ ଏବଂ କ୍ରାନାଇଟ୍ ଓରେସ୍ (ଓଆର) ଆକାରରେ ମଧ୍ୟ ମିଳିଥାଏ। ବର୍ତ୍ତମାନ ଅଧିକାଂଶ ସୁନା ପଥର ଖୋଲା ଗାତରୁ କିମ୍ବା ଭୂତଳ ଖଣିରୁ ଆସିଥାଏ।

ଯେଉଁଠି ସୁନା ପୃଷ୍ଠରେ ସାମାନ୍ୟ ରହିଥାଏ, ସେଠାରେ ଛୋଟ ଛୋଟ ଗାତ ତିଆରି କରାଯାଇ ଡାଇନାମାଇଟରେ ଭର୍ତ୍ତି କରାଯାଇ ବିସ୍ଫୋରଣ କରାଯାଏ। ଏହି ବିସ୍ଫୋରଣର ଖଣ୍ଡଗୁଡ଼ିକୁ ଟ୍ରକରେ ଭର୍ତ୍ତି କରି ସୁନା ବାହାର କରିବାକୁ ପଠାଯାଏ। ଯେଉଁଠି ସୁନା ଭୂପୃଷ୍ଠଠାରୁ ବହୁତ ତଳେ ରହିଛି, ସେଠାରେ ଭୂତଳ ଖନନ ହୋଇଥାଏ । ଏଥିରେ ଗଭୀର ଲମ୍ବା ସ୍ତମ୍ଭ ଖୋଳାଯାଇଥାଏ। ସେହି ସ୍ତମ୍ଭଗୁଡ଼ିକରେ ହରିଜୋଣ୍ଟାଲ ଗୁମ୍ଫା ନିର୍ମାଣ କରାଯାଏ। ତା’ପରେ ସେହି ଗୁମ୍ଫା ଭିତରକୁ ଯାଇ ସେଠାରୁ ବିସ୍ଫୋରଣ କରି ପଥର ଖଣ୍ଡ ସଂଗ୍ରହ କରଯାଇଥାଏ।

ବର୍ତ୍ତମାନ ସୁଦ୍ଧା ପୃଥିବୀରୁ ୨ ଲକ୍ଷ ଟନ୍ ସୁନା ଉତ୍ତୋଳନ କରାଯାଇଛି

ୟୁଏସ୍ ଜିଓଲୋଜିକାଲ ସର୍ଭେ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ପୃଥିବୀରୁ ପ୍ରାୟ ୨ ଲକ୍ଷ ଟନ୍ ସୁନା ଉତ୍ତୋଳନ କରାଯାଇଛି ଏବଂ ଏବେ ମାତ୍ର ୫୦ ହଜାର ଟନ୍ ବାକି ରହିଛି। ସେହିପରି ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ ଅନୁଯାୟୀ ୨୦୨୦ ଏପ୍ରିଲ ପହିଲା ସୁଦ୍ଧା ପୃଥିବୀରେ ସମୁଦାୟ ୫.୮୬ ଟନ୍ ସୁନା ବଳକା ରହିଛି।

ଆମେରିକା ଟ୍ରେଜେରି ତୁଳନାରେ ଭାରତରେ ରହିଛି ୩ ଗୁଣ ଅଧିକ ସୁନା

ୱାର୍ଲ୍ଡ ଗୋଲ୍ଡ କାଉନସିଲର ଏକ ରିପୋର୍ଟ ଅନୁଯାୟୀ, ୨୦୧୯ରେ ଭାରତର ପରିବାର ପାଖରେ ୨୫,୦୦୦ ଟନ୍‌ରୁ ଅଧିକ ସୁନା ଥିଲା ଏବଂ ୨୦୨୧ ରେ ଟ୍ରେଜେରି ବ୍ୟୁରୋ ଅଫ୍ ଦି ଫାଇନାନ୍ସିଆଲ ସର୍ଭିସର ତଥ୍ୟ ଅନୁଯାୟୀ, ଆମେରିକା ସରକାରଙ୍କ ଟ୍ରେଜେରିରେ ୮,୦୦୦ ଟନ୍‌ରୁ ଅଧିକ ସୁନା ରହିଛି। ଅର୍ଥାତ୍ ଆମେରିକା ସରକାରଙ୍କ ଟ୍ରେଜେରିଠାରୁ ପ୍ରାୟ ତିନି ଗୁଣ ଅଧିକ ସୁନା ଆମ ଦେଶର ଘରମାନଙ୍କରେ ରଖାଯାଇଛି।

୭୬ ବର୍ଷରେ ୬୬୧ ଗୁଣା ମହଙ୍ଗା ହେଲା ସୁନା

ଆଜି ଦେଶ ସ୍ୱାଧୀନତାର ୭୬ ବର୍ଷ ପୂରଣ କରିଛି। ଗତ ୭୬ ବର୍ଷ ମଧ୍ୟରେ ସୁନା ଓ ରୁପା ମହଙ୍ଗା ହେବାରେ ଲାଗିଛି। ୧୯୪୭ ମସିହାରେ ୧୦ ଗ୍ରାମ ସୁନା ମୂଲ୍ୟ ୮୮.୬୨ ଟଙ୍କା ଥିବାବେଳେ ଏବେ ଏହା ୫୯,୦୦୦ ଟଙ୍କାରେ ପହଞ୍ଚିଛି। ଅର୍ଥାତ୍ ସେବେଠାରୁ ଏହାର ମୂଲ୍ୟ ୬୬୧ ଗୁଣ ବୃଦ୍ଧି ପାଇଛି। ସେହିପରି ରୁପା କିଲୋଗ୍ରାମ ପିଛା ୧୦୭ ଟଙ୍କା ଥିବାବେଳେ ଏବେ ଏହା ୭୦ ହଜାର ଉପରେ ରହିଛି।

ଉତ୍ପାଦନ ଭାରତ ସୁନା
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟଗୁଡ଼ିକ ସହ ଖରିଫ୍ ପ୍ରସ୍ତୁତି ସମୀକ୍ଷା କଲେ ଶିବରାଜ ସିଂହ ଚୌହାନ  

June 24, 2026

ବ୍ରିକ୍ସ ଦେଶଗୁଡ଼ିକର ଜାତୀୟ ସୁରକ୍ଷା ପରାମର୍ଶଦାତାମାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

June 24, 2026

୨୦୨୪ ବ୍ୟାଚ୍ ଆଇଏଏସ୍ ଅଧିକାରୀ ପ୍ରଶିକ୍ଷାର୍ଥୀଙ୍କ ସହିତ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

June 24, 2026

ନାଫେଡର ଇ-ନିଲାମ ପୋର୍ଟାଲ NAFEX.in ର ଶୁଭାରମ୍ଭ କଲେ ଅମିତ ଶାହ

June 24, 2026
Latest News

ରାଜ୍ୟଗୁଡ଼ିକ ସହ ଖରିଫ୍ ପ୍ରସ୍ତୁତି ସମୀକ୍ଷା କଲେ ଶିବରାଜ ସିଂହ ଚୌହାନ  

June 24, 2026

ବ୍ରିକ୍ସ ଦେଶଗୁଡ଼ିକର ଜାତୀୟ ସୁରକ୍ଷା ପରାମର୍ଶଦାତାମାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

June 24, 2026

୨୦୨୪ ବ୍ୟାଚ୍ ଆଇଏଏସ୍ ଅଧିକାରୀ ପ୍ରଶିକ୍ଷାର୍ଥୀଙ୍କ ସହିତ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

June 24, 2026

ନାଫେଡର ଇ-ନିଲାମ ପୋର୍ଟାଲ NAFEX.in ର ଶୁଭାରମ୍ଭ କଲେ ଅମିତ ଶାହ

June 24, 2026

ବିଭିନ୍ନ ପ୍ରକଳ୍ପଗୁଡ଼ିକ ଉପରେ ବିଦ୍ୟୁତ ଜନିତ ସମସ୍ୟାକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

June 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.