Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୋବାଇଲ ଫୋନ ବ୍ୟବହାରକାରୀଙ୍କ ପାଇଁ ଦୁଇଟି ସଂସ୍କାର ପ୍ରସ୍ତାବ ଉପସ୍ଥାପିତ
ଆଜିର ଖବର

ମୋବାଇଲ ଫୋନ ବ୍ୟବହାରକାରୀଙ୍କ ପାଇଁ ଦୁଇଟି ସଂସ୍କାର ପ୍ରସ୍ତାବ ଉପସ୍ଥାପିତ

August 18, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
Mobile data
ଚୀନ୍ ଏବଂ ପାକିସ୍ତାନ ତୁଳନାରେ କାହିଁକି ଶସ୍ତା ଭାରତରେ ମୋବାଇଲ୍ ଡାଟା?: ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ ସାମାଜିକ ଓ ଅର୍ଥନୀତିକ କାର୍ଯ୍ୟକଳାପରେ ଅଧିକରୁ ଅଧିକ ଡିଜିଟାଇସେନ ବ୍ୟବହୃତ ହେଉଥିବାରୁ ଏଥିରେ ଟେଲିକମ୍ ସମ୍ବଳର ଉପଯୋଗ ଓ ମୋବାଇଲ ସେବାର ବ୍ୟବହାର ଦ୍ରୁତଗତିରେ ବୃଦ୍ଧି ପାଉଛି। ସମସ୍ତେ ଏବେ ଅନ୍‌ଲାଇନ ସେବା ତୁରନ୍ତ ପାଇବାକୁ ବ୍ୟଗ୍ର। ଡିଜିଟାଲ ସଂଯୋଗ ଦ୍ୱାରା ସାମାଜିକ, ଅର୍ଥନୀତିକ ଓ ପରିବର୍ତ୍ତନକାରୀ ଗତିଶୀଳତା ବଢୁଛି। ତେଣୁ ଟେଲିକମ୍ ସମ୍ବଳର ନିରାପତ୍ତା, ଉପଯୁକ୍ତ ଉପଯୋଗ  ଓ ବ୍ୟବହାରର ଗୁରୁତ୍ୱ ବଢିଛି। ତାହାକୁ ଦୃଷ୍ଟିରେ ରଖି ସରକାର ମୋବାଇଲ ବ୍ୟବହାରକାରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ବିଭିନ୍ନ ପଦକ୍ଷେପ ନେଉଛନ୍ତି।

ଭାରତ ସରକାର ଏକ ଡିଜିଟାଲ ଭିତ୍ତିକ ସମାବେଶୀ ସମାଜ ଗଠନ ଉପରେ ଗୁରୁତ୍ୱ ଦେଉଛନ୍ତି । ସେଥି ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି ପ୍ରୟାସରେ ଟେଲିକମ୍ ଗ୍ରାହକମାନଙ୍କୁ ସବୁଠୁ ଉଚ୍ଚମାନର ସୁରକ୍ଷା ଓ ମାନକ ସେବା ଯୋଗାଇ ଦେବାକୁ କେନ୍ଦ୍ର  ଯୋଗାଯୋଗ, ରେଳବାଇ, ଇଲେକ୍‌ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଦୁଇଟି ସଂସ୍କାରକୁ କାର୍ଯ୍ୟକାରୀ କରିଛନ୍ତି । ଏଥିରେ ରହିଛି ଡିଜିଟାଲ ଟ୍ରାନ୍ସ ଫରମେସନ ଓ ଗ୍ରାହକ ସୁରକ୍ଷା ବ୍ୟବସ୍ଥା ।

୧-କେୱାସି ସଂସ୍କାର

୨-ପଏଣ୍ଟ ଅଫ ସେଲ ବା ପିଏସ୍‌ସ ପଞ୍ଜୀକରଣ ସଂସ୍କାର

ପୂର୍ବରୁ କାର୍ଯ୍ୟକାରୀ ହେଉଥିବା ସଂସ୍କାର ସଞ୍ଚାର ସାଥି ଓ ନାଗରିକ କେନ୍ଦ୍ରିକ ପୋର୍ଟାଲର ଧାରାରେ ଆଜିର ଏହି  ଦୁଇ ସଂସ୍କାର କାର୍ଯ୍ୟକାରୀ ହେବ । ଏହା ଫଳରେ ଭାରତ ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ଶକ୍ତିଶାଳୀ ଲଢେଇ ଲଢିପାରିବ ।

ପଏଣ୍ଟ ଅଫ୍ ସେଲ (ପିଓଏସ୍‌) ପଞ୍ଜୀକରଣ ସଂସ୍କାର:-ଏହି ସଂସ୍କାର ମାଧ୍ୟମରେ ପ୍ରାଞ୍ଚାଇଜି, ଏଜେଣ୍ଟ ଓ ବିତରକଙ୍କ ପିଏସ୍‌ଓ ଲାଇସେନ୍ସର ପଞ୍ଜୀକରଣ ବାଧ୍ୟତାମୂଳକ ହେବ । ଏହା ଫଳରେ ଠକ ପିଏସ୍‌ଓ ମାନଙ୍କୁ ଠାବ କରି ବ୍ୟବସ୍ଥାକୁ ସହଜରେ ହଟାଇ ଦିଆଯାଇପାରିବ । ଏସବୁ ପିଏସ୍‌ଓ ଅନୈତିକ ମାର୍ଗ ଅବଲମ୍ବନ କରି ଅପରାଧୀ, ସମାଜ ବିରୋଧୀ, ଦେଶ ବିରୋଧୀ ଓ ଖଳ ତଥା ଦୁଷ୍ଟ ପ୍ରକୃତିର ଲୋକଙ୍କୁ ସିମ୍ ବିକ୍ରି କରୁଥିଲେ ।

ନୂଆ ବ୍ୟବସ୍ଥାରେ ପିଏସ୍‌ଓ ଲାଇସେନ୍ସ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ ହୋଇଛି । ସବୁ ପିଏସ୍‌ଓର ତନଖି ସରକାର କରିବେ । ଯେଉଁମାନେ ଅନୈତିକ ଉପାୟରେ ପିଏସ୍‌ଓ ଚଳାଇଥିବେ ସେମାନଙ୍କୁ କଳା ତାଲିକାଭୁକ୍ତ କରାଯିବ । ତେବେ ବିବାଦମୁକ୍ତ ପିଏସ୍‌ଓଗୁଡିକ ପାଇଁ ବିଶେଷ ଅସୁବିଧା ନ ହେଲେ ମଧ୍ୟ ସେମାନଙ୍କ କାମକୁ ସରକାର ତନଖି କରିବେ । ୧୨ମାସ ମଧ୍ୟରେ ଏବେ କାର୍ଯ୍ୟକ୍ଷମ ସବୁ ପିଏସ୍‌ଓକୁ ପଞ୍ଜୀକୃତ ହେବାକୁ ପଡିବ । ଏହା ଫଳରେ ଠକ ପିଏସ୍‌ଓଗୁଡିକୁ ଚିହ୍ନଟ କରିବା ସହଜ ହେବ ଏବଂ ସେମାନେ ପ୍ରକ୍ରିୟାରୁ ବାଦ ପଡିବେ । ତନଖିରେ ଧରାପଡିଲେ ଠକ୍ ପିଏସ୍‌ଓଗୁଡିକୁ ତିନିବର୍ଷ ପାଇଁ କଳା ତାଲିକାଭୁକ୍ତ କରାଯିବ ।

କେୱାଇସି ସଂସ୍କାର:- ଏହା ଏକ ବ୍ୟବସ୍ଥା ଯେଉଁଥିରେ ଗ୍ରାହକଙ୍କୁ ଚିହ୍ନଟ କରିବାର ଏକ ୟୁନିକ ମାଧ୍ୟମ ରହିଛି । ଗ୍ରାହକଙ୍କୁ ଟେଲିଫୋନ ସେବା ଦେବା ପୂର୍ବରୁ ତାଙ୍କୁ ଠାବ କରିବାର ବ୍ୟବସ୍ଥା ଏଥିରେ ଉପଲବ୍ଧ । ବର୍ତ୍ତମାନର କେୱାଇସି ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଟେଲିକମ୍ ଗ୍ରାହକଙ୍କ ସୁରକ୍ଷାକୁ ଅତିରିକ୍ତ ଗୁରୁତ୍ୱ ପ୍ରଦାନ କରାଯାଇଛି। ଏହା ଫଳରେ ସେମାନେ ଠକେଇ କିମ୍ବା ବାହ୍ୟ ହସ୍ତକ୍ଷେପ କିମ୍ବା ତଥ୍ୟ ଚୋରି ଆଦିରୁ ସୁରକ୍ଷିତ ହୋଇପାରିବେ । ଟେଲିଫୋନ ସେବାକୁ ଡିଜିଟାଇଜ କରିବା ପୂର୍ବରୁ ଗ୍ରାହକଙ୍କ ମଧ୍ୟରେ ପ୍ରଥମେ ନିରାପତ୍ତା ଭାବନାକୁ ସୁଦୃଢ କରିବାକୁ ସରକାର ଅଗ୍ରାଧିକାର ଭିତ୍ତିରେ କାମ କରୁଛନ୍ତି । ଏହା ଦ୍ୱାରା ଡିଜିଟାଲ ଇକୋସିଷ୍ଟମ (ପରିତନ୍ତ୍ର) ସୁଦୃଢ ହେବ ।

ଛାପା ଆଧାର କାର୍ଡର ଦୁରୁପଯୋଗ ବନ୍ଦ କରିବାକୁ କାର୍ଡର କ୍ୟୁ.ଆର କୋଡ୍‌କୁ ସ୍କାନିଂ କରି ନାଗରିକଙ୍କ ସବିଶେଷ ବିବରଣୀକୁ ବାଧ୍ୟତାମୂଳକ ଭାବେ ସଂଗ୍ରହ କରାଯିବ । କୌଣସି ଏକ ମୋବାଇଲ ନମ୍ବର ଡିସ୍‌କନେକ୍ଟ ଥିଲେ ୯୦ ଦିନ ଯାଏ ଅନ୍ୟ କୌଣସି ଗ୍ରାହକଙ୍କୁ ଏହି ନମ୍ବର ଦିଆଯାଇପାରିବ ନାହିଁ । ନିଜର ସିମ୍ ବଦଳାଇବାକୁ ଗ୍ରାହକଙ୍କୁ ପୂର୍ଣ୍ଣାଙ୍ଗ କେୱାଇସି ନିୟମ ପାଳନ କରିବାକୁ ପଡିବ । ଏଥି ପାଇଁ ୨୪ଘଣ୍ଟା ପର୍ଯ୍ୟନ୍ତ ଆଉଟଗୋଇଂ ଓ ଇନ୍‌କମିଙ୍ଗ ଏସ୍‌ଏମ୍‌ଏସ୍  ସୁବିଧା ମିଳିବ ନାହିଁ ।

ଏଥି ସହିତ ପ୍ରମାଣନ ବା ଆଥେଣ୍ଟିକେସନ ପାଇଁ ଆଧାର ସହିତ ବୁଢା ଆଙ୍ଗୁଳି ଛାପ, ଆଇରିସ୍ ବେସ୍‌ଡ୍ ଅଥେଣ୍ଟିକେସନ ଓ ଫେସିଆଲ ବାୟୋମେଟ୍ରିକ ଛାପ ସଂଗ୍ରହ କରାଯିବ । ଏହା ଏକ ଅତିରିକ୍ତ ନିରାପତ୍ତା ବ୍ୟବସ୍ଥା ଭଳି କାମ କରିବ ।

ଏହି ଦୁଇ ପ୍ରୟାସ ବା ସଂସ୍କାରର ଲକ୍ଷ୍ୟ ହେଲା ମୋବାଇଲ  ଟେଲିକମ୍ ସେବାକୁ ଡିଜିଟାଇଜ୍ କରିବା ପୂର୍ବରୁ ନିରାପତ୍ତା ବ୍ୟବସ୍ଥାକୁ ସୁନିଶ୍ଚିତ ଏବଂ ସୁଦୃଢ କରିବା। ଏହା ଦ୍ୱାରା ସାଇବର ଅପରାଧ, ଆର୍ଥିକ ଅପରାଧ ଓ ଅନ୍ୟାନ୍ୟ ସମାଜ ବିରୋଧୀ କାମକୁ ସହଜରେ ରୋକି ହେବ। ଏହା ଫଳରେ ଉଭୟ ଜନତା, ଦେଶର ଅର୍ଥବ୍ୟବସ୍ଥା ଓ ଡିଜିଟାଲ ପରିତନ୍ତ୍ର ଉପକୃତ ହେବ।

ଇତି ମଧ୍ୟରେ ସଞ୍ଚାର ସାଥି ମାଧ୍ୟମରେ ୫୨ଲକ୍ଷ ସନ୍ଦିଗ୍ଧ ମୋବାଇଲ ସଂଯୋଗକୁ ରଦ୍ଦ କରାଯାଇଛି । ସଂଚାର ସାଥି ମାଧ୍ୟମରେ ତିନିଲକ୍ଷରୁ ଅଧିକ ମୋବାଇଲ ନମ୍ବରକୁ  ମଧ୍ୟ ଠାବ କରାଯାଇଛି । ଆଗରୁ ଏସବୁର ପତ୍ତା ମିଳୁ  ନ ଥିଲା।

ଅନ୍‌ଲାଇନ ସେବା ଭାରତ ସରକାର
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ଉପରେ ଶୁଳ୍କ ହ୍ରାସ କଲା ଆମେରିକା: ମୋଦିଙ୍କ ସହ ଫୋନ୍ କଲ୍ ପରେ ଟ୍ରମ୍ପଙ୍କ ବଡ ଘୋଷଣା

February 2, 2026

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026
Latest News

ଭାରତ ଉପରେ ଶୁଳ୍କ ହ୍ରାସ କଲା ଆମେରିକା: ମୋଦିଙ୍କ ସହ ଫୋନ୍ କଲ୍ ପରେ ଟ୍ରମ୍ପଙ୍କ ବଡ ଘୋଷଣା

February 2, 2026

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ କଲେ ସ୍ବାଗତ

February 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.