Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୋଆ କୃଷି ମହାବିଦ୍ୟାଳୟ ପକ୍ଷରୁ ‘ଗାଜରଘାସ ସଚେତନତା ସପ୍ତାହ’ ପାଳିତ
ଆଜିର ଖବର

ସୋଆ କୃଷି ମହାବିଦ୍ୟାଳୟ ପକ୍ଷରୁ ‘ଗାଜରଘାସ ସଚେତନତା ସପ୍ତାହ’ ପାଳିତ

August 23, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ( ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲଚରାଲ (ଆଇଏଏସ୍‌) ଏବଂ ସୋଆ ପରିଚାଳିତ ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌) ର ମିଳିତ ସହଯୋଗରେ ଗତ ମଙ୍ଗଳବାର ଦିନ ଗାଜର ଘାସ ସଚେତନତା ସପ୍ତାହ ପାଳିତ କରାଯାଇଛି।

ଏହି ସଚେତନତା ସପ୍ତାହ ଉପଲକ୍ଷେ ଭୋଳା ଗ୍ରାମରେ ଥିବା ରୋଟାରୀ କ୍ଲବ୍‌ର ସଭାପତି ଭାଗ୍ୟଧର ଦାସଙ୍କ ସହାୟତାରେ ଗାଜର ଘାସ ସଚେତନତା ଉପରେ ଏକ ରାଲି ଏବଂ ସଚେତନତା ସଭା ଆୟୋଜିତ ହୋଇଥିଲା। ଏହି ରାଲିରେ କୃଷି ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ଅଧ୍ୟାପକମାନେ ମଧ୍ୟ ଯୋଗ ଦେଇ ଗ୍ରାମବାସୀ ମାନଙ୍କୁ ଗାଜର ଘାସ ର ଭୟାବହତା ସଂପର୍କରେ ଅବଗତ କରାଇଥିଲେ।

ଏହି ସଚେତନତା ସଭାରେ ପ୍ରୋଗ୍ରାମର ସଂଯୋଜକ ପ୍ରଫେସର ସନ୍ତୋଷ କୁମାର ମହାନ୍ତି ସ୍ୱାଗତ ଭାଷଣ ଦେଇଥିବାବେଳେ ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କର ବୈଷୟିକ ଜ୍ଞାନ କୌଶଳ କିପରି ଭାବରେ ବୃଦ୍ଧି ପାଇବ ସେଇ ବିଷୟରେ ବକ୍ତବ୍ୟ ରଖିଥିଲେ। କୃଷି ମହାବିଦ୍ୟାଳୟର ଡିିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ଏନ୍‌ଏସଏସ୍ ସଂଯୋଜକ ପ୍ରଫେସର ନଚିକେତା କେ ଶର୍ମା, ଆଡିସ୍‌ନାଲ ଡିନ୍ (ରିସର୍ଚ୍ଚ) ପ୍ରଫେସର ପ୍ରିୟବତ୍ର ପଟ୍ଟନାୟକ , ଡକ୍ଟର ରାମପ୍ରସାଦ ନନ୍ଦି, ଡକ୍ଟର ରାକେଶ ରୋଶନ ଶତପଥି, ହଂସରାଜ ପ୍ରଧାନ ଏବଂ ମୋନାଲିସା ପଣ୍ଡା ଯୋଗଦେଇଥିଲେ।

ପ୍ରଫେର ସନ୍ତୋଷ କୁମାର ରାଉତ ,ପ୍ରଫେସର ନଚିକେତା ଶର୍ମା ଏବଂ ଆଡିସ୍‌ନାଲ ଡିନ୍ (ରିସର୍ଚ୍ଚ) ପ୍ରଫେସର ପ୍ରିୟବତ୍ର ପଟ୍ଟନାୟକ ଗାଜର ଘାସ ନିରାକରଣ ନିମନ୍ତେ ଗ୍ରାମବାସୀଙ୍କୁ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ। ପ୍ରଫେସର ବାସୁଦେବ ବେହେରା ଏବଂ ଡକ୍ଟର ଶୁଭପ୍ରଦ ଦାଶ ଗାଜର ଘାସ ର ଭୟାବହତା ଏବଂ ନିରାକରଣ ବିସ୍ତୃତ ବିବରଣୀ ଦେଇଥିଲେ। ସହକାରୀ ଅଧ୍ୟାପକ ଜଗଦୀଶ ଜେନା କାର୍ଯ୍ୟକ୍ରର୍ମରେ ଅଂଶ ଗ୍ରହଣ କରିଥିବା ଅତିଥି , ପ୍ରଫେସର , ଛାତ୍ରଛାତ୍ରୀ ଏବଂ ଗ୍ରାମବାସୀମାନଙ୍କୁ ଧନ୍ୟବାଦ ଦେଇଥିଲେ।

ଗାଜର ଘାସ ସଚେତନତା ସପ୍ତାହ ‘ ପାର୍ଥେନିୟମ୍ ସଚେତନତା ସପ୍ତାହ’ ଉପଲକ୍ଷେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏହାର ଜିଜ୍ଞାସା ଏବଂ ସଚେତନତା ଆଣିବା ନିମନ୍ତେ ସୋଆ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ୍ ୪ ସ୍ଥିତ କୃଷି ମହାବିଦ୍ୟାଳୟରେ “ ଗାଜର ଘାସ ଏବଂ ଏହାର ନିରାକରଣ” ବିଷୟରେ ଏକ ପ୍ରବନ୍ଧ ପ୍ରତିଯୋଗିତା ହୋଇଥିଲା।
ଏହି ପ୍ରତିଯୋଗିତାକୁ କ୍ଷେତ୍ର ବିଜ୍ଞାନ ବିଭାଗର ସହକାରୀ ଅଧ୍ୟାପକ ଓ ଅଧ୍ୟାପିକା ଡକ୍ଟର ସ୍ତୁତି ଦେବପ୍ରିୟା ବେହେରା, ଶ୍ୱେତା ରଥ, ଜିତେନ୍ଦ୍ର କୁମାର ନାୟକ, କୁମାର ସମ୍ଭବ ଗିରୀ, ସ୍ୱାଗତ ଶୁଭଦର୍ଶୀ ଏବଂ ଅଙ୍କିତା ପ୍ରିୟଦର୍ଶୀ ପରିଚାଳନା କରିଥିଲେ।

ପୁରସ୍କାର ବିତରଣ ସମାରୋହରେ ଅନୁଷ୍ଠାନର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତଙ୍କ ସମେତ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ, ଅନୁଷ୍ଠାନର ଉପଦେଷ୍ଟା ପ୍ରଫେସର ବିଜୟ କୁମାର ସାହୁ ଏବଂ ଅନ୍ୟ ଅଧ୍ୟାପକ ଓ ଅଧ୍ୟାପିକାମାନେ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମକୁ ପ୍ରଫେସର ସରୋଜ କୁମାର ମହାନ୍ତି ସଂଯୋଜକ କରିଥିବାବେଳେ ଡକ୍ଟର ଶୁଭପ୍ରଦ ଦାଶ ଏବଂ ଡକ୍ଟର ଜଗଦୀଶ ଜେନା ସହ ସଂଯୋଜକ କରି ପରିଚାଳନା କରିଥିଲେ।

କୃଷି ମହାବିଦ୍ୟାଳୟ ଶିକ୍ଷା ଓ ଅନୁସନ୍ଧାନ ସୋଆ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026
Latest News

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026

୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.