Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତାଞ୍ଜାନିଆର ପ୍ରଥମ ମହିଳା ରାଷ୍ଟ୍ରପତିଙ୍କୁ ଜେଏନୟୁ ଦ୍ୱାରା ଡକ୍ଟରେଟ୍ ଉପାଧି ପ୍ରଦାନ
ଆଜିର ଖବର

ତାଞ୍ଜାନିଆର ପ୍ରଥମ ମହିଳା ରାଷ୍ଟ୍ରପତିଙ୍କୁ ଜେଏନୟୁ ଦ୍ୱାରା ଡକ୍ଟରେଟ୍ ଉପାଧି ପ୍ରଦାନ

October 10, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ତାଞ୍ଜାନିଆର ପ୍ରଥମ ମହିଳା ରାଷ୍ଟ୍ରପତି ଡକ୍ଟର ସାମିୟା ସୁଲୁହୁ ହସନଙ୍କୁ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ) ଦ୍ୱାରା ସମ୍ମାନଜନକ ଡକ୍ଟରେଟ୍ ଉପାଧିରେ ସମ୍ମାନିତ କରାଯାଇଛି। ଭାରତ- ତାଞ୍ଜାନିଆ ସମ୍ପର୍କକୁ ମଜଭୂତ୍ କରିବା, ଅର୍ଥନୈତିକ କୂଟନୀତିକୁ ପ୍ରୋତ୍ସାହିତ କରିବା ଏବଂ ଆଞ୍ଚଳିକ ଏକତା ଏବଂ ବହୁପକ୍ଷବାଦରେ ସଫଳତା ହାସଲ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି।

ଏହି ବିଶେଷ ସମାବର୍ତ୍ତନ ସମାରୋହରେ ଯୋଗଦେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଞ୍ଜାନିଆ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇବା ସହ ଭାରତ ଓ ତାଞ୍ଜାନିଆ ସମ୍ପର୍କକୁ ଆହୁରି ନିବିଡ଼ କରିବା ପାଇଁ ଏକ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରି ତାଞ୍ଜାନିଆ ରାଷ୍ଟ୍ରପତିଙ୍କୁ ଏହି ସମ୍ମାନଜନକ ଉପାଧି ଦେଇଥିବାରୁ ଜେଏନୟୁକୁ ଧନ୍ୟବାଦ ଜଣାଇଛନ୍ତି । ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଫ୍ରିକୀୟ ସଂଘକୁ ଜି-୨୦ରେ ସାମିଲ କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରୁଥିବା ପରିପ୍ରେକ୍ଷୀରେ ଜେଏନୟୁ ତାଞ୍ଜାନିଆର ରାଷ୍ଟ୍ରପତିଙ୍କୁ ଏହି ସମ୍ମାନ ପ୍ରଦାନ କରିଛି । ରାଷ୍ଟ୍ରପତି ଓ ମୋଦୀଜୀଙ୍କ ମୂଲ୍ୟବାନ ମାର୍ଗଦର୍ଶନରେ ଦୁଇ ଦେଶର ବନ୍ଧୁତା ସୁଦୃଢ଼ ହେବ ଏବଂ ଶିକ୍ଷା, ଦକ୍ଷତା, ଉଦ୍ଭାବନ, ଉଦ୍ୟୋଗ ଏବଂ ସଶକ୍ତୀକରଣ ଆମର ରଣନୈତିକ ଭାଗିଦାରୀର ମୂଳଦୁଆ ହେବ । ଭାରତ-ତାଞ୍ଜାନିଆ ସମ୍ପର୍କ ଦକ୍ଷତା ବିକାଶ ଓ ଉଚ୍ଚ ଶିକ୍ଷା ପ୍ରଦାନ କରିବାରେ ସହଯୋଗୀ ହେବ ।

ଜାଞ୍ଜିବରରେ ଆଇଆଇଟିର ପ୍ରଥମ ବିଦେଶ କ୍ୟାମ୍ପସ ସ୍ଥାପନା ହେବା ଖୁସିର ବିଷୟ ଏବଂ ନଭେମ୍ବର ମାସରେ ଏହି କ୍ୟାମ୍ପସର ଲୋକାର୍ପଣ ହେବା ପାଇଁ ଯାଉଛି । ଏହି ଅନୁଷ୍ଠାନ ଉଭୟ ଦେଶ ପାଇଁ ଶିକ୍ଷା ସହଭାଗିତାରେ ଏକ ମାଇଲଖୁଣ୍ଟ ହେବ ତଥା ତାଞ୍ଜାନିଆ ଓ ଆଫ୍ରିକୀୟ ଦେଶର ଛାତ୍ରଛାତ୍ରୀଙ୍କ ବିଶ୍ୱମାନର ଇଞ୍ଜିନିୟରିଂ ଏବଂ ପ୍ରଯୁକ୍ତିବିଦ୍ୟା ଶିକ୍ଷା ଉପଲବ୍ଧ ହେବ । ଶ୍ରୀ ପ୍ରଧାନ କହିଛନ୍ତି ଯେ ତାଞ୍ଜାନିଆ ଭାରତର ଏକ ପ୍ରମୁଖ ସହଯୋଗୀ । ପ୍ରଧାନମନ୍ତ୍ରୀ ଓ ତାଞ୍ଜାନିଆ ରାଷ୍ଟ୍ରପତିଙ୍କ ନେତୃତ୍ୱ ଦୁଇ ଦେଶର ସମ୍ପର୍କକୁ ନୂଆ ଉଚ୍ଚତାକୁ ନେଇଛି । ଦୁଇ ଦେଶ ମଧ୍ୟରେ ବିଶେଷ ଭାବରେ ଶିକ୍ଷା ଓ ମାନବ ସମ୍ବଳ ବିକାଶରେ ସହଯୋଗୀ ଅଛନ୍ତି । ଦେଶରେ ଅଣାଯାଇଥିବା ଜାତୀୟ ଶିକ୍ଷା ନୀତି ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆଣିବ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ ।

ସେହିପରି ତାଞ୍ଜାନିଆର ରାଷ୍ଟ୍ରପତି କହିଥିଲେ ଯେ ମୁଁ ଭାରତର ଶିକ୍ଷା ବ୍ୟବସ୍ଥାର ଜଣେ ଅଂଶ । ହାଇଦ୍ରାବାଦର ଏନଆଇଆରଡି ଠାରେ ଆଇଟିଇସିର ପ୍ରଶିକ୍ଷଣ ନେଇଥିଲେ ବୋଲି ସେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଏବଂ ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ, ଜେଏନୟୁର କୁଳାଧିପତି କନଓ୍ୱାଲ ଶିବଲ ଓ କୁଳପତି ପ୍ରଫେସର ଏସ ଡି ପଣ୍ଡିତ ପ୍ରମୁଖ ଉପସ୍ଥିତ ଥିଲେ ।

ଜେଏନୟୁ ଡକ୍ଟରେଟ୍ ଉପାଧି ତାଞ୍ଜାନିଆ ପ୍ରଥମ ମହିଳା ରାଷ୍ଟ୍ରପତି
Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026

ଖଣି ବିଲ୍‌କୁ ନେଇ ତେଜିଲା ରାଜନୀତି, ବିଜେପିକୁ ଅରୁଣଙ୍କ ବିତର୍କ ଆହ୍ୱାନ

August 21, 2026
Latest News

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026

ଖଣି ବିଲ୍‌କୁ ନେଇ ତେଜିଲା ରାଜନୀତି, ବିଜେପିକୁ ଅରୁଣଙ୍କ ବିତର୍କ ଆହ୍ୱାନ

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.