Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଜେପି ସହ ସମ୍ପର୍କ କାଟିଲେ ଏହି ତାମିଲ ଅଭିନେତ୍ରୀ: ଆଣିଲେ ଏଭଳି ଅଭିଯୋଗ
ଆଜିର ଖବର

ବିଜେପି ସହ ସମ୍ପର୍କ କାଟିଲେ ଏହି ତାମିଲ ଅଭିନେତ୍ରୀ: ଆଣିଲେ ଏଭଳି ଅଭିଯୋଗ

October 23, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ତାମିଲ ଅଭିନେତ୍ରୀ ଗୌତମୀ ତଡିମଲ୍ଲା ୨୫ ବର୍ଷ ଧରି ବିଜେପି ସଦସ୍ୟ ହେବା ପରେ ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ତାଙ୍କ ତରଫରୁ ଏକ ବିବୃତ୍ତି ଜାରି କରାଯାଇଛି ଯେଉଁଥିରେ ସେ ଇସ୍ତଫା ଦେବାର କାରଣ ଦର୍ଶାଇଛନ୍ତି। ଗୌତମୀ କହିଛନ୍ତି ଯେ, ଦଳ ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ସେ ସମ୍ମାନିତ କରିଛନ୍ତି, କିନ୍ତୁ ତାଙ୍କୁ ବିଜେପି ପକ୍ଷରୁ କୌଣସି ସମର୍ଥନ ମିଳିନାହିଁ। ଏହି କାରଣରୁ ସେ ତାଙ୍କ ଜୀବନର ସବୁଠାରୁ ବଡ ସଙ୍କଟରେ ଅଛନ୍ତି।

ଗୌତମୀ କହିଛନ୍ତି ଯେ, ‘ଆଜି ମୁଁ ମୋ ଜୀବନରେ ଏକ ଅବାଞ୍ଛିତ ସଙ୍କଟର ସମ୍ମୁଖୀନ ହୋଇଛି। ମୁଁ ଦଳର ନେତାଙ୍କଠାରୁ କୌଣସି ସହଯୋଗ ପାଇ ନାହିଁ। ମୁଁ ଜାଣିବାକୁ ପାଇଛି ଯେ, ମୁଁ ଏପରି ବ୍ୟକ୍ତିଙ୍କୁ ସାହାଯ୍ୟ କରୁଛି ଏବଂ ସମର୍ଥନ କରୁଛି ଯିଏ କେବଳ ମୋତେ ବିଶ୍ୱାସଘାତକତା କରିନାହାଁନ୍ତି ବରଂ ମୋ ଜୀବନର ରୋଜଗାର ମଧ୍ୟ ଛଡ଼ାଇ ନେଇଛି। ବାସ୍ତବରେ ସି ଅଲଗପନଙ୍କ ଆଡକୁ ଗୌତମୀ ସୂଚାଉଥିଲେ, ଯିଏ କି ତାଙ୍କ ସାଥୀ ଥିଲେ।

ସି ଅଲଗପନଙ୍କ ବିରୋଧରେ ମାମଲା ଦାୟର କରାଯାଇଛି:

ଅଲଗପନ ବିଷୟରେ ଅଭିନେତ୍ରୀ କହିଛନ୍ତି ଯେ, ସେ ତାଙ୍କ ଟଙ୍କା, ସମ୍ପତ୍ତି ଏବଂ ଡକ୍ୟୁମେଣ୍ଟ୍ ସହିତ ତାଙ୍କୁ ପ୍ରତାରଣା କରିଛନ୍ତି। ସେ କହିଛନ୍ତି ଯେ, ତାମିଲନାଡୁ ସରକାର ଏବଂ ନ୍ୟାୟ ବିଭାଗ ଉପରେ ତାଙ୍କର ବିଶ୍ୱାସ ରହିଛି ଏବଂ ସେ ନିଜ ତଥା ପିଲାଙ୍କ ଭବିଷ୍ୟତ ପାଇଁ ନ୍ୟାୟ ପାଇଁ ଲଢୁଛନ୍ତି। ସେପ୍ଟେମ୍ବରରେ ଗୌତମୀ ପୋଲିସ ନିକଟରେ ଅଭିଯୋଗ ଆଣିଥିଲେ ଯେ, ଭେଲାଚେରୀରେ ରହୁଥିବା ତାଙ୍କ ପରିଚିତ ସି ଅଲଗପନଙ୍କ ଏବଂ ତାଙ୍କ ପତ୍ନୀ ନାଚଲ 2୨୫ କୋଟି ଟଙ୍କା ଏବଂ ସମ୍ପତ୍ତିର ଅପବ୍ୟବହାର କରିଥିଲେ।

ଗୌତମୀ କହିଛନ୍ତି ଯେ, ତାମିଲନାଡୁରେ ୨୦୨୧ ବିଧାନସଭା ନିର୍ବାଚନ ସମୟରେ ବିଜେପି ତାଙ୍କୁ ରାଜପଲାୟମ ଆସନ ଅଫର ଦେଇଥିଲା। ଆସନ ତାଙ୍କୁ ଦିଆଯିବ ବୋଲି ଦଳ ପକ୍ଷରୁ ଏକ ଆଶ୍ଵାସନା ମଧ୍ୟ ଦିଆଯାଇଥିଲା। ତେବେ ଶେଷ ମୁହୂର୍ତ୍ତରେ ଏହି ଆସନ ଦିଆଯାଇନଥିଲା। ତାମିଲ ଅଭିନେତ୍ରୀ କହିଛନ୍ତି ଯେ, ଏହି ସବୁ ଘଟଣା ପରେ ମଧ୍ୟ ସେ ଦଳ ପ୍ରତି ବିଶ୍ୱସ୍ତ ରହିଥିଲେ। କିନ୍ତୁ ଯେତେବେଳେ ସେ ଦଳର ସମର୍ଥନ ପାଇନଥିଲେ ସେତେବେଳେ ସେ ଭାଙ୍ଗି ପଡିଥିଲେ।

ବିଜେପି
Share. Facebook Twitter LinkedIn Email WhatsApp Copy Link

Related Posts

ମାନାବାର-ଜରତି ଷ୍ଟେସନ ମଧ୍ୟରେ ନବନିର୍ମିତ ଦ୍ୱିତୀୟ ଲାଇନର ଯାଞ୍ଚ କଲେ ରେଳ ସୁରକ୍ଷା କମିଶନର

February 10, 2026

ପରିବାର ସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ସଚିନ ତେନ୍ଦୁଲକର: ଜାଣନ୍ତୁ କାରଣ

February 10, 2026

“ଅନାସ୍ଥା ପ୍ରସ୍ତାବର ନିଷ୍ପତ୍ତି ନହେବା ଯାଏଁ…”: ଲୋକସଭା ବାଚସ୍ପତି ନେଲେ ବଡ ନିଷ୍ପତ୍ତି

February 10, 2026

ଓଡ଼ିଶାରେ କେତୋଟି ଜନ ଔଷଧୀ କେନ୍ଦ୍ର?: ରାଜ୍ୟସଭାରେ ଉତ୍ତର ଦେଲେ ମନ୍ତ୍ରୀ

February 10, 2026
Latest News

କଳିଙ୍ଗ ଷ୍ଟାଡିୟମରେ ୨୫୦ ନୂଆ ଆମ୍ବୁଲାନସ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

February 10, 2026

ମାନାବାର-ଜରତି ଷ୍ଟେସନ ମଧ୍ୟରେ ନବନିର୍ମିତ ଦ୍ୱିତୀୟ ଲାଇନର ଯାଞ୍ଚ କଲେ ରେଳ ସୁରକ୍ଷା କମିଶନର

February 10, 2026

ପରିବାର ସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ସଚିନ ତେନ୍ଦୁଲକର: ଜାଣନ୍ତୁ କାରଣ

February 10, 2026

“ଅନାସ୍ଥା ପ୍ରସ୍ତାବର ନିଷ୍ପତ୍ତି ନହେବା ଯାଏଁ…”: ଲୋକସଭା ବାଚସ୍ପତି ନେଲେ ବଡ ନିଷ୍ପତ୍ତି

February 10, 2026

ଓଡ଼ିଶାରେ କେତୋଟି ଜନ ଔଷଧୀ କେନ୍ଦ୍ର?: ରାଜ୍ୟସଭାରେ ଉତ୍ତର ଦେଲେ ମନ୍ତ୍ରୀ

February 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.