Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସ୍ବାଗତ ଉତ୍ସବ, ହେଲେ ଉତ୍ସବରେ ଯୋଗଦେଲେ ନାହିଁ ଜୁଏଲ ଓରାମ, ଅପରାଜିତା ଷଡଙ୍ଗୀ ଏବଂ ସୁରେଶ ପୂଜାରୀ
ମତାମତ

ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସ୍ବାଗତ ଉତ୍ସବ, ହେଲେ ଉତ୍ସବରେ ଯୋଗଦେଲେ ନାହିଁ ଜୁଏଲ ଓରାମ, ଅପରାଜିତା ଷଡଙ୍ଗୀ ଏବଂ ସୁରେଶ ପୂଜାରୀ

June 8, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
Three BJP MP avoid form party welcome ceremony
Three BJP MP avoid form party welcome ceremony

ସମୀକ୍ଷା ବ୍ୟୁରୋ

ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡଙ୍ଗୀ ଦାୟିତ୍ବ ନେବା ପରେ ଓଡିଶାରେ ଉଭୟଙ୍କୁ ସ୍ବାଗତ କରାଯାଇଛି। ସକାଳେ ବିମାନବନ୍ଦରରେ ପହଁଚିବା ପରେ ସେଠାରେ ଦଳ ତରଫରୁ ସ୍ବାଗତ କରାଯାଇଥିଲା। ଏହାପରେ ଉଭୟ ପୁରୀ ଯାଇ ଜଗନ୍ନାଥ ଦର୍ଶନ କରିଥିଲେ। ସେଠାରେ ଦଳୀୟ ନେତାଙ୍କ ସହିତ ଆଲୋଚନା କରି ପୁରୀର ଫନି ବାତ୍ୟା ପରେ କିପରି କାମ କରାଯିବ ସେ ଉପରେ ଆଲୋଚନା କରିଥିଲେ। ଏହାପରେ ଅପରାହ୍ନରେ ଭୁବନେଶ୍ବରର ପ୍ରଦର୍ଶନୀ ପଡିଆରେ ବିରାଟ ସ୍ବାଗତ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ଏଥିରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସହ ନବ ନିର୍ବାଚିତ ସାଂସଦ ଓ ବିଧାୟକଙ୍କୁ ମଧ୍ୟ ଅଭିନନ୍ଦନ ପ୍ରଦାନ କରାଯାଇଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେହି ଚିରାଚରିତ ଢଙ୍ଗରେ ନବୀନ ଏବଂ ରାହୁଳ ଗାନ୍ଧୀଙ୍କୁ ସମାଲୋଚନା କରିଥିଲେ।

ହେଲେ ଏହି ସମ୍ବର୍ଦ୍ଧନା ଉତ୍ସବକୁ ନେଇ ଯେତିକି ଚର୍ଚ୍ଚା ହେଉ ନ ଥିଲା ତାଠାରୁ ଢେର ଚର୍ଚ୍ଚା ହେଉଥିଲା ଏହି ଉତ୍ସବରେ ତିନି ଜଣ ସାଂସଦ ଯୋଗ ନ ଦେବା। ସେହି ତିନି ସାଂସଦ ହେଲେ ସୁନ୍ଦରଗଡର ସାଂସଦ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ବରଗଡ ସାଂସଦ ସୁରେଶ ପୂଜାରୀ ଏବଂ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ। ଶନିବାର ଦିନ ଉଭୟ କେନ୍ଦ୍ରମନ୍ତ୍ରୀ ଭୁବନେଶ୍ବରରେ ପହଁଚିଥିବା ବେଳେ ଜୁଏଲ ଓରାମ ଶୁକ୍ରବାର ଦିନ ଓଡିଶା ଆସିଛନ୍ତି। ହେଲେ ଦଳ ତରଫରୁ ଏତେବଡ କାର୍ଯ୍ୟକ୍ରମ ଯେତେବେଳେ ହେଉଛି ଜୁଏଲ ଓଡିଶାରେ ଥାଇ ନ ଆସିବା କେଉଁଠି ନା କେଉଁଠି ସନ୍ଦେହ ରହୁଛି। ଆଶ୍ଚର୍ଯ୍ୟର କଥା ଜୁଏଲ ସୁନ୍ଦରଗଡରେ ସମ୍ବର୍ଦ୍ଧନା ଉତ୍ସବରେ ଯୋଗ ଦେଇଛନ୍ତି। ସେଠାରେ ବିଭିନ୍ନ ବ୍ଲକ ସ୍ତରରେ ଦଳୀୟ ସଭାରେ ଯୋଗଦେଇଛନ୍ତି। ହେଲେ ଓଡିଶାରେ ଥାଇ ଭୁବନେଶ୍ବରରେ ଆୟୋଜିତ ଦଳୀୟ ସଭାରେ ଯୋଗ ନ ଦେବା ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି।

ସେହିପରି ଭୁବନେଶ୍ବରରେ ଆୟୋଜିତ ସମାରୋହରେ ଖୋଦ ଭୁବନେଶ୍ବରର ସାଂସଦ ଅପରାଜିତା ଷଡଙ୍ଗୀ ଯୋଗ ନ ଦେବା ମଧ୍ୟ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ଅପରାଜିତା ସକାଳେ ବିମାନ ବନ୍ଦର ଯାଇ ଉଭୟ ମନ୍ତ୍ରୀଙ୍କୁ ସ୍ବାଗତ କରି ତାଙ୍କର କର୍ତ୍ତବ୍ୟ ଶେଷ କରି ଦେଇଛନ୍ତି। ହେଲେ ତାଙ୍କ ନିଜ ନିର୍ବାଚନ ମଣ୍ଡଳୀର ପ୍ରଦର୍ଶନୀ ପଡିଆରେ ଆୟୋଜିତ ସମାରୋହରେ ମଧ୍ୟ ଯୋଗ ନ ଦେବା କେଉଁଠି ନା କେଉଁଠି କିଛି ହେଉଛି ବୋଲି ଅନୁମାନ କରାଯାଉଛି। ପୂର୍ବରୁ ଅପରାଜିତା ଏକା ଏକା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ନେଇ ମଧ୍ୟ ଦଳ ଭିତରେ ଆଲୋଚନା ଚାଲିଛି। ସେତେବେଳେ ଅପରାଜିତା ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଆସିବା ପରେ କହିଥିଲେ ଯେ, ବିକାଶ କୌଣସି ଦଳର ନୁହେଁ। ସମସ୍ତଙ୍କ ସହଯୋଗରେ ଭୁବନେଶ୍ବରର ବିକାଶ କରାଯିବ। ସେଥିପାଇଁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛି। ପୂର୍ବରୁ ଯାହା ଆଶା କରାଯାଉଥିଲା ବର୍ତ୍ତମାନ ତାହା ହିଁ ଘଟିବାକୁ ଯାଉଛି। ଅପରାଜିତା କୌଣସି ଦଳୀୟ ନେତାଙ୍କୁ ସାଥୀରେ ନେଇ କାମ କରିବା ମୁଡରେ ନାହାଁନ୍ତି। ପଶ୍ଚିମ ବଂଗର ମମତା ବାନାର୍ଜିଙ୍କ ପରି ଅପରାଜିତା ଓଡିଶାରେ ମଧ୍ୟ ଏକଲା ଚଲୋ ନିତିରେ ଚାଲିବେ ବୋଲି ଅନୁମାନ କରିହେଉଛି।

ସେହିପରି ବରଗଡର ନବନିର୍ବାଚିତ ସାଂସଦ ସୁରେଶ ପୂଜାରୀ ମଧ୍ୟ ଓଡିଶାରେ ଅଛନ୍ତି। ହେଲେ ସେ ମଧ୍ୟ ଏହି ସମାରୋହରେ ଯୋଗ ଦେଇ ନାହିଁନ୍ତି। ସେ ଶୀତଳଷଷ୍ଠୀ ନାମରେ ଏହି ଉତ୍ସବରୁ ଦୂରେଇ ଯାଇଛନ୍ତି। ଅନ୍ୟପକ୍ଷରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର କିନ୍ତୁ ଏହି ସଭାରେ ଯୋଗ ଦେଇଛନ୍ତି। ତେଣୁ ସୁରେଶଙ୍କ ଅନୁପସ୍ଥିତକୁ ନେଇ ମଧ୍ୟ ସନ୍ଦେହ ଦେଖାଦେଇଛି। ଭବିଷ୍ୟତରେ ବିଜେପି ଦଳ ଭିତରେ ଏହା କି ରୂପ ନେବ ତାହା ବର୍ତ୍ତମାନଠାରୁ ଅନୁମାନ କରିବା ମୁସ୍କିଲ।

 

Share. Facebook Twitter LinkedIn Email WhatsApp Copy Link

Related Posts

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଆନ୍ନା ହଜାରେଙ୍କ ପ୍ରତିକ୍ରିୟା: ଆନ୍ଦୋଳନକୁ ନେଇ ଦେଲେ ବଡ଼ ବିବୃତ୍ତି

July 26, 2026

ମହାପ୍ରଭୁଙ୍କ ସୁନାବେଶ: ଏହାର ମାହାତ୍ମ୍ୟ କଣ, କେତେଥର ହୁଏ ଏହି ବେଶ

July 26, 2026

ଶ୍ରୀଜୀଉଙ୍କ ସୁନାବେଶ: ମହଣ ମହଣ ସୁନାରେ ଝଟକିଲେ ତିନିଠାକୁର

July 25, 2026

ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ବଡ଼ ନିଷ୍ପତ୍ତି: ପ୍ରତିବାଦ ପ୍ରତ୍ୟାହାର ଘୋଷଣା କଲା CJP

July 25, 2026
Latest News

ଆଜି ଭାରତ- ଜିମ୍ବାୱେ ଅନ୍ତିମ ଟି-୨୦ ମ୍ୟାଚ: ଟିମ ଇଣ୍ଡିଆର ପରିବର୍ତ୍ତନ ସମ୍ଭବ

July 26, 2026

କନଫର୍ମ ହୋଇନାହିଁ କି ଟ୍ରେନ ଟିକେଟ?: ଚେଷ୍ଟା କରନ୍ତୁ ଏହି ଗୁପ୍ତ କୌଶଳ

July 26, 2026

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଦେଶକୁ ମିଳିଲା ନୂତନ ଶିକ୍ଷା ମନ୍ତ୍ରୀ: ଦାୟିତ୍ଵ ଗ୍ରହଣ କଲେ ପ୍ରହଲ୍ଲାଦ ଯୋଶୀ

July 26, 2026

ଉନ୍ନତ ବୈଶିଷ୍ଟ୍ୟ ଏବଂ ୧୫୧ କିମି ରେଞ୍ଜ: ବଜାରକୁ ଆସିଲା ହୋଣ୍ଡାର ଏହି ସ୍କୁଟର

July 26, 2026

‘ଛାତ୍ରଛାତ୍ରୀମାନଙ୍କୁ ହତ୍ୟା କରିବାକୁ କିଏ ନିର୍ଦ୍ଦେଶ ଦେଇଥିଲା?’: ରାହୁଲ ଗାନ୍ଧୀଙ୍କ ଗୃହମନ୍ତ୍ରୀଙ୍କୁ ଚିଠି

July 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.