Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଖିଳ ଭାରତ ସାନ୍ତାଳୀ ଲେଖକ ମହାସଂଘର ବାର୍ଷିକ ସମ୍ମେଳନ ଓ ସାହିତ୍ୟ ଉତ୍ସବର ଉଦ୍‌ଘାଟନ କଲେ ରାଷ୍ଟ୍ରପତି
ଆଜିର ଖବର

ଅଖିଳ ଭାରତ ସାନ୍ତାଳୀ ଲେଖକ ମହାସଂଘର ବାର୍ଷିକ ସମ୍ମେଳନ ଓ ସାହିତ୍ୟ ଉତ୍ସବର ଉଦ୍‌ଘାଟନ କଲେ ରାଷ୍ଟ୍ରପତି

November 20, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ଓଡିଶାର ବାରିପଦାଠାରେ ଅଖିଳ ଭାରତ  ସାନ୍ତାଳୀ ଲେଖକ ମହାସଂଘର ୩୬ତମ ବାର୍ଷିକ ସମ୍ମେଳନ ଓ ସାହିତ୍ୟ ଉତ୍ସବକୁ ଉଦ୍‌ଘାଟନ କରିଛନ୍ତି।

ଏହି ଅବସରରେ ଉଦ୍‌ବୋଧନ ଦେଇ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସାନ୍ତାଳୀ ଭାଷା ଏବଂ ସାହିତ୍ୟକୁ ସମୃଦ୍ଧ କରିଥିବା ଲେଖକ ତଥା ଗବେଷକଙ୍କ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଛନ୍ତି। ୧୯୮୮ରେ ପ୍ରତିଷ୍ଠା ହେବା କାଳରୁ ଅଖିଳ ଭାରତ ସାନ୍ତାଳୀ ଲେଖକ ମହାସଂଘ ସାନ୍ତାଳୀ ଭାଷାର ଉନ୍ନତି ପାଇଁ ନିରନ୍ତର କାର୍ଯ୍ୟ କରି ଆସୁଛି ଏବଂ ଏଭଳି ଉଦ୍ୟମ ଧନ୍ୟବାଦା ଯୋଗ୍ୟ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ସାନ୍ତାଳୀ ଭାଷାର ବ୍ୟବହାର ବଢିଛି। ୨୦୦୩ ଡିସେମ୍ବର ୨୨ରେ ଏହି ଭାଷା ସମ୍ବିଧାନର ଅଷ୍ଟମ ସୂଚୀରେ ସାମିଲ ହେବା ପରେ ଏହାର ବ୍ୟବହାର ଏବଂ ଗୁରୁତ୍ୱ ବୃଦ୍ଧି ପାଇଛି। ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବାବେଳେ ସାନ୍ତାଳୀ ଭାଷା ସମ୍ବିଧାନର ଅଷ୍ଟମ ସୂଚୀରେ ସ୍ଥାନିତ ହୋଇଥିଲା ବୋଲି ଉଲ୍ଲେଖ କରି ରାଷ୍ଟ୍ରପତି ଅଟଳ ଜୀଙ୍କୁ ସ୍ମରଣ କରିଥିଲେ।

ରାଷ୍ଟ୍ରପତି କହିଥିଲେ ଯେ ଅଧିକାଂଶ ସାନ୍ତାଳୀ ସାହିତ୍ୟ ଦୀର୍ଘକାଳ ଧରି ମୌଖିକ ପରମ୍ପରା ମଧ୍ୟରେ ବଂଚି ରହିଥିଲା । ପଣ୍ଡିତ ରଘୁନାଥ ମୁର୍ମୁ କେବଳ ଏହି ଭାଷାର ଲିପି “ଓଲ୍ ଚିକି”କୁ ଉଦ୍‌ଭାବନ କରି ନ ଥିଲେ । ସେ ମଧ୍ୟ ଅନେକ ସାନ୍ତାଳୀ ସାହିତ୍ୟ ରଚନା କରି ଏହି ଭାଷାକୁ ସମୃଦ୍ଧ କରିଥିଲେ । ତାଙ୍କ ରଚିତ ନାଟକ, ‘ବିଦୁ ଚନ୍ଦନ’, ‘ଖେରୱାଲ ବୀର’, ଦାରେଗେ ଧନ,’ ‘ ସିଦୁ-କାହ୍ନୁ-ସାନ୍ତାଳ ହୁଳ’ ଆଦି ସାନ୍ତାଳୀ ସାହିତ୍ୟର ଅମୂଲ୍ୟ କୃତି । ସେ ଆହୁରି କହିଥିଲେ ଯେ ସାନ୍ତାଳୀ ସାହିତ୍ୟକୁ ରୁଦ୍ଧିମନ୍ତ କରିବାରେ ଅନେକ ସାହିତ୍ୟିଙ୍କର ଅବଦାନ ରହିଛି । ଦମୟନ୍ତୀ ବେଶ୍ରା ଓ କାଳୀପଦ ସରେନ (ଖେରୱାଲ ସରେନ)ଙ୍କୁ ଯଥାକ୍ରମେ ୨୦୨୦ ଓ ୨୦୨୨ରେ ଶିକ୍ଷା ଓ ସାହିତ୍ୟ ପାଇଁ ପଦ୍ମଶ୍ରୀ ସମ୍ମାନ ମିଳିବା ଗର୍ବ ଓ ଗୌରବର ବିଷୟ ।

ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆହୁରି କହିଥିଲେ ଯେ ଲେଖକମାନେ ସମାଜର ଜାଗ୍ରତ ପ୍ରହରୀ । ସେମାନେ ନିଜର ଲେଖା ମାଧ୍ୟମରେ ସମାଜକୁ  ସଚେତନ କରିବା ସହିତ ବାଟ କଢାଇଥାନ୍ତି । ସ୍ୱାଧୀନତା ସଂଗ୍ରାମ କାଳରେ ଅନେକ ସାହିତ୍ୟିକ ଓ ଲେଖକ ତାଙ୍କ ଲେଖା ମାଧ୍ୟମରେ ଦେଶର ମୁକ୍ତି ପାଇଁ ଲଢେଇ କରିବାକୁ ମାର୍ଗ ଦେଖାଇଥିଲେ ଓ ଲୋକଙ୍କୁ ଅନୁପ୍ରାଣିତ କରିଥିଲେ । ଲେଖକମାନେ ନିରବଚ୍ଛିନ୍ନ ଭାବେ ଲେଖନୀ ଚାଳନା କରି ସମାଜରେ ସଚେତନତା ସୃଷ୍ଟି କରିବାକୁ ରାଷ୍ଟ୍ରପତି ଆହ୍ୱାନ ଦେଇଛନ୍ତି ।

ରାଷ୍ଟ୍ରପତି କହିଛନ୍ତି ଯେ ନିରନ୍ତର ସଚେତନତା ସୃଷ୍ଟି ମାଧ୍ୟମରେ ହିଁ ଏକ ସତର୍କ ଓ ସୁଦୃଢ ସମାଜ ଗଠିତ ହୋଇପାରିବ । ସାହିତ୍ୟ ଏକ ସମୁଦାୟର ସଂସ୍କୃତିର ଦର୍ପଣ ସଦୃଶ । ଆଦିବାସୀ ଜୀବନଧାରାରେ ପ୍ରକୃତି ସହିତ ମଣିଷ ନିବିଡ ଭାବେ ବଂଚି ରହିବାର କଳା ନିହିତ ଏବଂ ଏହା ଏକ ପ୍ରାକୃତିକ ପ୍ରକ୍ରିୟା । ଆଦିବାସୀ ସମୁଦାୟର ବିଶ୍ୱାସ ଯେ ଜଙ୍ଗଲ ସେମାନଙ୍କର ନୁହେଁ, ବରଂ ସେମାନେ ଜଙ୍ଗଲର  । ଏବେକାର ଜଳବାୟୁ ପରିବର୍ତ୍ତନ ସବୁଠୁ ବଡ ସମସ୍ୟା ଏବଂ ଏହାର ମୁକାବିଲା ପାଇଁ ପରିବେଶ ଅନୁକୂଳ ଜୀବନଯାପନ ବିଶେଷ ଗୁରୁତ୍ୱପୂର୍ଣ୍ଣ । ଆଦିବାସୀ ସମ୍ପ୍ରଦାୟଙ୍କ ଜୀବନ ଶୈଳୀ ବିଷୟରେ ଲେଖିବାକୁ ସେ ଲେଖକ, ସାହିତ୍ୟିକମାନଙ୍କୁ ଆହ୍ୱାନ ଜଣାଇଛନ୍ତି । ଏହା ଦ୍ୱାରା ଅନ୍ୟମାନେ ଆଦିବାସୀ ସମାଜର ଜୀବନାଦର୍ଶ ଓ ମୂଲ୍ୟବୋଧ ସମ୍ପର୍କରେ ଜାଣିପାରିବେ ବୋଲି ସେ କହିଛନ୍ତି ।

ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି ଯେ ଭାରତ ବିଭିନ୍ନ ଭାଷା ଓ ସାହିତ୍ୟର ଏକ ସୁନ୍ଦର ବଗିଚା । ଭାଷା ଓ ସାହିତ୍ୟ ରୂପି ସୂକ୍ଷ୍ମ ସୂତ୍ରରେ ଆମ ଦେଶ ବାନ୍ଧି ହୋଇ ରହିଛି । ବିଭିନ୍ନ ଭାଷାର ସାହିତ୍ୟର ଆଦାନ ପ୍ରଦାନ  ଦ୍ୱାରା ସାହିତ୍ୟ ସାମଗ୍ରିକ ଭାବେ ଋଦ୍ଧିମନ୍ତ ହୋଇଥାଏ । ଏଥି ପାଇଁ ଅନୁବାଦ ସାହିତ୍ୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ବିଭିନ୍ନ ଭାଷାର ସାହିତ୍ୟର ଅନୁବାଦ ଦ୍ୱାରା ଏହି କାର୍ଯ୍ୟଟି କରି ହେବ । ସେ ଆହୁରି କହିଥିଲେ ଯେ ସାନ୍ତାଳୀ ଭାଷାର ପାଠକମାନଙ୍କୁ ଅନୁବାଦ ମାଧ୍ୟମରେ ଅନ୍ୟ ଭାଷାର ସାହିତ୍ୟ ଓ ସଂସ୍କୃତି ବିଷୟରେ ଅବଗତ କରିବାର ଆବଶ୍ୟକତା ରହିଛି । ସମାନ ପ୍ରକ୍ରିୟାରେ ଅନୁବାଦ ମାଧ୍ୟମରେ ସାନ୍ତାଳୀ ସାହିତ୍ୟକୁ ଅନ୍ୟ ଭାଷାଭାଷୀଙ୍କ ମଧ୍ୟରେ ଲୋକପ୍ରିୟ କରିବାକୁ  ଉଦ୍ୟମ ହେବା ଉଚିତ ବୋଲି ସେ କହିଥିଲେ ।

ରାଷ୍ଟ୍ରପତି କହିଥିଲେ ଯେ ପିଲାମାନଙ୍କୁ ଆରମ୍ଭରୁ ଆତ୍ମ ଅଧ୍ୟୟନରେ ଅଭ୍ୟସ୍ତ ରଖାଯିବା ଆବଶ୍ୟକ। ପିଲାଦିନରୁ ନିଜେ ପଢି ଲେଖି ଶିଖିଲେ ଓ ସେଥିପ୍ରତି ଆଗ୍ରହୀ ହେଲେ ଯେ କୌଣସି ଲୋକ ଜଣେ ଭଲ ପାଠକ ହୋଇପାରିବ। ଆମୋଦଦାୟକ  ଏବଂ ସରଳ ଶିଶୁ ସାହିତ୍ୟ ବ୍ୟାପକଭାବେ ସୃଷ୍ଟି ଉପରେ ସେ ଗୁରୁତ୍ୱ ଦେଇଥିଲେ। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଥିଲେ ଯେ ସରଳ, ସାବଲୀଳ ଏବଂ ଆମୋଦଦାୟକ ଶିଶୁ ସାହିତ୍ୟ  କେବଳ ସାନ୍ତାଳୀ ଭାଷାରେ ନୁହେଁ ସବୁ ଭାରତୀୟ ଭାଷାରେ ବ୍ୟାପକ ଭାବେ ସୃଷ୍ଟି ହେବାର ଆବଶ୍ୟକତା ରହିଛି। ଏଥି ପ୍ରତି ଆମ ଲେଖକ ଓ ସାହିତ୍ୟିକମାନେ ବିଶେଷ ଦୃଷ୍ଟି ଦେବା ଆବଶ୍ୟକ।

ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ସାହିତ୍ୟ ଉତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ମଇରେ ଓଡ଼ିଶାରେ ୧ ଲକ୍ଷରୁ ଅଧିକ ନୂତନ ମୋବାଇଲ୍ ଏବଂ ହୋମ୍ ବ୍ରଡବ୍ୟାଣ୍ଡ ଉପଭୋକ୍ତା ଯୋଡ଼ିଲା ଜିଓ

June 27, 2026

ବଜ୍ରପାତରେ ଆହତ ହେବା ପରେ ବି ୧୦୦% ଡିଜିଟାଇଜେସନ କାମ ଶେଷ କଲେ ବିଏଲ୍ଓ ପ୍ରମିଳା ଓଝା

June 27, 2026

ପାରାଦୀପର ବିଭିନ୍ନ ପ୍ରଗତିମୂଳକ ପ୍ରକଳ୍ପର ସମୀକ୍ଷା କଲେ ଉଷା ପାଢ଼ୀ

June 27, 2026

ଭାରତରେ ଗ୍ରୀନ୍ ୟୁରିଆ ଉତ୍ପାଦନକୁ ବାସ୍ତବରୂପ ଦେବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରୁଛନ୍ତି ସରକାର

June 27, 2026
Latest News

ମଇରେ ଓଡ଼ିଶାରେ ୧ ଲକ୍ଷରୁ ଅଧିକ ନୂତନ ମୋବାଇଲ୍ ଏବଂ ହୋମ୍ ବ୍ରଡବ୍ୟାଣ୍ଡ ଉପଭୋକ୍ତା ଯୋଡ଼ିଲା ଜିଓ

June 27, 2026

ବଜ୍ରପାତରେ ଆହତ ହେବା ପରେ ବି ୧୦୦% ଡିଜିଟାଇଜେସନ କାମ ଶେଷ କଲେ ବିଏଲ୍ଓ ପ୍ରମିଳା ଓଝା

June 27, 2026

ପାରାଦୀପର ବିଭିନ୍ନ ପ୍ରଗତିମୂଳକ ପ୍ରକଳ୍ପର ସମୀକ୍ଷା କଲେ ଉଷା ପାଢ଼ୀ

June 27, 2026

ଭାରତରେ ଗ୍ରୀନ୍ ୟୁରିଆ ଉତ୍ପାଦନକୁ ବାସ୍ତବରୂପ ଦେବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରୁଛନ୍ତି ସରକାର

June 27, 2026

ଜିଲ୍ଲାସ୍ତରୀୟ ମେଧାବୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ସମାରୋହରେ ଉପମୁଖ୍ୟମନ୍ତ୍ରୀ

June 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.