Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମହିଳା ସରପଞ୍ଚ ସାବଧାନ: ଆପଣଙ୍କ ସଂପର୍କୀୟ ଆପଣଙ୍କ ନାମରେ ଆଉ କରିପାରିବେନି ଶାସନ
ବିଶେଷ ଖବର

ମହିଳା ସରପଞ୍ଚ ସାବଧାନ: ଆପଣଙ୍କ ସଂପର୍କୀୟ ଆପଣଙ୍କ ନାମରେ ଆଉ କରିପାରିବେନି ଶାସନ

December 19, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ମହିଳା ସରପଞ୍ଚ ସାବଧାନ: ଆପଣଙ୍କ ସଂପର୍କୀୟ ଆପଣଙ୍କ ନାମରେ ଆଉ କରିପାରିବେନି ଶାସନ

ଭୁବନେଶ୍ବର: ଏଣିକି ମହିଳା ସରପଞ୍ଚଙ୍କ ନାମରେ ତାଙ୍କ ସଂପର୍କୀୟଙ୍କ ଶାସନ ଚଳିବ ନାହିଁ। ଏ ନେଇ ଜିଲ୍ଲାପାଳମାନେ ତଦାରଖ କରିବେ ବୋଲି ରାଜ୍ୟ ସରକାର ରୋକଠୋକ ଜଣାଇ ଦେଇଛନ୍ତି। ରାଜ୍ୟ ପଞ୍ଚାୟତିରାଜ ବିଭାଗ ସଚିବ ସୁଶୀଲ ଲୋହାନୀ ସବୁ ଜିଲ୍ଲାପାଳଙ୍କୁ ଚିଠି କରି ଏ ନେଇ ତାଗଦ କରିଛନ୍ତି।

ଏହି ଚିଠିରେ କୁହାଯାଇଛି ଯେ, ଯେଉଁ ପଞ୍ଚାୟତରେ ମହିଳା ସରପଞ୍ଚଙ୍କ ସ୍ବାମୀ, ବାପା, ଦିଅର, ପୁଅ କିମ୍ବା ଅନ୍ୟ ସଂପର୍କୀୟ ରାଜ କରୁଛନ୍ତି ସେମାନଙ୍କୁ ଚିହ୍ନଟ କର। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇପାରିବ ବୋଲି କୁହାଯାଇଛି। ତାଙ୍କ ବିରୋଧରେ ଫୌଜଦାରୀ ମାମଲ ଋଜୁ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଜଣେ ସରପଞ୍ଚ ଭାବେ ନିର୍ବାଚିତ ହେବ, ଆଉ ଜଣେ ଶାସନ କରିବା କାର୍ଯ୍ୟ ଚଳିବ ନାହିଁ ବୋଲି କୁହାଯାଇଛି।

ସାଧାରଣତଃ ଯେଉଁଠି ମହିଳା ସରପଞ୍ଚ ଅଛନ୍ତି ସେଠାରେ ସେ ଘରୁ ନ ଯାଇ ତାଙ୍କର ସଂପର୍କୀୟମାନେ ପଞ୍ଚାୟତ ଅଫିସ ଯାଇ ସବୁକଥା ବୁଝୁଛନ୍ତି। ଏପରିକି ପଞ୍ଚାୟତ ବୈଠକ ମଧ୍ୟ ସେମାନେ କରୁଛନ୍ତି। ସରପଞ୍ଚ କେବଳ ଦସ୍ତଖତ କରିବା ଛଡା ଅନ୍ୟ କୌଣସି କାର୍ଯ୍ୟ କରନ୍ତି ନାହିଁ। ଏଥିରେ ସୁଧାର ଆଣିବା ପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ଗ୍ରହଣ କରୁଛନ୍ତି।

ବର୍ତ୍ତମାନ ପଞ୍ଚାୟତ ସ୍ତରରେ 50 ପ୍ରତିଶତ ମହିଳାମାନଙ୍କ ସ୍ଥାନ ସଂରକ୍ଷଣ କରାଯାଇଛି। ଫଳରେ ରାଜ୍ୟର ମୋଟ ପଞ୍ଚାୟତ ମଧ୍ୟରୁ 50 ପ୍ରତିଶତ ମହିଳା ସରପଞ୍ଚ ଅଛନ୍ତି। ଏପରି କରିବାର ଅର୍ଥ ହେଲା ଯେ, ମହିଳାମାନଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କ ହାତରେ ଶାସନ ଭାର ଦେବା। ହେଲେ ତାହା କେବଳ କାଗଜପତ୍ରରେ ରହୁଥିବାରୁ ପଞ୍ଚାୟତିରାଜ ବିଭାଗ ଏହି କଡା ପଦକ୍ଷେପ ଗ୍ରହଣ କରୁଛି।

ମହିଳା ସରପଞ୍ଚ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଜୁନ ୧୭ରେ ସାତୋଟି ରାଶିର ଭାଗ୍ୟ ଚମକିବ, ଯାହା ଆପଣ କେବେ ବି ବିଶ୍ବାସ କରିପାରିବେ ନାହିଁ

June 17, 2026

ପିଲାଙ୍କ ପାଠ୍ୟ ପୁସ୍ତକରେ ୧୬୭୮ଟି ଭୁଲ

June 17, 2026

ସମ ଡାକ୍ତର ସ୍ୱରୂପ ପଟ୍ଟନାୟକ ପାଇଲେ ସେବା ରତ୍ନ ସମ୍ମାନ

June 16, 2026

ଜୁନ ୧୯ ରେ ପିଏମ-ଭିବିଆରୱାଇ ର ଦେଶବ୍ୟାପୀ ଶୁଭାରମ୍ଭ କାର୍ଯ୍ୟକ୍ରମ

June 16, 2026
Latest News

ଆଜି ଜୁନ ୧୭ରେ ସାତୋଟି ରାଶିର ଭାଗ୍ୟ ଚମକିବ, ଯାହା ଆପଣ କେବେ ବି ବିଶ୍ବାସ କରିପାରିବେ ନାହିଁ

June 17, 2026

ପିଲାଙ୍କ ପାଠ୍ୟ ପୁସ୍ତକରେ ୧୬୭୮ଟି ଭୁଲ

June 17, 2026

ସମ ଡାକ୍ତର ସ୍ୱରୂପ ପଟ୍ଟନାୟକ ପାଇଲେ ସେବା ରତ୍ନ ସମ୍ମାନ

June 16, 2026

ଜୁନ ୧୯ ରେ ପିଏମ-ଭିବିଆରୱାଇ ର ଦେଶବ୍ୟାପୀ ଶୁଭାରମ୍ଭ କାର୍ଯ୍ୟକ୍ରମ

June 16, 2026

ବିପର୍ଯ୍ୟୟ ପରିଚାଳନା: ଖୋର୍ଦ୍ଧା ଜିଲ୍ଲାର ୫୧ ଟି ବାତ୍ୟା ଆଶ୍ରୟସ୍ଥଳୀରେ ହେବ ମକ୍ ଡ୍ରିଲ

June 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.