୭୩ତମ ସଂସ୍କୃତି ଚର୍ଚ୍ଚାରେ ଆଲୋଚନା ହେଲା, ରାଧାଲ୍ୟାଣ୍ଡ ଏଣ୍ଡ ୱାର୍ଲ୍ଡସ ବିୟଣ୍ଡ

Published: Dec 22, 2023, 9:36 pm IST

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ୭୩ତମ ସଂସ୍କୃତି ଚର୍ଚ୍ଚା ସମ୍ପାନ ସମାରୋହ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ସମ୍ପାନର ବାର୍ତ୍ତାଳାପର ବିଷୟ –ରାଧାଲ୍ୟାଣ୍ଡ ଏଣ୍ଡ ୱାର୍ଲ୍ଡସ୍‌ ବିୟଣ୍ଡ ରଖାଯାଇଥିଲା। ପଦ୍ମଭୂଷଣ ଏବଂ ସରସ୍ୱତୀ ପୁରସ୍କାର ପ୍ରାପ୍ତ କବି ଶ୍ରୀଯୁକ୍ତ ରମାକାନ୍ତ ରଥଙ୍କ ଦ୍ୱାରା ରଚିତ କବିତା ସଙ୍କଳନର ଇଂରାଜୀ ଅନୁବାଦ ପୁସ୍ତକ।

ବାର୍ତ୍ତାଳାପରେ ଭାଗ ନେଇଥିଲେ ପ୍ରଫେସର ଜିତେନ୍ଦ୍ର ନାଥ ମିଶ୍ର, ପୂର୍ବତନ ଆମ୍ବାସଡ଼ର, କୁଟନୀତିଜ୍ଞ ଏବଂ ପ୍ରଫେସର, ଓ.ପି. ଜିନ୍ଦଲ ଗ୍ଲୋବାଲ ବିଶ୍ୱବିଦ୍ୟାଳୟ, ସୋନିପତ ଏବଂ ଶ୍ରୀଯୁକ୍ତ ମଧୁସୂଦନ ଦାଶ, ସ୍ୱତନ୍ତ୍ର ଶାସନ ସଚିବ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ।

ସମ୍ମାନନୀୟ ଅତିଥି ତଥା ସଭା ପରିଚାଳନା କରିଥିଲେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଦିଲୀପ ରାଉତରାଏ ମହୋଦୟ। ସମ୍ପାନରେ ସ୍ୱାଗତ ଭାଷଣ ଦେଇଥିଲେ,ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ. ଶେଖ୍‌ ସୋଲେମାନ ଅଲ୍ଲୀ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅନୁଶାସନ ସଚିବ ଶ୍ରୀମତୀ ବନାନୀ ମହାପାତ୍ରା ଏହି କାର୍ଯ୍ୟକ୍ରମରେ ପଦ୍ମଭୂଷଣ ରମାକାନ୍ତ ରଥ, ଡ. ନିବେଦିତା ମହାନ୍ତି, ଡ. ଅନୀଲ ଧିର ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିବା ସହିତ ଶ୍ରୀରାଧା ଏବଂ ବର୍ତ୍ତମାନ ଅନୁବାଦ ପୁସ୍ତକ ସମ୍ପର୍କରେ ସୁଚିନ୍ତିତ ମତାମତ ଏବଂ ବକ୍ତ୍ୟ ପ୍ରଦାନ କରିଥିଲେ।

Related posts