Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଉଲ୍ଲେଖନୀୟ ତଥା ବିଶିଷ୍ଟ ସେବା ନିମନ୍ତେ ଦିଆଗଲା ରାଷ୍ଟ୍ରପତି ଓ ରାଜ୍ୟପାଳ ପଦକ
ଜାତୀୟ ଖବର

ଉଲ୍ଲେଖନୀୟ ତଥା ବିଶିଷ୍ଟ ସେବା ନିମନ୍ତେ ଦିଆଗଲା ରାଷ୍ଟ୍ରପତି ଓ ରାଜ୍ୟପାଳ ପଦକ

January 26, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଉଲ୍ଲେଖନୀୟ ତଥା ବିଶିଷ୍ଟ ସେବା ନିମନ୍ତେ ଦିଆଗଲା ରାଷ୍ଟ୍ରପତି ଓ ରାଜ୍ୟପାଳ ପଦକ

ଭୁବନେଶ୍ୱର: ୭୫ତମ ସାଧାରଣତନ୍ତ୍ର ଦିବସ ଅବସରରେ ରାଜ୍ୟ ଆରକ୍ଷୀ ବାହିନୀ, ରାଜ୍ୟ ଅଗ୍ନିଶମ, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ବାହିନୀ ଏବଂ ଓଡ଼ିଶା କାରାଗାର ସଂସ୍ଥା ଓ ସଂସ୍କାର ସେବାର ମୋଟ ୫୦ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ଆଜି ରାଜ୍ୟପାଳ ଶ୍ରୀ ରଘୁବର ଦାସ ୨୦୨୩ ମସିହା ସ୍ୱାଧୀନତା ଦିବସ ପାଇଁ ରାଷ୍ଟ୍ରପତି ଓ ରାଜ୍ୟପାଳ ପଦକ ପ୍ରଦାନ କରିଛନ୍ତି।

ଆଜି ସ୍ଥାନୀୟ ଲୋକସେବା ଭବନ କନ୍‌ଭେନ୍‌ସନ୍‌ ହଲ୍‌ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ରାଜ୍ୟ ଆରକ୍ଷୀ ବାହିନୀର ୪ ଜଣଙ୍କୁ ସେମାନଙ୍କ ମାଓ ବିରୋଧି ଅଭିଯାନ ପାଇଁ ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରଦତ୍ତ ସାହସିକତା ପଦକ ଓ ମାନପତ୍ର ପ୍ରଦାନ କରିଥିଲେ।

ସେହିପରି ଦୁଇଜଣ ଆରକ୍ଷୀ ଅଧିକାରୀଙ୍କୁ ତାଙ୍କର ବିଶିଷ୍ଟ ସେବା ନିମନ୍ତେ ରାଷ୍ଟ୍ରପତି ପଦକ ସହ ୧୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଓ ମାନପତ୍ର ପ୍ରଦାନ କରାଯାଇଥିବାବେଳେ ୧୧ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ତାଙ୍କର ଉଲ୍ଲେଖନୀୟ ସେବା ନିମନ୍ତେ ରାଷ୍ଟ୍ରପତି ପଦକ ସହ ୭ ହଜାର ୫୦୦ ଟଙ୍କାର ପ୍ରୋତ୍ସାହନ ରାଶି ଓ ମାନପତ୍ର ପ୍ରଦାନ କରାଯାଇଥିଲା।

୨୦୨୩ ମସିହା ସ୍ୱାଧୀନତା ଦିବସ ନିମନ୍ତେ ରାଜ୍ୟ ଆରକ୍ଷୀ ବାହିନୀର ୨୦ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ରାଜ୍ୟପାଳ ପଦକ ଓ ମାନପତ୍ର ପ୍ରଦାନ କରାଯାଇଥିଲା।

ରାଜ୍ୟ ଅଗ୍ନିଶମ ସେବା ବର୍ଗର ଜଣଙ୍କୁ ୨୦୨୩ ସ୍ୱାଧୀନତା ଦିବସ ପାଇଁ ରାଷ୍ଟ୍ରପତିଙ୍କ ପ୍ରଦତ୍ତ ସାହସିକତା ପଦକ ପ୍ରଦାନ କରାଯାଇଥିବାବେଳେ ଦୁଇଜଣଙ୍କୁ ପ୍ରଶଂସନୀୟ ସେବା ପଦକ ପ୍ରଦାନ କରାଯାଇଥିଲା। ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ବାହିନୀ ବର୍ଗରେ ୩ ଜଣଙ୍କୁ ରାଷ୍ଟ୍ରପତିଙ୍କ ପ୍ରଦତ୍ତ ପ୍ରଶଂସନୀୟ ସେବା ପଦକ ପ୍ରଦାନ କରାଯାଇଥିଲା।

ଅଗ୍ନିଶମ ଓ ଜରୁରୀକାଳୀନ ସେବା ବର୍ଗର ଦୁଇଜଣ ଅଧିକାରୀଙ୍କୁ ସେମାନଙ୍କର ଉଲ୍ଲେଖନୀୟ ସେବା ନିମନ୍ତେ ୨୦୨୩ ସ୍ୱାଧୀନତା ଦିବସ ପାଇଁ ରାଜ୍ୟପାଳ ପଦକ ଓ ମାନପତ୍ର ପ୍ରଦାନ କରାଯାଇଥିଲା।

ଓଡ଼ିଶା କାରାଗାର ସଂଗଠନରେ କାର୍ଯ୍ୟରତ ୫ ଜଣ କର୍ମଚାରୀଙ୍କ କର୍ତ୍ତବ୍ୟନିଷ୍ଠ ଓ ବୃତ୍ତିଗତ ନୈପୁଣ୍ୟ ପାଇଁ ୨୦୨୩ ସ୍ୱାଧୀନତା ଦିବସ ପାଇଁ ପ୍ରଶଂସନୀୟ ସଂସ୍କାର ସେବା ପଦକ, ୭୫୦୦ ଟଙ୍କାର ପ୍ରୋତ୍ସାହନ ରାଶି ଓ ମାନପତ୍ର ପ୍ରଦାନ କରାଯାଇଥିଲା।

ଏହି ଅବସରରେ ୨୦୨୪ ସାଧାରଣତନ୍ତ୍ର ଦିବସ ପାଇଁ ପଦକ ତାଲିକା ଘୋଷଣା କରାଯାଇଥିଲା। ଏଥିରେ ସାହସିକତା, ବିଶିଷ୍ଟ ସେବା ଓ ଉଲ୍ଲେଖନୀୟ ସେବା ପାଇଁ ୩୩ ଜଣଙ୍କ ନାମ ଘୋଷଣା ହୋଇଛି। ଏହି ପଦକ ପ୍ରଦାନ ଉତ୍ସବରେ ରାଜ୍ୟପାଳ ଶ୍ରୀ ରଘୁବର ଦାସ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ସମସ୍ତଙ୍କୁ ପଦକ, ମାନପତ୍ର ଓ ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂ, ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅରୁଣ କୁମାର ଷଡ଼ଙ୍ଗୀ, ରାଜ୍ୟ କାରାଗାର ଓ ସଂସ୍କାରସେବା ମହାନିର୍ଦ୍ଦେଶକ ଅମ୍ରିତ ମୋହନ ପ୍ରସାଦ, ରାଜ୍ୟ ଅଗ୍ନିଶମ, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ସେବା ମହାନିର୍ଦ୍ଦେଶକ ଶ୍ରୀ ସୁଧାଂଶୁ ଷଡ଼ଙ୍ଗୀଙ୍କ ସମେତ ଗୃହ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ରାଷ୍ଟ୍ରପତି ପଦକ
Share. Facebook Twitter LinkedIn Email WhatsApp Copy Link

Related Posts

ମା’ର ଟାଙ୍ଗିଆ ଚୋଟରେ ଗଲା ପୁଅଝିଅଙ୍କ ଜୀବନ

April 12, 2026

ଗରମ ଓ ଗୁଳିଗୁଳିରେ ସନ୍ତୁଳି ହେବ ଉପକୂଳ ଓଡ଼ିଶା

April 12, 2026

ବିଦ୍ୟୁତ ସଂସ୍ପର୍ଶରେ ଆସି ନାବାଳକ ମୃତ

April 12, 2026

ବନ୍ତାରା ପକ୍ଷରୁ ବନ୍ୟପ୍ରାଣୀ ଏବଂ ପଶୁଚିକିତ୍ସା ବିଜ୍ଞାନ ପାଇଁ ବିଶ୍ୱର ପ୍ରଥମ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ଶୁଭାରମ୍ଭ

April 12, 2026
Latest News

ମା’ର ଟାଙ୍ଗିଆ ଚୋଟରେ ଗଲା ପୁଅଝିଅଙ୍କ ଜୀବନ

April 12, 2026

ଗରମ ଓ ଗୁଳିଗୁଳିରେ ସନ୍ତୁଳି ହେବ ଉପକୂଳ ଓଡ଼ିଶା

April 12, 2026

ବିଦ୍ୟୁତ ସଂସ୍ପର୍ଶରେ ଆସି ନାବାଳକ ମୃତ

April 12, 2026

ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ବିଫଳ

April 12, 2026

ବନ୍ତାରା ପକ୍ଷରୁ ବନ୍ୟପ୍ରାଣୀ ଏବଂ ପଶୁଚିକିତ୍ସା ବିଜ୍ଞାନ ପାଇଁ ବିଶ୍ୱର ପ୍ରଥମ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ଶୁଭାରମ୍ଭ

April 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.