Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୧୫ ଦିନ ମଧ୍ୟରେ ୫ ଜଣଙ୍କୁ ମିଳିଲା ଭାରତ ରତ୍ନ, ଭାଙ୍ଗିଲା ସମସ୍ତ ରେକର୍ଡ
ଆଜିର ଖବର

୧୫ ଦିନ ମଧ୍ୟରେ ୫ ଜଣଙ୍କୁ ମିଳିଲା ଭାରତ ରତ୍ନ, ଭାଙ୍ଗିଲା ସମସ୍ତ ରେକର୍ଡ

February 9, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ନିର୍ବାଚନ ବର୍ଷରେ ମୋଦୀ ସରକାର ଭାରତ ରତ୍ନ ପୁରସ୍କାର ବିତରଣର ସମସ୍ତ ରେକର୍ଡ ଭାଙ୍ଗିଛନ୍ତି। ଗତ ୧୫ ଦିନ ମଧ୍ୟରେ ପାଞ୍ଚଜଣ ବଡ ବ୍ୟକ୍ତିତ୍ୱଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି। ଏହି ସମ୍ମାନ ଗ୍ରହଣ କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ଦୁଇଜଣ ପୂର୍ବତନ ପ୍ରଧାନମନ୍ତ୍ରୀ, ଜଣେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ, ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ଜଣେ ପ୍ରଖ୍ୟାତ କୃଷି ବିଶେଷଜ୍ଞ ଅଛନ୍ତି। ଏହି ପାଞ୍ଚ ଜଣଙ୍କ ନାମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଘୋଷଣା କରିଛନ୍ତି।

କେନ୍ଦ୍ର ସରକାର ଆଜି ପିଭି ନରସିଂହ ରାଓ, ଚୌଧୁରୀ ଚରଣ ସିଂ ଏବଂ ଏମଏସ ସ୍ଵାମୀନାଥନଙ୍କୁ ଭାରତ ରତ୍ନ ପୁରସ୍କାର ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି। ଏହାପୂର୍ବରୁ କେନ୍ଦ୍ର ସରକାର ଲାଲ କୃଷ୍ଣ ଆଡଭାନୀ ଏବଂ କର୍ପୁରୀ ଠାକୁରଙ୍କୁ ଭାରତ ରତ୍ନ ଦେବାକୁ ଘୋଷଣା କରିଥିଲେ।

ଆପଣଙ୍କୁ କହିରଖୁଛୁ ଯେ, ୧୯୯୯ ମସିହାରେ ଅଟଳ ବିହାରୀ ବାଜପେୟୀ ସରକାର ପକ୍ଷରୁ ୪ ଜଣ ବଡ ବ୍ୟକ୍ତିତ୍ୱଙ୍କୁ ଭାରତ ରତ୍ନ ପୁରସ୍କାର ପ୍ରଦାନ କରାଯାଇଥିଲା। ବିଶେଷ କଥା ହେଉଛି ଏଥର ଯେଉଁମାନଙ୍କୁ ଭାରତ ରତ୍ନ ପ୍ରଦାନ କରିବାକୁ ଘୋଷଣା କରାଯାଇଛି, ସେମାନଙ୍କ ମଧ୍ୟରେ ଦୁଇଜଣ ନେତା ବାବ୍ରି ମସଜିଦ-ରାମ ମନ୍ଦିର ବିବାଦ ସହ ଜଡିତ ଥିବାବେଳେ ଅନ୍ୟ ଦୁଇ ନେତା କୃଷକ ଏବଂ ଓବିସି ସମ୍ପ୍ରଦାୟ ସହ ଜଡିତ। ସେହିଭଳି ଏମ୍ଏସ୍ ସ୍ଵାମୀନାଥନ୍ ଜଣେ ମହାନ କୃଷି ବୈଜ୍ଞାନିକ।

ନିୟମ କ’ଣ?

ଏହା ମନେ ରଖିବା ଉଚିତ୍ ଯେ, ଭାରତ ରତ୍ନ ପୁରସ୍କାର ଏକା ଥରରେ ତିନିରୁ ଅଧିକ ବ୍ୟକ୍ତିଙ୍କୁ ଦିଆଯାଇପାରିବ ନାହିଁ। ଭାରତ ରତ୍ନ ହେଉଛି ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଯାହା କୌଣସି କ୍ଷେତ୍ରରେ ବ୍ୟତିକ୍ରମ ତଥା ସର୍ବୋଚ୍ଚ ସେବାକୁ ସ୍ୱୀକୃତି ପ୍ରଦାନ କରାଯାଇଥାଏ।

‘ଭାରତ ରତ୍ନ’ ପୁରସ୍କାର ତତ୍କାଳୀନ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ଦ୍ଵାରା ଜାନୁଆରୀ ୨ ତାରିଖ ୧୯୫୪ ରେ ଆରମ୍ଭ ହୋଇଥିଲା। ୧୯୫୪ ମସିହାରେ ପ୍ରଥମ ଥର ପାଇଁ ସ୍ଵାଧୀନ ଭାରତର ପ୍ରଥମ ଗଭର୍ଣ୍ଣର ଚକ୍ରବର୍ତ୍ତୀ ରାଜାଗୋପାଲାଚରୀ, ପୂର୍ବତନ ରାଷ୍ଟ୍ରପତି ଡାଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ଏବଂ ବୈଜ୍ଞାନିକ ଡକ୍ଟର ଚନ୍ଦ୍ରଶେଖର ଭେଙ୍କଟ ରମଣଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା।

bharat ratna india narendra modi
Share. Facebook Twitter LinkedIn Email WhatsApp Copy Link

Related Posts

ଏବେ ସି ଜିନପିଙ୍ଗଙ୍କ ଉପରେ ଟ୍ରମ୍ପଙ୍କ କ୍ରୋଧ!: ଚୀନ୍ ଉତ୍ପାଦ ଉପରେ ଲାଗୁ କଲେ ୧୦୦% ଶୁଳ୍କ

October 11, 2025

ନୂଆପଡା ଉପନିର୍ବାଚନ: ବିଜେଡି ଛାଡି ବିଜେପିରେ ମିଶିବେ ଜୟ ଢୋଲକିଆ !!!!!

October 11, 2025

‘ଏୟାର ଇଣ୍ଡିଆର ବୋଇଂ 787 ବିମାନ ବନ୍ଦ କର,’ ସରକାରଙ୍କୁ ଚିଠି ଲେଖିଲା ପାଇଲଟ୍ ସଂଘ

October 11, 2025

ପାଖେଇଲା ଦୀପାବଳି, ଦୟାକରି ଏହି ସାତୋଟି କଥା ଉପରେ ଧ୍ୟାନ ରଖନ୍ତୁ

October 11, 2025
Latest News

ଏବେ ସି ଜିନପିଙ୍ଗଙ୍କ ଉପରେ ଟ୍ରମ୍ପଙ୍କ କ୍ରୋଧ!: ଚୀନ୍ ଉତ୍ପାଦ ଉପରେ ଲାଗୁ କଲେ ୧୦୦% ଶୁଳ୍କ

October 11, 2025

ନୂଆପଡା ଉପନିର୍ବାଚନ: ବିଜେଡି ଛାଡି ବିଜେପିରେ ମିଶିବେ ଜୟ ଢୋଲକିଆ !!!!!

October 11, 2025

‘ଏୟାର ଇଣ୍ଡିଆର ବୋଇଂ 787 ବିମାନ ବନ୍ଦ କର,’ ସରକାରଙ୍କୁ ଚିଠି ଲେଖିଲା ପାଇଲଟ୍ ସଂଘ

October 11, 2025

ପାଖେଇଲା ଦୀପାବଳି, ଦୟାକରି ଏହି ସାତୋଟି କଥା ଉପରେ ଧ୍ୟାନ ରଖନ୍ତୁ

October 11, 2025

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ଜିତେନ୍ଦ୍ର ପ୍ରଧାନଙ୍କୁ ଗଞ୍ଜାମ ଜିଲ୍ଲାପ୍ରଶାସନ ପକ୍ଷରୁ ସମ୍ୱର୍ଦ୍ଧନା

October 11, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.