Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଳାହାଣ୍ଡି: ପୋଲସ ପୋଲିଓ ଟୀକାକରଣ ନିମନ୍ତେ ଜିଲ୍ଲାସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
ଆଜିର ଖବର

କଳାହାଣ୍ଡି: ପୋଲସ ପୋଲିଓ ଟୀକାକରଣ ନିମନ୍ତେ ଜିଲ୍ଲାସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

February 20, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ଆସନ୍ତା ମାର୍ଚ୍ଚ ମାସ ୩ ତାରିଖରେ ଆରମ୍ଭ ହେବାକୁ ଥିବା ପୋଲସ ପୋଲିଓ ଟୀକାକରଣ ନିମନ୍ତେ ଜିଲ୍ଲାପାଳ ପି. ଅନ୍ବେଶା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଜିଲାପାଳଙ୍କ ସମ୍ମିଳନୀଗୃହରେ ଆଜି ଜିଲ୍ଲାସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ନିହାରେନ୍ଦ୍ର ପଣ୍ଡା, ସି ଡି ଓ ଜିଲ୍ଲାପରିଷଦ ମଧୁଛନ୍ଦା ସାହୁ, ଡି ପି ଏଚ ଓ ଡ ରାକେଶ ସାହୁ, ଡି ଏମ ଓ ଡ ରଂଜନ ମିତ୍ର, ଏ ଡି ପି ଏଚ ଓ ଡ ମୋନୋ ମାଝୀ, ଡି ଆଇ ପି ଆର୍ ଓ ମନୋଜ ବେହେରା ଙ୍କ ସମେତ ଜିଲ୍ଲା ଏବଂ ବ୍ଲକ ର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ର ର ସ୍ୱାସ୍ଥ୍ୟ ଅଧିକାରୀ, ସ୍ବାସ୍ଥ୍ୟ କର୍ମୀ, ଶିକ୍ଷା ବିଭାଗ, ସମନ୍ଵିତ ଶିଶୁ ବିକାଶ ବିଭାଗ, ପରିବହନ ବିଭାଗ, ସମାଜ ମଙ୍ଗଳ ବିଭାଗ, ବିଦ୍ୟୁତ ବିଭାଗ, ସମାଜସେବୀ ସଂଗଠନର କର୍ମୀମାନେ ଯୋଗ ଦେଇଥିଲେ।

ଭାରତ ବର୍ଷ ଆଜି ଏକ ପୋଲିଓ ମୁକ୍ତ ଦେଶ ଅଟେ କିନ୍ତୁ କେତେକ ଦେଶରେ ଏବେବି ପୋଲିଓ ରୋଗୀ ଜନ୍ମ ହେଉଛନ୍ତି ତାହା କେବେ ବି ଆମ ଦେଶ ରେ ଦେଖାଦେଇପାରେ। ସମ୍ପୂର୍ଣ୍ଣ ପୋଲିଓ ନିରାକରଣ ପାଇଁ ଜିଲ୍ଲାରେ ମାର୍ଚ୍ଚ ମାସ ୩ ତାରିଖ ରୁ ୫ ତାରିଖ ପର୍ଯ୍ୟନ୍ତ ୦ ରୁ ୫ ବର୍ଷ ପର୍ଯ୍ୟନ୍ତ ଶିଶୁ ମାନଙ୍କୁ ପୋଲିଓ ବୁନ୍ଦା ଦିଆଯିବ। ସମସ୍ତ ବୁଥ ମାନଙ୍କ ରେ ମାର୍ଚ୍ଚ ୩ ତାରିଖ ଏବଂ ମୋବାଇଲ ଟିମ୍ ଓ ଘରକୁ ଘର ଯାଇ ଅଙ୍ଗନବାଡ଼ି କର୍ମୀ ଓ ନିୟୋଜିତ କର୍ମଚାରୀ ପୋଲିଓ ବୁନ୍ଦା ଖୁଆଇବା ପାଇଁ ଗସ୍ତ କରିବେ। ପ୍ରତ୍ୟେକ ଶିଶୁଙ୍କୁ ଦୁଇ ବୁନ୍ଦା ପୋଲିଓ ଟୀକା ଦିଆଯିବ।

ଏହି ଅଭିଯାନର ବିଶେଷ ପ୍ରଚାର ପ୍ରସାର ପାଇଁ ଲିଫ୍ଲେଟ୍, ପୋଷ୍ଟର ସହ ଡ଼ାକବାଜି ଯନ୍ତ୍ର ଯୋଗେ ଘୋଷଣା, ବୁଥ ମାନଙ୍କରେ ସବିଶେଷ ବ୍ୟବସ୍ଥା, ଟୀକା ପରିବହନ ବ୍ୟବସ୍ଥା, ମନିଟରିଂ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଦାୟିତ୍ଵ ଦିଆଗଲା। ଡବ୍ଲୁ ଏଚ ଓ ମେଡ଼ିକାଲ ଅଧିକାରୀ ଡ ଶ୍ୟାମ ଆଡପା ପିପିଟି ମାଧ୍ୟମରେ ଗୃହରେ ସମସ୍ତ ବିଷୟ ରେ ତଥ୍ଯ ରଖିଥିଲେ ଓ ଜିଲ୍ଲାପାଳ ଏହି ଅଭିଯାନ କୁ ସଫଳ କରିବାପାଇଁ ସମସ୍ତଙ୍କ ଆନ୍ତରିକ ସହଯୋଗ କୁ ଗୁରୁତ୍ଵ ଦେଇଥିଲେ।

କଳାହାଣ୍ଡି ଟୀକାକରଣ
Share. Facebook Twitter LinkedIn Email WhatsApp Copy Link

Related Posts

ମା’ ସମଲେଶ୍ୱରୀଙ୍କ ଦର୍ଶନ କଲେ ରାଜ୍ୟପାଳ, ବୁଲି ଦେଖିଲେ ହୀରାକୁଦ ଡ୍ୟାମ୍

October 11, 2026

ଐତିହାସିକ ହୀରାକୁଦ ଡ୍ୟାମ୍ ପରିଦର୍ଶନ କଲେ ରାଜ୍ୟପାଳ

October 11, 2026

NGO ବର୍ଗରେ ‘ଗ୍ଲୋବାଲ୍ ସଷ୍ଟେନେବିଲିଟି ଆୱାର୍ଡ ୨୦୨୬’ ଜାତୀୟ ସ୍ତରରେ ISRD ସମ୍ମାନିତ

October 11, 2026

ବାରାଣସୀରେ ‘ମାଇଁ ଭାରତ’ ଯୁବ ସମ୍ମିଳନୀ: ରାଷ୍ଟ୍ର ନିର୍ମାଣ ପାଇଁ ଯୁବପିଢ଼ିଙ୍କୁ ପ୍ରେରଣା

October 11, 2026
Latest News

ମା’ ସମଲେଶ୍ୱରୀଙ୍କ ଦର୍ଶନ କଲେ ରାଜ୍ୟପାଳ, ବୁଲି ଦେଖିଲେ ହୀରାକୁଦ ଡ୍ୟାମ୍

October 11, 2026

ଐତିହାସିକ ହୀରାକୁଦ ଡ୍ୟାମ୍ ପରିଦର୍ଶନ କଲେ ରାଜ୍ୟପାଳ

October 11, 2026

ଚେନ୍ନାଇରେ ରାହୁଲ ଗାନ୍ଧୀ-ମୁଖ୍ୟମନ୍ତ୍ରୀ ବିଜୟଙ୍କ ସାକ୍ଷାତ: ନୂଆ ରାଜନୈତିକ ସମୀକରଣକୁ ନେଇ ଚର୍ଚ୍ଚା ଜୋର

October 11, 2026

ଡିସେମ୍ବର ୫ରେ ହେବ ଆଇଓଏ କାର୍ଯ୍ୟନିର୍ବାହୀ ପରିଷଦ ନିର୍ବାଚନ

October 11, 2026

NGO ବର୍ଗରେ ‘ଗ୍ଲୋବାଲ୍ ସଷ୍ଟେନେବିଲିଟି ଆୱାର୍ଡ ୨୦୨୬’ ଜାତୀୟ ସ୍ତରରେ ISRD ସମ୍ମାନିତ

October 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.