Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ‘ବିକଶିତ ଭାରତ ବିକଶିତ ଛତିଶଗଡ଼’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
ଆଜିର ଖବର

ଆଜି ‘ବିକଶିତ ଭାରତ ବିକଶିତ ଛତିଶଗଡ଼’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

February 24, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ନ ୧୨:୩୦ ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ‘ବିକଶିତ ଭାରତ ବିକଶିତ ଛତିଶଗଡ଼’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ୩୪,୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ ଓ ଶିଳାନ୍ୟାସ କରିବେ। ଏହି ପ୍ରକଳ୍ପଗୁଡିକ ମଧ୍ୟରେ ସଡ଼କ, ରେଳବାଇ, କୋଇଲା, ଶକ୍ତି ଏବଂ ସୌର ଶକ୍ତି ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଅନ୍ତଭୁକ୍ତ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏନ୍‌ଟିପିସିର ଲାରା ସୁପର ଥର୍ମାଲ ପାୱାର ପ୍ରକଳ୍ପ, ପର୍ଯ୍ୟାୟ -୧ (୨x ୮୦୦ ମେଗାୱାଟ) ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ ଏବଂ ଛତିଶଗଡ଼ର ରାୟଗଡ଼ା ଜିଲ୍ଲାରେ ଏନଟିପିସିର ଲାରା ସୁପର ଥର୍ମାଲ ପାୱାର ପ୍ରକଳ୍ପ ପର୍ଯ୍ୟାୟ -୨ (୨x ୮୦୦ ମେଗାୱାଟ)ର ଶିଳାନ୍ୟାସ କରିବେ । ଷ୍ଟେସନର ପ୍ରଥମ ପର୍ଯ୍ୟାୟ ପ୍ରାୟ ୧୫,୮୦୦ କୋଟି ଟଙ୍କା ବିନିଯୋଗରେ ନିର୍ମିତ ହୋଇଥିବା ବେଳେ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟଟି ପ୍ରଥମ ପର୍ଯ୍ୟାୟ ପରିସରର ଉପଲବ୍ଧ ଜମିରେ ନିର୍ମାଣ ହେବ, ଯାହା ଫଳରେ ସମ୍ପ୍ରସାରଣ ପାଇଁ କୌଣସି ଅତିରିକ୍ତ ଜମିର ଆବଶ୍ୟକତା ପଡିବ ନାହିଁ ଏବଂ ଏଥିପାଇଁ ୧୫,୫୩୦ କୋଟି ଟଙ୍କା ବିନିଯୋଗ ହେବ । ଅତ୍ୟନ୍ତ ଦକ୍ଷ ସୁପର କ୍ରିଟିକାଲ ଟେକ୍ନୋଲୋଜି (ପର୍ଯ୍ୟାୟ -୧ ପାଇଁ) ଏବଂ ଅଲ୍‌ଟ୍ରା ସୁପର କ୍ରିଟିକାଲ ଟେକ୍ନୋଲୋଜି (ପର୍ଯ୍ୟାୟ -୨ ପାଇଁ) ସହିତ ସଜ୍ଜିତ ଏହି ପ୍ରକଳ୍ପ କମ୍ ନିର୍ଦ୍ଦିଷ୍ଟ କୋଇଲା ବ୍ୟବହାର ଏବଂ କମ୍ ଅଙ୍ଗାରକାମ୍ଳ ନିର୍ଗମନକୁ ସୁନିଶ୍ଚିତ କରିବ । ଉଭୟ ପର୍ଯ୍ୟାୟ -୧ ଏବଂ ୨ ରୁ ୫୦% ବିଦ୍ୟୁତ୍ ଛତିଶଗଡ଼ ରାଜ୍ୟକୁ ଆବଣ୍ଟିତ ହୋଇଥିବା ବେଳେ ଏହି ପ୍ରକଳ୍ପ କେତେକ ରାଜ୍ୟ ଗୁଜରାଟ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଗୋଆ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଡାମନ ଓ ଡିଉ, ଦାଦ୍ରା ଓ ନଗର ହାଭେଲି ଆଦିର ବିଦ୍ୟୁତ ସ୍ଥିତିରେ ଉନ୍ନତି ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

ମୋଟ ୬୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ସାଉଥ୍ ଇଷ୍ଟର୍ଣ୍ଣ କୋଲ୍ ଫିଲ୍ଡସ୍ ଲିମିଟେଡ୍‌ର ତିନୋଟି ପ୍ରମୁଖ ପ୍ରଥମ ମାଇଲ୍ ସଂଯୋଗ (ଏଫ୍‌ଏମ୍‌ସି) ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ । ସେଗୁଡିକ କୋଇଲାକୁ ଦ୍ରୁତ, ପରିବେଶ ଅନୁକୂଳ ଏବଂ ଦକ୍ଷ ଯାନ୍ତ୍ରିକ ନିଷ୍କାସନରେ ସାହାଯ୍ୟ କରିବେ । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଏସ୍‌ଇସିଏଲ୍‌ର ଦୀପକା ଅଞ୍ଚଳରେ ଥିବା ଦୀପକା ଓସିପି କୋଇଲା ପରିଚାଳନା କାରଖାନା, ଏସ୍‌ଇସିଏଲ୍‌ର ରାୟଗଡ଼ ଅଞ୍ଚଳରେ ଥିବା ଛାଲ ଏବଂ ବାରଉଦ ଓସିପି କୋଇଲା ପରିଚାଳନା କାରଖାନା ଅନ୍ତର୍ଭୁକ୍ତ । ଏଫ୍‌ଏମସି ପ୍ରକଳ୍ପଗୁଡିକ ପିଟହେଡ୍‌ରୁ କୋଇଲା ପରିଚାଳନା କାରଖାନାକୁ କୋଇଲା ପରିବହନ ସୁନିଶ୍ଚିତ କରେ , ଯେଉଁଥିରେ ସାଇଲୋ, ବଙ୍କର ଏବଂ କନଭେୟାର ବେଲ୍ଟ ମାଧ୍ୟମରେ ଦ୍ରୁତ ଲୋଡିଂ ସିଷ୍ଟମ ରହିଛି ।

ସଡ଼କ ପଥରେ କୋଇଲା ପରିବହନ ହ୍ରାସ କରିବା ଦ୍ୱାରା ଏହି ପ୍ରକଳ୍ପଗୁଡ଼ିକ କୋଇଲା ଖଣି ଆଖପାଖରେ ରହୁଥିବା ଲୋକଙ୍କ ଜୀବନଶୈଳୀକୁ ସହଜ କରିବାରେ ସହାୟକ ହେବ ଏବଂ ଟ୍ରାଫିକ୍ ଭିଡ଼, ସଡ଼କ ଦୁର୍ଘଟଣା ଏବଂ କୋଇଲା ଖଣି ଆଖପାଖ ପରିବେଶ ଏବଂ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବକୁ କମ୍ କରାଯାଇ ପାରିବ । ପିଟ ହେଡ୍‌ରୁ ରେଳ ସାଇଡିଂ ପର୍ଯ୍ୟନ୍ତ କୋଇଲା ପରିବହନ କରୁଥିବା ଟ୍ରକ୍ ଗୁଡ଼ିକ ଦ୍ୱାରା ଡିଜେଲ ବ୍ୟବହାର ହ୍ରାସ କରି ପରିବହନ ଖର୍ଚ୍ଚରେ ମଧ୍ୟ ସଞ୍ଚୟ ହେଉଛି ।

ଏହି ଅଞ୍ଚଳରେ ନବୀକରଣୀୟ ଶକ୍ତି ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ରାଜନାନ୍ଦଗାଓଁ ଠାରେ ପ୍ରାୟ ୯୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ସୌର ପିଭି ପ୍ରକଳ୍ପର ଉଦଘାଟନ କରିବେ । ଏହି ପ୍ରକଳ୍ପ ବାର୍ଷିକ ଆନୁମାନିକ ୨୪୩.୫୩ ନିୟୁତ ୟୁନିଟ୍ ବିଦ୍ୟୁତ୍ ଉତ୍ପାଦନ କରିବ ଏବଂ ୨୫ ବର୍ଷ ମଧ୍ୟରେ ପ୍ରାୟ ୪.୮୭ ନିୟୁତ ଟନ୍ ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରିବ, ଯାହା ସମାନ ସମୟ ମଧ୍ୟରେ ପ୍ରାୟ ୮.୮୬ ନିୟୁତ ଗଛ ଦ୍ୱାରା ନିର୍ଗତ କାର୍ବନ ସହିତ ସମାନ ।

ଏହି ଅଞ୍ଚଳରେ ରେଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀ ପ୍ରାୟ ୩୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ବିଳାସପୁର – ଉସଲାପୁର ଫ୍ଲାଏଓଭରକୁ ଲୋକାର୍ପିତ କରିବେ । ଏହା ଦ୍ୱାରା ବିଳାସପୁରରେ ପ୍ରବଳ ଟ୍ରାଫିକ୍ ସମସ୍ୟା କମିବ ଏବଂ କଟନୀ ଆଡ଼କୁ ଯାଉଥିବା କୋଇଲା ଟ୍ରାଫିକ୍ କମ୍ ହେବ । ପ୍ରଧାନମନ୍ତ୍ରୀ ଭିଲାଇରେ ୫୦ ମେଗାୱାଟ ସୌର ଶକ୍ତି ପ୍ଲାଣ୍ଟକୁ ଲୋକାର୍ପଣ କରିବେ । ଚଳନ୍ତା ଟ୍ରେନରେ ସୌର ଶକ୍ତିର ଉପଯୋଗରେ ଏହା ସହାୟକ ହେବ ।

ପ୍ରଧାନମନ୍ତ୍ରୀ ଜାତୀୟ ରାଜପଥ – ୪୯ର ୫୫.୬୫ କିଲୋମିଟର ଦୀର୍ଘ ଅଂଶର ପୁନରୁଦ୍ଧାର ଓ ଉନ୍ନତିକରଣକୁ ରାସ୍ତାର ଉଚ୍ଚ ପାଶ୍ୱର୍ ସହିତ ଦୁଇ ଲେନ୍‌କୁ ସମର୍ପିତ କରିବେ । ଏହି ପ୍ରକଳ୍ପ ଦୁଇ ଗୁରୁତ୍ୱପୂର୍ଣ୍ଣ ସହର ବିଳାସପୁର ଏବଂ ରାୟଗଡ଼ ମଧ୍ୟରେ ଯୋଗାଯୋଗରେ ଉନ୍ନତି ଆଣିବାରେ ସହାୟକ ହେବ । ପ୍ରଧାନମନ୍ତ୍ରୀ ଜାତୀୟ ରାଜପଥ -୧୩୦ ର ୫୨.୪୦ କିଲୋମିଟର ଦୀର୍ଘ ଅଂଶର ପୁନରୁଦ୍ଧାର ଏବଂ ଉନ୍ନତିକରଣକୁ ରାସ୍ତାର ଉଚ୍ଚ ପାଶ୍ୱର୍ ସହିତ ଦୁଇ ଲେନ୍‌କୁ ସମର୍ପିତ କରିବେ । ଏହି ପ୍ରକଳ୍ପ ରାୟପୁର ଏବଂ କୋରବା ସହର ସହିତ ଅମ୍ବିକାପୁର ସହରର ଯୋଗାଯୋଗରେ ଉନ୍ନତି ଆଣିବାରେ ସହାୟକ ହେବ ଏବଂ ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ।

chatishagarh narendra modi vikashit bharat ଛତିଶଗଡ ପ୍ରଧାନମନ୍ତ୍ରୀ modi ବିକଶିତ ଭାରତ ବିକଶିତ ଛତିଶଗଡ଼
Share. Facebook Twitter LinkedIn Email WhatsApp Copy Link

Related Posts

ଇଂଲଣ୍ଡ ମୁହଁରୁ ବିଜୟ ଛଡାଇ ଆଣିଲା ଭାରତ: ସିରିଜ୍ ୨-୨ ରେ ବରାବର

August 4, 2025

ଆରପାରିରେ ପୂର୍ବତନ ମୁଖ୍ୟ ଶାସନ ସଚିବ, ଜଗନ୍ନାଥ ଗବେଷକ ସୁବାଷ ପାଣି

August 4, 2025

NRC ଭୟ!: ବାଂଲାଦେଶ ପଠାଇଦେବା ଚିନ୍ତାରେ ଆତ୍ମହତ୍ୟା କଲେ କୋଲକାତାରେ ରହୁଥିବା ବ୍ୟକ୍ତି

August 4, 2025

ଅଗଷ୍ଟ ୭ ରେ ଦିଲ୍ଲୀରେ ଇଣ୍ଡିଆ ବ୍ଲକ ବୈଠକ: କେଉଁ ପ୍ରସଙ୍ଗ ଉପରେ ହେବ ଆଲୋଚନା?

August 4, 2025
Latest News

ଇଂଲଣ୍ଡ ମୁହଁରୁ ବିଜୟ ଛଡାଇ ଆଣିଲା ଭାରତ: ସିରିଜ୍ ୨-୨ ରେ ବରାବର

August 4, 2025

ଆରପାରିରେ ପୂର୍ବତନ ମୁଖ୍ୟ ଶାସନ ସଚିବ, ଜଗନ୍ନାଥ ଗବେଷକ ସୁବାଷ ପାଣି

August 4, 2025

NRC ଭୟ!: ବାଂଲାଦେଶ ପଠାଇଦେବା ଚିନ୍ତାରେ ଆତ୍ମହତ୍ୟା କଲେ କୋଲକାତାରେ ରହୁଥିବା ବ୍ୟକ୍ତି

August 4, 2025

ଅଗଷ୍ଟ ୭ ରେ ଦିଲ୍ଲୀରେ ଇଣ୍ଡିଆ ବ୍ଲକ ବୈଠକ: କେଉଁ ପ୍ରସଙ୍ଗ ଉପରେ ହେବ ଆଲୋଚନା?

August 4, 2025

ଅନନ୍ତନାଗରେ ମିଳିଲା ପ୍ରାଚୀନ ଶିବଲିଙ୍ଗ ଏବଂ ମୂର୍ତ୍ତି!: କାଶ୍ମୀରୀ ପଣ୍ଡିତଙ୍କ ସହ ରହିଛି ସମ୍ପର୍କ

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.