Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଳାହାଣ୍ଡି ଲୋକସଭା ଆସନରେ କାହିଁକି ବୁଲୁଛନ୍ତି ସୁନୀତ ମୁଣ୍ଡ, କିଛି ମିଳିଛି କି ଅଭୟ ବାଣୀ !!!
ଆଜିର ଖବର

କଳାହାଣ୍ଡି ଲୋକସଭା ଆସନରେ କାହିଁକି ବୁଲୁଛନ୍ତି ସୁନୀତ ମୁଣ୍ଡ, କିଛି ମିଳିଛି କି ଅଭୟ ବାଣୀ !!!

February 25, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
କଳାହାଣ୍ଡି ଲୋକସଭା ଆସନରେ କାହିଁକି ବୁଲୁଛନ୍ତି ସୁନୀତ ମୁଣ୍ଡ, କିଛି ମିଳିଛି କି ଅଭୟ ବାଣୀ !!!

ଭୁବନେଶ୍ବର: ଡ. ସୁନୀତ ମୁଣ୍ଡ, ଭୁବନେଶ୍ବର ମହାନଗର ପାଇଁ ବିଜେପିର ମେୟର ପ୍ରାର୍ଥୀ ହୋଇ ଚର୍ଚ୍ଚାକୁ ଆସିଥିଲେ। କାରଣ ସେତେବେଳେ ସୁନୀତ ବିଜେପି ଦଳରେ ନ ଥିଲେ। ଉଚ୍ଚ ଶିକ୍ଷିତା ତଥା ସାମ୍ବାଦିକା ଥିବାରୁ ତାଙ୍କୁ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ମେୟର ପ୍ରାର୍ଥୀ କରିଥିଲେ। ହାରିଥିଲେ ମଧ୍ୟ ସେ ସେତେବେଳେ ବିଜେଡିର ସୁଲୋଚନା ଦାସଙ୍କୁ ବେଶ ଭଲ ଟକ୍କର ଦେଇଥିଲେ।

ଏହାପରେ ସୁନୀତ ମୁଣ୍ଡ ନା ଆଉ ରାଜନୀତିରେ ନା ଭୁବନେଶ୍ବରରେ ଦେଖା ମିଳିଲା। କାଁ ଭାଁ କେଉଁଠି କେତେବେଳେ ବିଜେପି ସଂଗଠନରେ ଦେଖିବାକୁ ମିଳିଥିଲା। ତେବେ ଦୀର୍ଘ ଦିନ ନିରବତା ପରେ ଏବେ ସେ କଳାହାଣ୍ଡିରେ ଆର୍ବିଭାବ ହୋଇଛନ୍ତି। ଆର୍ବିଭାବ କହିଲେ ଭୁଲ ହେବ ସେଠାରେ ସେ ବିରାଜମାନ କରିଛନ୍ତି। ଦୀର୍ଘ ମାସ ଧରି ସେ ସେଠାରେ ବିଭିନ୍ନ ରାଜନୈତିକ କାର୍ଯ୍ୟରେ ନିଜକୁ ଜଡିତ ରଖିଛନ୍ତି।

ତେବେ କଣ ପାଇଁ ସେ କଳାହାଣ୍ଡିରେ ଡେରା ପକାଇଛନ୍ତି ତାହାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ତାହା ହେଲା ଯେ,ସେ କଣ କଳାହାଣ୍ଡି ଲୋକସଭାରୁ ପ୍ରାର୍ଥୀ ହେବେ କି? ତାଙ୍କୁ କଣ ବିଜେପି ସାଂସଦ ପ୍ରାର୍ଥୀ ଭାବେ ଟିକେଟ ଦେବ କି। ଏସବୁ ପ୍ରଶ୍ନ ବର୍ତ୍ତମାନ କଳାହାଣ୍ଡି ରାଜନୀତିରେ ଉଠିବାରେ ଲାଗିଛି। ଯଦି ନାହିଁ ତେବେ ସେ ଘରଘର ବୁଲୁଛନ୍ତି କାହିଁକି?

ଏପରି ପ୍ରଶ୍ନ ଉଠିବାର କାରଣ ହେଉଛି ଯେ, କଳାହାଣ୍ଡିର ସାଂସଦ ବସନ୍ତ ପଣ୍ଡାଙ୍କର କଳାହାଣ୍ଡିରେ ଆଉ ଲୋକପ୍ରିୟତା ନାହିଁ। ସେ ସେହି ଲୋକସଭା କ୍ଷେତ୍ରରେ ବିଜେପି ନେତା କାହିଁକି ବିଧାୟକଙ୍କ ସହିତ ମଧ୍ୟ ଭଲ ସଂପର୍କ ନାହିଁ ବୋଲି କୁହାଯାଉଛି। ଏ ଖବର ଦିଲ୍ଲୀରେ ପହଞ୍ଚିଥିବାରୁ ତାଙ୍କୁ ଆଉ ଟିକେଟ ମିଳିବ ନାହିଁ ବୋଲି ଚର୍ଚ୍ଚା ଚାଲିଛି। ବସନ୍ତ ପଣ୍ଡା ସାଂସଦ ଛାଡି ବିଧାୟକ ପ୍ରାର୍ଥୀ ହେବେ ବୋଲି କୁଆଡେ ତାଙ୍କ ସମର୍ଥକମାନେ କହିବୁଲିଲେଣି।

ତେବେ ସୁନୀତ ମୁଣ୍ଡ କଳାହାଣ୍ଡିରେ ବୁଲିବା ପଛରେ କାହାର ଅଦୃଶ୍ୟ ନିର୍ଦ୍ଦେଶ ରହିିଛି କି ବୋଲି ମଧ୍ୟ ଲୋକଙ୍କ ଭିତରେ ସନ୍ଦେହ ପ୍ରକାଶ ପାଇବାରେ ଲାଗିଛି। କାରଣ ସେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପାଇଁ ଭୁବନେଶ୍ବର ମେୟର ପ୍ରାର୍ଥୀ ହୋଇଥିଲେ। ବିଜେପିର ବହୁ ମହିଳା ଏହି ପଦବୀ ପାଇଁ ଆଖି ପକାଇଥିଲେ ମଧ୍ୟ କାହାକୁ ଟିକେଟ ମିଳି ନ ଥିଲା। ଅପରାଜିତା ଯାହାକୁ ଚାହିଁଲେ ତାଙ୍କୁ ପ୍ରାର୍ଥୀ କଲେ।

ବର୍ତ୍ତମାନ ସମାନ କଥା କଳାହାଣ୍ଡିରେ ହେବାକୁ ଯାଉଛି। ସେହି ଆସନରେ ଲୋକ ସଂପର୍କ ରଖିବା ପାଇଁ କୁଆଡେ ଅପରାଜିତା ସବୁଜ ସଙ୍କେତ ଦେଇଛନ୍ତି। ଅପରାଜିତା ଚାହୁଁଛନ୍ତି ତାଙ୍କର ଭୁବନେଶ୍ବର ଆସନ ସହିତ ଆଉ କେତୋଟି ଲୋକସଭା ଆସନ ତାଙ୍କ ହାତରେ ରହୁ। ସେଥିପାଇଁ କଳାହାଣ୍ଡିରେ ସୁନୀତଙ୍କୁ ସେ ବିରାଜମାନ କରାଇଛନ୍ତି ବୋଲି ଚର୍ଚ୍ଚା ଚାଲିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଅକ୍ଟୋବର ୧୧ ତାରିଖ ରାଶିଫଳ: ଆଜି ତିନୋଟି ରାଶି ପାଇଁ ବେଶ ଆନନ୍ଦଦାୟକ, ଆର୍ଥିକ ଲାଭ ସମ୍ଭାବନା

October 11, 2026

ନଦୀରେ ବୁଡ଼ି ୨ ଭାଇ ମୃତ

October 10, 2026

ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଗିରଫ, ଆୟଠାରୁ ୨୦୪% ଅଧିକ ସମ୍ପତ୍ତି

October 10, 2026

ଦିଲ୍ଲୀରେ CJP ପ୍ରତିବାଦ: ବିପଦରେ ୧୫ ଲକ୍ଷ ବ୍ୟବସାୟୀ, ୨ ହଜାର କୋଟି କ୍ଷତି ଆକଳନ

October 10, 2026
Latest News

ଅକ୍ଟୋବର ୧୧ ତାରିଖ ରାଶିଫଳ: ଆଜି ତିନୋଟି ରାଶି ପାଇଁ ବେଶ ଆନନ୍ଦଦାୟକ, ଆର୍ଥିକ ଲାଭ ସମ୍ଭାବନା

October 11, 2026

ନଦୀରେ ବୁଡ଼ି ୨ ଭାଇ ମୃତ

October 10, 2026

ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଗିରଫ, ଆୟଠାରୁ ୨୦୪% ଅଧିକ ସମ୍ପତ୍ତି

October 10, 2026

ମୃତ୍ୟୁର ମାସକ ପରେ ମାଟି ତଳୁ କଢ଼ା ହେଲା ଶବ

October 10, 2026

ଦିଲ୍ଲୀରେ CJP ପ୍ରତିବାଦ: ବିପଦରେ ୧୫ ଲକ୍ଷ ବ୍ୟବସାୟୀ, ୨ ହଜାର କୋଟି କ୍ଷତି ଆକଳନ

October 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.