Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୁଖ୍ୟ ଶାସନ ସଚିବଙ୍କ କୃଷି ଭବନ ପରିଦର୍ଶନ, କୃଷି ସମୀକ୍ଷା କେନ୍ଦ୍ରର କାର୍ଯ୍ୟକାରିତା ଅନୁଧ୍ୟାନ
ଆଜିର ଖବର

ମୁଖ୍ୟ ଶାସନ ସଚିବଙ୍କ କୃଷି ଭବନ ପରିଦର୍ଶନ, କୃଷି ସମୀକ୍ଷା କେନ୍ଦ୍ରର କାର୍ଯ୍ୟକାରିତା ଅନୁଧ୍ୟାନ

March 1, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମୁଖ୍ୟ ଶାସନ ସଚିବଙ୍କ କୃଷି ଭବନ ପରିଦର୍ଶନ, କୃଷି ସମୀକ୍ଷା କେନ୍ଦ୍ରର କାର୍ଯ୍ୟକାରିତା ଅନୁଧ୍ୟାନ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଆଜି ସକାଳେ ରାଜ୍ୟ କୃଷି ଭବନ ପରିଦର୍ଶନ କରି ସେଠାରେ ପ୍ରଥମେ ନୂତନ ଭାବେ ଖୋଲାଯାଇଥିବା କ୍ରେଚ୍ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ। ଏହି କ୍ରେଚ୍ ବ୍ୟବସ୍ଥା ଉଭୟ ଛୋଟ ପିଲା ଏବଂ ସେମାନଙ୍କ ମା’ଙ୍କ ସର୍ବୋତ୍ତମ ସ୍ୱାର୍ଥ ପୂରଣ କରିବାର ପ୍ରୟାସ ସହିତ ପ୍ରାରମ୍ଭିକ ଶୈଶବ ବିକାଶର ବୈଜ୍ଞାନିକ ନୀତି ଆଧାରରେ କୃଷି ଭବନ ପରିସରରେ କାର୍ଯ୍ୟରତ ମହିଳା କର୍ମଚାରୀମାନଙ୍କ ପାଇଁ ଏକ କଲ୍ୟାଣମୂଳକ ପଦକ୍ଷେପ ଭାବେ ସ୍ଥାପିତ ହୋଇଛି।

କୃଷି ଭବନରେ ଥିବା କ୍ରେଚ୍ ର ନାମ “କଳିକା-କୃଷି ଭବନ”ରଖାଯାଇଛି। ୬ ମାସରୁ ୬ ବର୍ଷ ବୟସ (ସ୍ଥଳ ବିଶେଷରେ ଅଧିକ)ର ପିଲାଙ୍କ ଯତ୍ନ କ୍ରେଚ୍ ରେ ନିଆଯିବ। ପିଲାମାନଙ୍କ ରକ୍ଷଣାବେକ୍ଷଣ ପାଇଁ ପ୍ରଶିକ୍ଷିତ ‘କ୍ରେଚ୍ ସହାୟକ’ ଏବଂ କ୍ରେଚ୍ ସଂଯୋଜକମାନଙ୍କୁ ନିୟୋଜିତ କରାଯାଇଛି, ଯେଉଁମାନେ କି ପିଲାମାନଙ୍କର ବୟସ ହିସାବରେ ଅନୁକୂଳ ବିଭିନ୍ନ  କାର୍ଯ୍ୟକଳାପ ପରିଚାଳନା କରିବେ। ସରକାରୀ ଛୁଟି ଦିନବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟ ଦିବସରେ ସକାଳ ସାଢ଼େ ୯ଟାରୁ ସନ୍ଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ଏହି କ୍ରେଚ୍ ଖୋଲା ରହିବ।

କ୍ରେଚ୍, କୃଷି ଭବନରେ ସୁପ୍ରଶିକ୍ଷିତ କ୍ରେଚ୍ ସହାୟିକାଙ୍କ ସହ ସିସିଟିଭି ସର୍ଭେଲାନ୍ସ ବ୍ୟବସ୍ଥା, ପିଲାଙ୍କ ସୁରକ୍ଷା ଓ ଯତ୍ନ ପାଇଁ ଉତ୍ସର୍ଗୀକୃତ ଓ ବୟସ ଅନୁକୂଳ ଖେଳନା,ବହି ଓ ବିଭିନ୍ନ କାର୍ଯ୍ୟକ୍ରମର ବ୍ୟବସ୍ଥା ରହିଛି। ଶିଶୁ ଅନୁକୂଳ ଶୌଚାଳୟ,ନୂଆ ମା’ଙ୍କ ପାଇଁ ନର୍ସିଂ କର୍ଣ୍ଣର, ପ୍ରାଥମିକ ଚିକିତ୍ସା ସୁବିଧା ରହିଛି। କୃଷି ଭବନରେ କ୍ରେଚ୍ ପ୍ରତିଷ୍ଠା କୃଷି ଭବନରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡଃ. ପାଢୀଙ୍କ ଦୂରଦର୍ଶୀ ଓ ଆନ୍ତରିକ ପ୍ରୟାସ ଫଳରେ ସମ୍ଭବ ହୋଇପାରିଛି।

ଏ ଦିଗରେ ମହିଳା ଓ ଶିଶୁ ବିକାଶ ବିଭାଗ ମଧ୍ୟ ବହୁଧା ସହଯୋଗ କରିଛନ୍ତି। ଏକ ଆକର୍ଷଣୀୟ ଏବଂ ଅନୁକୂଳ ପରିବେଶଯୁକ୍ତ ସୁନ୍ଦର ବ୍ୟବସ୍ଥା ମଧ୍ୟରେ ଏହି କ୍ରେଚ୍ ସୁବିଧା ପାଇଥିବାରୁ ଉଭୟ ପିଲା ଓ ମା’ ମାନଙ୍କ ମଧ୍ୟରେ ଆନନ୍ଦ ପରିଲକ୍ଷିତ ହୋଇଛି। ଏହି  କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢୀ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀଙ୍କ ସମେତ ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶକ ଓ ଉଦ୍ୟାନ କୃଷି ନିର୍ଦ୍ଦେଶକ ଏବଂ  ମହିଳା ଓ ଶିଶୁ ବିକାଶ ବିଭାଗ ଅନ୍ତର୍ଗତ  କ୍ରେଚ୍ ର ନୋଡାଲ ଅଧିକାରୀମାନେ ଉପସ୍ଥିତ  ଥିଲେ । ପିଲାମାନେ ଅତିଥିମାନଙ୍କ ସହିତ ଖୁସିରେ ଫଟୋ ଉଠାଇଥିଲେ।

ପରେ ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କୃଷି ଭବନରେ ସଂସ୍ଥାପିତ ‘କୃଷି ସମୀକ୍ଷା କେନ୍ଦ୍ର’ର କାର୍ଯ୍ୟକାରିତା ଅନୁଧ୍ୟାନ କରିଥିଲେ। ସଂପର୍କିତ ସରକାରୀ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା, ଜଳବାୟୁ ଜରୁରୀକାଳୀନ ପରିସ୍ଥିତିରେ ତ୍ୱରିତ ପ୍ରତିକ୍ରିୟା ଏବଂ କାର୍ଯ୍ୟାନୁଷ୍ଠାନ କଣ ରହିବ, ସେ ସଂପର୍କରେ ତଥ୍ୟ ଆଧାରରେ କାର୍ଯ୍ୟରତ ସରକାରୀ ଅଧିକାରୀମାନଙ୍କ ପାଇଁ ନୀତିଗତ ସଂସ୍କାର ଓ ପ୍ରମାଣ ଭିତ୍ତିକ ନିଷ୍ପତ୍ତି ନେବାକୁ ଏହି ବ୍ୟବସ୍ଥା ସକ୍ଷମ କରିବ।

ଏହା ମଧ୍ୟ ତଥ୍ୟ ସମର୍ଥିତ ଏବଂ ନିୟମଭିତ୍ତିକ ସମୀକ୍ଷା,  ପ୍ରାଥମିକତା ପ୍ରସଙ୍ଗ ଉପରେ ଅଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ କରିବା ଏବଂଏକ ନିର୍ଦ୍ଦିଷ୍ଟ ମାନଦଣ୍ଡ  ଅନୁଯାୟୀ ବରିଷ୍ଠ ଅଧିକାରୀମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ସମାଧାନ କରିବାରେ ସହାୟକ ହେବ। ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବାରେ ସରକାରଙ୍କୁ ଉଚିତ୍ ପଦକ୍ଷେପ ଗ୍ରହଣ ଏବଂ ଉତ୍ତରଦାୟିତ୍ୱ ନିର୍ବାହରେ ଉନ୍ନତି ଆଣିବା ପାଇଁ ତୃଣମୂଳ ସ୍ତରରେ ପରିସଂସ୍ଥାଭିତ୍ତିକ ସମୟୋପଯୋଗୀ ପରୀକ୍ଷାକୁ ଏହି ବ୍ୟବସ୍ଥା ସକ୍ଷମ କରିବ ବୋଲି ଜଣାଯାଇଛି।

କୃଷି ଭବନ ପ୍ରଦୀପ କୁମାର ଜେନା
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ପୋଲିସ ପକ୍ଷରୁ ରାଜ୍ୟବ୍ୟାପୀ ସ୍ୱତନ୍ତ୍ର ଅଭିଯାନ: “ଅପରେସନ୍ ସାଇବର କବଚ”ର ଶୁଭାରମ୍ଭ

February 15, 2026

୨୦ତମ ତୋଷାଳି ସ୍ଵଦେଶୀ ମେଳାକୁ ଉଦଘାଟନ କଲେ ଉପ-ମୁଖ୍ୟମନ୍ତ୍ରୀ

February 15, 2026

ମହାଶିବରାତ୍ରୀ: ଶିବ ପୂଜା ପାଇଁ ବେଲପତ୍ର ତୋଳୁଛନ୍ତି କି? ତେବେ ମାନନ୍ତୁ ଏହି ନିୟମ

February 15, 2026

ଗଣମାଧ୍ୟମ ଦ୍ୱାରା ଆୟୋଜିତ ପ୍ରାଇଡ ଅଫ ଓଡ଼ିଶା ସମ୍ମାନରେ ଯୋଗଦେଲେ ରାଜ୍ୟପାଳ

February 15, 2026
Latest News

ଓଡ଼ିଶା ପୋଲିସ ପକ୍ଷରୁ ରାଜ୍ୟବ୍ୟାପୀ ସ୍ୱତନ୍ତ୍ର ଅଭିଯାନ: “ଅପରେସନ୍ ସାଇବର କବଚ”ର ଶୁଭାରମ୍ଭ

February 15, 2026

୨୦ତମ ତୋଷାଳି ସ୍ଵଦେଶୀ ମେଳାକୁ ଉଦଘାଟନ କଲେ ଉପ-ମୁଖ୍ୟମନ୍ତ୍ରୀ

February 15, 2026

ମହାଶିବରାତ୍ରୀ: ଶିବ ପୂଜା ପାଇଁ ବେଲପତ୍ର ତୋଳୁଛନ୍ତି କି? ତେବେ ମାନନ୍ତୁ ଏହି ନିୟମ

February 15, 2026

ଗଣମାଧ୍ୟମ ଦ୍ୱାରା ଆୟୋଜିତ ପ୍ରାଇଡ ଅଫ ଓଡ଼ିଶା ସମ୍ମାନରେ ଯୋଗଦେଲେ ରାଜ୍ୟପାଳ

February 15, 2026

ଆଜି ଫେବୃୟାରୀ ୧୫ ତାରିଖ ରବିବାର ଦିନ କ’ଣ ରହିଛି ଆପଣଙ୍କର ରାଶିଫଳ, ଜାଣନ୍ତୁ

February 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.