Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପଞ୍ଚମ ପର୍ଯ୍ୟାୟରେ ୮ଟି ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶରେ ନିର୍ବାଚନ ଲଢ଼ିବେ ୬୯୫ ଜଣ ପ୍ରାର୍ଥୀ
ଆଜିର ଖବର

ପଞ୍ଚମ ପର୍ଯ୍ୟାୟରେ ୮ଟି ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶରେ ନିର୍ବାଚନ ଲଢ଼ିବେ ୬୯୫ ଜଣ ପ୍ରାର୍ଥୀ

May 10, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ର ପଞ୍ଚମ ପର୍ଯ୍ୟାୟରେ ୮ଟି ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶରେ ୬୯୫ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିବେ। ପଞ୍ଚମ ପର୍ଯ୍ୟାୟ ପାଇଁ ୮ଟି ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶର ୪୯ ଲୋକସଭା ନିର୍ବାଚନ ମଣ୍ଡଳୀରେ ମୋଟ୍‌ ୧୫୮୬ଟି ପ୍ରାର୍ଥିପତ୍ର ଦାଖଲ କରାଯାଇଥିଲା। ପଞ୍ଚମ ପର୍ଯ୍ୟାୟ ପାଇଁ ସମସ୍ତ ଆଠଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ୩ ମଇ, ୨୦୨୪ ଥିଲା। ଦାଖଲ କରାଯାଇଥିବା ସବୁ ନାମାଙ୍କନ ଯାଞ୍ଚ କରିବା ପରେ ୭୪୯ଟି ନାମାଙ୍କନ ବୈଧ ଥିବା ଜଣାପଡ଼ିଥିଲା।

ପଞ୍ଚମ ପର୍ଯ୍ୟାୟରେ ମହାରାଷ୍ଟ୍ରର ୧୩ଟି ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ସର୍ବାଧିକ ୫୧୨ଟି ପ୍ରାର୍ଥିପତ୍ର ଦାଖଲ ହୋଇଥିବା ବେଳେ ଉତ୍ତର ପ୍ରଦେଶର ୧୪ଟି ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ୪୬୬ଟି ପ୍ରାର୍ଥିପତ୍ର ଦାଖଲ କରାଯାଇଥିଲା। ଝାଡ଼ଖଣ୍ଡର ଛତ୍ରା ସଂସଦୀୟ କ୍ଷେତ୍ର ପାଇଁ ସର୍ବାଧିକ ୬୯ଟି ନାମାଙ୍କନ ଫର୍ମ ଦାଖଲ ହୋଇଥିଲା। ସେହିପରି ୩୫-ଲକ୍ଷ୍ନୌ ଲୋକସଭା ଆସନ ପାଇଁ ୬୭ଟି ନାମାଙ୍କନ ଫର୍ମ ଦାଖଲ କରାଯାଇଥିଲା। ପଞ୍ଚମ ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା  କରୁଥିବା ପ୍ରାର୍ଥିଙ୍କର ସଂସଦୀୟ କ୍ଷେତ୍ର ପିଛା ହାରାହାରୀ ସଂଖ୍ୟା ହେଉଛି ୧୪।

ଲୋକସଭା ସାଧାରଣ ନିର୍ବାଚନ ୨୦୨୪ର ପଞ୍ଚମ ପର୍ଯ୍ୟାୟ ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ୱାରୀ ବିବରଣୀ:

 ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ପଞ୍ଚମ ପର୍ଯ୍ୟାୟ ରେ ନିର୍ବାଚନ ହେଉଥିବା ସଂସଦୀୟ କ୍ଷେତ୍ର ସଂଖ୍ୟା ପ୍ରାପ୍ତ ନାମାଙ୍କନ ଫର୍ମ ଯାଞ୍ଚ ପରେ ବୈଧ ପ୍ରାର୍ଥୀ ପ୍ରତ୍ୟାହାର ପରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ସଂଖ୍ୟା

 

ବିହାର ୫ ୧୬୪ ୮୨ ୮୦
ଜାମ୍ମୁ କାଶ୍ମୀର ୧ ୩୮ ୨୩ ୨୨
ଝାଡଖଣ୍ଡ ୩ ୧୪୮ ୫୭ ୫୪
ଲଦାଖ ୧ ୮ ୫ ୩
ମହାରାଷ୍ଟ୍ର ୧୩ ୫୧୨ ୩୦୧ ୨୬୪
ଓଡ଼ିଶା ୫ ୮୭ ୪୧ ୪୦
ଉତ୍ତରପ୍ରଦେଶ ୧୪ ୪୬୬ ୧୪୭ ୧୪୪
ପଶ୍ଚିମବଙ୍ଗ ୭ ୧୬୩ ୯୩ ୮୮
ମୋଟ୍‌ ୪୯ ୧୫୮୬ ୭୪୯ ୬୯୫
ନାମାଙ୍କନପତ୍ର ଦାଖଲ ଲୋକସଭା ନିର୍ବାଚନ ୨୦୨୪
Share. Facebook Twitter LinkedIn Email WhatsApp Copy Link

Related Posts

ସିଂଗଲ ୱିଣ୍ଡୋ କ୍ଲିୟରଆନ୍ସ ଆଥୋରିଟି ବୈଠକରେ ୨୪ ପ୍ରସ୍ତାବକୁ ମଞ୍ଜୁରୀ

June 6, 2026

ରଣପୁରରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମକୁ ମିଳିଲା ଜନପ୍ରତିନିଧି ଓ ବୁଦ୍ଧିଜୀବୀଙ୍କ ସମର୍ଥନ

June 6, 2026

ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ ଦ୍ୱାରା ପୁରୀ ରେଳ ଷ୍ଟେସନ ନିରୀକ୍ଷଣ 

June 6, 2026

NH – ୧୬ରେ ଟ୍ରକ ଚାପାରେ ଜଣେ ମୃତ

June 6, 2026
Latest News

ସିଂଗଲ ୱିଣ୍ଡୋ କ୍ଲିୟରଆନ୍ସ ଆଥୋରିଟି ବୈଠକରେ ୨୪ ପ୍ରସ୍ତାବକୁ ମଞ୍ଜୁରୀ

June 6, 2026

ରଣପୁରରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମକୁ ମିଳିଲା ଜନପ୍ରତିନିଧି ଓ ବୁଦ୍ଧିଜୀବୀଙ୍କ ସମର୍ଥନ

June 6, 2026

ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ ଦ୍ୱାରା ପୁରୀ ରେଳ ଷ୍ଟେସନ ନିରୀକ୍ଷଣ 

June 6, 2026

NH – ୧୬ରେ ଟ୍ରକ ଚାପାରେ ଜଣେ ମୃତ

June 6, 2026

CJP Protest: ହଜାର ହଜାର ସମର୍ଥକଙ୍କ ସହିତ ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବୀ କଲା ସିଜେପି

June 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.