Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଇ-ମାଇଗ୍ରେଟ୍ ସେବା ପ୍ରଦାନ ନିମନ୍ତେ ବୁଝାମଣା ପତ୍ର ସ୍ୱାକ୍ଷରିତ
ଆଜିର ଖବର

ଇ-ମାଇଗ୍ରେଟ୍ ସେବା ପ୍ରଦାନ ନିମନ୍ତେ ବୁଝାମଣା ପତ୍ର ସ୍ୱାକ୍ଷରିତ

May 30, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି (ମେଇଟିୱାଇ) , ଭାରତ ସରକାର ଏବଂ ସିଏସସି ଇ-ଗଭର୍ଣ୍ଣାନ୍ସ ସେବା ଭାରତ ଲିମିଟେଡ଼ଙ୍କ ମଧ୍ୟରେ ଇ-ମାଇଗ୍ରେଟ୍ ସେବା ପ୍ରଦାନ ନିମନ୍ତେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ଯାହାକି ସିଏସସି ଏସପିଭି ଏବଂ ବୈଦେଶିକ ବ୍ୟାପାର ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବ ଏବଂ ସାଧାରଣ ସୁବିଧା କେନ୍ଦ୍ର ମାଧ୍ୟମରେ ଇ-ମାଇଗ୍ରେଟ୍ ସେବା ସାରା ଦେଶରେ ଯୋଗାଇ ଦେବ।

ଇ-ମାଇଗ୍ରେଟ୍ ପ୍ରକଳ୍ପ ବ୍ଲୁ କଲାର କର୍ମଚାରୀ ଯେଉଁମାନେ ଇ-ମାଇଗ୍ରେସନ୍ ଚେକ୍ ଆବଶ୍ୟକ (ଇସିଆର) ପଡ଼ୁଥିବା ଦେଶମାନଙ୍କୁ ଯାତ୍ରା କରୁଛନ୍ତି ତାହା ଯୋଗାଇ ଦେବାକୁ ମୁଖ୍ୟତଃ ଆରମ୍ଭ କରାଯାଇଛି। ଦେଶାନ୍ତରୀ ଶ୍ରମିକ ଯେଉଁସବୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେସବୁର ସମାଧାନ ନିମନ୍ତେ ଏହି ପ୍ରକଳ୍ପ ଉଦ୍ଦିଷ୍ଟ। ଏବେ ସେମାନେ ନିରନ୍ତର ଭାବରେ ଅନଲାଇନ୍ ମାଧ୍ୟମରେ ଇ-ମାଇଗ୍ରେସନ୍ ପାଇଁ ଆବେଦନ କରିପାରିବେ ଏବଂ ବିଦେଶୀ କର୍ମନିଯୋକ୍ତା ଓ ପଂଜୀକୃତ ରିକ୍ରୁଟମେଣ୍ଟନ ଏଜେଣ୍ଟ ଓ ବୀମା କମ୍ପାନୀମାନଙ୍କୁ ଗୋଟିଏ ସମାନ ପ୍ଲାଟଫର୍ମକୁ ଆଣିପାରିବେ ଯଦ୍ୱାରା ସେହିଭଳି ଶ୍ରମିକ ଓ କର୍ମଚାରୀମାନେ ନିରାପଦରେ ଏବଂ ଆଇନସିଦ୍ଧ ଭାବରେ ଦେଶ ବାହାରକୁ ଯାତ୍ରା କରିପାରିବେ।

ବିଗତ ବର୍ଷମାନଙ୍କରେ ବିଦେଶକୁ କର୍ମନିଯୁକ୍ତି ପାଇଁ ଯାତ୍ରା କରୁଥିବା ଭାରତୀୟଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ଏବଂ ସେମାନେ ଦେଶକୁ ଯେଉଁ ରୋଜଗାର ଅର୍ଥ ପଠାଉଛନ୍ତି ତାହାର ପରିମାଣ ମଧ୍ୟ ଉଲ୍ଲେଖନୀୟ ଭାବରେ ବଢ଼ିଚାଲିଛି।

ଏହି ପରିପ୍ରେକ୍ଷୀରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏଥିପାଇଁ ଏକ ‘ଡିଜିଟାଲ ଗଭର୍ଣ୍ଣାନ୍ସ ନିମନ୍ତେ ୟୁଆଇ/ୟୁଏକ୍ସ ମାଧ୍ୟମରେ ପରିବର୍ତ୍ତନ ବ୍ୟବସ୍ଥାର ସୁଦୃଢ଼ୀକରଣ’ଶୀର୍ଷକ ଏକ ଜାତୀୟ କର୍ମଶାଳାର ଆୟୋଜନ କରାଯାଇଥିଲା ଏବଂ ସେହି ଅବସରରେ ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି (ମେଇଟିୱାଇ) ବିଭାଗର ଯୁଗ୍ମ ସଚିବ ତଥା ଆର୍ଥିକ ଉପଦେଷ୍ଟା ରାଜେଶ ସିଂହ, ନାସକମର ଅଧ୍ୟକ୍ଷ ଦେବଜାନୀ ଘୋଷ ଏବଂ ୟୁଆଇଡ଼ିଏଆଇ ଏବଂ ଡିଜି, ଏନଆଇସିର ସିଇଓ ଅମିତ ଅଗ୍ରୱାଲ ତଥା ଅନ୍ୟମାନଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ (ଓଇ ଏବଂ ପିଜିଇ) ଶ୍ରୀ ବ୍ରହ୍ମ କୁମାର, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି (ମେଇଟିୱାଇ)ର ଯୁଗ୍ମ ସଚିବ (ଡିଜିଗଭ୍) ଶ୍ରୀ ସଙ୍କେତ ଭୋନ୍ଦଭେ ଏବଂ ସିଏସସି ଇ-ଗଭର୍ଣ୍ଣାନ୍ସ ସେବା ଇଣ୍ଡିଆ ଲିମିଟେଡର ସିଓଓ, ଅକ୍ଷୟ ଝା ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ।

ଏହି ବୁଝାମଣାପତ୍ରର ସର୍ତ୍ତାବଳୀ ଅନୁସାରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଇ-ମାଇଗ୍ରେଟ୍ ପୋର୍ଟାଲକୁ ସିଏସସିର ପୋର୍ଟାଲ ସହିତ ସମନ୍ୱିତ କରାଯିବ ଏବଂ ଏହା ଫଳରେ ସିଏସସି ମାଧ୍ୟମରେ ନାଗରିକମାନଙ୍କୁ ଇ-ମାଇଗ୍ରେଟ୍ ସେବା ସହଜରେ ଯୋଗାଇ ଦିଆଯାଇ ପାରିବ।

ସିଏସସି ମାଧ୍ୟମରେ ଇ-ମାଇଗ୍ରେଟ୍ ପୋର୍ଟାଲରେ ଆବେଦନକାରୀମାନଙ୍କୁ ପଂଜୀକରଣର ସୁବିଧା ଯୋଗାଇଦେବ।

ସିଏସସି ମାଧ୍ୟମରେ ଇ-ମାଇଗ୍ରେଟ୍ ପୋର୍ଟାଲରେ ଆବେଦନକାରୀମାନଙ୍କ ଦ୍ୱାରା ପ୍ରଦତ୍ତ ସମସ୍ତ ନଥି ଅପଲୋଡ ଏବଂ ପ୍ରକ୍ରିୟାକରଣ ସୁବିଧା ଯୋଗାଇଦେବ।

ଦେଶାନ୍ତରୀ ଶ୍ରମିକ କିମ୍ବା ଆବେଦନକାରୀମାନେ ଯେଉଁମାନେ କି ସିଏସସି ମାଧ୍ୟମରେ ଇ-ମାଇଗ୍ରେଟ୍ ପୋର୍ଟାଲରେ ପଂଜୀକରଣ କରିଛନ୍ତି ସେମାନଙ୍କୁ ମେଡ଼ିକାଲ ଏବଂ ଅନ୍ୟାନ୍ୟ ସେବା ବୁକିଂ କରିବାରେ ସହାୟକ ଏବଂ ସହଯୋଗ କରିବ।

ସାରା ଭାରତରେ ନାଗରିକମାନଙ୍କ ମଧ୍ୟରେ ଇ-ମାଇଗ୍ରେଟ୍ ସେବା ସମ୍ପର୍କରେ ସଚେତନତା ବୃଦ୍ଧି କରିବ।

ସିଏସସି ଏସପିଭି ସମ୍ପର୍କରେ:

ସାଧାରଣ ସେବା କେନ୍ଦ୍ର (ସିଏସସି) ହେଉଛି ଡିଜିଟାଲ ଇଣ୍ଡିଆ ମିଶନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ। ସିଏସସିଗୁଡ଼ିକ ନାଗରିକମାନଙ୍କୁ ଡିଜିଟାଲ ସେବା ପ୍ରଦାନ କ୍ଷେତ୍ରରେ ସର୍ବାଗ୍ରେ ରହିଥିବା ସେବା ପ୍ରଦାନକାରୀ ପଏଣ୍ଟ୍। ବିଶେଷକରି, ଦେଶର ଗ୍ରାମାଞ୍ଚଳ ଏବଂ ଦୁର୍ଗମ ଅଞ୍ଚଳରେ ଏହି ସେବା ଉପଲବ୍ଧ। ଏହା ଡିଜିଟାଲ ଇଣ୍ଡିଆ ଏବଂ ସରକାରଙ୍କ ପକ୍ଷରୁ ରଖାଯାଇଥିବା ଡିଜିଟାଲ ଏବଂ ଆର୍ଥିକ ସମାଯୋଜନ ସମାଜ ଗଠନ ଲକ୍ଷ୍ୟକୁ ହାସଲ କରିବାରେ ସହଯୋଗ କରିଆସୁଛି। ବର୍ତ୍ତମାନ ସାରା ଦେଶରେ ୫.୫୦ ଲକ୍ଷ ସିଏସସି କାର୍ଯ୍ୟ କରୁଛି ଏବଂ ସେମାନେ ନାଗରିକମାନଙ୍କୁ ୭୦୦ରୁ ଅଧିକ ଡିଜିଟାଲ ସେବା ସହାୟତା ଯୋଗାଇ ଦେଇଆସୁଛନ୍ତି ଯାହା କି ସେମାନଙ୍କ ପାଇଁ ସହଜସାଧ୍ୟ ଓ ସରଳ ହୋଇପାରିଛି।

ସରକାରୀ ଅତ୍ୟାବଶ୍ୟକ ସେବା ଯୋଗାଣ ଓ ସାଧାରଣ ୟୁଟିଲିଟି ସେବା ବ୍ୟତୀତ ସିଏସସିମାନେ ଅନେକ ପ୍ରକାର ସାମାଜିକ କଲ୍ୟାଣ ଯୋଜନା, ଆର୍ଥିକ ସେବା, ଶିକ୍ଷା ପାଠ୍ୟକ୍ରମ, କୌଶଳ ବିକାଶ ପାଠ୍ୟକ୍ରମ, ସ୍ୱାସ୍ଥ୍ୟସେବା, କୃଷି ସେବା, ଡିଜିଟାଲ ସାକ୍ଷରତା ଆଦି ମଧ୍ୟ ଯୋଗାଇ ଆସୁଛନ୍ତି।

ସମାଜର ତୃଣମୂଳ ସ୍ତରରେ ନିରାପଦ ଓ ଆଇନସିଦ୍ଧ ଦେଶାନ୍ତର ମାର୍ଗକୁ ସମ୍ପ୍ରସାରଣ କରିବା ଲକ୍ଷ୍ୟରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ଏବଂ ବିଶେଷ କରି ଭାରତୀୟ ନାଗରିକମାନେ ଯେଭଳି ଦେଶ ବାହାରେ କର୍ମନିଯୁକ୍ତି ଖୋଜିବା ବେଳେ ଅସାଧୁ ତତ୍ତ୍ୱଙ୍କ ଦ୍ୱାରା ଶୋଷିତ ନହୁଅନ୍ତି ତାହା ସୁନିଶ୍ଚିତ କରିବା ନିମନ୍ତେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି।

ବୁଝାମଣା ପତ୍ର ସ୍ୱାକ୍ଷରିତ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ଉପରେ ଶୁଳ୍କ ହ୍ରାସ କଲା ଆମେରିକା: ମୋଦିଙ୍କ ସହ ଫୋନ୍ କଲ୍ ପରେ ଟ୍ରମ୍ପଙ୍କ ବଡ ଘୋଷଣା

February 2, 2026

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026
Latest News

ଭାରତ ଉପରେ ଶୁଳ୍କ ହ୍ରାସ କଲା ଆମେରିକା: ମୋଦିଙ୍କ ସହ ଫୋନ୍ କଲ୍ ପରେ ଟ୍ରମ୍ପଙ୍କ ବଡ ଘୋଷଣା

February 2, 2026

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ କଲେ ସ୍ବାଗତ

February 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.