ନୂଆଦିଲ୍ଲୀ: ଭାରତୀୟ ଦଳ ବାଂଲାଦେଶକୁ ୫୦ ରନରେ ପରାସ୍ତ କରିଛି। ସୁପର- ୮ ରେ ଟିମ୍ ଇଣ୍ଡିଆ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ଏହା ସହ ଭାରତୀୟ ଦଳ ସେମିଫାଇନାଲରେ ନିଜର ସ୍ଥାନ ନିଶ୍ଚିତ କରିଛି। ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ୧୯୬ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ବାଂଲାଦେଶ ଦଳ ମାତ୍ର ୧୪୬ ରନ୍ ସ୍କୋର କରିପାରିଥିଲା।
ଟିମ ଇଣ୍ଡିଆ ପକ୍ଷରୁ ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ସର୍ବାଧିକ ୨୭ ବଲରେ ୫୦ ରନ ସଂଗ୍ରହ କରିଥିବା ବେଳେ ବିରାଟ କୋହିଲୀ ୩୭ ରନ, ୱିକେଟ କିପର ବ୍ୟାଟର ଋଷଭ ପନ୍ତ ୩୬, ଶିବମ ଡୁବେ ୩୪ ରନ କରିଥିଲେ। ସେହିଭଳି ଇଣ୍ଡିଆ ପକ୍ଷରୁ ବୋଲିଂରେ କୁଲଦୀପ ଯାଦବ ସର୍ବାଧିକ ୩ ତି ୱିକେଟ ନେଇଥିବା ବେଳେ ଜସପ୍ରିତ ବୁମରା ଏବଂ ଅର୍ଶଦୀପ ସିଂ ୨ ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ।